ରାଜ୍ୟରେ ନୂଆ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ@୨୨୪୫….

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୧୪୧ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଁଚିଛି।
ସେମାନେ ଗଞ୍ଜାମ – ୨୭ ,ଯାଜପୁର – ୧୦ ,ଖୋର୍ଦ୍ଧା – ୨୬ ,ବାଲେଶ୍ୱର – ୨ କେନ୍ଦ୍ରାପଡ଼ା – ୧୩,କଟକ – ୬ ,ପୁରୀ- ୫ ବଲାଙ୍ଗୀର – ୭ ,ଜଗତସିଂହପୁର- ୪ ,ନୟାଗଡ଼-୧, ସୁନ୍ଦରଗଡ଼ -୮ ,ନୂଆପଡା- ୧୯ ,ଗଜପତି-୪ ,କେନ୍ଦୁଝର-୪ ,ମୟୁରଭଞ୍ଜ – ୧ ,ଅନୁଗୁଳ –୧ ,ଢେଙ୍କାନାଳ- ୨ ,ସମ୍ବଲପୁର – ୧ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୧୧୦ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ୩୧ ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୯୯୧ଜଣ ଚିକିତ୍ସାଧୀନ,ଜଣ ୧୨୪୫ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି।

ଦେଶରେ ୨୪ ଘଣ୍ଟାରେ ୮,୧୭୧କରୋନା ଆକ୍ରାନ୍ତ ଚିହ୍ମଟ

ଦେଶରେ ୨୪ ଘଣ୍ଟାରେ ୮,୧୭୧କରୋନା ଆକ୍ରାନ୍ତ ଚିହ୍ମଟ
ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ୧ ଲକ୍ଷ ୯୮ ହଜାର ୭୦୬ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୫,୫୯୮ ଜଣଙ୍କର ମୃତ୍ୟୁ ହୋଇଛି।ସେହିପରି ୯୫,୫୨୭ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୯୭,୫୮୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୮,୧୭୧ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୦୪ ଜଣ ପ୍ରାଣ ହରାଇଛନ୍ତି ।
ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୨୩୬୨ ଜଣ ଲୋକଙ୍କ ମୃତ୍ୟୁ ହେଲେଣି । ସେହିପରି ଗୁଜୁରାଟ ୧୦୬୩, ଦିଲ୍ଲୀ ୫୨୩, ମଧ୍ୟପ୍ରଦେଶରେ ୩୫୮ , ପଶ୍ଚିମବଙ୍ଗ ୩୨୫, ଉତ୍ତର ପ୍ରଦେଶ ୨୧୭, ରାଜସ୍ଥାନରେ ୧୯୮ ମୃତ ଜଣଙ୍କର ମୃତ୍ୟୁ ହେଲାଣି।

ଜାତୀୟ ଗଣ ମାଧ୍ୟମରେ ଚର୍ଚ୍ଚାରେ ଓଡ଼ିଶା:କରୋନା ମୁକାବିଲା ପାଇଁ ନବୀନଙ୍କୁ ପ୍ରଂଶସା…..

ଭୁବନେଶ୍ୱର : କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଗତ ଶନିବାର ଦିନ ରାଜ୍ୟବାସୀ ‘ବନ୍ଦେ ଉତ୍କଳ ଜନନୀ ‘ ସଙ୍ଗୀତ ଗାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ସମସ୍ତେ ଓଡ଼ିଆ ଏହି ସଙ୍ଗୀତ ଗାନ କରିଥିଲେ। ଯାହାକୁ ନେଇ ଜାତୀୟ ଗଣ ମାଧ୍ୟମରେ ରାଜ୍ୟକୁ ପ୍ରଶଂସା  କରାଯାଇଛି।
କରୋନା ବିରୁଦ୍ଧରେ ଜିତିବା ପାଇଁ ଏକ ମାତ୍ର ଔଷଧ ହେଉଛି ସଂକଳ୍ପ ଶକ୍ତି। ଯେଉଁ ସଂକଳ୍ପ ଶକ୍ତି ବଳରେ ଆଜି ଅନ୍ୟ ରାଜ୍ୟ ତୁଳନାରେ କରୋନା ମୁକାବିଲରେ ଓଡ଼ିଶାର ସ୍ଥିତି ବହୁତ ଭଲ ଅଛି। ଫଳ ସ୍ୱରୂପ ଚିକିତ୍ସିତ ବ୍ୟକ୍ତିଙ୍କ ଅପେକ୍ଷା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟରେ ଅଧିକ। ଯେଉଁଥି ପାଇଁ କି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଆଜି ପ୍ରଶଂସା ଯୋଗ୍ୟ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ମୁଖ୍ୟ କାରଣ। ଏବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମୁହିକ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । ଯାହାକି ଦେଶ ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛି। ରାଜ୍ୟବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିରଖିବାରେ ଏହି ସଙ୍ଗୀତ ବେଶ ସହାୟକ ହୋଇଛି। ଏହା ଏବେ ଜାତୀୟ ଗଣ ମାଧ୍ୟମରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମହାମାରୀ କରୋନା ବିରୁଦ୍ଧରେ ମହୋଶୋଧି କହିଲେ ମଧ୍ୟ ଭୁଲ୍ ହେବନାହିଁ। ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛନ୍ତି l

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ…

ପୁରୀ : ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ମୂଳପୀଠର କିଭଳି ବିଧି ରକ୍ଷାହେବ ସେଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ତ୍ୟାଗ କରିବାକୁ ପଡିବ ।

ବିଶେଷଭାବେ ପୁରୀରେ ଯେଭଳି କରୋନା ସଂକ୍ରମଣ ନହୁଏ ସେଥିପାଇଁ ସେ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି । ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଯେଭଳି ଶ୍ରୀଜୀଉମାନଙ୍କ ସମସ୍ତ କାର୍ଯ୍ୟ ବିନା ବାଧାରେ ହେବ ସେଥିପାଇଁ ପୁରୀର ସମସ୍ତ ବାସିନ୍ଦାଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଡକ୍ଟର କୁମାର କହିଛନ୍ତି ଯେ ସ୍ନାନପୂର୍ଣ୍ଣିମାରେ ନିୟୋଜିତ ସେବକଙ୍କ ମଧ୍ୟରୁ ଆଜିସୁଦ୍ଧା ୫୦ ପ୍ରତିଶତଙ୍କର କରୋନା ପରୀକ୍ଷା ସରିଥିବାବେଳେ ଅବଶିଷ୍ଟଙ୍କର ଦିନେ ଦୁଇଦିନ ମଧ୍ୟରେ ହୋଇଯିବ । ସଂକ୍ରମଣ ରୋକିବାପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ନିଶ୍ଚିତ ଭାବେ ସଫଳ ହେବ । ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ ନୀତିକାନ୍ତି କରିବାକୁ ଉଦ୍ୟମ ଅବ୍ୟାହତ ରହିଛି ।

ରଥ ତିଆରି କାର୍ଯ୍ୟରେ ମହାରଣା, ଭୋଇ ଓ ରୂପକାରଙ୍କ ସହିତ ଅନ୍ୟ ସେବକମାନଙ୍କ କାର୍ଯ୍ୟକୁ ମୁଖ୍ୟ ପ୍ରଶାସକ ପ୍ରଶଂସା କରିବା ସହିତ ସେମାନେ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ । ଏମାନଙ୍କ ତ୍ୟାଗ ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ସେ ସୂଚନା ଦେଇଥିଲେ ।

ରଥ ନିର୍ମାଣ ନେଇ ମିଳିଥିବା ସୂଚନା ଅନୁଯାୟୀ ଆଜି ଗରଗରା ଖାପ କାମ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ କାଯାଇ ପୋଲ ଗୟଳ ଲଗାଯାଇଛି । ଭୂଇଁ ଚଉଡା କାଠାରେ ସାଲ ସହ ବିନ୍ଧ କାମ ସରିଥିବାବେଳେ ନାଗ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।

ଛନ୍ଦା ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୧୪ ନାହାକା କାଠରେ ଚାରି କ’ଣ ଅଂଶ ମରା କାମ ସରିଛି । ଚାରି ନାହାକାକୁ ବାନ୍ଧି ରଖିବାପାଇଁ ‘ଢମକ’ ପ୍ରସ୍ତୁତ ଚାଲିଛି । ଓଝା ସେବକମାନେ ଗୟଳ ଲଗାଇବାପାଇଁ ଆବଶ୍ୟକ ମତେ ଗୟଳକଣ୍ଟା ରଥ ଖଳାକୁ ଯୋଗାଇ ଦେଇଥିବାବେଳେ ବର୍ତ୍ତମାନ ପୋଟଳ କଣ୍ଟା ପ୍ରସ୍ତୁତ ଚାଲିଛି ।

ପଶ୍ଚିମ ଓଡ଼ିଶାକୁ ପଙ୍ଗପାଳ ବିପଦ !…

ଭୁବନେଶ୍ୱର : ପଙ୍ଗପାଳ ମହାରାଷ୍ଟ୍ର ଛତିଶଗଡ଼ ସୀମାନ୍ତ ନାଗପୁରରେ ପହଁଚିଥିବା ସୂଚନା ମିଳିଛି। ଅର୍ଥାତ ସେମାନେ ଛତିଶଗଡ଼ ଆସିଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାକୁ ବିପଦ ଅଛି। ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଆଦି ଜିଲ୍ଲାକୁ ବିପଦ ଅଛି। ପବନର ବେଗ ଉପରେ ନିର୍ଭର କରେ ସେମାନେ କେତେ ଶୀଘ୍ର ଓଡ଼ିଶା ପ୍ରବେଶ କରିବେ। ଦୈନିକ ସେମାନେ 100 କିଲୋମିଟର ବେଗରେ ଉଡ଼ନ୍ତି। ହେଲେ ପବନର ବିପରିତ ବେଗ ରହିଲେ, ପଙ୍ଗପାଳ ଆନ୍ଧ୍ରପ୍ରଦେଶ କି ବିହାର ଉଡ଼ି ପାରନ୍ତି। ଓୟୁଏଟି କୁଳପତି ପବନ ଅଗ୍ରୱାଲ କହିଛନ୍ତି l

ରାଜ୍ୟରେ ଏବେ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ନାହିଁ: ସମୀର ମହାନ୍ତି

ଭୁବନେଶ୍ୱର : ୬୬ ଦିନ ପରେ ଆଜି ରାଜ୍ୟ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ରାଜ୍ୟରେ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ନାହିଁ।ମୋଦି ସରକାର ସବୁବେଳେ ରାଜ୍ୟ ଉନ୍ନତି ପାଇଁ କାମ କରୁଛନ୍ତି । ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ଓଡ଼ିଶାକୁ ସବୁଠାରୁ ଅଧିକ କେନ୍ଦ୍ରୀୟ ରାଶି ମିଳିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।
ଓଡ଼ିଶା ଯେତେବେଳେ ବି ପ୍ରାକୃତିକ ବିପର୍ଯ୍ୟୟର ସମ୍ମା କରିଛି ।ସବୁବେଳେ ମୋଦି ରାଜ୍ୟ ସରକାରଙ୍କ ସହ ଛିଡା ହୋଇଛନ୍ତି। ଯାହାକି ୭୦ ବର୍ଷର ଇତିହାସରେ କେବେ ହୋଇ ନଥିଲା।ତେଣୁ ମୋଦି ଶାସନର ଅନେକ କଥା ଯାହା ଇତିହାସରେ ସ୍ଵର୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ପ୍ରଥମ ଥର ପାଇଁ ଦେଶରେ ଅଗ୍ରୀମ ଟଙ୍କା ଦେବାର ବି ପରମ୍ପରା ସୃଷ୍ଟି କରାଯାଇଛି।ଅମ୍ଫନ ପରେ ମୋଦି ନିଜେ ଓଡ଼ିଶାର କ୍ଷୟକ୍ଷତି ଆକଳନ ପାଇଁ ଆସିଥିଲେ। ଆସିବାର ୨୪ ଘଣ୍ଟା ଭିତରେ ରାଜ୍ୟକୁ ଆସିଲା ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶି ଦେଲେ । ସେହିପରି କିଛି ମାସ ପୂର୍ବରୁ ଆସିଥିବା ଫନିରେ ମୋଟ ୪୬୭୯ କୋଟି ପାଇଛି ଓଡିଶା।
ରାଜ୍ୟକୁ କେନ୍ଦ୍ରୟ ଅନୁଦାନ ବାବଦକୁ ଏଯାଏଁ ୩୨୦୦୦ କୋଟି ମିଳିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଭାଗ ମଧ୍ୟ ୩୬୩୦୦ କୋଟି ପାଇଛି। ଏବେ ଆଉ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ନାହିଁ। ରେଳ ବଜେଟରେ ଏବର୍ଷ ମିଳିଛି ୫୨୯୬ କୋଟି। ୬ବର୍ଷରେ ରେଳ ବାଇରୁ ବି ମୋଟ ୩୧୪୪୪ କୋଟି ଆସିଛି । ଏହାସହ ସୂର୍ଯ୍ୟ ମନ୍ଦିରର ବିକାଶ ପାଇଁ ୨୫କୋଟି ଟଙ୍କା ମିଳିଛି।
ଓଡ଼ିଶାକୁ ବିଗତ ୬ ବର୍ଷ ଭିତରେ ୧୨ଟି ପଦ୍ମ ପୁରସ୍କାର ମିଳିଛି। ମାଗଣାରେ ଗ୍ୟାସ ଯୋଗାଣ ବାବଦ ରେ ଦେଇଛନ୍ତି ୧୧୦୩ କୋଟି ମିଳିଛି। ଏବେ କରୋନା ମହାମାରୀ ସମୟରେ କୋଭିଡ ହସ୍ପିଟାଲ ପାଇଁ ରାଷ୍ଟ୍ରାୟତ କମ୍ପାନୀ ଆଗେଇ ଆସିଛନ୍ତି। ଏମିତି କେନ୍ଦ୍ର ସରକାର ଓଡିଶାକୁ ଦେଇଥିବା ସହାୟତାର ଲମ୍ବା ଚିଠା ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କ ସମ୍ମାରେ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

କଂଗ୍ରେସ ଟାର୍ଗେଟରେ ମୋଦି-ନବୀନ….

ଭୁବନେଶ୍ୱର  –  କରୋନା ମୁକାବିଲା ସଂପୂର୍ଣ୍ଣ ବିଫଳ ହୋଇଥିବା କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଖୁବ୍ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ମୋଦି ସରକାରଙ୍କ ୬ବର୍ଷ ନିରାଶା ଓ ହତାଶ ସମୟ ଭାବେ ଚଳନ୍ତି ଇତିହାସରେ ସ୍ଥାନ ପାଇସାରିଲାଣି । ଗତ ଦୁଇଦିନ ତଳେ ବିଜେପି ସଭାପତି ଜେପି ନଡ୍ଡା ଓ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବର୍ତମାନର ବାସ୍ତବ ଚିତ୍ର ଦେବା ପରିବର୍ତେ ଏକ କାଳ୍ପିନିକ ଛବି ଉପସ୍ଥାପନ କରିଛନ୍ତି । ବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଭାବରେ ଜିଏସଟି ଆଇନ୍ ଲାଗୁ କରିବା ଯୋଗୁ କୋଟି କୋଟି ଜନସାଧାରଣ ନିଯୁକ୍ତି ହରାଇବା ସହିତ ବହୁ ସଂପୂର୍ଣ୍ଣ ବ୍ୟବସାୟ ଜଗତ ଅପୂରଣୀୟ କ୍ଷତିର ସମ୍ମୁଖିନ ହେଲେ । ଏ ସମ୍ପର୍କରେ ନା ନଡ୍ଡା ପଦୁଟିଏ କହିଲେ ନା ମୋଦି ।
ଯେଉଁଭଳି ଭାବେ ତତ୍‌କ୍ଷାଣିକ ଲକଡାଉନ ଘୋଷଣା କରାଗଲା, ତାହା କୋଭିଡ୍ ସ୍ଥିତିକୁ ଅଧିକ ସଙ୍ଗୀନ ତଥା କୋଟି କୋଟି ପ୍ରବାସୀ ଶ୍ରମିକମାନଙ୍କୁ ବେଘର କରିବା ସହିତ କ୍ଷୁଧାର ଜ୍ୱାଳା ଭିତରକୁ ନିକ୍ଷେପ କରିଛି । ରାସ୍ତାରେ ଚାଲି ଚାଲି କ୍ଷୁଧା ଓ ତୃଷାରେ ଆଉଟୁ ପାଉଟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁର ପାପ ନରେନ୍ଦ୍ର ମୋଦି ସରକାରଙ୍କ ମୁଣ୍ଡରେ ଯିବ । ଦେଶର ଅର୍ଥନୀତିକୁ ମୋଦି ସରକାର ରସାତଳଗାମୀ କରିସାରିଲେଣି । ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନ ବଂଟନ କରୁଥିବା ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁ ଦେଶର ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଯାଉଛି । ଊତ୍ପାଦନ ଓ ନିର୍ମାଣ କ୍ଷେତ୍ରରେ ସଙ୍କୋଚନ ଯୋଗୁ ଦେଶର ବିକାଶ ହାର ଭୟଙ୍କର ଭାବରେ ବାଧାପ୍ରାପ୍ତ ହୋଇଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ତ୍ରୈମାସ ବା ଚଳିତ ବର୍ଷର ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ତିିନ ମାସରେ ରାଷ୍ଟ୍ରର ସକଳ ଘରୋଇ ଉତ୍ପାଦ ବା ବିକାଶ ହାର ୩ ଦଶମିକ ୧ ପ୍ରତଶତକୁ ଖସିଆସିଛି । ତା’ ପୂର୍ବ ତ୍ରୈମାସ ଅର୍ଥାତ ଅକ୍ଟେବାରରୁ ଡିସେମ୍ବର ମଧ୍ୟରେ ବିକାଶ ହାର ୪ଦଶମିକ ୧ ପ୍ରତିଶତ ଥିଲା । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ବିକାଶ ହାର ୫ଦଶମିକ ୭ ଥିଲ । ଏହି ବିକଳ ଆର୍ଥିକ ଚିତ୍ର କୋଭିଡ୍‌-୧୯ ଲକ୍‌ଡାଉନ ପୂର୍ବର । ଏଥିରୁ ଅନୁମାନ କରାଯାଇପାରେ ଯେ ଅର୍ଥନୀତି ପରିଚାଳନାରେ ମୋଦି ସରକାର କେତେ ପାରଙ୍ଗମ!
ମୋଦି ସରକାରଙ୍କ ଆର୍ଥିକ ପରିଚାଳନାକୁ ର୍ପୂବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ, ଉର୍ଜିତ୍ ପଟେଲ ଓ ଭିରାଲ ଆଚାର୍ଯ୍ୟ ପ୍ରଭୃତି ସେମାନଙ୍କର ପଦ ତ୍ୟାଗ କରି ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ବିଦେଶରେ ଗଚ୍ଛିତ ଥିବା କଳାଧିନରୁ ୧୫ ଲକ୍ଷ ଟଙ୍କା ପ୍ରତ୍ୟେକ ଦେଶବାସୀଙ୍କ ବ୍ୟାଙ୍କ ଖାତାକୁ ଆଣିବା କେବଳ ଏକ ଜୁମ୍‌ଲା ଥିଲା ଖୋଦ୍ ଅମିତ୍ ଶାହା ସ୍ୱୀକାର କରିଛନ୍ତି । ଏହା ସହିତ ଚାଷୀଙ୍କ ଆୟ ୨ ଗୁଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି, ବ୍ୟବସାୟ, ବାଣିଜ୍ୟ ଓ ଆମଦାନି ରପ୍ତାନୀକୁ ଆଗକୁ ନେବାରେ କେନ୍ଦ୍ରର ମୋଦି ସରକାର ସଂପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି । ନଭେମ୍ବର ୨୦୧୬ ମସିହାରେ ଆକସ୍ମିକ ଭାବରେ ବିମୁଦ୍ରାୟନ କରି ଦେଶର ଅର୍ଥନୀତିକୁ ଧୂଳିସାତ କରିଥିବା ମୋଦି ସରକାର ବେରୋଜଗାରୀକୁ ୪୫ ବର୍ଷର ରେକର୍ଡ ଭାଙ୍ଗି ୨୪ ପ୍ରତିଶତରେ ପହଂଚାଇବାର ସଂପୂର୍ଣ୍ଣ ଶ୍ରେୟ ନିଜ ଉପରକୁ ନେବା ଦରକାର । ଆଜି ଶ୍ରମିକ ବେସାହାରା, ଚାଷୀକୁ ତା’ର ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ, ଲକ୍ଷ ଲକ୍ଷ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ସଂପୂର୍ଣ୍ଣ ଭାବରେ ଅଚଳ, ବ୍ୟବସାୟ ଠପ୍‌, ମଧ୍ୟବିତ ଓ ନିମ୍ନମଧ୍ୟବିତ ପରିବାରଙ୍କ ରୋଜଗାର ସଂକଟ ଭିତରେ ଥିବା ବେଳେ ‘ଆତ୍ମନିର୍ଭର ଭାରତ’ର ସ୍ଲୋଗାନ ଦେଶ ପାଇଁ ଏକ ବ୍ୟଙ୍ଗ ଛଡା ଅନ୍ୟ କିଛି ନୁହେଁ ।
ବର୍ତମାନ ଆସିବା ଓଡିଶା ସରକାରଙ୍କ ପାରିବା ପଣିଆ ଉପରେ – କୋଭିଡ୍‌-୧୯ ଲକଡାଉନ ନବୀନ ପଟ୍ଟନାୟକ ସରକାରଙ୍କ ପାରିବାପଣିଆ ପଦାରେ ପକାଇ ଦେଇଛି । ରାଜ୍ୟରେ କାମଧନ୍ଦା ନପାଇ ପ୍ରବାସରେ ପେଟ ଚାଖଣ୍ଡକ ପାଇଁ ଲକ୍ଷ ଲକ୍ଷ ଓଡିଆ ଲୋକ କଠିନ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ଦିନକୁ ୧୨ରୁ ୧୮ ଘଂଟା କାମ କରିବା ଭଳି ନିଷ୍ଠୁର ସତ୍ୟ ଏବେ ଜଣାପଡିଲା । ବଲିଉଡ୍ ଅଭିନେତା ସୋନୁ ସୁଦ୍ କେରଳରେ କାମ କରୁଥିବା କେନ୍ଦ୍ରାପଡାର ୧୬୯ ଜଣଙ୍କୁ ଉଦ୍ଧାର କରିବା ଓ ନବରଙ୍ଗପୁରର ଝିଅ କଂଗ୍ରେସ ଦଳର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ଦ୍ୱାରା ଉଦ୍ଧାର ହେବା ପରେ ଆଉ ଏକ ସତ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ କଲେଜ ପାଠ ଅଧାରୁ ଛାଡି ପରିବାର ଚଳାଇବା ଲାଗି ପ୍ରବାସୀ ହୋଇ ଯାଇଥିଲେ । ଏହା ପ୍ରମାଣ କରୁଛି ଯେ ରାଜ୍ୟର ଗ୍ରାମାଚଂଳରେ ଦିନକୁ ଦିନ ଦାରିଦ୍ର‌୍ୟର ଉତ୍ପୀଡନ ବଢିବାକୁ ଲାଗିଛି । ଲୋକଦେଖାଣିଆ ଭାବରେ ରାଜ୍ୟ ସରକାରଙ୍କ ୧୯ ଏପ୍ରିଲ୍‌ରେ ସରପଂଚଙ୍କୁ ଜିଲ୍ଲାପାଳର କ୍ଷମତା ନିଷ୍ପତି ଏକ ପ୍ରବଚଂନାରେ ପରିଣତ ହୋଇଛି । ପ୍ରତ୍ୟେକ ପଂଚାୟତରେ ସଙ୍ଗରୋଧ ଗୃହରେ ହେଉଥିବା ଅବ୍ୟବସ୍ଥା ଚରମ ସୀମାରେ ପହଂଚିଛି ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ କାର୍ଯ୍ୟ କରୁଛି । ଜିଲ୍ଲାପାଳଙ୍କ କ୍ଷମତା ନାଁରେ ସରପଂଚଙ୍କର ରିମୋର୍ଟ ବିଡିଓଙ୍କ ହାତରେ ଦିଆଯାଇଛି । ସରକାର ଘୋଷଣା କରିଥିବା ଅର୍ଥ ସହାୟତା ରାଶି ବର୍ତମାନ ସୁଦ୍ଧା ପଂଚାୟତମାନଙ୍କୁ ଦିଆଯାଇନାହିଁ । କରୋନା ବିପତି ସମୟରେ ଟ୍ରକ ଟ୍ରକ କୋଭିଡ ମୁକାବିଲା ପାଇଁ ଆସିଥିବା ସୁରକ୍ଷା ସଂରଞ୍ଜାମ (ପିିପିଇ) କିଟ୍ ସରକାର ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୃଷି କ୍ଷେତ୍ରରୁ ଲୋକ ଦୂରେଇ ଯିବା, ରାଜ୍ୟରେ ଲକ୍ଷ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦ ହେବା ବା ଋଗ୍‌ଣ ଅବସ୍ଥାକୁ ଚାଲିିଯିବା ଏ ସରକାରଙ୍କର ନିକ୍କମାପଣିଆକୁ ପଦାରେ ପକାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି ।
ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାର କାରଣ ନିଜେ ପ୍ରଧାନମନ୍ତ୍ରୀ ମୋଦି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ । ଉପଯୁକ୍ତ ସମୟ ନଦେଇ ଲକ୍‌ଡାଉନ୍ ଭଳି ଏକ ଦିଶାହୀନ ନିଷ୍ପତି ଫଳରେ ପ୍ରବାସୀ ଶ୍ରମିକମାନେ ଅକଥନୀୟ ଯନ୍ତ୍ରଣାର ସମ୍ମୁଖିନ ହେଲେ ଏବଂ ହେଉଛନ୍ତି ମଧ୍ୟ । କେନ୍ଦ୍ର ସରକାର ଏହି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବିପତି ସମୟରେ ଏକ ଟଙ୍କା ଖଚ୍ଚଁ ନ କରିବାକୁ ନେଇ ମାନ୍ୟବର ସୁପ୍ରିମ୍‌କୋର୍ଟ ଓ କେନ୍ଦ୍ର ସୂଚନା କମିଶନ ଚିନ୍ତା ପ୍ରକଟ କରିଛନ୍ତି । ଜନଧନ ଯୋଜନାରେ ଖୋଲା ଯାଇଥିବା କେତେ ଆକାଉଂଟକୁ କେନ୍ଦ୍ର ସରକାର କେତେ ଅର୍ଥ ରାଶି ପ୍ରଦାନ କରିଛନ୍ତି ତାହା ସାର୍ବଜନୀନ ହେବା ଦରକାର । ସରକାରଙ୍କ ଦାବି ମତେ ୫୦୦ ଟଙ୍କାରେ ଗୋଟିଏ ପରିବାର ଦୁଇ ମାସ ଚଳିବା ଆଜିର ଦିନରେ ସମ୍ଭବ କି? ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ନାଁରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଯେଉଁ ଧାରାବାହିକ ଭାବରେ ଋଣ ଦେବାର ବିଭିନ୍ନ ଯୋଜନା ଦେଶବାସୀଙ୍କ ଆଗରେ ବଖାଣିଲେ ତାହା ବାସ୍ତବରେ ୧ଲକ୍ଷ ୮୬ ହଜାର ୬୫୦ କୋଟି ଅଟେ । ଏତଦ୍‌ବ୍ୟତୀତ ୧୧ ଲକ୍ଷ କୋଟି କେବଳ ଋଣର ଯୋଜନା ହୋଇଥିବା ବେଳେ ବଳକା ଅର୍ଥ ପୂର୍ବରୁ ଫେବୃଆରୀ ମାସରେ କେନ୍ଦ୍ର ବଜେଟ୍‌ର ବିଭିନ୍ନ ଯୋଜନାକୁ ପୁନର୍ବାର ଘୋଷଣା ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ମିଛି ଘୋଷଣାର ପରିଣାମ ସ୍ୱରୂପ ଆଜି ଦେଶର ଅର୍ଥନୀତି ସୁଧୁରିବାର ନାଁ ଗନ୍ଧ ଧରୁନାହିଁ । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ୧୦୦ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କର ମୃତ୍ୟୁ ପାଇଁ ମୋଦି ସରକାରଙ୍କୁ ଶ୍ରୀ କାନୁନ୍‌ଗୋ କଡା ସମାଲୋଚନା କରିଛନ୍ତି । ନିଜର ଅପରିଣାମଦର୍ଶୀ ଓ ହୁଣ୍ଡା ନିଷ୍ପତି ପାଇଁ ଦେଶରେ କରୋନା ସଂକ୍ରମଣର ହାର ଲକଡାଉନ୍ ଥିବା ସତ୍ୱେ ପାଖାପାଖି ୨ ଲକ୍ଷରେ ପହଂଚିଲାଣି । ଯଦି ପ୍ରଧାନମନ୍ତ୍ରୀ ଫେବୃୟାରୀ ମାସରୁ ରାହୁଲ ଗାନ୍ଧୀଙ୍କ ସତର୍କ ସୂଚନାକୁ ଆଧାର କରି ସଠିକ୍ ନିଷ୍ପତି ନେଇ ବିଦେଶରୁ ଆମ ଦେଶକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂଗରୋଧରେ ରଖିବାର ବ୍ୟବସ୍ଥା କରିଥାନ୍ତେ, ତାହା ହେଲେ ଆଜି ଆମ ଦେଶରେ ସଂକ୍ରମଣର ଏ ଭୟାବହତା ଦେଖିବାକୁ ମିଳିନଥାନ୍ତା । ପଡୋଶୀ ରାଷ୍ଟ୍ର ନେପାଳ ସହିତ ଭାରତର ବନ୍ଧୁତା ଦୀର୍ଘ ଦିନର ହୋଇଥିବା ସତ୍ୱେ, ମୋଦି ସରକାରଙ୍କ ବିଫଳ ବୈଦେଶିକ ନୀତି ପାଇଁ ନେପାଳ ଆଜି ଆମ ବିରୁଦ୍ଧରେ ଠିଆ ହେବାର ସାହସ କରୁଛି ।
ଓଡିଶାରୁ କୋଇଲାର ରୟାଲିଟି ବାବଦରେ କେନ୍ଦ୍ର ବର୍ଷକୁ ୮ ହଜାର କୋଟି ଟଙ୍କା ନେଉଥିବା ବେଳେ ପ୍ରତିବଦଳରେ ଓଡିଶାକୁ ସମାନୁପାତିକ ନ୍ୟାଯ୍ୟ ରାଶି ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରୁଛି । ୬୦ ବର୍ଷ ବନାମ ୬୦ ମାସର ନାରା ଆଜି ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି ବୋଲି ଶ୍ରୀ କାନୁନ୍‌ଗୋ ମତବ୍ୟକ୍ତି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଶନିବାର ଓ ରବିବାର ମାସେ ପାଇଁ ସଟ୍ ଡାଉନ ହେବ ରାଜ୍ୟର ୧୧ ସହର…

ଭୁବନେଶ୍ୱର : ଦେଶରେ ଆଜି ଲାଗୁ ହୋଇଛି ଅନ୍‌ଲକ-୧।ଏଥିପାଇଁ ଓଡ଼ିଶା ସରକାର ଆଜି ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି। ନୂଆ ଗାଇଡ଼ ଲାଇନ ଅନୁସାରେ ୧୧ଟି ଜିଲ୍ଲାରେ ଆସନ୍ତା ମାସେ ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି।
ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ ରହିବ । ଏହି ସମୟରେ ଜୁରୀରି ସେବାକୁ ଛାଡିଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ ।ଏନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଏହାସହ ଜୁଲାଇ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ କୋଚିଂସେଣ୍ଟର ବନ୍ଦ ରହିବ । ଜୁନ୍ ୩୦ ଯାଏଁ ରାଜ୍ୟରେ କଟକଣା ବଳବତ୍ତର , ଜୁନ୍ ୩୦ ଯାଏଁ ଓଡିଶାରେ ସମସ୍ତ ସପିଂମଲ୍ , ସିନେମାହଲ୍,ଜିମ୍ ,ପାର୍କ,ବାର୍ ବନ୍ଦ ରହିବ ,କୌଣସି ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ।ସମସ୍ତ ସମାବେଶ ମନା।
ଜୁନରେ କରୋନା ଆହୁରି ବଢିପାରେ।ତେଣୁ ଜୁନ୍ ମାସ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ପୂର୍ବ ପରି ରାଜ୍ୟରେ ନାଇଟ କର୍ଫ୍ୟୁ ଜାରୀ ରହିବ । ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ ବଳବତ୍ତର। ମାସ୍କ ପିନ୍ଧିବା ଆହୁରି କଡାକଡି କରିଛନ୍ତି ସରକାର।ଏବେ ମାସ୍କ ନ ପିନ୍ଧିଲେ ଜୋରିମାନା ସହ ଗିରଫ ହେବେ ।ବାହାରେ ଛେପ ପକାଇଲେ ୫୦୦ ଜୋରିମାନା ମଧ୍ୟ କରାଯାଇଛି।

ଆମେ ବି ପାଉନୁ ଦରମା : ପଦ୍ମନାଭ ବେହେରା

ଭୁବନେଶ୍ୱର : ବର୍ତ୍ତମାନ ସମସ୍ତଙ୍କର ଦରମା କାଟ ଚାଲିଛି ।ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି। ଏମିତି କି ଆମେ ବି ଦରମା ପାଉନୁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଓଡିଶା ମୋଟର ଚାଳକ ସଂଘର ଆନ୍ଦୋଳନକୁ ଯୁକ୍ତିଯୁକ୍ତ ଦର୍ଶାଇବା ସହ ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।
ଆଜି ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଓଡିଶା ମୋଟର ଚାଳକ ସଂଘ। ସେମାନେ ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ଏହି ଆନ୍ଦୋଳନ କରୁଛନ୍ତି । ସେମାନଙ୍କର ମୁଖ୍ୟ ଦାବି ହେଉଛି ଡ୍ରାଇଭର ,କଣ୍ଡକ୍ଟର ଓ ହେଲପରଙ୍କୁ ତିନି ମାସର କ୍ଷତିପୂରଣ ସହ ପରିବହନ କର୍ମଚାରୀର ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଦାବିକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସମର୍ଥନ କରିଛନ୍ତି। ସେ କହିଛନ୍ତି ସେମାନଙ୍କ ପାଇଁ ବିମାର ଆବଶ୍ୟକତା ଅଛି।
ସେମାନେ ମଧ୍ୟ ପୂର୍ବରୁ ଏ ଦାବି ବିଷୟରେ ଲିଖିତ ଆକାରରେ ଆମକୁ ଜଣାଇଥିଲେ। ଯାହାକୁ କି ଏବେ ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି। ଖୁବ ଶୀଘ୍ରରେ ଏ ବାବଦରେ ନିଷ୍ପତ୍ତି ନେବେ। ହେଲେ ବର୍ତ୍ତମାନ ଆର୍ଥିକ ସ୍ଥିତିକୁ ଦେଖାଯାଇ ନିଷ୍ପତି ନିଆଯିବ।
ଆମ ପାଖରେ ଚୂନା ଥିଲେ ତ ଯାଇଁ ପିଠା କରିବୁ। ଏବେ ସମସ୍ତଙ୍କର ଦରମା କାଟ ଚାଲିଛି। ଏଥିପାଇଁ ରାଜ୍ୟର ରାଜସ୍ୱ ଆଦାୟ କମିଯାଇଛି। ଏମିତି କି ଆମେ ବି ଦରମା ପାଉନୁ। ଆମ ଦରମାର ୭୦% ବି କଟିଛି।ଓ ସମସ୍ତ ବିଧାୟକ ପାଣ୍ଠି ସବୁ ବନ୍ଦ ଅଛି। ଏ ସବୁ ଦିଗକୁ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଟର ଚାଳକ ସଂଘର ଦାବିକୁ ବିଚାର କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

ଗଣମାଧ୍ୟମର କରୋନା ଯୋଦ୍ଧାଙ୍କ ପ୍ରତି ଏ ଅନ୍ୟାୟ କାହିଁକି : ସିଦ୍ଧାର୍ଥଙ୍କ ଉଦବେଗ

ଭୁବନେଶ୍ୱର : ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧିମାନେ ମଧ୍ୟ ଆଗ ଧାଡ଼ିର କରୋନା ଯୋଦ୍ଧା l କୋଭିଡ 19 ର ଟିକନିଖ ଖବର ଆମକୁ ସେମାନଙ୍କ ଯୋଗୁଁ ହିଁ ମିଳୁଛି.l ସେମାନେହିଁ ଆମକୁ ସଚେତନ କରାଉଛନ୍ତି l ତେବେ ସେମାନଙ୍କ ପ୍ରତି ଅବିଚାର ଓ ଅନ୍ୟାୟ କରାଯାଉଛି ବୋଲି ଉଦବେଗ ପ୍ରକାଶ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ବିଜେପି ନେତା ସିଦ୍ଧାର୍ଥ ଶେଖର ସିଂହ l

ଓଡିଶାର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧା ମାନେ ଦିନରାତି ଏକ କରି କାର୍ଯ୍ୟ କରୁଥିବା ବେଳେ କୋଉଠି ସେମାନଙ୍କର ଦରମା କଟାଯାଉଛି ତ ଆଉ କୋଉଠି ଛଟେଇ କରାଯାଉଛି. I  ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ସିଦ୍ଧାର୍ଥ. I
ଯେଉଁ କର୍ମଚାରୀମାନେ ଗଣମାଧ୍ୟମ ସଂସ୍ଥା ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ମାତ୍ର ଗୋଟିଏ ଦୁଇଟି ମାସର ଲକଡାଉନ ରେ ସେମାନଙ୍କ ଦରମା କାଟ ଓ ଛଟେଇ ଅତ୍ୟନ୍ତ ଅମାନବୀୟ ବୋଲି କହିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ l
ଅନେକ ଗଣମାଧ୍ୟମସଂସ୍ଥା ର ପୃଷ୍ଠପୋଷାକ ରାଜନୀତି ସହ ମଧ୍ୟ ସଂଶ୍ଲିଷ୍ଟ. I  ନିର୍ବାଚନ ସମୟରେ ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଥିବା ଏହି ରାଜନେତା ମାନଙ୍କ ପାଖରେ କଣ କମ ଵିଜ୍ଞାପନରେ କିଛି ମାସ ତାଙ୍କ କର୍ମଚାରୀଙ୍କୁ ଦରମା ଦେବାପାଇଁ ଅର୍ଥ ନାହିଁ… ସେମାନଙ୍କ ଆର୍ଥିକ ସ୍ଥିତି କଣ ଏତେ ଖରାପ. I  ଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି ବୋଲି ସିଦ୍ଧାର୍ଥ କହିଛନ୍ତି l
ଜଣେ ରାଜନେତା ଭାବେ ନୁହେଁ ବରଂ ରାଜନୀତିରେ ପାଦ ଦେବା ପୂର୍ବରୁ କିଛି ବର୍ଷ ଗଣମାଧ୍ୟମରେ କାର୍ଯ୍ୟ କରିଥିବା ଜଣେ ସାମ୍ବାଦିକଭାବେ ମୋର ଏହି ଉଦବେଗ ଏବଂ ଏ ଘଟଣା ମୋତେ ବ୍ୟଥିତ କରୁଛି ବୋଲି ସିଦ୍ଧାର୍ଥ କହିବା ସହ ଖୁବ ଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ରଖିଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news