ସାହାସ ପାଇଁ ସମ୍ମାନ : ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା…

- Advertisement -

ଭୁବନେଶ୍ୱର : ଲୋକସଭାର ଭବନରେ ଯାଜପୁର ଜିଲ୍ଲାର ୨ଜଣ ବାଳକଙ୍କୁ ସମ୍ବଦ୍ଦିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାସିଫ ଓ ସୋଆଇବଙ୍କ ସାହସିକତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ ପାଠ୍ୟ ଉପକରଣ,ଡ଼ିକ୍ସନାରୀ ଓ ଚକଲେଟ ଆଦି ଉପହାର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିବା ପରେ ଯେଉଁଠି ପାଇଁ ଏହି ଦୁଇ ବାଳକ ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଛନ୍ତି ତାହା ପୁଣିଥରେ ଗଣମାଧ୍ୟମରେ ଆଗରେ ବଖାଣିଥିଲେ ।
ଘଟଣାଟି ଥିଲା ଏପରି …\nସେଦିନ ଥିଲା ଗଣେଷ ପୂଜା । ସେପ୍ଟେମ୍ବର ୨ ତାରିଖ । ଯାଜପୁର ସଡକପୁର ପ୍ରାଥମିକ ସ୍କୁଲରେ ପଡୁଥିବା ୬ ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡରେ ଥିବା ଗୋଟିଏ ପୋଖରୀରେ ଖସିପଡି ବୁଡି ଯାଉଥିଲେ । ଏହି ସମୟରେ ଫଜଲପୁର ଗାଁର କୋରେଇ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପୁଥିବା ଦୁଇ ଜଣ ବାଳକ ସେକ୍ ତାସିଫ ରାଜ ଓ ମହମ୍ମଦ ସୋଆଇବ ବୁଡି ଯାଉଥିବା ବାଳଟିକୁ ଦେଖି ନିଜ ଜୀବନକୁ ଖାତିର ନକରି ପାଣିକୁ ଡେଇପଡି ତାକୁ ଉଦ୍ଧାର କରିଥିଲେ । ସେମାନଙ୍କ ସାହାସିକତା ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇଗଲା । ବାସ ଏଥିପାଇଁ ଏବେ ଏହି ଦୁଇ ବାଳକ ମୁଖ୍ୟମନ୍ତ୍ରୀ ପ୍ରିୟ ହୋଇଯାଇଛନ୍ତି । ନବୀନ ନିଜେ ସେମାନଙ୍କ ସାହସିକତା ପାଇଁ ତାଙ୍କୁ ସମ୍ମାନୀତ କରିବା ସହ ଦୁଇ ଜଣଙ୍କ କାନ୍ଦରରେ ହାତ ପକାଇ ଫଟୋ ଉଠାଇଥିଲେ । \n

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles