ଜଗନ୍ନାଥ ଛାଡିଲେ ବିଜେପି….

- Advertisement -

ଭୁବନେଶ୍ୱର : ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ। ଗତ ଥର ବିଧାନସଭା ନିର୍ବାଚନର ବିଧାୟକ ପ୍ରାଥି। ବିଜେପିର ଜଣେ ଦକ୍ଷ ସଂଗଠକ ।ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସମୀର ମହାନ୍ତିଙ୍କ ପାଖକୁ ପଠେଇ ଦେଇଛନ୍ତି। ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବ ନାହିଁ ବୋଲି ସେ କହିଛନ୍ତି। ଏହାସହ ଭୁବନେଶ୍ୱର ସଭାପତି ଚୟନରେ ତାଙ୍କ ମତାମତ ନେଇ ନଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷ ଆଜି ବାବୁ ସିଂଙ୍କୁ ଭୁବନେଶ୍ୱର ସଭାପତି ଭାବେ ଘୋଷଣା କରାଯାଇଛି।
ପ୍ରଥମେ ଆଜି ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ବିଜେପିରୁ ଇସ୍ତଫା ଦେବା ନେଇ ଏକ ପୋଷ୍ଟ କରିଥିଲେ।କିନ୍ତୁ କିଛି ସମୟ ପରେ ଉକ୍ତ ପୋଷ୍ଟଟିକୁ ଡିଲିଟ କରିଦିଆଯାଇଥିଲା। ତାର କିଛି ସମୟ ପରେ ସେ ବିଧିବଦ୍ଧ ଭାବେ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।ଜଗନ୍ନାଥ ଦଳରୁ ଇସ୍ତଫା ଦେବା ନିଶ୍ଚିତ ଭାବରେ ଦଳ ପାଇଁ ଏକ ଅଶୁଭ ସଂକେତ ହୋଇପାରେ।

ଥିବା ଜଗନ୍ନାଥ କାହିଁକି ବିଜେପି ଛାଡ଼ିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଫେସବୁକରେ ଇସ୍ତଫା ଦେବାକୁ ମନସ୍ଥ କରିଥିବା ନେଇ ସୂଚନା ଦେବାର କିଛି କ୍ଷଣ ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଯାହା ଏବେ ବିଜେପି ଅଳିନ୍ଦରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles