ରାଜ୍ୟରେ ଦୁଇ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ଆଜି ସର୍ବାଧିକ ୧୫୬ ଜଣ ଚିହ୍ନଟ…

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୧୫୬ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ରେ ପହଁଚିଛି।
ସେମାନେ ଗଞ୍ଜାମ-୧୭, ଯାଜପୁର-୧୧, ଖୋର୍ଦ୍ଧା-୩, କେନ୍ଦ୍ରାପଡା-୫୦, କଟକ-୨୦, ଜଗତସିଂହପୁର-୧୪, ଭଦ୍ରକ-୭, ବଲାଙ୍ଗୀର-୨, ନୟାଗଡ-୩, ସୁନ୍ଦରଗଡ-୩, ବୌଦ୍ଧ-୧, ନୂଆପଡା-୩, ମୟୂରଭଞ୍ଜ-୩, କେନ୍ଦୁଝର-୧, କନ୍ଧମାଳ-୯, ମାଲକାନଗିରି-୧, ସମ୍ବଲପୁର-୨, ବରଗଡ-୩, ସୋନପୁର-୩ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୧୫୩ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ୩ ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୯୯୬ ଜଣ ଚିକିତ୍ସାଧୀନ,ଜଣ ୧୧୨୬ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ଜଣ ମୃତ୍ୟୁ ବରଣ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles