ଖେଳ ହେଲା କାଳ :ପଵଜୀ ଖେଳ ନେଲା ଜୀବନ..

- Advertisement -

ବେଙ୍ଗାଲୁରୁ 10/9:କର୍ଣ୍ଣାଟକ ର ବେଲଗାୱା ଜିଲ୍ଲାରେ ମୋବଇଲ ଗେମ ପଵଜୀକୁ ନେଇ, 26 ବର୍ଷୀୟ ଯୁବକ ରଘୁବୀର ନିଜ ବାପାଙ୍କୁ ହତ୍ୟା କରିବା ଘଟଣା ସାମ୍ନା କୁ ଆସିଛି l ଆଜିକା ବ୍ୟସ୍ତ ବହୁଳ ଜୀବନ ଜାପାନ ଭିତରେ ଆମେ ସମସ୍ତେ ଆଧୁନିକକରଣ କୁ ଯେମିତି ଜାବୁଡି ଧରିବାକୁ ବାଧ୍ୟ ହୋଇପଡ଼ିଛୁ, ଆଜିକା ଦିନରେ ସ୍ମାର୍ଟ ଫୋନ ବ୍ୟବହାର ଏତେ ବଢିଯାଇଛି ଯେ ଛୋଟ ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ l ଏହି ଫୋନ ଯେତିକି ସୁବିଧା ଯୋଗାଉଛି ସେତିକି ବିପଦଗାମୀ କରାଉଛି କହିଲେ କିଛି ଭୁଲ ହେବନାହିଁ, ପୂର୍ବରୁ ଆପଣ ମାନେ ଜାଣିଥିବେ ମମ ଗେମ ଖେଳି ବହୁତ ଯୁବକ ଯୁବତୀ ମୃତ୍ୟୁ ର ଶିକାର ହେଇଥିଲେ,ପୁଣି ସେଇପରି ପଵଜୀ ଗେମ କୁ କେନ୍ଦ୍ରକରି ଆଜି ରଘୁବୀର ନିଜ ବାପାଙ୍କୁ ହତ୍ୟା କରିଛି l ଏମିତି ଥିଲା ଘଟଣା,ରଘୁବୀର ବହୁସମୟ ଧରି ପଵଜୀ ଗେମ ଖେଳୁଥିବାରୁ ଏକ ଖରାପ ଅଭ୍ୟାସ ରେ ପଡିଯାଇଥିଲେ, କିନ୍ତୁ ଏହି ଖେଳ ଖେଳି ବହୁ ସମୟ ବରବାଦ କରୁଥିବାରୁ ତାଙ୍କ ବାପା ଏବଂ ଘରଲୋକ ବିରୋଧ କରିଆସୁଥିଲେ କିନ୍ତୁ ରଘୁବୀର ଉପରେ କୌଣସି ପ୍ରଭାବ ପକେଇପାରିନଥିଲା, ଯେତେବେଳେ ଦିନକୁ ଦିନ ଏହା ବଡିବାରେ ଲାଗିଲା ତା ଦେଖି ବାପା କଡାକଡି ତାଗିଦ କରିଥିଲେ ଯାହାଫଳରେ ରଘୁବୀର ର ରାଗ ପଞ୍ଚମକୁ ଉଠିଯାଇଥିଲା ଏବଂ ବାପା ପୁଅ ମଧ୍ୟରେ ଜୋର ଯୁକ୍ତି ତର୍କ ଚାଲିଥିଲା, ଏହି ସମୟରେ ରଘୁବୀର ରାଗିଯାଇ ପ୍ରଥମେ ମାଙ୍କୁ ରୁମରେ ବନ୍ଦକଲେ ତାପରେ ରୋଷେଇ ଘରୁ ଛୁରି ଆଣି ବାପାଙ୍କ ଶରୀର ର ଅନେକ ସ୍ଥାନରେ ଆକ୍ରମଣ କଲେ ପରେ ଗୋଳା କାଟି ହତ୍ୟା କରିଥିଲେ I

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles