ଦୁଇ ମାସ ପରେ ଜଗା ଦର୍ଶନ : ହାତୀ ବେଶ ହେବେ ମହାପ୍ରଭୁ…

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୁରତି। ବିଡ଼ମ୍ବନାର ବିଷୟ କରୋନା ମହାମାରୀ ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି। ଧାଡି ପହଣ୍ଡି,ମଙ୍ଗଳାଆଳତି,ଅବକାଶ ନୀତି କଡ଼ପ ଲାଗି ନୀତି ଶେଷ ହୋଇଛି। ସେହିପରି ଛେରାପହଁରା ପରେ ଗଜାନନ ରୂପେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଆଜି ଜଗତର ନାଥ ଜଗନ୍ନାଥ ୩୫ ଗଡୁ ଜଳରେ ସ୍ନାନ କରିବେ। ସେହିପରି ସୁଦର୍ଶନ ୧୮ ଗଡୁ,ସୁଭଦ୍ରା ୨୨ ଗଡୁ ବଳଭଦ୍ର ୩୩ ଗଡୁ ଜଳରେ ସ୍ନାନ କରିବେ। ସମୁଦାୟ ଚତୁର୍ଦ୍ଧା ମୁରତି ୧୦୮ ଗଡୁ ଜଳରେ ସ୍ନାନ କରିବେ। ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପରେ ପରେ ଯଥା ବିଧି ରୀତିନୀତି ହେବ। ବାହୁଡା ନୀତି ଅପରାହ୍ନ ୫ଟାରୁ ୮ ଟା ମଧ୍ୟରେ ସମ୍ପନ୍ନ ହେବ। ଯାହା କି ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଧାରଣ କରିଛି। ପ୍ରଥମ ଥର ପାଇଁ ଭକ୍ତଙ୍କ ବିନା ସୀମିତ ସେବାୟତଙ୍କ ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ କାର୍ଯ୍ୟ ଚାଲିଛି। ସେବାୟତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି। ଏହାସହ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁକରିବା ସହ ୩୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।ଚାରୋଟି ପର୍ଯ୍ୟୟରେ ୨୪ ଘଣ୍ଟିଆ ଡିଉଟି କରୁଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷାନ କୁମାର ଓ କେନ୍ଦ୍ରଞ୍ଚଳ ଡିଆଜି ଆଶିଷ କୁମାର ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ସ୍ନାନମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି…..

ପୁରୀ :  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି l ମଙ୍ଗଳାଆରତୀ, ଅବକାଶ ନୀତି ଶେଷ ହୋଇଛି l ଚତୁର୍ଦ୍ଧା ମୂର୍ତ୍ତି ନିର୍ଧାରିତ ସମୟରେ ଧାଡି  ପହଣ୍ଡି କରାଯାଇ ସ୍ନାନ ମଣ୍ଡପରେ ବିଜେ କରାଯାଇଛି l ବିନା ଭକ୍ତରେ ପ୍ରଥମ ଥର ସ୍ନାନ ଯାତ୍ରା କରୁଛନ୍ତି ମହାପ୍ରଭୁ l ଭକ୍ତମାନେ ଟିଭି ପରଦାରେ ସ୍ନାନ ଯାତ୍ରାର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଛି l  ପ୍ରଶାସକ କ୍ରିଷନ କୁମାରଙ୍କ କହିବା ଅନୁସାରେ  ରାତି ୧ଟାରୁ 40ରୁ   ଧାଡି ପହଣ୍ଡି ଆରମ୍ଭ ହୋଇ ୩ଟା 10 ଯାଏ ହୋଇଥିଲା । ୩ଟା40ରେ ମଦନମୋହନ ବିଜେ କଲେ l  ଏହାପରେ  ଭୋର୍‌ ୪ଟା ୩୦ ସମୟରେ ମଙ୍ଗଳ ଆଳତି , ଭୋର ୪ଟା ୩୫ରେ ମଇଲମ ଓ ପରେ  ଠାକୁରଙ୍କୁ ତଡ଼ପ ଲାଗି କରାଯିବ। ସୀମିତ ସେବାୟତରେ ମହାପ୍ରଭୁଙ୍କୁ ସ୍ନାନ ଯାତ୍ରା ଚାଲିଛି l  କରୋନା ମହାମାରୀ ପାଇଁ ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଛି  l   ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ସିଧା ପ୍ରସାରଣ କରାଯାଉଛି l ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ  ସ୍ନାନ ଯାତ୍ରା l ଯାତ୍ରା ପାଇଁ 38ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l  ସ୍ନାନ ଯାତ୍ରାକୁ ଶାନ୍ତି ଶୁଙ୍ଖଳାରେ ଶେଷ କରିବା ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସଭିଙ୍କ ସହଯୋଗ ଲୋଡିଛନ୍ତି l ପୁରା ଓଡ଼ିଶାରେ ଭକ୍ତିମୟ ପରିବେଶ l

ମଧ୍ୟ ରାତିରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା

ପୁରୀ :ମଧ୍ୟ ରାତିରୁ  ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ। ନିଷ୍ପତ୍ତି ଅନୁସାରେ ସ୍ନାନଯାତ୍ରା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ପୂର୍ବରୁ ଶେଷ ହେବ। ରାତି ୧ଟାରୁ ଭୋର ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ।  ଭୋର୍‌ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ। ଭୋର ୪ଟା ୪୦ରେ ମଇଲମ ଓ ୫ଟାରେ ଠାକୁରଙ୍କୁ ତଡ଼ପ ଲାଗି କରାଯିବ। ଏବେ କରୋନା ମହାମାରୀ । ଏପରି କି ସମସ୍ତ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏପରି କି ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ସାଧାରଣ ଲୋକଙ୍କୁ ଭିତରକୁ ଯିବା ମନା। ବିନା ଭକ୍ତରେ ଏଥର ଠାକୁର ଗାଧେଇବେ। ତେବେ ଟିଭିରେ ସାନ୍ନ ଯାତ୍ରାର ସିଧା ପ୍ରସାରଣ କରାଯିବ l

ଆତ୍ମ ସଂଜମ ଏକମାତ୍ର ବିକଳ୍ପ : ନବୀନ…..

ସଂଯମ ଏକମାତ୍ର ବିକଳ୍ପ….
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହାସହ କରୋନାକୁ ଜିତିବା ପାଇଁ ୫ଟି ମୁଖ୍ୟ ଉପଦେଶ ଦେଇଛନ୍ତ।
୧. ଆଗାମି ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ
୨. ନିହାତି ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ
୩. ବାହାରକୁ ଗଲେ ମୁହଁରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ
୪. ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରନ୍ତୁ
୫. ଶିଶୁ, ବୃଦ୍ଧ, ଗର୍ଭବତୀ ଓ ରୋଗୀ ବାହାରକୁ ବାହାରନ୍ତୁ ନାହିଁ
୬. ଘରକୁ ଫେରିଲେ ପ୍ରତିଥର ୨୦ ସେକେଣ୍ଡ ସାବୁନରେ ହାତ ଧୁଅନ୍ତୁ।
ଆଉ ସଂଯମତା ରକ୍ଷା କରି ଚଳିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଲକ୍‌ଡାଉନ କୋହଳ ହେବାର ଅର୍ଥ ନୁହେଁ କୋରୋନା ଚାଲିଗଲା । କୋରୋନା ବିରୋଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ । କୋରୋନାର ମେଡିସିନ୍‌ ଆସି ନଥିବାରୁ ଆମକୁ ସତର୍କ ରହିବାକୁ ହେବ।ଏହାସହ ଆଗକୁ ମୌସୁମୀ ଆସୁଛି । ଆମକୁ ଅଧିକ ସତର୍କ ହେବାକୁ ପଡିବ । ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ଜୁ୍ନ୍ ୧୦ରୁ ମୌସୁମୀ ବର୍ଷା ହେବାର ସୂଚନା ମିଳୁଛି । ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଗୁଡିକର ପରିଚାଳନା ହିଁ ଆମ ପାଇଁ ଚ୍ୟାଲେଞ୍ଜ । ଜୁନ୍ ମାସରେ ୮ ଦିନ ସର୍ଟଡାଉନ ହେବ ।
୨ ମାସ ଧରି ଆମେ ଯେଉଁ ତ୍ୟାଗ କରିଛନ୍ତି, ତାକୁ ବିଫଳ ହେବାକୁ ଦେବାନାହିଁ ।
ଲକ୍‌ଡାଉନ୍‌, ସଟ୍‌ଡାଉନ ଥାଉ କି ନଥାଉ ଆମେ ସଂଯମ ହେବା ଉଚିତ।ରାଜ୍ୟବାସୀଙ୍କ ଜୀବିକା ପାଇଁ ଲକ୍‌ଡାଉନ କୋହଳ କରାଯାଇଛି।କିନ୍ତୁ ଜୀବିକାର ଆଳରେ ଜୀବନକୁ ବିପଦକୁ ଠେଲିଦେବା ଉଚିତ ନୁହେଁ। ସାଢ଼େ ୪ କୋଟି ଭାଇଭଉଣୀଙ୍କ ଜୀବନ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ।ଜୁନ୍‌ରେ ମୌସୁମି ଆସୁଥିବାରୁ ଆମକୁ ଅଧିକ ସତର୍କ ହେବାକୁ ହେବ । ଥଣ୍ଡା, କାଶ ଓ ଜ୍ବର ଏହି ସମୟରେ ବେଶୀ ଦେଖାଦେବ ବୋଲି ଓଡିଶାବାସୀଙ୍କୁୁ ନବୀନ ସଚେତନ କରାଇଛନ୍ତି

ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ….

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୬୫ କରୋନା ପଜିଟିଭ ।ସେମାନେ ଗଂଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ, ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗୀରରୁ ୬, ଖୋର୍ଦ୍ଧାରୁ ୩, ବାଲେଶ୍ୱର ଏବଂ ଯାଜପୁରରୁ ୨ ଜଣ ଲେଖାଏଁ ଓ ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏହା ସହ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪୮୧ରେ ପହଞ୍ଚିଲା ।

ଜୁନ୍ ୮ରେ ଭରଚୁଆଲ ରାଲି ମାଧ୍ୟମରେ ଓଡ଼ିଶା ଲୋକଙ୍କୁ ସମ୍ବୋଧନ କରିବେ ଶାହା

ଭୁବନେଶ୍ୱର :ବିଜେପି ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଦଳ ଭରଚୁଆଲ ରାଲି କରିବାକୁ ଯାଉଛି। ଦେଶରେ ଲକ୍ ଡାଉନ ପାଇଁ ବିଜେପି ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବ।ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୮ ତାରିଖ ଅପରାହ୍ନ ୩.୩୦ ସମୟରେ ଡିଜିଟାଲ ମାଧ୍ୟମରେ ଓଡିଶାର ଲୋକଙ୍କୁ ସମ୍ବୋଧିତ କରିବେ।
ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହନ୍ତି କହିଛନ୍ତି ମୋଦି ସରକାରଙ୍କର ପ୍ରଥମ ବର୍ଷର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚିବା ଏହି ଭରଚୁଆଲ ରାଳିର ମୁଖ୍ୟ ଉଦ୍ଦେଶ୍ୟ।ପ୍ରଥମ ଥର ପାଇଁ ଏକ ରାଜନୈତିକ ଦଳ ଏଭଳି ଏକ ରାଲି ଆୟୋଜନ କରିବାକୁ ଯାଉଛି। ଶାହାଙ୍କ ବ୍ୟତୀତ ଅନ୍ୟ ବକ୍ତାମାନେ ମଧ୍ୟ ଉପସ୍ଥିତ ରହିବେ। ନୂଆଦିଲ୍ଲୀରୁ ଶାହା ସମ୍ବୋଧିତ କରିବେ ଯାହା ସିଧା ପ୍ରସାରଣ ହେବ ବୋଲି ସମୀର ମହାନ୍ତି କହିଛନ୍ତି।

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ତହସିଲ୍…

ଭୁବନେଶ୍ୱର : ଜମିର କିଶମ ବଦଳାଇବା ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ତହସିଲ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ। ତେବେ ସେ ନେଇଥିବା ଲାଞ୍ଚ ଟଙ୍କା ତହସିଲ୍‌ଦାର ମାଗିଛନ୍ତି ବୋଲି ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଧନେଶ୍ବର ସଫେଇ ଦେଇଛନ୍ତି। ବାଲିଅନ୍ତା ତହସିଲ୍ ଅଫିସ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧନେଶ୍ବର ସାହୁଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ଭୁବନେଶ୍ବର ଶାସ୍ତ୍ରୀନଗର ଅଞ୍ଚଳର କୈଳାସ ରଥଙ୍କ ଜମି(ଓଆର୍‌ଏଲ୍‌ କେସ୍‌ ନଂ.୨୦୩/୨୦୨୦)ର କିଶମ ବଦଳାଇବା ପାଇଁ ତହସିଲଦାର ଲାଞ୍ଚ ମାଗିଥିବା ବାଲିଅନ୍ତା ତହସିଲ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ କହିଥିଲେ। ଏ ବାବଦରେ ତହସିଲ୍ ଅଫିସ୍ ନିକଟରୁ କୈଳାସଙ୍କ ଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ରେଡ୍ ହ୍ୟାଣ୍ଡରେ ବାଲିଅନ୍ତା ତହସିଲ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁଙ୍କୁ ଧରିଥିଲେ ଓ କେମିକାଲ୍‌ ଲାଗିଥିବା ଟଙ୍କା ଜବତ କରିଥିଲେ। ଏହାସହିତ ତହସିଲ୍‌ଦାର ରଶ୍ମି ରେଖା ପ୍ରଧାନଙ୍କ ବାଲିଅନ୍ତାରେ ଥିବା ଏକ ଆପାର୍ଟମେଣ୍ଟର ଭଡା ଘରେ ଏବଂ ଧନେଶ୍ବର ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାରି ରଖିଛି। ଏହି ଘଟଣାରେ ଭୁବନେଶ୍ବର ଭିଜିଲାନ୍ସ ପିଏସ୍‌ କେସ୍‌ ନଂ ୧୪/୨୦୨୦ ରେଜିଷ୍ଟର କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରୁ ପଙ୍ଗପାଳ ବିପଦ ଟଳି ନାହିଁ: କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : ଏବେ ଦେଶରେ ପଙ୍ଗପାଳ ନାମକ ଏକ ପୋକ ଅନେକ ଫସଲ ଉଜାଡୁଛି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଛତିଶଗଡ଼ ଆଦି ରାଜ୍ୟରେ ପଙ୍ଗପାଳ ଅନେକ ଫସଲ ନଷ୍ଟ ସାରିଲାଣି। ଏହା ନିକଟ ଅତୀତରେ ଓଡ଼ିଶା ଆସିବାର ଅନେକ ସମ୍ଭାବନା ରହିଛି । ତେଣୁ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଓଡ଼ିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହି ହେବନି।ସେମାନେ ଏବେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ସୀମାନ୍ତରେ ଅଛନ୍ତି।
ଏହାସହ ସରକାରଙ୍କ ତରଫରୁ ପଙ୍ଗପାଳ ଦ୍ଵାରା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ କେମିକାଲ ଛିଞ୍ଚନର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଅଗ୍ନିଶମ ବିଭାଗଠାରୁ ବଡ଼ ସ୍ପେୟର ପାଇଁ ବନ୍ଦୋବସ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ଓ କୃଷି ଭବନ ଭୁବନେଶ୍ବରରେ କଂଟ୍ରୋଲ ରୁମ ଖୋଲାଯାଇଛି। ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସେହି ତିନି ଜୋନ ଗୁଡିକ ଯଥା –
ହାଏ ରିସ୍କ – ଦୁଇ ଦିନ ତଳେ ୯ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିଲା
ମୋଡେରେଟ ରିସ୍କ – ବାକି ୯ ଜିଲ୍ଲା
ଲୋ ରିସ୍କ – ଉପକୂଳର ୧୨ଟି ଜିଲ୍ଲା

ନିଜ ଭୁଲ୍ ସ୍ୱୀକାର କଲେ ଅପରାଜିତା : ଦେଲେଶହେ ଟଙ୍କା ଫାଇନ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶହେ ଟଙ୍କା ଫାଇନ ଦେଇଛନ୍ତି। ସେ କୋଭିଡ ୧୯ ନିୟମକୁ ଉଲଙ୍ଘନ କରିଛନ୍ତି ବୋଲି ଅନୁଭବ କରି ଏହି ଅର୍ଥ ଡିସିପିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଗତକାଲି ଭୁବନେଶ୍ବର ବିଜେପିର ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲି ସାଂସଦ ଅପରାଜିତା ଷଡଙ୍ଗୀ। ସେଠାରେ ତାଙ୍କ ସହ ବାବୁ ସିଂଙ୍କ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହାସହ ସେଠାରେ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ପରେ ସେ ଏହି ଫୋଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥି ପାଇଁ କି ତାଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା। କାରଣ ସେଠାରେ କେହି ମାସ୍କ ପିନ୍ଧି ନଥିଲେ। ଓ ସାମାଜିକ ଦୂରତା ମଧ୍ୟ ମେଂଟେନ ହୋଇନ ଥିଲା। ପରବର୍ତ୍ତୀ ସମୟରେ ନିଜ ଭୁଲକୁ ସ୍ୱୀକାର କରିଥିଲେ ସାଂସଦ। ଏହାସହ ନିୟମ ଅନୁଯାୟୀ ଡିସିପିଙ୍କ ନିକଟ ଫାଇନ ବାବଦକୁ ୧୦୦ ଟଙ୍କା ପଠାଇଥିଲେ। ଏହି ପରିପ୍ରେକ୍ଷୀରେ ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା ସହ ସବୁ ନିୟମ ମାନି ସୁରକ୍ଷିତ ରହିବାକୁ ଆହ୍ୱାନ ଦେଇଥିଲେ।
ଭୁବନେଶ୍ୱର ବିଜେପିରେ ଦୁଇ ଦିନ ଧରି ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ବାବୁ ସିଂ ଭୁବନେଶ୍ୱର ସଭାପତି ହେଲା ପରେ ବିଜେପିର ପୁରୁଣା ତଥା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ଇସ୍ତଫା ପତ୍ର ପ୍ରତ୍ୟାହୃତ କରିଥିଲେ। ଏହାର କିଛି ସମୟ ପରେ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଘରକୁ ପହଞ୍ଚି ଥିଲେ। ଜଗନ୍ନାଥଙ୍କ ମନ ଭଞନ ପାଇଁ।ସେହି ସମୟରେ ସେଠାରେ ଅନ୍ୟ ଦଳୀୟ କର୍ମୀଙ୍କ ଗହଳି ମଧ୍ୟ ହୋଇଥିଲା।ଯେଉଠିକି ମାସ୍କ ଓ ସାମାଜିକ ଦୂରତା ନ ଥିବାର ଦେଖାଯାଇଥିଲା । ପରେ ଏଥିପାଇଁ ଅନେକ ଲୋକ ତାଙ୍କୁ ସମାଲୋଚନା କରିଥିଲେ। ଏବେ ସାଂସଦ ନିଜ ଭୁଲ୍ ମାନିବା ସହ ଫାଇନ ମଧ୍ୟ ଦେଇଛନ୍ତି।

ରାଜ୍ୟରେ ନୂଆ ୯୦ କରୋନା ଆକ୍ରାନ୍ତ ଚିହ୍ନଟ@୨୪୭୮….

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୯୦ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ ରେ ପହଁଚିଛି।
ସେମାନେ ଖୋର୍ଦ୍ଧା – ୨୫, ନୟାଗଡ-୭, ଅନୁଗୁଳ-୧, ବାଲେଶ୍ୱର-୧, ଭଦ୍ରକ-୯, କଳାହାଣ୍ଡି-୧, ଗଞ୍ଜାମ-୨୨, ସମ୍ୱଲପୁର-୧, ସୁନ୍ଦରଗଡ-୫, ପୁରୀ-୨, କଟକ-୫, ବରଗଡ-୧, ଢେଙ୍କାନାଳ-୧୦ ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି । ସେଥିମଧ୍ୟରୁ ସମସ୍ତ ୭୯ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ୧୧ ଜଣ ସ୍ଥାନୀୟ ଲୋକ ଅଛନ୍ତି ।ଏହାସହ ୧୦୩୫ଜଣ ଚିକିତ୍ସିତ ହେଉଥିବା ବେଳେ ୧୪୨୬ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣଙ୍କର ମୃତ୍ୟୁ ହୋଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news