୨୧ ଦିନର ଧୈର୍ଯ୍ୟ, ଗଣମାଧ୍ୟମର ସହଯୋଗ ଲଢ଼ିଲେ ପାଣ୍ଡିଆନ…

- Advertisement -

ଭୁବନେଶ୍ୱର : କରୋନା ଯୁଦ୍ଧରେ ବିଜୟୀ ହେବାକୁ  ହେଲେ ଆଉ   ମାତ୍ର ୨୧ ଦିନର ଧୈର୍ଯ୍ୟ ଦରକାର  । ଏହି ୨୧ ଦିନ ଓଡିଶା ପାଇଁ ଚ୍ୟାଲେଞ୍ଜ  । ତେଣୁ ଜନସାଧାରଣଙ୍କ ଏଥିରେ ସହଯୋଗ ଏକାନ୍ତ ଆବଶ୍ୟକ । ଏଥିପାଇଁ ଗଣମାଧ୍ୟମର ଭୂମିକା ରହିଛି l   ତେଣୁ ଓଡିଶା ଗଣମାଧ୍ୟମର ସଂପାଦକ ତଥା ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଛନ୍ତି  ୫ଟି ସଚିବ ଭି କେ ପାଣ୍ଡିଆନ୍‌ ।

ଏହି ଅବସରରେ ୫ଟି ସଚିବ ଭି କେ ପାଣ୍ଡିଆନ୍‌ ଗଣମାଧ୍ୟମର ସଂପାଦକ ଆଲୋଚନା କରି ଦେଶ, ବିଦେଶ ଓ ବିଶ୍ୱର କରୋନା ନେଇ ଆଲୋଚନା କଥା କରିଥିଲେ l

ଏବେ ସାରା ଦେଶ ଲକ୍‌ଡାଉନ୍‌ ଉଠାଇ ଦେଇଥିବାବେଳେ ଓଡ଼ିଶା ସଟ୍‌ ଡାଉନ୍‌ କାହିଁକି ଘୋଷଣା ହୋଇଛି ।  ଏ ନେଇ 5ଟି ସଚିବ କହିଥିଲେ ଯେ  ବର୍ତ୍ତମାନ ହେଉଛି ସବୁଠୁ ପିକ୍‌ ସମୟ । ଓଡ଼ିଶାକୁ ୫ ଲକ୍ଷ ପ୍ରବାସୀ ପ୍ରବେଶ କରିଛନ୍ତି । ସେମାନେ ସଂଗରୋଧରେ ଅଛନ୍ତି । ସେମାନେ ୧୦-୧୫ ଦିନ ମଧ୍ୟରେ ଘରକୁ ଫେରିଯିବେ । ତା’ଛଡ଼ା ମୌସୁମୀ ବି ଆସୁଛି । ମୌସୁମୀ ଆସିବାର ପ୍ରଥମ ଦୁଇ ସପ୍ତାହ ଭାଇରସ୍‌ ବ୍ୟାପିବା ପାଇଁ ସବୁଠୁ ଅଧିକ ସମ୍ବେଦନଶୀଳ ସମୟ । ତେଣୁ ରୋଗ ସଂକ୍ରମିତ ହେବାର ଆଶଙ୍କା ଅଧିକ । ତେଣୁ ଏହି ୨୧ ଦିନ ଆମେ ଯଦି ସଂଯମତା ସହିତ ସାମାଜିକ ଦୂରତା ରକ୍ଷା କରିବା ନିଶ୍ଚିତରୂପେ ସଂକ୍ରମଣକୁ ରୋକିପାରିବା । ଏବେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଦିନକୁ ପ୍ରାୟ ୨୦ ହଜାର ଲୋକ ସଂଗରୋଧ କେନ୍ଦ୍ରରୁ ଘରକୁ ଫେରୁଛନ୍ତି । ଶନିବାର ଓ ରବିବାର ସାଧାରଣତଃ ଲୋକେ ଟିକେ ହାଲକା ଫୁଲ୍‌କାଭାବେ ବୁଲାବୁଲି କରନ୍ତି । ଅଧିକାଂଶ ଅଫିସ୍‌ ବନ୍ଦଥାଏ । ସେହିଭଳି ରାତ୍ରୀରେ ବୁଲାବୁଲି ନ କଲେ ମଧ୍ୟ ସେତେ ଅସୁବିଧା ନାହିଁ । ଏସବୁକୁ ଦୃଷ୍ଟିରେ ରଖି ଯେଉଁ ୧୧ଟି ଜିଲ୍ଲାରେ ସର୍ବାଧିକ ରୋଗୀ ଅଛନ୍ତି, ସେବୁ ଜିଲ୍ଲାରେ ରାତ୍ରୀ କଟକଣା ଓ ସପ୍ତାହରେ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏଥିରେ ସଫଳ ହେଲେ ଆମେ ପୁଣି ବିଶ୍ୱରେ ଏକ ନମ୍ବର ପାଲଟିବା ।

ଏକ ତୁଳନାତ୍ମକ ଚିତ୍ର ଦେଇ ପାଣ୍ଡିଆନ୍‌ କହିଥିଲେ, କରୋନା ରୋଗୀଙ୍କ ସଂଖ୍ୟା ୧୦୦ରୁ ଦୁଇ ହଜାର ପହଞ୍ଚିବା ଲାଗି ଓଡ଼ିଶାକୁ ୩୭ ଦିନ ସମୟ ଲାଗିଛି । ହେଲେ ୧୦୦ରୁ ଦୁଇ ହଜାରରେ ପହଞ୍ଚିବା ଲାଗି ଗୁଜରାଟକୁ ମାତ୍ର ୧୮ ଦିନ ଲାଗିଥିଲାବେଳେ ଦିଲ୍ଲୀକୁ ୧୯ ଦିନ ଓ ମହାରାଷ୍ଟ୍ରକୁ ମାତ୍ର ୨୧ ଦିନ ସମୟ ଲାଗିଛି । ତାହା ପୁଣି ପ୍ରବାସୀ ଓଡ଼ିଆମାନଙ୍କୁ ବିଦାକଲା ପରେ । ସେହିଭଳି ମୃତ୍ୟୁ ହାରରେ ଓଡ଼ିଶା ସର୍ବନିମ୍ନ ସ୍ଥାନରେ ରହିଛି । ମୃତ୍ୟୁ ସଂଖ୍ୟା ଓଡ଼ିଶାର ମାତ୍ର ୭ରେ ସୀମିତ ଥିଲାବେଳେ ମହାରାଷ୍ଟ୍ର ୧୬୦ରେ, ଗୁଜରାଟ ୯୦ରେ ଓ ଦିଲ୍ଲୀ ୪୫ରେ ପହଞ୍ଚିଥିଲା । ଓଡ଼ିଶାରେ ମାତ୍ର ୦.୩୩ ପ୍ରତିଶତ ରୋଗୀ ମୃତ୍ୟୁବରଣ କରିଥିଲାବେଳେ ପଶ୍ଚିମବଙ୍ଗରେ ଏହି ହାର ୯.୨୧ ପ୍ରତିଶତରେ ପହଞ୍ଚିଛି । ସୁସ୍ଥହୋଇ ଘରକୁ ଫେରିବା ତାଲିକାରେ ବି ଓଡ଼ିଶା ମାତ୍‌ କରିଛି । ଏହି ଅବଧି ମଧ୍ୟରେ ଓଡ଼ିଶାରେ ୧୧୨୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲାବେଳେ ଦିଲ୍ଲୀରେ ମାତ୍ର ୭୨ ଜଣ, ମହାରାଷ୍ଟ୍ରରେ ୨୧୭ ଜଣ ଓ ଗୁଜରାଟରେ ୧୩୯ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ସେହିପରି ବିଶ୍ୱ ମାନଚିତ୍ର ସହ ଏକ ତୁଳନାତ୍ମକ ଚିତ୍ର ଦେଇ ପାଣ୍ଡିଆନ କହିଥିଲେ, ରୋଗୀ ସଂଖ୍ୟା ଓଡ଼ିଶାରେ ଶହେରୁ ଦୁଇ ହଜାରରେ ପହଞ୍ଚିବା ଲାଗି ୩୭ ଦିନ ସମୟ ଲାଗିଥିଲାବେଳେ ଦକ୍ଷିଣ କୋରିଆ ଓ ଇଟାଲିରେ ମାତ୍ର ୯ଦିନ, ଇଂଲଣ୍ଡରେ ୧୪ ଦିନ ସମୟ ଲାଗିଥିଲା । ମୃତ୍ୟୁ ହାର ମଧ୍ୟ କେବଳ ଜର୍ମାନୀକୁ ଛାଡ଼ିଦେଲେ ସମସ୍ତେ ଆଗରେ ରହିଛନ୍ତି । ଏହି ଅବଧି ମଧ୍ୟରେ ଓଡ଼ିଶାରେ ମାତ୍ର ୭ଜଣ, ଜର୍ମାନୀରେ ୬ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା ବେଳେ ଇଂଲଣ୍ଡରେ ମୃତ୍ୟୁ ସଂଖ୍ୟା ୧୧୫ରେ ପହଞ୍ଚିଥିଲା । ରୋଗୀଙ୍କ କରୋନା ଟେଷ୍ଟ କରିବାହେଉ ଅଥବା ସୁସ୍ଥ ହୋଇ ଘରକୁ ଫେରିବା ହେଉ, ଓଡ଼ିଶା ଅନେକ ସଂଭ୍ରାନ୍ତ ରାଷ୍ଟ୍ରକୁ ପଛକୁ ଠେଲିଦେଇଛି । ଏସବୁ ସମ୍ଭବ ହୋଇଛି ଜନସାଧାରଣ, ଗଣମାଧ୍ୟମ ଓ କୋଭିଡ଼୍‌ ଯୋଦ୍ଧାଙ୍କ ଆନ୍ତରିକ ସହଯୋଗ ଯୋଗୁ ।

ଗଣମାଧ୍ୟମଗୁଡ଼ିକ ସମ୍ମୁଖୀନ ହେଉଥିବା ଦୁର୍ଦିନ ସମ୍ପର୍କରେ ମତ ଦେଇ ପାଣ୍ଡିଆନ୍‌ କହିଥିଲେ, ଏଥିରେ ସେ ସମ୍ପୂର୍ଣ୍ଣ ଏକମତ । ସାମ୍ବାଦିକମାନେ ମଧ୍ୟ କରୋନା ଯୁଦ୍ଧରେ ଯୋଦ୍ଧାର ଦାୟିତ୍ୱ ତୁଲାଉଛନ୍ତି । ଏବେ ଆର୍ଥିକ ସଙ୍କଟ କେବଳ ସେମାନଙ୍କର ନାହିଁ, ରାଜ୍ୟ ଓ ଦେଶ ମଧ୍ୟ ସଙ୍କଟର ସମ୍ମୁଖୀନ । ତଥାପି ସରକାର ଏଥିପ୍ରତି ସହୃଦୟତାର ସହିତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । 5ଟି ସଚିବ ଏପରି ପ୍ରୟାସ ଏବେ ଚର୍ଚ୍ଚାର ବିଷୟ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ 5ଟି ସଚିବ ପାଣ୍ଡିଆନ ସାମ୍ବାଦିକ ସହ ଆଲୋଚନା କରି ସହଯୋଗ ଲୋଢ଼ି଼ଥିଲେ l କାରଣ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଂଚାଇବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି l ଓଡିଶା ଯେପରି ଭାବରେ କରୋନାକୁ ଏକତା ସହ ଲଢ଼ୁଛି l ବନ୍ଦେ ଉତ୍କଳ ଜନନୀ ବୋଲି ଓଡିଶା ଏହାକୁ ପ୍ରମାଣିତ କରିଛି l ଯାହା ଜାତୀୟ ଗଣମାଧ୍ୟମର ଚର୍ଚ୍ଚାର ବିଷୟ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles