ଭୁବନେଶ୍ୱର : ସମୟ ପରିବର୍ତ୍ତନଶୀଳ ।ଏ କଥା କିଏ ବା ନ ଜଣେ। ସମୟର ପରିବର୍ତ୍ତନ ସହ ବଦଳୁଛି ମନୁଷ୍ୟର ଜୀବନ ଧାରଣର ମାନ।ବର୍ତ୍ତମାନ ସମୟରେ ମନୁଷ୍ୟକୁ ଘୋଡାଇ ସାରିଲାଣି ଆଧୁନିକତା ଚାଦର।ପୁରୁଣା ସାହିତ୍ୟ ସଂକୃତି ଧୀରେ ଧୀରେ ପାଶୋରିବା ଆରମ୍ଭ କଲାଣି।ସାଧାରଣତ ଗାଁ ଗୁଡ଼ାକରେ ବି ଆଉ ସେହି ପୁରୁଣା ଗାଁର ମହକ ନାହିଁ।ନା ଦେଖିବାକୁ ମିଳୁଛି ସନ୍ଧ୍ୟାରେ ଘରକୁ ଫେରୁଥିବା ଗାଈଗୋଠର ଦୃଶ୍ୟ।ନା ଦେଖିବାକୁ ମିଳୁଛି ଭାଗବତ ଟୁଙ୍ଗିରେ ଭାଗବତ ଚର୍ଚ୍ଚା।କେବଳ ଦେଖିବାକୁ ମିଳୁଛି ସନ୍ଧ୍ୟାରେ ଗାଁ ମୁଣ୍ଡ ମଦ ଭାଟିରୁ ଫେରୁଥିବା ମଦ୍ୟପ।ଭାଗବତ ଚର୍ଚ୍ଚା ବଦଳରେ ରାଜନୀତିର ବାକ ଯୁଦ୍ଧ ।
ମନୁଷ୍ୟର ଜୀବନ ଧାରଣର ମାନ ଏବେ ଏତେ ଉଚ୍ଚରେ ପହଂଚି ଯାଇଛିଯେ ସେ ଆଉ ଶାରିରୀକ ପରିଶ୍ରମ କରିବା ଭୁଲି ଯାଇଛି।ସବୁ କାମ ସହଜ ସରଳ ଶୀଘ୍ର ହୋଇଯାଉ ଭାବୁଛି।ସେଥିପାଇଁ ନିଜଠାରୁ ଅଧିକ ସେ ଯନ୍ତ୍ରପାତିକୁ ଭରଷା କରୁଛି।ଯାହାକୁ କି କୁହାଯାଇ ପାରେ ବର୍ତ୍ତମାନ ମନୁଷ୍ୟ ଯନ୍ତ୍ର ପାଖରେ ବନ୍ଧା ପଡିଯାଇଛି। ନିଜେ ଆଉ ନିଜର ହୋଇ ନାହିଁ।ଥରେ ଚିନ୍ତା କରନ୍ତୁ ଆମ ପୂର୍ବଜ ମାନଙ୍କ ପାଖରେ କଣ ଏସବୁ ଆଧୁନିକ ସାମଗ୍ରୀ ଥିଲା କି?ତଥାପି ସେମାନେ ଆମଠାରୁ ଢେର ଖୁସିରେ ଥିଲେ।ନା ସେମାନଙ୍କର କିଛି ପାଇବାର ଲାଳସା।ନା ଥିଲା କିଛି ହରେଇବା ଦୁଃଖ।ଆମେ ବର୍ତ୍ତମାନ ଯେତିକି ଆଧୁନିକତା କୁ ଆପଣାଉଛେ ଆମେ ସେତିକି ବୌଦ୍ଧିକ ସ୍ତରରେ ନିମ୍ନ ଗାମୀ ହେଉଛେ।ଯେଉଁଥି ପାଇଁ କି ବର୍ତ୍ତମାନ ସମାଜରେ ଛୋରି, ଡକାୟତି ,ହତ୍ୟାର ପରିମାଣ ଅହେତୁକ ଭାବରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମାଜର ଉନ୍ନତି ପାଇଁ ଆଧୁନିକତା ଆପଣାଇବା ନିହାତି ଆବଶ୍ୟକ।ଏହା ସହ ନିଜର ଶାରିରୀକ ଦକ୍ଷତାକୁ ସମ୍ପୂର୍ଣ୍ଣ ରୂପେ ଯନ୍ତ୍ରପାତି ପାଖରେ ନ ବିକି ନିଜର ପାରଦର୍ଶିତା ଦେଖାଇବା ଉଚିତ ।