ଦେଶରେ ୨୪ ଘଣ୍ଟାରେ ୮,୩୯୨ କରୋନା ଆକ୍ରାନ୍ତ ଚିହ୍ମଟ….

- Advertisement -

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୧ ଲକ୍ଷ ୯୦ ହଜାର ୫୩୫ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଆଉ ୫ ହଜାର ୩୯୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୯୧ ହଜାର ୮୧୮ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୯୩ ହଜାର ୩୨୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୮ ହଜାର ୩୯୨ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୩୦ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୨୨୮୬ ଓ ଗୁଜରାଟରେ ୧୦୩୮ ଆକ୍ରାନ୍ତଙ୍କ ମୃତ୍ୟୁ ।ସେହିପରି ଦିଲ୍ଲୀରେ ୪୭୩, ମଧ୍ୟ ପ୍ରଦେଶରେ ୩୫୦, ପଶ୍ଚିମବଙ୍ଗରେ ୩୧୭ ମୃତ । ଉତ୍ତର ପ୍ରଦେଶ ୨୧୩, ରାଜସ୍ଥାନ ୧୯୪, ତାମିଲନାଡୁରେ ୧୭୩ ମୃତ ଏପର୍ଯ୍ୟନ୍ତ ହେଲାଣି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles