ଭୁବନେଶ୍ୱର : ସେବା ହିଁ ମାନବିତକାକୁ ଆଧାର କରି ନିଳାଞ୍ଚଳ ଏନଜି କାମ କେତେକ କରୁଛି । ରାଜ୍ୟରେ କେତେକ ବରିଷ୍ଠ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ସମାଜସେବୀ ରମେଶ ଶତପଥୀଙ୍କ ଅଧକ୍ଷତାରେ ଗଠିତ ହୋଇଥିଲା । ନୀଳାଚଳ ଏନର୍ଜି ପ୍ରାଇଭେଟ ଲିମିଟେଡ଼ । ଏହି ସଂସ୍ଥା ଦୀର୍ଚ୍ଚା ୧୦ ବର୍ଷ ଧରି ବିଦ୍ୟୁତ ବିଭାଗରେ ହେଉଥିବା ଚୋରିକୁ ରୋକିବା ସେସୁ କର୍ତ୍ତୃପକ୍ଷ ତଥା ସେସୁ ଦ୍ୱାରା ନିୟୋଜିତ ବିଭିର୍ନ ଫ୍ରାଞ୍ଚାଇଜ ସହଯୋଗରେ କାର୍ୟ୍ୟ କରି ଆସୁଛନ୍ତି । ସେସୁର ପୁରୀ ବିଦ୍ୟୁତ ଡିଭିଜନ ଓ ବାଲୁଗାଁ ବିଦ୍ୟୁତ ଡିଭିଜନରେ ବିଦ୍ୟୁତ ବିଲ ବିଦ୍ୟୁତ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଓ ସେମାନଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରିବା କାର୍ୟ୍ୟ ସହିତ ବାଲୁଗାଁ ବିଦ୍ୟୁତ ଡିଭିଜନର ବିଦ୍ୟୁତ ଲାଇନ ରକ୍ଷଣାବେକ୍ଷଣ ଦାଇତ୍ୱ ହାତକୁ ନେଇ ଦୀର୍ଘ ୧୦ ବର୍ଷ ଧରି ଏହି କାର୍ୟ୍ୟ ସୁଚାରୁ ରୂପେ କରିଆସୁଛନ୍ତି । ଏହି କମ୍ପାନୀରେ ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଅନୁନ୍ୟ ୪୦୦ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ଏକ ଉଧାରଣ ସୃଷ୍ଟି କରିଛନ୍ତି ।
ପ୍ରତିବର୍ଷ କମ୍ପାନୀର ଲାଭାଂଶ କୁ ସମାଜ ସେବା କ୍ଷେତ୍ରରେ ବିନିଯୋଗ କରୁଛନ୍ତି ଓ ପ୍ରତିବର୍ଷ ବିଷୁବ ସଂକ୍ରାନ୍ତି ଦିନ ଠାରୁ ପୁରୀକୁ ଆସୁଥିବା ହଜାର ହାଜର ଭକ୍ତ, ତୀର୍ଥ ଯାତ୍ରୀଙ୍କୁ ପାନୀୟ ଜଳ, ଲେମ୍ବୁ ଦହି ସର୍ବତ , ମାଗଣା ଔଷଧ , ମାଗଣା ଚିକିତ୍ସା ଓ ରନ୍ଧା ଖାଦ୍ୟ ଦେଇ ଆସୁଛନ୍ତି । ଏହି କାର୍ୟ୍ୟ ବିଷୁବ ସଂକ୍ରାନ୍ତି ଦିନଠାରୁ ରଥଯାତ୍ରା ଶେଷ ପର୍ୟ୍ୟନ୍ତ ଚାଲେ । ଏପରିକି ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ କାର୍ତ୍ତିକ ମାସରେ ପୁରୀରେ ହବିଷ କରିବାକୁ ଆସୁଥିବା ବୟସ୍କ ହବିଷ୍ୟାଳି ମାନଙ୍କୁ ଫଳ ବଣ୍ଟନ କରିଆସୁଛି । କେବଳ ସେତିକି ନୁହେଁ ପ୍ରତିବର୍ଷ ଜାନୁଆରୀ୨୬ ଓ ଅଗଷ୍ଟ ୧୫ରେ ଭୁବନେଶ୍ୱରରେ ଥିବା ମୁକ ବଧିର ବିଦ୍ୟାଳୟରେ ଫଳ ବଣ୍ଟନ ଓ ଖାଦ୍ୟ ବଣ୍ଟନ ଇତ୍ୟାଦି ସେବା କାର୍ୟ୍ୟରେ ସଂସ୍ଥାକୁ ନିୟୋଜିତ କରିଛନ୍ତି । ଏହି ସଂସ୍ଥାର କର୍ମକର୍ତ୍ତାମାନେ ଅଧକ୍ଷ ରମେଶ ଶତପଥୀଙ୍କ ପ୍ରେରଣାରେ ସ୍ୱତଃପ୍ରବୃତ ଭାବେ ନିଜକୁ ନିୟୋଜିତ କରିଥିବାରୁ ବିଭିର୍ନ ଅନୁଷ୍ଠାନ ତରଫରୁ ପ୍ରସଂଶିତ ହୋଇଛନ୍ତି । ଚଳିତ ବର୍ଷ ଜୁଲାଇ୧୮ ତାରିଖ ଦିନ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ନୀଳାଚଳ ଏନର୍ଜିକୁ ରଥଯାତ୍ରା ସେବା ସମ୍ମାନରେ ସମ୍ମାନିତ କରାଯଇଅଛି । କମ୍ପାନୀର ପରିଚଳନା ନିର୍ଦ୍ଧେଶକ ଦୟାନିଧି ସାମଲ ଏହି ପ୍ରଶସ୍ତି ପତ୍ର ଜୁଲାଇ ୧୮ ତାରିଖ ଦିନ ଜିଲ୍ଲାପାଳ ଶ୍ରୀଯୁକ୍ତ ବଲୱନ୍ତ ସିଂ(ଓଇଝ)ଙ୍କ ଠାରୁ ଗ୍ରହଣ କରିଛନ୍ତି ।
ନୀଳାଚଳ ଏନର୍ଜିକୁ ରଥଯାତ୍ରା ସେବା ସମ୍ମାନରେ ସମ୍ମାନିତ
ପ୍ରଦୀପ ଗୁମର ଖୋଲିଲେ, ପୁଣି ସଫେଇ ଦେଲେ
ଭୁବନେଶ୍ୱର : ବିଜେଡି -ବିଜେପି ସମ୍ପର୍କ ନେଇ ବିବାଦୀୟ ବୟାନ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସଫେଇଦେଇଛନ୍ତି l ସେ କହିଛନ୍ତି ଯେ
ମୋ ବକ୍ତବ୍ୟକୁ କଦର୍ଥ କରାଯାଇଛି । ବିଜେଡି ସହ ଆମର ସଂପର୍କ ନାହିଁ l ନବୀନଙ୍କ କୁଶାସନ ବିରୋଧରେ ବିଜେପିର ଲଢ଼େଇ ଜାରି ରହିଛି ଓ ରଖିବ ମଧ୍ୟ l ନବୀନଙ୍କ ଦୁର୍ନୀତି ରୋକିବାକୁ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି ସେ କହିଛନ୍ତି l ବିଜେଡି -ବିଜେପି ସମ୍ପର୍କ ନେଇ ବୟାନ ଦେବା ପରେ ହଲଚଲ ହୋଇଥିଲା ବିଜେଡି -ବିଜେପି ଶିବିର l ତେଣୁ ବାଧ୍ୟ୍ୟ ହୋଇ ତାଙ୍କୁ ସଫେଇ ଦେବାକୁ ପଡିଲା ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି l
ପ୍ରଦୀପ କହିଲେ ସତ -ଏମିତି ବିଜେପି-ବିଜେଡି ସମ୍ପର୍କ
ଭୁବନେଶ୍ୱର : ବିଜେପି-ବିଜେଡି ସମ୍ପର୍କ କେମିତି l ବହୁ ସମୟରେ ରାଜ୍ୟରେ ଏପରି ଚର୍ଚ୍ଚା ହୁଏ l କଂଗ୍ରେସ ମଧ୍ୟ ଅଭିଯୋଗ କରେ ଯେ ବିଜେଡି-ବିଜେପି ଭାଇ ଭାଇ l କାରଣ 2000ରୁ 2009 ଯାଏ ବିଜେଡି -ବିଜେପି ମିଶିକି ଥିଲେ l ବିରୋଧୀ ଦଳ ନେତା ପ୍ରଦୀପ ନାୟକ କହିଛନ୍ତି ଯେ ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ବିଜେପି ଯୋଗୁଁ ହୋଇଛନ୍ତି l କେନ୍ଦ୍ର ବିଜେପିର ମଧ୍ୟ ନବୀନଙ୍କ ଉପରେ ଆଶୀର୍ବାଦ ଅଛି l ଖାସ ସେଥିଲାଗି କେନ୍ଦ୍ର ଓଡିଶାକୁ ଅଧିକ ଅନୁଦାନ ଦେଇଛି l ପ୍ରଦୀପଙ୍କ ଏପରି ବୟାନ ବର୍ଷା ପାଗରେ ଓଡିଶା ରାଜନୀତିକୁ ସରଗରମ କରିଛି l
ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ବୟାନ ବିଜେପି -ବିଜେଡି ବିତିରିଆ ସମ୍ପର୍କକୁ ପଦାକୁ ଆଣିଛି l 2019 ସାଧାରଣ ନିର୍ବାଚନ ପରେ ବିଜେପି -ବିଜେଡି ବେଶ ନିକଟତର ହୋଇଛି l ଆଉ ଏହାରି ଭିତରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ବୟାନ ଉଭୟ ଦଳକୁ ଚିନ୍ତାରେ ପକାଇଛି l
ନବ କହିଲେ “ବୁନୁ” ମେୟର…..
ଭୁବନେଶ୍ୱର : ଅନନ୍ତ ନାରାୟଣ ଜେନା (ବୁନୁ ) ଭାଇ l ଭୁବନେଶ୍ୱର ର 2ଥର ମେୟର l 2019 ସାଧାରଣ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚନ ହୋଇଛନ୍ତି l ହେଲେ ତାଙ୍କୁ କିନ୍ତୁ ଏବେବି ରାଜଧାନୀବାସୀ ମେୟର ଡାକୁଛନ୍ତି l ସେ ମେୟର ଭାବେ ଏତେ ପରିଚିତ ଯେ ତାଙ୍କୁ ଲୋକେ ବିଧାୟକ ହେଲା ପରେ ବି ମେୟର ଭାବୁଛନ୍ତି l ଅନନ୍ତ ବି ମେୟର ପରି ବୁଲା ବୁଲି କରିଛନ୍ତି l ଲୋକେ କହିବା ଛାଡ଼ନ୍ତୁ ଖୋଦ ମନ୍ତ୍ରୀ ନବ ଦାସ ବି ଅନନ୍ତ ନାରାୟଣଙ୍କୁ ମେୟର ବୋଲି ଭାବୁଛନ୍ତି l କ୍ୟାପିଟାଲ ହସ୍ପିଟାଲ ବୁଲିବା ପରେ ଗଣମାଧ୍ୟମ ଆଗରେ ମେୟର ବୋଲି କହିଦେଲେ l
ଗଣମାଧ୍ୟମରେ ମନ୍ତ୍ରୀ ବାଇଟ ଦେଵା ପରେ କହିଲେ ଯେ ମେୟର ଠାରୁ ବାଇଟ ନିଅ l ପାଖରେ ଥିବା ଜଣେ ଲୋକ କହିଲେ ମେୟର ନୁହେଁ ସେ ଏବେ ବିଧାୟକ l
ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ
ଯାଜପୁର : ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଠାରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ମନ୍ତ୍ରୀ ତଥା ଯାଜପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ସମେତ ଯାଜପୁର ସାଂସଦ ଓ ୭ ଜଣ ବିଧାୟକ ଉପସ୍ଥିତ। ଏଥିରେ ଜିଲ୍ଲାର ବହୁ ଦଳୀୟ କର୍ମକର୍ତ୍ତା ସାମିଲ। ଯାଜପୁରରେ ବିଜେଡି କିପରି ମଜବୁତ ହେବ ସେ ନେଇ ରଣନୀତି କରାଯାଇଛି l
ଗୁଜୁରାଟ ନୀତିକୁ ଆପଣାଇବ ଓଡିଶା :କୋହଳ ହେବ ଜୋରିମାନା
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଗୁଜୁରାଟ ମଡେଲ ସାରା ଦେଶ ପାଇଁ ଏକ ସ୍ବତନ୍ତ୍ର ମଡେଲ l
ଗୁଜୁରାଟ ମଡେଲ କୁ ଓଡ଼ିଶା ଆପଣେଇବା ଦରକାର ବୋଲି ବିଜେପି ଦାବି କରିଛି l ଟ୍ରାଫିକ ଜୋରିମାନା ଆଦାୟ ଦେୟ 50 ପ୍ରତିଶତ କୁ କମେଇବା ଓ କୋହଳ କରିବା ଦରକାର ବିରୋଧୀ ଦାବି କରିଛନ୍ତି l ରାଜ୍ୟ ସରକାର କୌଣସି ସଂସ୍ଥା ସହ ତର୍ଜମା ନ କରି ତରବରିଆ ଭାବେ ନିୟମ ଲାଗୁ କଲେ
ଯାହା ଫଳରେ ସରକାରଙ୍କର ଗୋଟିଏ ଅଙ୍ଗ ଆଉ ଗୋଟିଏ ଅଙ୍ଗ ଉପରେ ଦୋଷ ଦେଉଛିନ୍ତି l
ବିଧାନସଭା ନିୟମ ଜାଣିବେ ବିଧାୟକ : ୧୩ରୁ ଦୁଇ ଦିନିଆ ପ୍ରଶିକ୍ଷଣ
ଭୁବନେଶ୍ୱର : ବିଧାନସଭାରେ ବିଧାୟକ ଭୂମିକା କଣ ହେବ । କିପରି ନିଜର ଅଂଚଳର ସମସ୍ୟା କଥା ଗୃହରେ ଉଠାଇବେ ବିଧାୟକମାନେ । ସେମାନଙ୍କର ଆଚରଣ ଓ ଉଚ୍ଚାରଣ କିପରି ହେବା ଦରକର । ଗୃହରେ ଆଲୋଚନା ସମୟରେ କିପରି ନେବେ ଭାଗ । ପ୍ରଶ୍ନକାଳରେ ସେମାନଙ୍କ ଭୂମିକା କଣ ରହିବ । ଏସବୁର ଟିକନିକ କଥା ବୁଝିବେ ବିଧାୟକମାନେ । ୨୦୧୯ ସାଧଶରଣ ନିର୍ବାଚନରେ ଓଡ଼ିଶା ବିଧାନସଭାକୁ ୫୯ ଜଣ ପ୍ରଥମଥର କରି ବିଧାୟକ ହୋଇ ବିଧାନସଭାକୁ ଆସିଛନ୍ତି । ବିଧାନସଭାର ନିୟମ ଓ କାନୁନବିଷୟରେ ସେମାନେ ଅବଗତ ନୁହନ୍ତି । ବିଧାନସଭାର କାର୍ୟ୍ୟବିଧି ଓ କାର୍ୟ୍ୟ ପରିଚାଳନା ନିୟମାବଳୀ ବିଷୟରେ ସେମାନେ ଜାଣିନାହାନ୍ତି ।
ଏହି ବିଧାୟକମାନଙ୍କୁ ବିଧାନସଭାର କାର୍ୟ୍ୟବିଧି ଓ କାର୍ୟ୍ୟ ପରିଚାଳନା ନିୟମାବଳୀ ଏବଂ ଟେକ୍ନୋଲୋଜିର ଉପଯୋଗ ଆଦି ପ୍ରସଙ୍ଗରେ ବିଧାୟକମାନଙ୍କୁ ଅବଗତ କରାଯିବ । ଖାସ ସେଥିଲାଗି ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ବିଧାନସଭାର ବରିଷ୍ଠ ସଦସ୍ୟ, ଅନୁଭୂତିସମ୍ପନ୍ନ ଅଭିଜ୍ଞ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ବିଧାନସଭାର କାର୍ୟ୍ୟବିଧି ଓ କାର୍ୟ୍ୟ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିବେ। ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ବିଧାୟକ ଓ ବିଧାୟିକା ଯୋଗ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ବିଧାନସଭାର ପ୍ରଥମ ଅଧିବେଶନରେ ଏହି ବିଧାୟକମାନେ ନିଜର ପ୍ରଥମ ଅନୁଭୂତି ନେଇଛନ୍ତି ଗୃହରେ । ତେବେ ଏହି ପ୍ରଶିକ୍ଷଣ ପ୍ରଥମଥର ଲାଗି ବିଧାନସଭାକୁ ଆସିଥିବା ବିଧାୟକମାନଙ୍କୁ ବେଶ ସହାୟକ ହେବ
୧୪ ଯାଏ ବର୍ଷା…
ଭୁବନେଶ୍ୱର : ଆଜିଠାୁ ୧୪ ତାରିଖ ଯାଏ ବର୍ଷା ହେବ । ଛତିଶଗଡ଼ –ଓଙ୍ଗ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ଉତ୍ତର- ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ବି ବର୍ଷା ହେବ । ଏବେ ରାଜ୍ୟରେ ମୌସୂମୀ ସକ୍ରୀୟ ରହିଛି । ଯାହା ଫଳରେ କୋହଲା ପାଗ ସହ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛତ । ୧୧ରୁ ୧୪ ତାରିଖ ଯାଏ ରାଜ୍ୟରେ ଅଧିକାଂଶ ଅଂଚଳରେ ବର୍ଷା ଜାରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ପୁରା ଓଡ଼ିଶାରେ ବର୍ଷା ହେବ ।














