ଲୁଧିଆନା ଅଦିନିଆ ରଥଯାତ୍ରା ବନ୍ଦ : ଇସ୍କନ

- Advertisement -

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧରେ ଇସ୍କନ କେବେ ଯିବ ନାହିଁ । ତେଣୁ ଲୁଧିଆନା ସ୍ଥିତ ଇସ୍କନ ମନ୍ଦିରରେ ହେବାକୁ ଥିବା ରଥଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ଇସ୍କନ । ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ।ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି।
କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍କନ୍ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ଅଭିଯୋଗ ହୋଇଥିଲା । । ଜଗନ୍ନାଥ ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା ହେବା ସହ ସବୁଆନୁ ବିରୋଧ ହେବା ପରେ ରାଜ୍ୟ ଇସ୍କନ ଏପରି ନିଷ୍ପତି ନେଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles