ଭୁବନେଶ୍ୱର :ସାହିତ୍ୟ ପ୍ରେମୀଙ୍କ ଅପେକ୍ଷାରେ ଖୁବ ଶୀଘ୍ର ପଡ଼ିବ ପୁର୍ଣ୍ଣଛେଦ। ଯୁବପିଢିଙ୍କ ଭିତରେ କୋଳାହଳ ସୃଷ୍ଟି କରିଥିବା ଉପନ୍ୟାସ “ଶିଡି ” ପରେ ଆସୁଛି କ୍ଷୁଦ୍ର ଗଳ୍ପ ସଂକଳନ ” ରୁଟି “। ଏ ସୂଚନା ଦେଇଛନ୍ତି ଯୁବ କଥାକାର ତଥା ଔପ୍ୟାନ୍ୟାସିକ ପାର୍ଥସାରଥୀ ରାଉତ। ବାସ୍ତବ ଜୀବନର ଝଡଝଞ୍ଜା ଭିତରେ ରୋମାନସର ରୋମାଞ୍ଚକୁ ଅତି ସୁନ୍ଦର ଭାବରେ ଶବ୍ଦରେ ସଜେଇ ପ୍ରତିଟି ପାଠକଙ୍କ ହୃଦୟରେ ଜାଗା ସୃଷ୍ଟି କରି ପରିଥିବା ପାର୍ଥସାରଥୀଙ୍କ ପଚାଶଟି ଗପକୁ ନେଇ ଦ୍ୱିତୀୟ ସୃଷ୍ଟି ରୁଟି ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି l ଆସନ୍ତା ପାର୍ବଣରେ ଏହା ଆସୁଛି ବଜାରକୁ। ଏନେଇ ସେ କହନ୍ତି କୋଟିପତି ଠୁ ନେଇ ଭିକାରି ସମେସ୍ତେ ରୁଟିରେ ଜୀବନକୁ ଦେଖନ୍ତି l ତେଣୁ ରୁଟିରେ ଜୀବନକୁ ତୋଳି ଧରିବାକୁ ମୁଁ ଏହି ପ୍ଲଟ ବାଛିଲି l
ନବୀନଙ୍କ ବଡ ଘୋଷଣା :ତିନିମାସ ଫାଇନ ଆଦାୟ କୋହଳ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ତିନିମାସ ଯାଏଁ ଟ୍ରାଫିକ ଆଦାୟ କୋହଳ l କଡାକଡ଼ି ହେବନି ଫାଇନ ଆଦାୟ l ଭୁବନେଶ୍ୱରର ରାଜମହଲ ଛକରେ ଲଙ୍କାକାଣ୍ଡ ହେବା ପରେ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର l ହେଲେ ବେପରୁଆ ଗାଡି ଚାଳକ ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର l
ନୂଆ ମଟର ଯାନ ଆଇନ ଯୋଗୁଁ ଲୋକମାନେ ବହୁତ ହଇରାଣ ହେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି l ବିଭିନ୍ନ ମହଲରେ ବିରୋଧ ହେବା ପରେ ରାଜ୍ୟ ସରକାର ଏପରି ବଡ ଘୋଷଣା କରିଛନ୍ତି l ତିନିମାସ ମଧ୍ୟରେ ଲୋକମାନେ ସବୁ କାଗଜ ପତ୍ର ଠିକ କରିବା ପାଇଁ ଟାଇମ ପାଇବେ l ମୁଖ୍ୟମନ୍ତ୍ରୀ ଙ୍କ ଏପରି ବଡ ଘୋଷଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l
ପରଲୋକରେ ସାମ୍ବାଦିକ ଦିଲ୍ଲୀପ ଶତପଥି….
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ବିଜେନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡ଼ିଟର ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି l ଦିଲ୍ଲୀପ ଶତପଥୀ ୫୬ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତି ୧୧.୩୦ରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ରାତି ପ୍ରାୟ ଗୋଟାଏ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶ୍ରୀ ଶତପଥୀଙ୍କ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ସତ୍ୟନଗରସ୍ଥିତ ବାସଭବନରେ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି l ସେହିପରି ବରିଷ୍ଠ ପ୍ରସନ୍ନମହାନ୍ତି, ରବି ଦାଶ, ରାଜାରାମ ଶତପଥୀ, ଦିଲ୍ଲୀପ ବିଶୋଇ, ନବୀନ ଦାସ, ବିରୂପାକ୍ଷ ତ୍ରିପାଠୀ, ଭକ୍ତ ତ୍ରିପାଠୀ, ମନରଞ୍ଜନ ମିଶ୍ର, ଅର୍ଧେନ୍ଧୁ ଦାସ, ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି l
ପାଞ୍ଚଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ କଲେ ଆଲୋଚନା…
ହାଇଡ୍ରୋକାର୍ବନ ରପ୍ତାନୀରେ ସାଉଦିଆରବ ଭାରତ ସହ ଏକ ବିଶ୍ୱାସନୀୟ ଏବଂ ସ୍ଥାୟୀ ଭାଗିଦାରୀ ହୋଇ ରହିବା ନେଇ ଶକ୍ତି ମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଭାରତରେ ସାଉଦିଆରବର ପୁଞ୍ଜିନିବେଶ କରିବା ଦିଗରେ ମଧ୍ୟ ଗୁରୁତ୍ୱାରୋପ
ସାଉଦିଆରବ/ନୂଆଦିଲ୍ଲୀ, ସେପ୍ଟେମ୍ବର ୦୯ – ପାଞ୍ଚଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସାଉଦିଆରବର ଜିଦ୍ହା ଠାରେ ସେଠାକାର ଶକ୍ତି ମନ୍ତ୍ରୀ ଏଚ୍ଆର୍ଏଚ୍ ପ୍ରିନ୍ସ ଅବଦୁଲ ଅଜୀଜ ସଲମାନଙ୍କୁ ସାକ୍ଷାତ୍ କରିଛନ୍ତି ।ଏହି ଅବସରରେ ସାଉଦି ମନ୍ତ୍ରୀ ହାଇଡ୍ରୋକାର୍ବନ ରପ୍ତାନୀ ଦିଗରେ ସାଉଦିଆରବ ଭାରତ ସହ ଏକ ବିଶ୍ୱାସନୀୟ ଏବଂ ସ୍ଥାୟୀ ଭାଗିଦାରୀ ହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ସାଉଦିଆରବ ଭାରତରେ ପୁଞ୍ଜିନିବେଶ କରିବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ଉଭୟଙ୍କ ଆଲୋଚନାରୁ ଜଣାପଡିଛି ।
ରାଜଧାନୀରେ ଲୁଚକାଳି ଖେଳୁଛି ବର୍ଷା…
ଭୁବନେଶ୍ୱର : ରାଜଧାନୀରେ ଲୁଚକାଳି ଖେଳୁଛି ବର୍ଷା l ଫଳରେ ଜନଜୀବନ ଅସ୍ତଵ୍ୟସ୍ତ ହୋଇପଡିଛି l କେତେବେଳେ ବର୍ଷା ହେଉଛି ଆଉ କେତେବେଳେ ଛାଡୁଛି ତାହା ଜଣା ପଡୁନାହିଁ l ଲଘୁଚାପ ଜନୀତ ବର୍ଷା ସାରା ଓଡିଶା ରେ ହେଉଛି l କୋରାପୁଟ ରୁ ରାୟଗଡା, ଯାଜପୁର ରୁ ବାଲେଶ୍ୱର ସବୁଠି ଖାଲି ବର୍ଷା ଆଉ ବର୍ଷା l ବର୍ଷା ପାଗ ଯୋଗୁଁ ବେପାର ମାନ୍ଦା ହୋଇଛି l ବର୍ଷା ଯୋଗୁଁ ବହୁ ନଦୀର ଜଳପତନ ବୃଦ୍ଧି ପାଇଛି l
ମୟୁରଭଞ୍ଜରେ ବବିଙ୍କ ସର୍ଜିକାଲ ଷ୍ଟ୍ରାଇକ
ଭୁବନେଶ୍ୱର : ମୟୁରଭଞ୍ଜରେ ଏକାଠି ହେଲେ ନବୀନଙ୍କ ତ୍ରୀଶକ୍ତି ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା ଓ ଅରୁଣସାହୁ । ଯାହାକୁ ନେଇ ମୟୁରଭଞ୍ଜ ଠାରୁ ରାଜଧାନୀ ଯାଏ ରାଜନୀତି ସରଗମର । କାହିକିଁ ପର୍ଯ୍ୟବେକ୍ଷକ ହେବା ପରେ ପ୍ରଥମ ବୈଠକରେ ଜିଲ୍ଲା ସାଂଗଠନିକ ଦାୟିତ୍ୱରେ ଫେଲ ମାରିଥିବା ନେତାଙ୍କୁ ନେଇ ପ୍ରଣବ ମୟୁରଭଞ୍ଜରେ ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରରୀ ବୈଠକ କଲେ । ନିଜର ଦକ୍ଷତା ସୁବବେଳେ ପ୍ରମାଣ କରିଥିବା ପ୍ରଣବ ମୟୁରଭଞ୍ଜରେ କାହିକିଁ ଅରୁଣ ଓ ସଂଜୟଙ୍କ ସାହାର ନେଲେ । ପ୍ରବଣ ( ବବି) ଯେଉଁକାମରେ ହାତ ଦିୟନ୍ତି ତାକୁ ସଫଳତାର ସହ କରିନ୍ତି । ଯେଉଁଥି ପାଇଁ ନବୀନଙ୍କ ସେ ଖାସ ବିଶ୍ୱସ୍ତ ଓ ଅତି ଘନିଷ୍ଠ । ସବୁବେଳେ ଦଳ ପାଇଁ ସେ ସମର୍ପିତ । ଦଳ ଯେଉଁଠି ଅସୁବିଧାରେ ପଡ଼େ ପ୍ରଣବ ସେଠି ଉଭା ହୁଅନ୍ତି । ଖାସ ସେଥିଲାଗି ଦଳର ସବୁ ଗୁରୁତ୍ୱପୂର୍ଣ୍ଣ କାମରେ ପ୍ରଣବକୁ ନବୀନ ଖୋଜନ୍ତି । କାରଣ ଅସମ୍ଭବକୁ ସମ୍ଭବ କରିପାରୁଥିବା ଯୁବନେତା ହେଉଛନ୍ତି ସେ । ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୁରଭଞ୍ଜରେ ଯେତେବେଳେ ବିଜେଡ଼ି ଦୁର୍ବଳ ହୋଇଛି ସେତେବେଳେ ନବୀନ ବବିଙ୍କୁ ସେ ଜିଲ୍ଳାର ଦାୟିତ୍ୱ ଦେଇଛନ୍ତି । କାରଣ ଆବଶ୍ୟକ ଯେଉଁଠି ପ୍ରଣବ ସେଇଠି ନବୀନଙ୍କ ହନୁମାନ ହୋଇ ଉଭା ହୁଅନ୍ତି ।
ଏବେ ନଜର ପକାନ୍ତୁ କାହିକିଁ ମୟୁରଭଞ୍ଜର ପର୍ଯ୍ୟବେକ୍ଷକ ହେଲେ ପ୍ରଣବ (ବବି)
ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୁଭଞ୍ଜରେ ବିଜେଡ଼ି ୨୦୧୭ରୁ ଦୁର୍ବଳ ହୋଇଛି । ଯାହା ୨୦୧୯ ସାଧାରଣରେ ନିର୍ବାଚନରେ ପ୍ରତିଫଳିତ ହେଲା । ଯାହାକୁ ନେଇ ବିଜେଡ଼ି ସ୍ରୁପ୍ରିମୋ ନବୀନ ପଟ୍ଟନାୟକ ଚିନ୍ତାରେ । କାହିକିଁ ଦଳର ସ୍ଥିତି ଏପରି ହେଲା ମୟୁରଭଞ୍ଜରେ । ଦଳରୁ ଦୁଇ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ସଂଜୟ ଦାସବର୍ମାଙ୍କୁ ନବୀନ ମୟୁରଭଞ୍ଜ ଦାୟିତ୍ୱ ଦେଇଥିଲେ । ହେଲେ ନବୀନ ଯାହା ଆଶା କରୁଥିଲେ ତାହା କିନ୍ତୁ ବିଜେଡ଼ିକୁ ଜିଲ୍ଲାରୁ ମିଳିଲା ନାହିଁ । ୨୦୧୯ ନିର୍ବାଚନରେ ମୟୁରଭଞ୍ଜର ୯ଟି ବିଧାନସଭା ଆସନରୁ ୬ଟି ଆସନ ବିଜେଡ଼ି ହାତରୁ ଯିବା ସହ ସାଂସଦ ସିଟ ବି ଦଳ ହରାଇଲା । ଧୀରେ ଧୀରେ ଜିଲ୍ଳାରେ ବିଜେପି ଓ ଜେଏମଏମ ଶକ୍ତି ବୃଦ୍ଧି ପାଇଲା । ତେବେ ପୂର୍ବ ପରି ଜିଲ୍ଳାରେ ବିଜେଡ଼ି କିପରି ଶକ୍ତିଶାଳୀ ହେବ ସେ ଚିନ୍ତା ନବୀନଙ୍କୁ ଘାରିଲା । ତେଣୁ ନବୀନ ପାରିବାପଣ ନେତା ପ୍ରବଣ ପ୍ରକାଶ ଦାସ(ବବି)ଙ୍କ ଉପରେ ସୁପ୍ରିମୋ ଜିଲ୍ଳାର ଦାୟିତ୍ୱ ଦେଲେ । ଯେହେତୁ ୨୦୧୪ରୁ ସଂଜ ୟ ଦାସ ବର୍ମା ପର୍ଯ୍ୟବେକ୍ଷକ ଥିଲେ ତେଣୁ ତାଙ୍କୁ ବି ଜିଲ୍ଲାରେ କିଛି ସଂଗଠନ ଓ ବିଶ୍ୱସ୍ତ ନେତା ଅଛନ୍ତି । ସେହି ଆଧାରରେ ସଂଜୟଙ୍କୁ ସାଙ୍ଗରେ ନେଲେ ବବି । ଅନ୍ୟପଟେ ୨୦୧୯ ନିର୍ବାଚନରେ ମନ୍ତ୍ରୀ ଅରୁଣ ସାହୁ ବି ଜିଲ୍ଲାର ପର୍ଯ୍ୟବେକ୍ଷକ ଥିଲେ । ତାଙ୍କର ବି କିଛି ସଂଗଠନ ରହିଛି ଜିଲ୍ଲାରେ । ଏବେ ପ୍ରଣବ ସବୁ ସଂଗଠନକୁ ଏକାଠି କରି ବିଜେଡ଼ି କିପରି ଶକ୍ତିଶାଳୀ ଜିଲ୍ଲାରେ ହେବ ତାହା ଉପରେ ଗୁରୁତବ ଦେଇଛନ୍ତି । କାରଣ ସମସ୍ତଙ୍କୁ ସାଙ୍ଗରେ ନେଇ କିପରି କାମ କରିହୁଏ ସେ ମନ୍ତ୍ର ପ୍ରଣବ(ବବି) ବେଶ ଜଣା । ଜଣ ଯୁବନେତା ଭାବରେ ଯେପରି ସେ ଦଳ ପାଇଁ ନିଜକୁ ଉତ୍ସଗୀତ କରିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ । ସେଥିଲାଗି ବିଜେଡ଼ି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସେ ଅତି ଘନିଷ୍ଠ ହୋଇଛନ୍ତି । ତାଭ୍କର ସାଂଗଠନିକ ଦକ୍ଷତା ଓ ପରିଶ୍ରମ ଯୋଗୁଁ ସେ ଦଳରେ ବେଶ ଦବଦବା ରଖିଛନ୍ତି । ତେଣୁ ଦଳକୁ ମଜବୁତ କରିବା ପାଇଁ ସବୁବେଳେ ସେ ନବୀନଙ୍କ ହନୁମାନ ସାଜିଛନ୍ତି ।
ବିଜେଡ଼ି ୭ନେତାଙ୍କୁ ୩୦ ଜିଲ୍ଳାର ଦାୟିତ୍ୱ
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୭ଜଣ ନେତାଙ୍କୁ ୩୦ଟି ଜିଲ୍ଳାର ସଭ୍ୟ ସଂଗ୍ରହ ଅଭିଯାନର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ବରିଷ୍ଠ ଓ ଯୁବନେତାଙ୍କୁ ଏହି ଗୁୁ ଦାୟିତ୍ୱ ମିଳିଛି । ତେବେ କେଉଁ ନେତାଙ୍କୁ କେଉଁ ଜିଲ୍ଳାର ଦାୟିତ୍ୱ ମିଳିଚି ନଜର ପକାନ୍ତୁ ।
୧ – ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ବିଜେଡ଼ି – ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ବଲାଙ୍ଗୀର,ସୁବର୍ଣ୍ଣପୁର,
୨- ଦେବୀ ପ୍ରସାଦ ମିଶ୍ର-ଉପସଭାପତି ବିଜେଡ଼ି – ଢେଙ୍କାନାଳ, ଅନୁଗୁଳ, କଟକ
୩- ପ୍ରତାପ ଦେବ, ମୁଖପାତ୍ର- ନୁଆପଡ଼ା,କଳାହାଣ୍ଡି, ବୌଦ୍ଧ, କନ୍ଦମାଳ,
୪- ପ୍ରମିଳା ମଲ୍ଲିକ- ଉପସଭାନେତ୍ରୀ – ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା, ଜଗତସିଂହ ପୁର
୫- ସଂଜୟ ଦାସ ବର୍ମା- ସାଧାରଣ ସମ୍ପାଦକ- ନବରଙ୍ଗପୁର,କୋରାପୁଟ,ମାଲକାନଗିରି, ରାୟଗଡ଼ା, ଗଜପତି
୬- ପ୍ରଦୀପ ପାଣୀଗ୍ରାହୀ- ସାଧାରଣ ସମ୍ପାଦକ- ଗଂଜାମ,ଖୋର୍ଦ୍ଦା, ପୁରୀ, ନୟାଗଡ଼
୭- ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ – ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ,
ମିଡ଼ିଆ ଉପଦେଷ୍ଟା ମଙ୍ଗରାଜଙ୍କୁ ରାଷ୍ଟ୍ରପ୍ୟାହା ..
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପ୍ୟାହା ମିଳିଛି । ସେ ଗଣମାଧ୍ୟମ ଓ ଲୋକ ସଂପର୍କ ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇବେ । ମାନସଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ବିଜେଡ଼ି ନେତା ତଥା ଦୀର୍ଘଦିନ ଧରି ଓଡ଼ିଶା ମିଡ଼ିଆ ସହ ଜଡ଼ିତ ଓ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ୱ ନେଉଥିବା ମାନସ ମଙ୍ଗରାଜଙ୍କୁ ବିଶ୍ୱାସକୁ ନେଇ ତାଙ୍କୁ ଉପଦେଷ୍ଟା କରିଛନ୍ତିି । ଦୀଘଦିନ ଧରି ସାମ୍ବାଦିକ ଜଗତ ସହିତ ଜଡ଼ିତ ଥିବା ମାନସ ଆଗକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ନୀତି ଉପରେ ନିଜର ଅଭିଜ୍ଞତାକୁ ପ୍ରୟୋଗ କରି ଉଚିତ ପରାମର୍ଶ ଦେବେ । ବିଜୁ ଜନତା ଦଳରେ ମାନସ ନିଜର ସାଂଗଠନିକ ଦାୟିତ୍ୱ ସଠିକ ଭାବେ ତୁଲାଇବା ସହ ଚିଲିକା ଅଂଚଳରେ ଜଣେ ଟାଣୁଆ ଯୁବନେତା ଭାବେ ବେଶ ପରିଚିତ । ତେଣୁ ନବୀନ ଅନେକ ସମୟରେ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦେଇଛନ୍ତି । ଯାହାକୁ ସେ ସୁଚାରୁରୂପେ ବହନ କରିଛନ୍ତି । ତେଣୁ ରାଜ୍ୟ ସରକାର ତାଙ୍କୁ ଗଣମାଧ୍ୟମ ଓ ଲୋକସର୍ମ୍ପକ ଉପଦେଷ୍ଟା କରିଥିବାରୁ ତାଙ୍କୁ ମନ୍ତ୍ରୀ ପାହ୍ୟା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ।୨୦୧୯ ସାଧାରଣ ନିର୍ବାଚନରେ ମାନସ ମଙ୍ଗରାଜ ବିଜୁ ଜନତା ଦଳର ମିଡ଼ିଆ ଦାୟିତ୍ୱରେ ଥିଲେ ।
ମାନସ ମଙ୍ଗରାଜଙ୍କୁ ବିଜେଡ଼ି ମିଡ଼ିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ ପୂର୍ବରୁ ଦେଇସାରିଛି । ଯାହାକୁ ସେ ସଫଳତାର ସହ ତୁଲାଇଛନ୍ତି । ସବୁ ସ୍ତରରେ ତାଙ୍କର ଗ୍ରହଣୀୟତା ଅଛି । ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ୫ଟିକୁ ଗରୁତ୍ୱ ଦେଉଥିବାରୁ ସବୁସ୍ତରରେ ସ୍ୱଚ୍ଛତା ଆଣିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ କିପରି ପ୍ରଚାର ଓ ପ୍ରସାର କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେହେତୁ ମାନସ ମଙ୍ଗରାଜ ର୍ପୂବରୁ ସାମ୍ବାଦିକତାରେ ତାଙ୍କର ଦକ୍ଷତା ଦେଖାଇସାରିଛନ୍ତି । \n
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ : ଇନ୍ଫୋସିଟି, ଇନ୍ଫୋଭ୍ୟାଲି ଓ ଏସ୍ଟିପିଆଇ ଅଞ୍ଚଳରେ ସୁରକ୍ଷା ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୦୭ ସେପେଫମ୍ବର, ୨୦୧୯ ଆଇଟି ପାର୍କ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଇନ୍ଫୋଭ୍ୟାଲି, ଇନ୍ଫୋସିଟି ଏବଂ ଏସ୍ଟିପିଆଇ (ଗୋଠପାଟଣା) ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା, ନିୟମିତ ପାଟ୍ରୋଲିଂ, ନିଶାଖୋର ଏବଂ ମଦ୍ୟପ ଗୋଷ୍ଠୀଙ୍କ ଉପରେ କଡ଼ା ନଜର ସହ ରାସ୍ତାଘାଟର ଉନ୍ନତିକରଣ, କ୍ୟାମ୍ପସ୍ର ସୌନ୍ଦର୍ଯ୍ୟକରଣ, ପାଚେରୀ ନିର୍ମାଣ, ଷ୍ଟି୍ରଟ୍ଲାଇଟ୍ ମରାମତି, ଆଇଟି କମ୍ପାନୀଗୁଡ଼ିକୁ \nଅଗ୍ନିନିରାପତ୍ତା ଏବଂ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ ସହ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ଅଧିକ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଇଡ଼୍କୋ ସିଏମ୍ଡ଼ି ଶ୍ରୀ ସଞ୍ଜୟ କୁମାର ସିଂ ଯୋଗଦେଇ ଉକ୍ତ ଅଞ୍ଚଳରେ ରାସ୍ତାଘାଟର ଉନ୍ନତିକରଣ, କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ, ଫନୀ ବାତ୍ୟାରେ ନଷ୍ଟ ହୋଇଥିବା କ୍ୟାମ୍ପସ୍ ପାଚେରୀ ନିର୍ମାଣ ସହ ଆବଶ୍ୟକ ସମସ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି କହିଥିଲେ । ବୈଠକରେ ଡିସିପି ଶ୍ରୀ ଅନୁପ ସାହୁ ଉପସ୍ଥିତ ରହି ଏହି ସବୁ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହିତ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କହିଥିଲେ । ଏଥି ସହିତ ଆଇଟି କମ୍ପାନୀମାନଙ୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଇ ମାର୍ଗଦର୍ଶିକା ପାଳନ କରିଥିବା କମ୍ପାନୀଗୁଡ଼ିକୁ ଖୁବ୍ ଶୀଘ୍ର ଅଗ୍ନିନିରାପତ୍ତା ଏବଂ ବୃତ୍ତିଗତ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଜଣାଇଥିଲେ । ବୈଠକରେ ଅଗ୍ନିସମ ସେବାର ଆଇଜି ଶ୍ରୀ ଅସିତ୍ ପାଣିଗ୍ରାହୀ, ବିଏମ୍ସିର ଅତିରିକ୍ତ କମିଶନର ଶ୍ରୀ ସୁରଥ ଚନ୍ଦ୍ର ମଲ୍ଲିକ, ଇଡ୍କୋ ସିଜିଏମ୍ ଶ୍ରୀ ଭକ୍ତକବି ଦାସ, ଏସ୍ଟିପିଆଇ, ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଏସ୍.ଆର୍ ପାତ୍ର ପ୍ରମୁଖ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।














