ଦେଶରେ ୨୪ଘଣ୍ଟାରେ ସର୍ବାଧିକ ୯୩୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଏ ଯାଏ ଭାରତରେ ୨,୧୬,୯୧୯ରେ ଆକ୍ରାନ୍ତ ସଂଖ୍ୟା ପହଂଚିଛି। ଏହାସହ ୬୦୭୫ ଜଣଙ୍କର ମୃତ୍ୟୁ ହୋଇଛି।ସେହିପରି ୧,୦୪,୧୦୬ ଜଣ ଲୋକ ସୁସ୍ଥ ହେଲେଣି।ଏବେ ୧୦୬,୭୩୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ଗତ ୨୪ ଘଣ୍ଟାରେ ୯୩୦୪ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣ ପ୍ରାଣ ହରାଇଛନ୍ତି ।
ଏହାସହ ମହାରାଷ୍ଟ୍ରରେ ସର୍ବାଧିକ ୨,୫୮୭, ଗୁଜୁରାଟ ୧୧୨୨, ଦିଲ୍ଲୀ ୬୦୬, ମଧ୍ୟପ୍ରଦେଶ ୩୭୧, ପଶ୍ଚିମବଙ୍ଗ ୩୪୫, ଉତ୍ତରପ୍ରଦେଶ ୨୨୯, ରାଜସ୍ଥାନ ୨୦୯, ତାମିଲନାଡୁ ୨୦୮ ମୃତ୍ୟୁ ହୋଇଛି।

ବିଶ୍ୱାସରେ ବିଷ ଦେଇ ଗର୍ଭବତୀ ମାକୁ ମାରିଦେଲା ଏ ମଣିଷ

କେରଳ  : ମଣିଷ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ। କାରଣ ତାର ବିଚାର ଶକ୍ତି ଅଛି।ଯେତେବେଳେ ମଣିଷ ତାର ଏ ବିଚାର ଶକ୍ତି ହରେଇ ବସେ , ସେ ପଶୁଠାରୁ ମଧ୍ୟ ହୀନ ହୋଇଯାଏ। ନିଜକୁ ମନୁଷ୍ୟ କହିବାର ଅଧିକାର ,ସେ ହରେଇ ବସେ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। କେରଳ ପଲାକ୍କଡ ଜିଲ୍ଲାରୁ। କିଛି ଖଳ ପ୍ରକୃତିର ଲୋକ ଗୋଟେ ମାଈ ହାତୀକୁ ସପୁରୀ ଭିତରେ ବାଣ ଭରି କରି ଖାଇବାକୁ ଦେଇଥିଲେ। ସପୁରୀକୁ ହାତୀ ଖାଦ୍ୟ ଭାବି ଖାଇଥିଲା। ପରବର୍ତ୍ତୀ ସମୟରେ ବାଣ ପେଟରେ ବିସ୍ଫୋରଣ ହେବାରୁ ତାର ମୃତ୍ୟୁ ହୋଇଛି।

ସେ ତ ପଶୁ ଥିଲା ସହଜରେ ମଣିଷକୁ ବିଶ୍ୱାସ କରିଗଲା। ହେଲେ ଏ ନିଷ୍ଠୁର ମଣିଷ ତାକୁ ବିଶ୍ୱାସରେ ବିଷ ଦେଇଦେଲା। କେରଳ ପଲାକ୍କଡ ଜିଲ୍ଲାକୁ ଏକ ହାତୀ ଚାଲି ଆସିଥିଲା । ସେହି ସମୟରେ ସେ ଅଞ୍ଚଳର କିଛି ଲୋକ ସପୁରୀ ଭିତରେ ବାଣ ଭରିକରି ହାତୀକୁ ଖଇବାକୁ ଦେଇଥିଲେ।ଆଉ ସେହି ସପୁରୀ ଖାଇବା ପରେ ହାତୀର ପାଟିରେ ବିସ୍ଫୋରଣ ହୋଇଥିଲା । ହାତୀକୁ ବହୁତ କଷ୍ଟ ହୋଇଥିଲା ।ଫଳରେ ସେ କଷ୍ଟକୁ କମେଇବା ପାଇଁ ପାଣି ଭିତରକୁ ପଶି ଯାଇଥିଲା।ପାଣି ଭିତରୁ ହାତୀକୁ ବାହାର କରିବା ପାଇଁ ବନବିଭାଗ ଦୁଇଟି ପୋଷା ହାତୀ ଆଣି ଉଦ୍ୟମ କରିଥିଲା । ହେଲେ ହାତୀ ଆଉ ପାଣି ଭିତରୁ ବାହାରିନଥିଲା ।ଆଉ ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଲା । ପୋଷ୍ଟମର୍ଟ ପରେ ଜଣାପଡ଼ିଲା, ମାଈ ହାତୀଟି ଗର୍ଭବତୀ ଥିଲା । ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ କ୍ଷଭ ପ୍ରକାଶ ପାଇଛି। ଏହାସହ ଦୋଷୀଙ୍କୁ କୋଠର ଦଣ୍ଡ ଦେବା ପାଇଁ ଦାବି ହୋଇଛି।

ହାତ ଧରିଲେ ପୂର୍ବତନ ବିଧାୟକ ବିପନ ଦାଶ…

ଭୁବନେଶ୍ୱର – ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ବିପିନ୍ ଦାଶ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପୂର୍ବତନ ବିଧାୟକ ଶ୍ରୀ ଦାଶଙ୍କର ଯୋଗଦେବାକୁ ଆନୁଷ୍ଠାନିକ ଭାବରେ ଘୋଷଣା କଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଶ୍ରୀ ଦାଶଙ୍କ ଘରବାହୁଡ଼ା ହୋଇଛି । ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ କରାଯାଇଥିଲା । ତାଙ୍କର ଯୋଗଦାନ ଆମକୁ ଉତ୍ସାହିତ କରିବା ସହ ଦଳକୁ ମଜବୁତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ଓଡ଼ିଶା କଂଗ୍ରେସ ଟ୍ରେନିଂଇନ୍‌ଚାର୍ଜ ଶ୍ରୀ ଶୁଭେନ୍ଦୁ ମହାନ୍ତି, କଂଗ୍ରେସ ନେତା ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ ।

ଇସ୍ତଫା ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ…

ଭୁବନେଶ୍ୱର : ଇସ୍ତଫା ପତ୍ର ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ନିଷ୍ପତ୍ତି ବଦଳାଇବା କହିଛନ୍ତି ଜଗନ୍ନାଥ। ସଭାପତି ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାସହ ସେ କହିଛନ୍ତି , ଦଳର କିଛି ଅବ୍ୟବସ୍ଥା ଥିଲା। ତାକୁ ନେଇ ମନରେ ଅଭିମାନ ଥିଲା। ଦଳର ଶୀର୍ଷ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ସେସବୁ ଦୁର ହୋଇଛି। ଏବେ ଏକାଠି ରହିବୁ, କାମ କରିବୁ ।
ଗତ କାଲି ସନ୍ଧ୍ୟାରେ ବିଜେପିରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ।। ସେ ଭୁବନେଶ୍ୱର ବିଜେପିର ଜଣେ ଦକ୍ଷ ସଂଗଠକ। ପରେ ତାଙ୍କୁ ଦଳ ବୁଝେଇବାରେ ସଫଳ ହୋଇଛି। ସେ ଏବେ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଯାହା କି ଦଳ ପାଇଁ ଏକ ଭଲ ଖବର କୁହାଯାଇ ପାରେ।

୨୧ ଦିନର ଧୈର୍ଯ୍ୟ, ଗଣମାଧ୍ୟମର ସହଯୋଗ ଲଢ଼ିଲେ ପାଣ୍ଡିଆନ…

ଭୁବନେଶ୍ୱର : କରୋନା ଯୁଦ୍ଧରେ ବିଜୟୀ ହେବାକୁ  ହେଲେ ଆଉ   ମାତ୍ର ୨୧ ଦିନର ଧୈର୍ଯ୍ୟ ଦରକାର  । ଏହି ୨୧ ଦିନ ଓଡିଶା ପାଇଁ ଚ୍ୟାଲେଞ୍ଜ  । ତେଣୁ ଜନସାଧାରଣଙ୍କ ଏଥିରେ ସହଯୋଗ ଏକାନ୍ତ ଆବଶ୍ୟକ । ଏଥିପାଇଁ ଗଣମାଧ୍ୟମର ଭୂମିକା ରହିଛି l   ତେଣୁ ଓଡିଶା ଗଣମାଧ୍ୟମର ସଂପାଦକ ତଥା ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଛନ୍ତି  ୫ଟି ସଚିବ ଭି କେ ପାଣ୍ଡିଆନ୍‌ ।

ଏହି ଅବସରରେ ୫ଟି ସଚିବ ଭି କେ ପାଣ୍ଡିଆନ୍‌ ଗଣମାଧ୍ୟମର ସଂପାଦକ ଆଲୋଚନା କରି ଦେଶ, ବିଦେଶ ଓ ବିଶ୍ୱର କରୋନା ନେଇ ଆଲୋଚନା କଥା କରିଥିଲେ l

ଏବେ ସାରା ଦେଶ ଲକ୍‌ଡାଉନ୍‌ ଉଠାଇ ଦେଇଥିବାବେଳେ ଓଡ଼ିଶା ସଟ୍‌ ଡାଉନ୍‌ କାହିଁକି ଘୋଷଣା ହୋଇଛି ।  ଏ ନେଇ 5ଟି ସଚିବ କହିଥିଲେ ଯେ  ବର୍ତ୍ତମାନ ହେଉଛି ସବୁଠୁ ପିକ୍‌ ସମୟ । ଓଡ଼ିଶାକୁ ୫ ଲକ୍ଷ ପ୍ରବାସୀ ପ୍ରବେଶ କରିଛନ୍ତି । ସେମାନେ ସଂଗରୋଧରେ ଅଛନ୍ତି । ସେମାନେ ୧୦-୧୫ ଦିନ ମଧ୍ୟରେ ଘରକୁ ଫେରିଯିବେ । ତା’ଛଡ଼ା ମୌସୁମୀ ବି ଆସୁଛି । ମୌସୁମୀ ଆସିବାର ପ୍ରଥମ ଦୁଇ ସପ୍ତାହ ଭାଇରସ୍‌ ବ୍ୟାପିବା ପାଇଁ ସବୁଠୁ ଅଧିକ ସମ୍ବେଦନଶୀଳ ସମୟ । ତେଣୁ ରୋଗ ସଂକ୍ରମିତ ହେବାର ଆଶଙ୍କା ଅଧିକ । ତେଣୁ ଏହି ୨୧ ଦିନ ଆମେ ଯଦି ସଂଯମତା ସହିତ ସାମାଜିକ ଦୂରତା ରକ୍ଷା କରିବା ନିଶ୍ଚିତରୂପେ ସଂକ୍ରମଣକୁ ରୋକିପାରିବା । ଏବେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଦିନକୁ ପ୍ରାୟ ୨୦ ହଜାର ଲୋକ ସଂଗରୋଧ କେନ୍ଦ୍ରରୁ ଘରକୁ ଫେରୁଛନ୍ତି । ଶନିବାର ଓ ରବିବାର ସାଧାରଣତଃ ଲୋକେ ଟିକେ ହାଲକା ଫୁଲ୍‌କାଭାବେ ବୁଲାବୁଲି କରନ୍ତି । ଅଧିକାଂଶ ଅଫିସ୍‌ ବନ୍ଦଥାଏ । ସେହିଭଳି ରାତ୍ରୀରେ ବୁଲାବୁଲି ନ କଲେ ମଧ୍ୟ ସେତେ ଅସୁବିଧା ନାହିଁ । ଏସବୁକୁ ଦୃଷ୍ଟିରେ ରଖି ଯେଉଁ ୧୧ଟି ଜିଲ୍ଲାରେ ସର୍ବାଧିକ ରୋଗୀ ଅଛନ୍ତି, ସେବୁ ଜିଲ୍ଲାରେ ରାତ୍ରୀ କଟକଣା ଓ ସପ୍ତାହରେ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏଥିରେ ସଫଳ ହେଲେ ଆମେ ପୁଣି ବିଶ୍ୱରେ ଏକ ନମ୍ବର ପାଲଟିବା ।

ଏକ ତୁଳନାତ୍ମକ ଚିତ୍ର ଦେଇ ପାଣ୍ଡିଆନ୍‌ କହିଥିଲେ, କରୋନା ରୋଗୀଙ୍କ ସଂଖ୍ୟା ୧୦୦ରୁ ଦୁଇ ହଜାର ପହଞ୍ଚିବା ଲାଗି ଓଡ଼ିଶାକୁ ୩୭ ଦିନ ସମୟ ଲାଗିଛି । ହେଲେ ୧୦୦ରୁ ଦୁଇ ହଜାରରେ ପହଞ୍ଚିବା ଲାଗି ଗୁଜରାଟକୁ ମାତ୍ର ୧୮ ଦିନ ଲାଗିଥିଲାବେଳେ ଦିଲ୍ଲୀକୁ ୧୯ ଦିନ ଓ ମହାରାଷ୍ଟ୍ରକୁ ମାତ୍ର ୨୧ ଦିନ ସମୟ ଲାଗିଛି । ତାହା ପୁଣି ପ୍ରବାସୀ ଓଡ଼ିଆମାନଙ୍କୁ ବିଦାକଲା ପରେ । ସେହିଭଳି ମୃତ୍ୟୁ ହାରରେ ଓଡ଼ିଶା ସର୍ବନିମ୍ନ ସ୍ଥାନରେ ରହିଛି । ମୃତ୍ୟୁ ସଂଖ୍ୟା ଓଡ଼ିଶାର ମାତ୍ର ୭ରେ ସୀମିତ ଥିଲାବେଳେ ମହାରାଷ୍ଟ୍ର ୧୬୦ରେ, ଗୁଜରାଟ ୯୦ରେ ଓ ଦିଲ୍ଲୀ ୪୫ରେ ପହଞ୍ଚିଥିଲା । ଓଡ଼ିଶାରେ ମାତ୍ର ୦.୩୩ ପ୍ରତିଶତ ରୋଗୀ ମୃତ୍ୟୁବରଣ କରିଥିଲାବେଳେ ପଶ୍ଚିମବଙ୍ଗରେ ଏହି ହାର ୯.୨୧ ପ୍ରତିଶତରେ ପହଞ୍ଚିଛି । ସୁସ୍ଥହୋଇ ଘରକୁ ଫେରିବା ତାଲିକାରେ ବି ଓଡ଼ିଶା ମାତ୍‌ କରିଛି । ଏହି ଅବଧି ମଧ୍ୟରେ ଓଡ଼ିଶାରେ ୧୧୨୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲାବେଳେ ଦିଲ୍ଲୀରେ ମାତ୍ର ୭୨ ଜଣ, ମହାରାଷ୍ଟ୍ରରେ ୨୧୭ ଜଣ ଓ ଗୁଜରାଟରେ ୧୩୯ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ସେହିପରି ବିଶ୍ୱ ମାନଚିତ୍ର ସହ ଏକ ତୁଳନାତ୍ମକ ଚିତ୍ର ଦେଇ ପାଣ୍ଡିଆନ କହିଥିଲେ, ରୋଗୀ ସଂଖ୍ୟା ଓଡ଼ିଶାରେ ଶହେରୁ ଦୁଇ ହଜାରରେ ପହଞ୍ଚିବା ଲାଗି ୩୭ ଦିନ ସମୟ ଲାଗିଥିଲାବେଳେ ଦକ୍ଷିଣ କୋରିଆ ଓ ଇଟାଲିରେ ମାତ୍ର ୯ଦିନ, ଇଂଲଣ୍ଡରେ ୧୪ ଦିନ ସମୟ ଲାଗିଥିଲା । ମୃତ୍ୟୁ ହାର ମଧ୍ୟ କେବଳ ଜର୍ମାନୀକୁ ଛାଡ଼ିଦେଲେ ସମସ୍ତେ ଆଗରେ ରହିଛନ୍ତି । ଏହି ଅବଧି ମଧ୍ୟରେ ଓଡ଼ିଶାରେ ମାତ୍ର ୭ଜଣ, ଜର୍ମାନୀରେ ୬ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା ବେଳେ ଇଂଲଣ୍ଡରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଥିଲା । ରୋଗୀଙ୍କ କରୋନା ଟେଷ୍ଟ କରିବାହେଉ ଅଥବା ସୁସ୍ଥ ହୋଇ ଘରକୁ ଫେରିବା ହେଉ, ଓଡ଼ିଶା ଅନେକ ସଂଭ୍ରାନ୍ତ ରାଷ୍ଟ୍ରକୁ ପଛକୁ ଠେଲିଦେଇଛି । ଏସବୁ ସମ୍ଭବ ହୋଇଛି ଜନସାଧାରଣ, ଗଣମାଧ୍ୟମ ଓ କୋଭିଡ଼୍‌ ଯୋଦ୍ଧାଙ୍କ ଆନ୍ତରିକ ସହଯୋଗ ଯୋଗୁ ।

ଗଣମାଧ୍ୟମଗୁଡ଼ିକ ସମ୍ମୁଖୀନ ହେଉଥିବା ଦୁର୍ଦିନ ସମ୍ପର୍କରେ ମତ ଦେଇ ପାଣ୍ଡିଆନ୍‌ କହିଥିଲେ, ଏଥିରେ ସେ ସମ୍ପୂର୍ଣ୍ଣ ଏକମତ । ସାମ୍ବାଦିକମାନେ ମଧ୍ୟ କରୋନା ଯୁଦ୍ଧରେ ଯୋଦ୍ଧାର ଦାୟିତ୍ୱ ତୁଲାଉଛନ୍ତି । ଏବେ ଆର୍ଥିକ ସଙ୍କଟ କେବଳ ସେମାନଙ୍କର ନାହିଁ, ରାଜ୍ୟ ଓ ଦେଶ ମଧ୍ୟ ସଙ୍କଟର ସମ୍ମୁଖୀନ । ତଥାପି ସରକାର ଏଥିପ୍ରତି ସହୃଦୟତାର ସହିତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । 5ଟି ସଚିବ ଏପରି ପ୍ରୟାସ ଏବେ ଚର୍ଚ୍ଚାର ବିଷୟ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ 5ଟି ସଚିବ ପାଣ୍ଡିଆନ ସାମ୍ବାଦିକ ସହ ଆଲୋଚନା କରି ସହଯୋଗ ଲୋଢ଼ି଼ଥିଲେ l କାରଣ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଂଚାଇବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି l ଓଡିଶା ଯେପରି ଭାବରେ କରୋନାକୁ ଏକତା ସହ ଲଢ଼ୁଛି l ବନ୍ଦେ ଉତ୍କଳ ଜନନୀ ବୋଲି ଓଡିଶା ଏହାକୁ ପ୍ରମାଣିତ କରିଛି l ଯାହା ଜାତୀୟ ଗଣମାଧ୍ୟମର ଚର୍ଚ୍ଚାର ବିଷୟ l

ଜଗନ୍ନାଥ ଛାଡିଲେ ବିଜେପି….

ଭୁବନେଶ୍ୱର : ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ। ଗତ ଥର ବିଧାନସଭା ନିର୍ବାଚନର ବିଧାୟକ ପ୍ରାଥି। ବିଜେପିର ଜଣେ ଦକ୍ଷ ସଂଗଠକ ।ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସମୀର ମହାନ୍ତିଙ୍କ ପାଖକୁ ପଠେଇ ଦେଇଛନ୍ତି। ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବ ନାହିଁ ବୋଲି ସେ କହିଛନ୍ତି। ଏହାସହ ଭୁବନେଶ୍ୱର ସଭାପତି ଚୟନରେ ତାଙ୍କ ମତାମତ ନେଇ ନଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷ ଆଜି ବାବୁ ସିଂଙ୍କୁ ଭୁବନେଶ୍ୱର ସଭାପତି ଭାବେ ଘୋଷଣା କରାଯାଇଛି।
ପ୍ରଥମେ ଆଜି ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ବିଜେପିରୁ ଇସ୍ତଫା ଦେବା ନେଇ ଏକ ପୋଷ୍ଟ କରିଥିଲେ।କିନ୍ତୁ କିଛି ସମୟ ପରେ ଉକ୍ତ ପୋଷ୍ଟଟିକୁ ଡିଲିଟ କରିଦିଆଯାଇଥିଲା। ତାର କିଛି ସମୟ ପରେ ସେ ବିଧିବଦ୍ଧ ଭାବେ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।ଜଗନ୍ନାଥ ଦଳରୁ ଇସ୍ତଫା ଦେବା ନିଶ୍ଚିତ ଭାବରେ ଦଳ ପାଇଁ ଏକ ଅଶୁଭ ସଂକେତ ହୋଇପାରେ।

ଥିବା ଜଗନ୍ନାଥ କାହିଁକି ବିଜେପି ଛାଡ଼ିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଫେସବୁକରେ ଇସ୍ତଫା ଦେବାକୁ ମନସ୍ଥ କରିଥିବା ନେଇ ସୂଚନା ଦେବାର କିଛି କ୍ଷଣ ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଯାହା ଏବେ ବିଜେପି ଅଳିନ୍ଦରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

ମନୋଜ ତିୱାରୀଙ୍କୁ ବଦଳାଇ ଆଦେଶ କୁମାର ଗୁପ୍ତା ହେଲେ ଦିଲ୍ଲୀ ବିଜେପି ସଭାପତି

ନୂଆଦିଲ୍ଲୀ : ଆଜି ବଦଳିଲେ ଦିଲ୍ଲୀ ବିଜେପି ସଭାପତି । ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତାଙ୍କୁ ବିଜେପି ଦାୟିତ୍ୱ ଦେଇଛି ।ଦିଲ୍ଲୀ ବିଧାନସଭା ନିର୍ବାଚନ ପରାଜୟ ପରେ ମନୋଜ ତିୱାରୀଙ୍କ ବଦଳି କରିବା ଆଶଙ୍କା ଦେଖାଦେଇଥିଲା। ବିଭିନ୍ନ ସମୟରେ ମନୋଜ ବିବାଦୀୟ ବୟାନ ଦେଇ ଦଳକୁ ପ୍ରଶ୍ନ ଘରରେ ଛିଡା କରିବାର ନଜିର ମଧ୍ୟ ରହିଛି। ଏବେ ଦେଶ କରୋନା ଲଢ଼ୁଛି। ଏହି ସମୟରେ ଦଳୟ ନେତୃତ୍ୱ ପରିବର୍ତ୍ତନ ଅନେକଙ୍କୁ ଚକିତ କରିଛି। ଆଉ ଚର୍ଚ୍ଚା ମଧ୍ୟ ସୃଷ୍ଟି କରିଛି। ତେବେ ଏନେଇ ପାର୍ଟି ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରାଯାଇଛି ।

ଓଡ଼ିଶା ଲୋକ ମୋଦିଙ୍କ କାର୍ଯ୍ୟରେ ବେଶୀ ସନ୍ତୁଷ୍ଟ: ସି ଭୋଟର ସର୍ଭେ…

ଭୁବନେଶ୍ୱର: ସି ଭୋଟର ସର୍ଭେ ପକ୍ଷରୁ ଆଜି ଏକ ରିପୋର୍ଟ ପ୍ରକାଶ ପାଇଛି।ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେଉଁ ରାଜ୍ୟରେ କେତେ ପ୍ରତିଶତ ଲୋକ ପସନ୍ଦ କରନ୍ତି ତାର ତଥ୍ୟ ସାମ୍ନାକୁ ଆସିଛି । ସେଥିରୁ ଜଣାପଡ଼ିଛି ଓଡ଼ିଶାରେ ସବୁଠାରୁ ଅଧିକା ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଅଣ ବିଜେପି ରାଜ୍ୟରେ ମୋଦିଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି। ତେବେ ଆସନ୍ତୁ ଦେଖୁବା କେଉଁ ରାଜ୍ୟରେ କେତେ ପ୍ରତିଶତ ଲୋକ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ –
ଓଡ଼ିଶା : 95:73%
ହିମାଚଳ ପ୍ରଦେଶ : ୯୩.୯୫%
ଛତିଶଗଡ଼ : ୯୨.୭୩%
ଆନ୍ଧ୍ରପ୍ରଦେଶ : ୮୩.୬%
ଝାରଖଣ୍ଡ : ୮୨.୯୭%
କର୍ଣ୍ଣାଟକ : ୮୨.୫୬%
ଗୁଜୁରାଟ : ୭୬.୪୨%
ଆସାମ : ୭୪.୫୯%
ତେଲେଙ୍ଗାନା : ୭୧.୫୧%
ମହାରାଷ୍ଟ୍ର : ୭୧.୪୮%
ପଶ୍ଚିମବଙ୍ଗ : ୬୪.୦୬%
ଉତରପ୍ରଦେଶ : ୬୦.୬୮%
ଦିଲ୍ଲୀ : ୬୦.୩୫%
ବିହାର : ୫୮.୪୮%
ଉତରାଖଣ୍ଡ : ୫୩.୫୩%
ଗୋଆ : ୫୨.୫୪%
ହରିୟାଣା : ୫୧.୨୫%
ଜାମ୍ମୁକାଶ୍ମୀର : ୫୦.୨୩%
କେରଳ : ୩୨.୮୯%
ତାମିଲନାଡ଼ୁ : ୩୧.୧୫%

ଦେଶରେ ନବୀନ ପୁଣି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ : ସି ଭୋଟର ସର୍ଭେ

ଭୁବନେଶ୍ୱର : ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ ନବୀନଙ୍କୁ  ଓଡିଶାର  ଅଧିକ ଲୋକ ପସନ୍ଦ କରିଛନ୍ତି । ପୂର୍ବରୁ ମଧ୍ୟ ନବୀନ ପଟ୍ଟନାୟକ ଦେଶରେ ଶ୍ରେଷ୍ଠ ପ୍ରଶାସକ ଓ ନମ୍ବର 1 ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ଲୋକଙ୍କ ହିତରେ ସବୁବେଳେ କାମ କରୁଥିବା ନବୀନ ସରକାର ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ସବୁବେଳେ ପ୍ରଶଂସା ପାଉଛନ୍ତି l 20ବର୍ଷ ଧରି ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ରହି ନବୀନ ଓଡିଶା ବାସୀଙ୍କ ସେବା କରୁଛନ୍ତି l

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ କରୋନା ଆକ୍ରାନ୍ତ-
ଭୁବନେଶ୍ୱର: ରାଜ୍ୟରେ ପ୍ରତେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାସହ ଗୋଟେ ପରେ ଗୋଟେ ଜିଲ୍ଲାକୁ ମଧ୍ୟ ମାଡିବାରେ ଲାଗିଛି। ଏବେ ରାଜ୍ୟର ୨୯ଜିଲ୍ଲା କରୋନା କବଳରେ। ଆଜି ରାଜ୍ୟରେ ୧୪୧ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ରେ ପହଁଚିଛି। ସେଥିମଧ୍ୟରୁ ଏହାସହ ୯୯୧ଜଣ ଚିକିତ୍ସାଧୀନ,ଜଣ ୧୨୪୫ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି।ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ସଂଖ୍ୟ

୧- ଗଞ୍ଜାମ ଜିଲ୍ଲାରେ – ୪୫୮
୨-ବାଲେଶ୍ବରରେ- ୧୪୮
୩-ଯାଜପୁରରେ -୨୯୦
୪-କଟକରେ -୧୨୬
୫-ସୁନ୍ଦରଗଡ଼ରେ -୧୧୫
୬-ପୁରୀରେ -୯୬
୭-କେନ୍ଦ୍ରାପଡ଼ାରେ -୧୫୨
୮-ଅନୁଗୁଳରେ -୨୬
୯-ଖୋର୍ଦ୍ଧାରେ -୧୬୬
୧୦-ଦେବଗଡ଼ରେ -୩୨
୧୧-ଭଦ୍ରକରେ -୧୨୦
୧୨-ନୟାଗଡ଼ରେ -୬୯
୧୩-ଜଗତସିଂହପୁରରେ -୮୬
୧୪-ନୂଆପଡ଼ାରେ -୫୨
୧୫-ବଲାଙ୍ଗୀରରେ -୮୯
୧୬-ବୌଦ୍ଧରେ -୪୨
୧୭-କେନ୍ଦୁଝରରେ- ୩୦
୧୮-ମାଲକାନଗିରିରେ -୨୧
୧୯-ମୟୂରଭଞ୍ଜରେ- ୨୭
୨୦-କଳାହାଣ୍ଡିରେ -୨୦
୨୧-କନ୍ଧମାଳରେ- ୨୨
୨୨-ଗଜପତିରେ- ୪୦
୨୩-କୋରାପୁଟରେ -୭
୨୪-ଢେଙ୍କାନାଳରେ -୨୧
୨୫-ଝାରସୁଗୁଡ଼ାରେ -୭
୨୬-ସମ୍ବଲପୁରରେ -୧୨

Follow us

20,832FansLike
0FollowersFollow
14,700SubscribersSubscribe

Latest news