କେନ୍ଦ୍ର ଓ ରାଜ୍ୟ ପ୍ୟାକେଜକୁ ନିରଞ୍ଜନ ଟାର୍ଗେଟ ….

- Advertisement -

ଭୁବନେଶ୍ୱର  – ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା “ଜୀବିକା ମିଶନ” ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, ପ୍ରଚାର ଓ ପ୍ରତାରଣାର ସରକାର ।
ଯଦୁମଣିଙ୍କର କଥା ଉଦାହରଣ ଦେଇ ନିରଞ୍ଜନ କହିଥିଲେ ଯେ  “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ
ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।”ଏହି କାର୍ଯ୍ୟକ୍ରମ ପାଇଁ ସରକାର ୧୭ ହଜର କୋଟି ଟଙ୍କାର ବରାଦ କରିଛନ୍ତି । ହୁଏତ ଏହା ବଜେଟ ଓ ବଜେଟ ବାହାର ଅର୍ଥରୁ ଯୋଗାଡ଼ ହେବ । ଏଥିରେ ମୁଖ୍ୟତଃ ମହାତ୍ମାଗାନ୍ଧୀ ନରେଗା ଅର୍ଥ ମିଶିଛି । ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରିୟ ବଜେଟ୍‌ରେ ୬୧ ଜହାର କୋଟି ଟଙ୍କା ଓ ସ୍ୱତନ୍ତ୍ର ପ୍ୟାକେଜ ୪୦ ହଜାର କୋଟି ଟଙ୍କାରୁ ମିଳିବ । ଓଡ଼ିଶା ପାଇଁ ରାଜ୍ୟ ଅଂଶ ବାବଦ ମିଶି ହୁଏତ ଏହା ୯ରୁ ୧୦ ହଜାର କୋଟି ଟଙ୍କା ହେବ ।ଅର୍ଥ କମିଶନଙ୍କ ପ୍ରଦତ ଅର୍ଥ ପଂଚାୟତ ଓ ମ୍ୟୁନିସିପାଲିଟି
ଘୋଷିତ ଟଙ୍କାର ପରିମାଣ ହୁଏତ ଯୋଗାଡ଼ ସମ୍ଭବ ।
କିନ୍ତୁ ଆମର ପ୍ରଶ୍ନ ହେଉଛି ସରକାରଙ୍କର ନିଷ୍ଠା ଓ ଆନ୍ତରିକତାକୁ ନେଇ । ସରକାରଙ୍କ ସ୍ପଷ୍ଟ କାର୍ଯ୍ୟକ୍ରମ ଘୋଷିତ ନ ହେଲେ ମଧ୍ୟ ଏହା ଭାବରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଓ ମହାତ୍ମା ଗାନ୍ଧୀ ନରେଗା ଅର୍ଥ ଉପରେ ନିର୍ଭରଶୀଳ ବୋଲି ଜଣାଯାଉଛି । ତେବେ ଜୁନ୍‌ମାସ ଦ୍ୱିତୀୟ ସପ୍ତାହରେ ସରକାର ସମସ୍ତ ମାଟିକାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ । ରାଜ୍ୟରେ କାମପାଇଁ ହାତରେ କିଛି ଅର୍ଥ ଚାହିଁ ବସିଥିବା ୪୦ଲକ୍ଷ ଶ୍ରମଜିବୀ ପରିବାର ଜୁନ୍‌ରୁ ଅକ୍ଟୋବର ପାଂଚମାସ କାମ ପାଇବେକି? ଭୋକିଲା ପେଟରେ ଓଦାକନା ଦେଇ ବସିବେ । ଏ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ବିଧାନ ସଭାର ସ୍ୱତନ୍ତ ଅଧିବେସନ ଡାକି ବିସ୍ତୃତ ଆଲୋଚନା କରିବାପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଦାବି କରିଥିଲେ ।
ଦ୍ୱିତୀୟତଃ ରାଜ୍ୟ ବାହାରୁ ଆସିଥିବା କୁଶଳୀ- ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ସରକାର ଚିହ୍ନଟ କରିନାହାନ୍ତି ଏବଂ ସେମାନଙ୍କୁ କେଉଁ କାମ କେଉଁ କ୍ଷେତ୍ରରେ ଯୋଗାଇବେ ତାହା ସ୍ପଷ୍ଟ ନୁହେଁ । ରାଜ୍ୟରେ ଥିବା ପ୍ରାୟ ୨ଲକ୍ଷ କ୍ଷ୍ୟୁଦ୍ର ଓ ଲଘୁ ଉଦ୍ୟୋଗ ଅଚଳ ଅବସ୍ଥାରେ ଅଛି । ସେଥିରେ ନିଯୁକ୍ତ ସବୁ ବର୍ଗ ରୋଜଗାର ହରାଇଛନ୍ତି । ତାଙ୍କୁ କେନ୍ଦ୍ର ଘୋଷିତ ସହାୟତା ଆକାଶ କୟାଁ ଚିଲିକା ମାଛ ସଦୃଶ । ସରକାର ସେମାନଙ୍କ ପାଇଁ ଅନ୍ତତଃ ୬ ମାସର ବିଦ୍ୟୁତ ଦେୟ ଛାଡ଼ ଦେବାର ବ୍ୟବସ୍ଥା ଏଥିରେ ନାହିଁ । ସେମାନଙ୍କ ଉତ୍ପାଦନ ବଜାରରେ ପହଂଚିଲେ ବିକ୍ରେତାମାନେ ଭିଡ଼ ଜମାଇବାରେ ସମ୍ଭାବନା ନାହିଁ । ସେଥିପାଇଁ ସମସ୍ତ ବେରୋଜଗାରୀଙ୍କ ହାତକୁ ମାସକୁ ଅନ୍ତତଃ ୭ ହଜାରରୁ ୮ ହଜାର ଟଙ୍କା ପହଂଚିବାର ଆବଶ୍ୟକତା ଅଛି । ଏହି ଯେଉଁ ଟଙ୍କାର ବରାଦ ଅଛି କୌଣସି ଭାବେ ୪୦ଲକ୍ଷ ପରିବାରକୁ ୨୦୦ ଦିନର ମଜୁରୀ ଅତିକମ୍‌ରେ ୩୦୦ ଟଙ୍କା ହାରରେ ଦେବାକୁ ହେଲେ ୨୪ ହଜାର କୋଟି ଟଙ୍କାର ଆବଶ୍ୟକତା ଅଛି । ତେବେ କେଉଁ ଆଧାରରେ ଏହି ୧୭ ହଜାର କୋଟି ଟଙ୍କା ସ୍ୱପ୍ନ ବଂଟାଯାଇଛି?
ଏଠରେ ସ୍ମରଣଯୋଗ୍ୟ ଯେ ଗତବର୍ଷ ପୁରୀ ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ବାବଦରେ ୧୩ଶହ କୋଟି ଟଙ୍କା ପୁରୀ ଜିଲ୍ଲାପାଳଙ୍କୁ ସରକାର ଦେଇଥିଲେ । ମାତ୍ର ଏଥିରୁ ୨୦୦ କୋଟି ଟଙ୍କା ଜିଲାପାଳ ଫେରସ୍ତ କରିଥିବା ବେଳେ ବାକି ୧୧ଶହ କୋଟି ଟଙ୍କାରୁ ୬ଶହ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ସରକାରଙ୍କର ଘୋଷଣା ଓ କାର୍ଯ୍ୟକାରୀତା ଭିତରେ ଆକାଶ ଓ ପୃଥିବୀର ପ୍ରଭେଦ । ସାଧରଣତଃ ପ୍ରତ୍ୟେକ ବର୍ଷ କୃଷିଋଣ ବାବଦରେ ୭ହଜାର ୫ଶହ କୋଟିଟଙ୍କା ଦିଆଯାଉଥିବା ବେଳେ ଏବର୍ଷ କରୋନା ବିପତି ସମୟରେ ତାକୁ ମାତ୍ର ୧୫ଶହ କୋଟି ଟଙ୍କା ବଡ଼ାଯାଇ ୯ହଜାର କୋଟି ଦିଆଯିବା ଚାଷୀକୂଳ ପ୍ରତି ଚରମ ଉପହାସ । ସମବାୟ ମନ୍ତ୍ରୀ ପୂର୍ବରୁ କରିଥିବା ଘୋଷଣାକୁ ପୁର୍ନବାର ଘୋଷଣା କରି ସରକାର ଚାଷୀକୂଳ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ବ୍ୟାଙ୍କ ଚାଷୀଭାଇ ମାନଙ୍କୁ ବିହନ ଦେବାର ପ୍ରକ୍ରୟା ବର୍ତମାନ ସୁଦ୍ଧା ଆରମ୍ଭ ହୋଇନଥିବା ବେଳେ ବର୍ଷାଦିନେ ବିହନ ଯୋଗାଣ ତାଙ୍କର କି କାମରେ ଆସିବ ବୋଲି ପ୍ରଶ୍ନକରି କ୍ଷୋଭପ୍ରକାଶ କରିଥିଲେ ପ୍ରଦେଶ କଂଗ୍ରେସ ସଭାପତି । କୃଷି ଓ କୃଷକମାନଙ୍କୁ ଋଣ ଯୋଗାଇବାରେ ଯେଉଁ ବଡ଼ ସ୍ୱପ୍ନ ବଂଟାଯାଇଛି ତାକୁ ନେଇ ପ୍ରଶ୍ନକରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ । ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ ଏଥିରେ ୨୪ଲକ୍ଷ ପରିବାର ଉପକୃତ ହେବେ । କିନ୍ତୁ ପ୍ରଶ୍ନ ହେଉଛି ଏହି ଋଣ କ’ଣ ସଠିକ୍ ଭାବରେ ଭାଗଚାଷୀ ଯେଉଁମାନଙ୍କ ସଂଖ୍ୟା ୭୬% ତାଙ୍କ ପାଖରେ ପହଂଚିବ? ଅତୀତର ଅଭିଜ୍ଞତା କହୁଛି ସେମାନେ ଏଥିରୁ ବଂଚିତ ରୁହନ୍ତି । କିଏ ପହଂଚାଇବ ଓ କିପରି ପହଂଚାଇବ ତାହା ଏକ ଅସମାହିତ ପ୍ରଶ୍ନ ହୋଇରହିଛି । ଚାଷୀମାନଙ୍କୁ ମାଗଣା ବିହନ ଓ ମଞ୍ଜି ଯୋଗାଇବାକୁ ଆବଶ୍ୟକ ଅର୍ଥ କେଉଁଠି ଦୃଶ୍ୟମାନ ହେଉନାହିଁ । କେବଳ ଋଣ ଉପରେ ମଧ୍ୟ ରିହାତି ଅଛି । ଯେଉଁମାନେ ଋଣ ନେବେ ତାଙ୍କୁ ହିଁ ଏହା ପ୍ରାପ୍ତ ହେବ । ଅଗଣିତ ଚାଷୀ ବ୍ୟାଙ୍କ ଋଣ ପାଇ ନଥାନ୍ତି । ପରିସଂଖ୍ୟାନ କହେ ୨ଶହ କୋଟି ଟଙ୍କା ଯଦି ୨୪ଲକ୍ଷ ୫୬ ହଜାର ଚାଷୀଙ୍କ ଭିତରେ ସମାନୁପାତିକ ଭାବରେ ଦିଆଯାଏ ତାହାହେଲେ ଜଣପିଛା ମାତ୍ର ୮୧୪ଟଙ୍କା ପଡ଼ିବ ।ଏଥିରେ ଚାଷୀଭାଇମାନଙ୍କର କଣ ଉନ୍ନତି ହେବ, ସେ ବିଷୟରେ ସରକାର ଜବାବ ରଖିବା ଉଚିତ୍ ବୋଲି ଶ୍ରୀଯୁକ୍ତ କାନୁନ୍‌ଗୋ ଦାବି କରିଥିଲେ । ପୂର୍ବ ଘୋଷିତ ଆଦିବାସୀ ଜୀବିକା ମିଶନ ଅନୁସାରେ କେତେ ଆଦିବାସୀ ପରିବାର ଉପକୃତ ହୋଇଥିଲେ ଏବେ ସଂକଟ ସମୟରେ କେତେ ଅଧିକଙ୍କୁ ଦିଆଯିବା ଆଦୌ ସ୍ପଷ୍ଟ ନୁହେଁ । କେବଳ କୁହାଯାଇଛି ୮.୫ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କର ଆୟର ୨୦% ବୃଦ୍ଧି ଘଟିବ । ଏ ସମଗ୍ର ଘୋଷଣା ମେ ମାସ ୨୯ ତାରିଖରେ କ୍ୟାବିନେଟ ମଂଜୁରୀ ମିଳିବା ପୂର୍ବରୁ ୨୮ ତାରିଖରେ ଡେଭଲମେଂଟ କମିଶନର ତାଙ୍କର ନିର୍ଦ୍ଦେଶନାମାରେ ପ୍ରକାଶ କରିସାରିଥିଲେ । ଏଥିରୁ ସ୍ପଷ୍ଟ ଜଣାଯାଏ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀମଣ୍ଡଳ କେବଳ ରବରଷ୍ଟାମ୍ପ ଭଳି ଏ କାର୍ଯ୍ୟରେ ମୋହର ମାରିଥିଲେ । ରାଜ୍ୟର ପଂଜିକୃତ ୨୧ ଲକ୍ଷ ନିର୍ମାଣ ଶ୍ରମିକ ରୋଜଗାର ହରାଇଛନ୍ତି । ତାଙ୍କୁ ପୁନଃ ରୋଜଗାରକ୍ଷମ କରିବାର କୌଣସୀ ଦୃଶ୍ୟମାନ ଯୋଜନା ଏଥିରେ ନାହିଁ । ସରକାରଙ୍କର ଏହି ଘୋଷଣା ଅତ୍ୟନ୍ତ ନିଷ୍ଠାରହିତ, ପ୍ରତାରଣା ଓ ପ୍ରବଂଚନା ପୂର୍ଣ୍ଣ ଓ ବିଚାର ରହିଛି l
ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଜ୍ଞାନଦେବ ବେଉରା, ସୋସିଆଲ ମେଡିଆ ଅଧକ୍ଷ ଅଭିଷେକ ମହାନନ୍ଦ,ମୁଖପାତ୍ର ପ୍ରଶାନ୍ତ ଶତପଥି ,ମିଡ଼ିଆ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles