ଭୁବନେଶ୍ୱର : ଲୋକସଭାର ଭବନରେ ଯାଜପୁର ଜିଲ୍ଲାର ୨ଜଣ ବାଳକଙ୍କୁ ସମ୍ବଦ୍ଦିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାସିଫ ଓ ସୋଆଇବଙ୍କ ସାହସିକତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ପାଠ୍ୟ ଉପକରଣ,ଡ଼ିକ୍ସନାରୀ ଓ ଚକଲେଟ ଆଦି ଉପହାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିବା ପରେ ଯେଉଁଠି ପାଇଁ ଏହି ଦୁଇ ବାଳକ ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଛନ୍ତି ତାହା ପୁଣିଥରେ ଗଣମାଧ୍ୟମରେ ଆଗରେ ବଖାଣିଥିଲେ ।
ଘଟଣାଟି ଥିଲା ଏପରି …\nସେଦିନ ଥିଲା ଗଣେଷ ପୂଜା । ସେପ୍ଟେମ୍ବର ୨ ତାରିଖ । ଯାଜପୁର ସଡକପୁର ପ୍ରାଥମିକ ସ୍କୁଲରେ ପଡୁଥିବା ୬ ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡରେ ଥିବା ଗୋଟିଏ ପୋଖରୀରେ ଖସିପଡି ବୁଡି ଯାଉଥିଲେ । ଏହି ସମୟରେ ଫଜଲପୁର ଗାଁର କୋରେଇ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପୁଥିବା ଦୁଇ ଜଣ ବାଳକ ସେକ୍ ତାସିଫ ରାଜ ଓ ମହମ୍ମଦ ସୋଆଇବ ବୁଡି ଯାଉଥିବା ବାଳଟିକୁ ଦେଖି ନିଜ ଜୀବନକୁ ଖାତିର ନକରି ପାଣିକୁ ଡେଇପଡି ତାକୁ ଉଦ୍ଧାର କରିଥିଲେ । ସେମାନଙ୍କ ସାହାସିକତା ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇଗଲା । ବାସ ଏଥିପାଇଁ ଏବେ ଏହି ଦୁଇ ବାଳକ ମୁଖ୍ୟମନ୍ତ୍ରୀ ପ୍ରିୟ ହୋଇଯାଇଛନ୍ତି । ନବୀନ ନିଜେ ସେମାନଙ୍କ ସାହସିକତା ପାଇଁ ତାଙ୍କୁ ସମ୍ମାନୀତ କରିବା ସହ ଦୁଇ ଜଣଙ୍କ କାନ୍ଦରରେ ହାତ ପକାଇ ଫଟୋ ଉଠାଇଥିଲେ । \n
ସାହାସ ପାଇଁ ସମ୍ମାନ : ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା…
୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ….
ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ
ଓଡିଶାର ଚଣ୍ଡିଖୋଲ ଠାରେ ଋଣନୈତିକ ତୈଳ ଭଣ୍ଡାର କାମରେ ୟୁଏଇ ଦ୍ୱିତୀୟବାର ଅଂଶଗ୍ରହଣ କରିବାକୁ ଅନୁରୋଧ
ତୈଳ ଉତ୍ପାଦନ ଓ ରପ୍ତାନୀକୁ ସ୍ଥିର ରଖିବାକୁ ଓପେକ୍ ଅଧିକାରୀଙ୍କ ସହ ଆଲୋଚନା ଆଗାମୀ ଦୁଇ ଦଶନ୍ଧିରେ ବିଶ୍ୱ ଆର୍ଥିକ ବିକାଶର କେନ୍ଦ୍ର ଏସିଆ ହେବ ତଥା ଭାରତ ଓ ଚୀନ ଏହାର ୮୦ ଭାଗ ଅଂଶୀଦାର ହେବ ବିଗତ ୫ ବର୍ଷରେ ଭାରତର ଉର୍ଜା ନ୍ୟାୟ ଏବଂ ସାଧାରଣ ଲୋକଙ୍କ ପାଖରେ ଉର୍ଜା ପହଁଚାଇବାକୁ ବଡ ପଦକ୍ଷେପ ନିଆଯାଇଛି
ଆବୁଧାବୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୦: ଭାରତରେ ଉର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି ବୋଲି ସୋମବାର ଆବୁଧାବୀରେ ଅନ୍ତର୍ଜାତୀୟ ଶକ୍ତି ଫୋରମର ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଏସିଆ ତଥା ବିଶ୍ୱର ବିକାଶ ପାଇଁ ଉର୍ଜା ସୁରକ୍ଷା ଏବଂ ଟିକ୍ନୋଲୋଜିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ପ୍ରଧାନ ଏହି ଅବସରରେ ୟୁଏଇ ଓ ଭିଏତନାମର ମନ୍ତ୍ରୀଗଣ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରମୁଖ ଅଧିକାରୀ, ଓପେକ୍ର ସାଧାରଣ ସଚିବ ଏବଂ ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ଭେଟି ଭାରତ ଓ ୟୁଏଇ ସହ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ଉପରେ ଫଳପ୍ରଦ ଆଲୋଚନା କରଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦୁଇ ଦଶନ୍ଧିରେ ବିଶ୍ୱ ଆର୍ଥିକ ବିକାଶର କେନ୍ଦ୍ର ଏସିଆ ହେବ ତଥା ଭାରତ ଓ ଚୀନ ଏହାର ୮୦ ଭାଗ ଅଂଶୀଦାର ହେବ । ବିଶ୍ୱର ଶକ୍ତି ଚାହିଦା ବଢିବା ସହ ଅକ୍ଷୟ ଶକ୍ତିର ବ୍ୟବହାରରେ ଦ୍ରୁତ ପ୍ରଗତି ଘଟିବ । ୨୦୪୦ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଯୋଗାଣ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ଏବଂ ଏହା କୋଇଲାକୁ ଆଗେଇ ଯାଇ ଭବିଷ୍ୟତରେ ଉର୍ଜା ମିଶ୍ରଣର ୩୦ ପ୍ରତିଶତରେ ପହଁଚିବ ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁର୍ବଳ ଏବଂ ଅସନ୍ତୁଳିତ ଉର୍ଜା କାରଣରୁ ଏସୀଆରେ ୪୦୦ ମିଲିୟନରୁ ଉଦ୍ଧ୍ୱର୍ ଲୋକ ବିଜୁଳି ପାଇବାରୁ ବଂଚିତ ଅଛନ୍ତି । ଏଥିପାଇଁ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା ପ୍ରଦାନ କରିବା ସବୁ ଦେଶର ସରକାରଙ୍କ ପାଇଁ ପ୍ରାଥମିକତା ରହିଛି । ଭାରତର ଉର୍ଜା ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୪ଟି ସ୍ତମ୍ଭ ଯଥା ଉର୍ଜା ଉପଲବ୍ଧ, ଉର୍ଜା ସୁରକ୍ଷା, ଉର୍ଜା ଦକ୍ଷତା ଏବଂ ଉର୍ଜା ସ୍ଥିରତା ଉପରେଆଧାରିତ । ବିଗତ ୫ ବର୍ଷରେ ଭାରତ ଉର୍ଜା ନ୍ୟାୟ ଏବଂ ଉର୍ଜାକୁ ସମସ୍ତଙ୍କ ପାଖରେ ପହଁଚାଇବା ଉପରେ ଅତ୍ୟଧିକ ଯୋର ଦେଇଛି । ବିଗତ ୫ ବର୍ଷରେ ଭାରତ ଦେଶର ୧.୩ ବିଲିୟନର ଉଦ୍ଧ୍ୱର୍ ଲୋକଙ୍କ ପାଇଁ ଉର୍ଜା ନ୍ୟାୟ ଅନୁଭବ କରିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛି । ଉର୍ଜା ସୁରକ୍ଷା ଏବଂ ଉର୍ଜା ନ୍ୟାୟ ପ୍ରାପ୍ତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଆଜିର ଗୋଲଟେବୁଲ ବୈଠକ ଉର୍ଜା ସୁରକ୍ଷାକୁ ମଜବୁତ୍ କରିବାର ନୂଆ ରାସ୍ତା ଦେଖାଇବ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁଏଲ ମହମ୍ମଦ ଅଲ୍ ମଜ୍ରୌଇଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ଋଣନୈତିକ ସହଯୋଗକୁ ଦୃଢ କରିବା ପାଇଁ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ବିଶେଷ ଭାବରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ହାଇଡ୍ରୋକାର୍ବନ କ୍ଷେତ୍ରର କାର୍ଯ୍ୟକୁ ଆହୁରି ମଜବୁତ କରିବା ଦିଗରେ ରାସ୍ତା ବାହାର କରିବା ପାଇଁ ଆଲୋଚନା କରାଯାଇଛି । ଏହାବ୍ୟତିତ ଶ୍ରୀ ପ୍ରଧାନ ୟୁଏଇର ମନ୍ତ୍ରୀଙ୍କ ସହ ଇସ୍ପାତ୍ ରପ୍ତାନୀ ଚାହିଦାକୁ ବୃଦ୍ଧି କରିବା ଦିଗରେ ମଧ୍ୟ ଆଲୋକପାତ କରିଥିଲେ । ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ହେବାକୁ ଥିବା ଭାରତର ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇ ପୁନର୍ବାର ଅଂଶଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ୟୁଏଇ ମନ୍ତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଆଲୋଚନା କାଳରେ ଶ୍ରୀ ପ୍ରଧାନ ଷ୍ଟ୍ରେଟ୍ ଅଫ୍ ହରମୁଜରେ ଦେଖାଯାଇଥିବା ବିଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଉତ୍ପାଦନର ହ୍ରାସକୁ ଓପେକର ସଦସ୍ୟମାନେ ସମର୍ଥନ କରିବା ଦ୍ୱାରା ପ୍ରତିକୂଳ ଭାବରେ ଏହି ନିଷ୍ପତି ଭାରତୀୟ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଉଛି ବୋଲି ସେ କହିଥିଲେ ।ସେହିପରି ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଅବସରରେ ଶ୍ରୀ ପ୍ରଧାନ ଓପେକରସାଧାରଣ ସଚିବ ଏଚଇ ମହମ୍ମଦ ସାନୁସି ବାର୍କିଣ୍ଡୋଙ୍କ ସହ ସାକ୍ଷାତ କରିଥିଲେ । ସଂପ୍ରତି ଭୂ-ରାଜନୈତିକ ବିକାଶ ଦ୍ୱାରା ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟର ସ୍ଥିରତା ଏବଂ ଏହାର ରପ୍ତାନୀ ଉପରେ ପଡିଥିବା ପ୍ରଭାବ ସମ୍ବନ୍ଧରେ ମଧ୍ୟ ଉଭୟ ଆଲୋଚନା କରିଥିଲେ ।ବିଶ୍ୱସ୍ତରର ଅଶୋଧିତ ତୈଳର ସନ୍ତୁଳନ ଏବଂ ହାରାହାରି ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦୁଇ ଦେଶର ମଜବୁତ ପ୍ରାଥମିକତାକୁ ଗୁରୁତ୍ୱ ଦିଆଯାଇଥିଲା । ଏସଜି ବାର୍କିଣ୍ଡୋ ଆଲୋଚନା କାଳରେ କହିଥିଲେ ଯେ ପରବର୍ତୀଓପେକ୍ ପ୍ଲସ କମିଟି ବୈଠକରେ ଅଶୋଧିତ ତୈଳର ଉତ୍ପାଦନକୁ ହ୍ରାସ କରିବାର କୌଣସି ପ୍ରସ୍ତାବ ନାହିଁ ।ଓପେକର ସାଧାରଣ ସଚିବ ଏସଜି ବାର୍କିଣ୍ଡୋ ଭାରତ ଏବଂ ଓପେକ୍ ମଧ୍ୟରେ ଆଗାମୀ ଉଚ୍ଚସ୍ତରୀୟ ବୈଠକ ଚଳିତବର୍ଷର ଶେଷ ଆଡକୁ ଆୟୋଜନ କରିବା ପାଇଁ ଇଚ୍ଛା ପରିପ୍ରକାଶ କରିଥିଲେ । ଓପେକ୍ ଭାରତ ପାଇଁଏକ ମହତ୍ୱପୂର୍ଣ୍ଣ ଉର୍ଜା ସହଯୋଗୀ ଅଟେ । ଭାରତ ଏବଂ ଓପେକ୍ ମଧ୍ୟରେ ସହଯୋଗ ବୃଦ୍ଧି ଓ ଉର୍ଜା ସୁରକ୍ଷା ଏବଂ ଉର୍ଜା ସମସ୍ୟାର ସମାଧାନ ପାଇଁ ଉଭୟ ମିଳିତ ଭାବେ କାମ କରିବା ନେଇ ସମ୍ମତି ଜଣାଇଥିଲେ ।ସେହିପରି ଶ୍ରୀ ପ୍ରଧାନ ଭିଏତନାମର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଏଚଇ ଟ୍ରାନ୍ ଟ୍ୱାନ୍ ଆନହାଙ୍କ ସହ ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଅବସରରେ ଭେଟିବା ସହ ଭାରତ ଏବଂ ଭିଏତନାମ ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ଏବଂ ମଜବୁତ ପାଇଁ ଆଲୋଚନା କରିଥିଲେ ।ଉଲ୍ଲେଖନୀୟ ଯେ ଭିଏତନାମର ମନ୍ତ୍ରୀ ଭାରତୀୟ କମ୍ପାନୀ ଗୁଡିକୁ ଏଲଏନଜି, ରିଫାଇନାରୀ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ବୃଦ୍ଧି କରିବା ପାଇଁ ନିମନ୍ତ୍ରିତ କରିଥିଲେ । ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ଇଡି ଫତେହ ବିରୋଲଙ୍କୁ ଭେଟି ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ ଏହି କ୍ଷେତ୍ରର ସମୀକ୍ଷା କରିଥିଲେ ।
ଖାଉଟିଙ୍କୁ କିପରି ସୁହାଇବ କ୍ଷୀର ଦର ?
ବ୍ୟାସନଗର: ଆଜି ସରକାରଙ୍କ ଦୁଗ୍ଧ ସମ୍ପର୍କିତ ନିଷ୍ପତ୍ତି ଯେପରି ଇନ୍ଦ୍ର ଜାଲ ଭଳି ଲାଗୁଛି ।ଶ୍ରୀଯୁକ୍ତ ଅରୁଣ ସାହୁ ଦେଇଥିବା ବୟାନ ଅନୁଯାୟୀ ଓମଫେଡ୍ ଦୁଗ୍ଧ ମୂଲ୍ଯ ବଢିଲେ ଦୁଗ୍ଧଚଷି ଓ ଖାଉଟି ଉପକୃତ ହେବେ ।କିନ୍ତୁ ସାଧାରଣ ଜନତା ଏହାକୁ ଗ୍ରହଣ କରିବାକୁ ନାରାଜ୍ ।ଜନତାଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନ ହେଉଛି ଖାଉଟି ଏହାଦ୍ବାରା କିପରି ଉପକୃତ ହେବେ? ସରକାର କ’ଣ ଗ୍ଯାସ୍ ଟାଙ୍କି ପରି କ୍ଷୀର ଖାଉଟିଙ୍କୁ ସବସିଟି ଦେବେ? ଓମଫେଡ୍ ମୂଲ୍ୟ ବୃଦ୍ଧି ହେଲେ ଆର୍ଥିକରେଖା ତଳେ ରହୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡିବା ଆଶଙ୍କା ରହିଛି ।ଓମଫେଡ୍ ଦର ବୃଦ୍ଧି ହେଲେ ସତରେ କଣ ଚାଷୀଙ୍କୁ ଲାଭ ମିଳିବ? ଏଇପରି ଅନେକ ଦ୍ବନ୍ଦ ସୃଷ୍ଟି ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରିବ ବିଜେପି
ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ସେବା ସପ୍ତାହ ଭୁବନେଶ୍ୱରଠାରେ ସେବା ସପ୍ତାହକୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ କରାଯିବ ମୋଦୀଙ୍କ କାର୍ଯ୍ୟଶୈଳୀ ସଂର୍ପକୀତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯିବ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ଯୋଗାଇ ଦିଆଯିବ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନା କାର୍ଯ୍ୟକ୍ରମ ଓ ସଂକଳ୍ପ ନିଆଯିବ ଭୁବନେଶ୍ୱର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଭୁବନେଶ୍ୱର, ତା.୧୦/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଛନ୍ତି ଯେ, ଆଗାମୀ ସେପ୍ଟେମ୍ବର ୧୪ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିବେ । ବିଜେପିର କାର୍ଯ୍ୟକର୍ତମାନଙ୍କ ସହ ଭରତପୁର ବାସିନ୍ଦା ସେବା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ କାର୍ଯ୍ୟଶୈଳୀ ସଂର୍ପକୀତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଜୀବନଧାରା ଏବଂ ଉପଲବ୍ଧୀ ସଂର୍ପକୀତ ପୁସ୍ତକକୁ ସମସ୍ତ ସହର ଏବଂ ଜିଲ୍ଲାରେ ପ୍ରଦର୍ଶିତ କରାଯିବା ସହ ବରିଷ୍ଠ ନେତାମାନେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଏହି ପୁସ୍ତକକୁ ପ୍ରଦାନ କରିବେ । ପୂରା ଏକ ସପ୍ତାହ ଧରି ଏହି ସେବା ସପ୍ତାହ ପାଳନ କରାଯିବ । ଏହି ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଂଟନ ଆଦି ଆୟୋଜିତ କରାଯିବ । ଏଥି ସହ ହସ୍ପିଟାଲ, ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିତରଣ କରାଯିବ । ଦିବ୍ୟାଙ୍ଗ ମାନଙ୍କର ଶିକ୍ଷା ଏବଂ ପାଳନ ପୋଷଣ ପାଇଁ ବିଭିନ୍ନ ସମାଜିକ ସଙ୍ଗଠନ ମାନଙ୍କ ସହିତ ସହଭାଗୀତରେ ସେବା କାର୍ଯ୍ୟ କରାଯିବା ସହ ବିଜେପି ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ୨୦ ତାରିଖ ଦିନ ସାରା ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଜୀ ‘ସିଙ୍ଗଲ ୟୁଜ ପ୍ଲ୍ାଷ୍ଟିକ’ ତଥା ପ୍ଲାଷ୍ଟିକ ମୁକ୍ତ ଭାରତର ଯେଉଁ କଳ୍ପନା କରିଛନ୍ତି, ତାହାକୁ ସାକାର କରିବା ପାଇଁ ଦଳୀୟ ନେତା ଓ କାର୍ଯ୍ୟକର୍ତାମାନେ ସଂକଳ୍ପ ନେବେ । ଏହି ପରିପ୍ରେକ୍ଷୀରେ ବିଜେପି କାର୍ଯ୍ୟକର୍ତାମାନେ ନିଜ ଅଂଚଳର ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବା ଓ ଜଳ ସଂରକ୍ଷଣ ପାଇଁ ସଚେତନ କରାଇବେ । ସାଧାରଣ ଲୋକଙ୍କ ଭିତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଜନଜାଗରଣ ସୃଷ୍ଟି କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି । ଏହି ସେବା ସପ୍ତାହ ପାଳନର ପ୍ରସ୍ତୁତି ବୈଠକ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ସେବା ସପ୍ତାହର ରାଜ୍ୟ ସଂଯୋଜକ ତଥା ବିଧାୟକ ବିଷ୍ମୁ ସେଠୀ, ସହ ସଂଯୋଜକ ମହେଶ ମହାନ୍ତି, ସ୍ୱାସ୍ଥ୍ୟ ସେବା ପ୍ରମୁଖ ଡା. କୈଳାସ ବିଶ୍ୱାଳ, ରାଜ୍ୟ ଉପସଭାପତି ନୟନ ମହାନ୍ତି, ସଂପାଦକ ଦିଲୀପ ମଲ୍ଲିକ, ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ପୂର୍ବତନ ସାଂସଦ ବିଭୁ ତରାଇ, ଶ୍ରୀତମ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲାର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତି ଜିଲ୍ଲା ସ୍ତରରେ ୫ ଜଣଙ୍କୁ ଏହି କାର୍ଯ୍ୟକ୍ରମର ଦାୟୀତ୍ୱ ଦିଆଯାଇଛି ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ସେବା ସମିତିର ସହ ସଂଯୋଜକ ଭାବେ ମହେଶ ମହାନ୍ତି ଏବଂ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ଖେଳ ହେଲା କାଳ :ପଵଜୀ ଖେଳ ନେଲା ଜୀବନ..
ବେଙ୍ଗାଲୁରୁ 10/9:କର୍ଣ୍ଣାଟକ ର ବେଲଗାୱା ଜିଲ୍ଲାରେ ମୋବଇଲ ଗେମ ପଵଜୀକୁ ନେଇ, 26 ବର୍ଷୀୟ ଯୁବକ ରଘୁବୀର ନିଜ ବାପାଙ୍କୁ ହତ୍ୟା କରିବା ଘଟଣା ସାମ୍ନା କୁ ଆସିଛି l ଆଜିକା ବ୍ୟସ୍ତ ବହୁଳ ଜୀବନ ଜାପାନ ଭିତରେ ଆମେ ସମସ୍ତେ ଆଧୁନିକକରଣ କୁ ଯେମିତି ଜାବୁଡି ଧରିବାକୁ ବାଧ୍ୟ ହୋଇପଡ଼ିଛୁ, ଆଜିକା ଦିନରେ ସ୍ମାର୍ଟ ଫୋନ ବ୍ୟବହାର ଏତେ ବଢିଯାଇଛି ଯେ ଛୋଟ ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ l ଏହି ଫୋନ ଯେତିକି ସୁବିଧା ଯୋଗାଉଛି ସେତିକି ବିପଦଗାମୀ କରାଉଛି କହିଲେ କିଛି ଭୁଲ ହେବନାହିଁ, ପୂର୍ବରୁ ଆପଣ ମାନେ ଜାଣିଥିବେ ମମ ଗେମ ଖେଳି ବହୁତ ଯୁବକ ଯୁବତୀ ମୃତ୍ୟୁ ର ଶିକାର ହେଇଥିଲେ,ପୁଣି ସେଇପରି ପଵଜୀ ଗେମ କୁ କେନ୍ଦ୍ରକରି ଆଜି ରଘୁବୀର ନିଜ ବାପାଙ୍କୁ ହତ୍ୟା କରିଛି l ଏମିତି ଥିଲା ଘଟଣା,ରଘୁବୀର ବହୁସମୟ ଧରି ପଵଜୀ ଗେମ ଖେଳୁଥିବାରୁ ଏକ ଖରାପ ଅଭ୍ୟାସ ରେ ପଡିଯାଇଥିଲେ, କିନ୍ତୁ ଏହି ଖେଳ ଖେଳି ବହୁ ସମୟ ବରବାଦ କରୁଥିବାରୁ ତାଙ୍କ ବାପା ଏବଂ ଘରଲୋକ ବିରୋଧ କରିଆସୁଥିଲେ କିନ୍ତୁ ରଘୁବୀର ଉପରେ କୌଣସି ପ୍ରଭାବ ପକେଇପାରିନଥିଲା, ଯେତେବେଳେ ଦିନକୁ ଦିନ ଏହା ବଡିବାରେ ଲାଗିଲା ତା ଦେଖି ବାପା କଡାକଡି ତାଗିଦ କରିଥିଲେ ଯାହାଫଳରେ ରଘୁବୀର ର ରାଗ ପଞ୍ଚମକୁ ଉଠିଯାଇଥିଲା ଏବଂ ବାପା ପୁଅ ମଧ୍ୟରେ ଜୋର ଯୁକ୍ତି ତର୍କ ଚାଲିଥିଲା, ଏହି ସମୟରେ ରଘୁବୀର ରାଗିଯାଇ ପ୍ରଥମେ ମାଙ୍କୁ ରୁମରେ ବନ୍ଦକଲେ ତାପରେ ରୋଷେଇ ଘରୁ ଛୁରି ଆଣି ବାପାଙ୍କ ଶରୀର ର ଅନେକ ସ୍ଥାନରେ ଆକ୍ରମଣ କଲେ ପରେ ଗୋଳା କାଟି ହତ୍ୟା କରିଥିଲେ I
ହସୁଛି କାଶତଣ୍ଡୀ :ପାର୍ବଣ କୁ କରିବା ପାଇଁ ସ୍ୱାଗତ
ଭୁବନେଶ୍ୱର : ଆସିଲାଣି ପାର୍ବଣ l ଆସୁଛନ୍ତି ମା ‘ l ,ମା ଙ୍କ ସ୍ୱାଗତ କରିବା ପାଇଁ ଆଗଭର ହେଲାଣୀ କାଶତଣ୍ଡି l ରାଜରାସ୍ତା ଠାରୁ ଆରମ୍ଭ କରି ନଈପଠା ଯାଏଁ ସବୁଠି କାଶତଣ୍ଡୀ ଫୁଲର ସମ୍ଭlର। ଏହି କାଶତଣ୍ଡି ଫୁଲ ଶାରଦୀୟ ଦୁର୍ଗାପୂଜା ଓ ଜଗତ୍ ଜନନୀ ମା ଦୁର୍ଗାଙ୍କ ପବିତ୍ର ଆଗମନର ପ୍ରକୃତି ରାଣି ସୁଚନା ପ୍ରଦାନ କରେ। ଯାହାକୁ ଦେଖିଲେ ମନରେ ଥିବା କ୍ରୋଧ, ଲୋଭ,ମୋହ, ମାୟା କୁ ଭୁଲି ହୋଇଯାଏ। କାଶତଣ୍ଡି ଫୁଲ ପରିବେଶକୁ ଶୋଭା ମଣ୍ଡିତ କରୁଛି।
କାଶତଣ୍ଡୀ ଫୁଲର ଧଳା ଚାଦର ଯେମିତି ପାର୍ବଣକୁ ସଜାଇ ଦିଏ l ସେଥିପାଇଁ ତ କାଶତଣ୍ଡୀ କାହାର ପ୍ରେମିକ ତ ଆଉ କାହାର ମନର ରାଣୀ l
ଲୁଧିଆନା ଅଦିନିଆ ରଥଯାତ୍ରା ବନ୍ଦ : ଇସ୍କନ
ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧରେ ଇସ୍କନ କେବେ ଯିବ ନାହିଁ । ତେଣୁ ଲୁଧିଆନା ସ୍ଥିତ ଇସ୍କନ ମନ୍ଦିରରେ ହେବାକୁ ଥିବା ରଥଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ଇସ୍କନ । ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ।ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି।
କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍କନ୍ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ଅଭିଯୋଗ ହୋଇଥିଲା । । ଜଗନ୍ନାଥ ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା ହେବା ସହ ସବୁଆନୁ ବିରୋଧ ହେବା ପରେ ରାଜ୍ୟ ଇସ୍କନ ଏପରି ନିଷ୍ପତି ନେଇଛି ।
ଏହି ଆମ ସଚେତନତା :ବାଦ ପଡ଼ିଲାଣି ମେଘନାଦ ପାଚେରୀ
ପୁରୀ : ସ୍ୱଚ୍ଛ ଭାରତ ଅଭିଯାନ ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି l ଲୋକଙ୍କୁ ସଚେତନ ମଧ୍ୟ୍ୟ କରାଯାଉଛି l ହେଲେ ଫଳ ଶୂନ l କାରଣ ଲୋକଙ୍କୁ ସଚେତନ କରିବାରେ ଯେମିତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂଣ୍ଣ ବିଫଳ ହୋଇଛନ୍ତି ତାହା ପୁରୀରୁ ଆସିଥିବା ଏକ ଫୋଟୋ ପ୍ରମାଣିତ କରିଛି l ଯାହା ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି l
ରାଜ୍ୟ ସରକାର ପୁରୀକୁ ସୁନ୍ଦର କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏପରି ଫୋଟୋ ଆମ ସ୍ୱଚ୍ଛ ଭାରତ ସଚେତନତା ଉପରେ ଅନେକ ପ୍ରଶ୍ନବାଚୀ ଉଠାଇଛି l ଏଥିରେ କାହାର ଭୂଲ ସେ ବିଚାର ଆପଣଙ୍କର l….
ୟୁଏଇର ପ୍ରମୁଖ ତୈଳ, ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ୍ କମ୍ପାନୀଙ୍କ ସହ ବୈଠକ….
ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଂଟକୁ ପୂରଣ କରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ
ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ସଫଳ କରିବା ଦିଗରେ ଆଲୋଚନା
ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ
ଦୁବାଇ/ଭୁବନେଶ୍ୱର, ସେପ୍ଟେମ୍ବର ୦୯ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଏଚ୍ଇ ଶିଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହ୍ୟାନଙ୍କ ନେତୃତ୍ୱରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଂଟକୁ ପୂରଣ କରିଛନ୍ତି । ଉଭୟେ ଏହି ବନ୍ଧୁତ୍ୱକୁ ଆଗକୁ ନେବା ସହ ପରସ୍ପର ସହଯୋଗୀ ହୋଇ ଉକ୍ତ କାର୍ଯ୍ୟକୁ ପ୍ରାଥମିକତା ଦେଇ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଂଚ ଦିନିଆ ବିଦେଶ ଗସ୍ତରେ ଥିବା ଶ୍ରୀ ପ୍ରଧାନ ସୋମବାର ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ କରିବା ସହ ସେଠାକାର ଇସ୍ପାତ ଶିଳ୍ପର ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ୍ କରିବା ଅବସରରେ ଉଭୟଙ୍କ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ସହ ୟୁଏଇରେ ଭାରତ ନିଜର ଉପସ୍ଥିତିକୁ ଆହୁରି ଅଧିକ ଦୃଢ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ଅବସରରେ ଦୁବାଇ ଠାରେ ୟୁଏଇର ଇସ୍ପାତ ଶିଳ୍ପର ପ୍ରତିନିଧିମାନଙ୍କ ସହ ମଧ୍ୟ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ବୈଠକରେ ଇସ୍ପାତ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ କ୍ଷମତାକୁ ସଫଳ କରିବା ଦିଗରେ ଚର୍ଚ୍ଚା ହୋଇଥିଲା । ଶ୍ରୀ ପ୍ରଧାନ ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଥିଲେ ।














