ଢେଙ୍କାନାଳ ଆଇଆଇଏମସିରେ ଆଇଆଇଏମସି ମହାନିର୍ଦେଶକ

0

ଢେଙ୍କାନାଳ: ଆସନ୍ତା ବର୍ଷଠାରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ବିଭିନ୍ନ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବାର ଅଛି । ଏହାସହ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଇଆଇଏମ୍‍ସି ପରିଦର୍ଶନରେ ଆସି ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ୱାଲିଆ କହିଛନ୍ତି ।
ଗୁରୁବାର ପୂର୍ବାହ୍ଣରେ ଶ୍ରୀ ଧତ୍ୱାଲିଆ ଆଇଆଇଏମ୍‍ସି ଢେଙ୍କାନାଳ କ୍ୟାମ୍ପସ୍‍ରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ସାମ୍ବାଦିକତା କ୍ଷେତ୍ରରେ ଆଇଆଇଏମ୍‍ସି ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ । ତେବେ ସମାଜର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ୱ ରହିଛି । ବିଶେଷତଃ ଆଇଆଇଏମ୍‍ସିର ଶିକ୍ଷାର୍ଥୀମାନେ ଲୋକଙ୍କ ପାଖକୁ ଯାଇ ସାମ୍ବାଦିକତା ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଉତ୍ସର୍ଗୀକୃତ ହୁଅନ୍ତୁ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଛାତ୍ରଛାତ୍ରୀମାନେ ନିଜ ନିଜର ଟ୍ୟାଲେଣ୍ଟ ଦେଖାଇ ସମାଜ ତଥା ପରିବେଶର ହିତ ପାଇଁ କାମ କରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ଆଗାମୀ ଦିନରେ ଆଇଆଇଏମ୍‍ସି ଢେଙ୍କାନାଳରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର ଖୋଲାଯିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ଏହାସହ ଭିଡିଓ କନ୍‍ଫରେନ୍ସିଂ ତଥା ଇ-କ୍ଲାସ୍‍ରୁମ୍‍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଧତ୍ୱାଲିଆ କହିଛନ୍ତି ।
ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଶ୍ରୀ ଧତ୍ୱାଲିଆଙ୍କୁ ସ୍ୱାଗତ କରିବା ପରେ ଆଇଆଇଏମ୍‍ସି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉଦାହରଣ ମାଧ୍ୟମରେ କହିଥିଲେ । ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଶ୍ରୀ ଧତ୍ୱାଲିଆ । ଏହି କାର୍ଯ୍ୟକ୍ରମରେ ସେକ୍ସନ୍‍ ଅଫିସର କେଦାରନାଥ ଜେନା, ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ସମ୍ବିତ ପାଲ ।
ଐତିହାସିକ ପୋଷ୍ଟକାର୍ଡ ଉନ୍ମୋଚିତ
ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ଐତିହାସିକ ପୋଷ୍ଟକାର୍ଡ ଉନ୍ମୋଚିତ କରିଛନ୍ତି ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ୱାଲିଆ । ୧୯୪୮ ଜାନୁଆରୀ ୩୧ ତାରିଖରେ ଦେଶ ବିଦେଶର ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ମହାତ୍ମାଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ଖବରକୁ ଏହି ପୋଷ୍ଟକାର୍ଡରେ ସ୍ଥାନ ଦିଆଯାଇଛି । ପୂର୍ବରୁ ସ୍ୱାଧୀନତା ଦିବସର ପ୍ରଥମ ପୃଷ୍ଠାର ଖବରକାଗଜକୁ ନେଇ ଏକ ପୋଷ୍ଟକାର୍ଡ ସିରିଜ୍‍ ପ୍ରସ୍ତୁତ ହୋଇଥିଲା । ଏହି ପୋଷ୍ଟକାର୍ଡ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ।

ଧର୍ମେନ୍ଦ୍ର କହିଲେ -ନବୀନ ଶୁଣିଲେ, ଏବେ ଚମକିବ ଭୁବନେଶ୍ୱର ଷ୍ଟେସନ

0

ଭୁବନେଶ୍ୱର : ଚମକିବ ଭୁବନେଶ୍ୱର ରେଳ ଷ୍ଟେସନ l ଏଥିଲାଗି 130କୋଟି ଟଙ୍କା ଖର୍ଚ୍ଚ ହେବ l ରାଜ୍ୟ ସରକାର ଓ ରେଳ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି l ଫଳରେ ନୂଆ ରୂପ ନେବ ଭୁବନେଶ୍ୱର ଷ୍ଟେସନ l କେନ୍ଦ୍ର 70 କୋଟି ଓ ରାଜ୍ୟ 60 କୋଟି ଖର୍ଚ୍ଚ କରିବ l ଫଳରେ ଭୁବନେଶ୍ୱର ଷ୍ଟେସନ ବିଶ୍ୱ ସ୍ତରୀୟ ଷ୍ଟେସନରେ ପରିଣତ ହେବ l
Mou ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ନିଜ ପ୍ରତିକ୍ରିୟା ରଖିଥିଲେ l ପରେ ଭୁବନେଶ୍ୱରରେ ନବୀନ ନିଜର ମତ ରଖିଥିଲେ l ଭିଡିଓ କନ୍ଫରେନ୍ସ ଜରିଆରେ ପରସ୍ପର ପରସ୍ପରକୁ ଶୁଣିଥିଲେ l

କାଳିଆରେ 20ଲକ୍ଷ ଅଯୋଗ୍ୟ ହିତାଧିକାରୀ :ବିଜେପି

0

ଭୁବନେଶ୍ୱର : କାଳିଆ ଯୋଜନା ଏକ ଧୂଆଁବାଣ ଯୋଜନା । ନିର୍ବାଚନରେ ହରଡ ଘଣାରେ ପଡି କୃଷକମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ଯୋଜନା ଘୋଷଣା କରିଥିଲା ବିଜେଡି । ଆପାତକାଳୀନ ପାଣ୍ଠିରୁ ଟଙ୍କା ନେଇ ଲୋକଙ୍କୁ ଟଙ୍କା ବାଣ୍ଟିଥିଲା l ଏବେ ନିର୍ବାଚନ ସାରିଛି l ତେଣୁ ଟଙ୍କା ଫେରସ୍ତ ପାଇଁ ଦଳ ଦାବି କରୁଛି l ହେଲେ ବିଡମ୍ବନାର ବିଷୟ ହେଲା ପ୍ରକୃତରେ ଚାଷୀଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଏବେ ଯେଉଁ ଅଯୋଗ୍ୟ ହିତାଧିକାରୀ ତାଲିକା ଦେଉଛନ୍ତି ବାସ୍ତବରେ ଏହା ଢେର୍ ଅଧିକ । କେବଳ ମଣ୍ଡିରେ ପଞ୍ଜୀକରଣ କରୁଥିବା ଦଶରୁ ବାର ହଜାର ଚାଷୀଙ୍କ ତାଲିକା ଅଛି । ଭାଗଚାଷୀ ଗଣନା କେବେ କରିନାହାନ୍ତି ରାଜ୍ୟ ସରକାର । ତେଣୁ ପିଏମ୍ କିଷାନ ଯୋଜନା ପାଇଁ ମାତ୍ର ୧୨ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇପାରିଛନ୍ତି । ଯାହା ମଧ୍ୟରୁ ୩ଲକ୍ଷ ବିଭିନ୍ନ କାରଣରୁ ବାଦ୍ ପଡିଲେ । ତାଲିକା ନଥାଇ କାର୍ଯ୍ୟକ୍ରମ ନାଁରେ ରାଜ୍ୟ ରାଜକୋଷରୁ ୧୭୦କୋଟି ଟଙ୍କା ଅପବ୍ୟୟ କରିଛନ୍ତି । ତେଣୁ ବିଜେଡିର ଭିନ୍ନ ନେତା ଭିନ୍ନ କଥା କହୁଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପାଖାପାଖି ୨୦ଲକ୍ଷ ବୋଲି ଅନୁମାନ କରାଯାଉଛି । ତୁରନ୍ତ ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ ସରକାର l ଚାଷୀଙ୍କୁ ଭୟଭୀତ ଓ ଅପମାନିତ କରୁଛି ବିଜେଡି ବୋଲି ବିଜେପି ଅଭିଯୋଗ କରିଛି l ୧୭୦କୋଟି ଟଙ୍କା ଅପବ୍ୟୟ ପାଇଁ ଅଧିକାରୀଙ୍କ ଠାରୁ ଆରମ୍ଭ କରି କୃଷି ମନ୍ତ୍ରୀ ଅର୍ଥମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ । ଚାଷୀଙ୍କୁ ଧମକ ଦେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l

ସେପଟେ ବିଜେପି ଅଭିଯୋଗ ର ପାଲଟା ଜବାବ ଦେଇଛି ବିଜେଡି l କାଳିଆ ଯୋଜନା ର କୌଣସି ଘୋଟଲା ହୋଇନାହିଁ ବୋଲି ବିଜେଡି କହିଛି l

ପୁଣି ବିଜେପୁରରେ ରିତା ସାହୁଙ୍କୁ ବିଜେଡି ଦେବ ସୁଯୋଗ….

0

ଭୁବନେଶ୍ୱର : ରିତା ସାହୁ l ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ l 2018 ବିଜେପୁର ଉପ -ନିର୍ବାଚନରେ ବିଜେଡି ତାଙ୍କୁ ଦଳୀୟ ପ୍ରାଥୀ କରିଥିଲା l ସେ ବିଜେପି ପ୍ରାଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାର ଭୋଟରେ ପରାସ୍ତ କରିଥିଲେ l ଆଉ ତାପରେ ସେ ବିଜେପୁର ଅଂଚଳରେ ଜଣେ ଜଣାଶୁଣା ନାରୀ ନେତ୍ରୀ ଆଣିଗଲେ l ହେଲେ 2019 ରେ ବିଜେପୁରରେ ନବୀନ ନିଜେ ଲଢ଼ିଲେ l ବିଜୟ ହେଲେ l ଯେହେତୁ ଦୁଇଟି ଆସନରେ ନବୀନ ବିଜୟ କେଲେ ତେଣୁ ନିୟମ ଅନୁସାରେ ନବୀନ ଗୋଟେ ଆସନ ଛାଡିଲେ l
ତେଣୁ ଏବେ ପୁଣି ବିଜେପୁରରେ ନିର୍ବାଚନ ହେଉଛି l ରିତା ସାହୁଙ୍କୁ ପୁଣି ବିଜେଡି ସୁଯୋଗ ଦେବ l ବିଜେପୁରରେ ପୁଣି ସେ ପ୍ରାଥୀ ହେବେ l ଚର୍ଚ୍ଚା ଏବେ ଜୋରଧରିଛି l ତେବେ ନବୀନଙ୍କ ମନରେ କଣ ଅଛି ତାହା ଆଗକୁ ଜଣାପଡିବ l

ରାଜନାଥ ଉଡ଼ାଇଲେ ତେଜସ ଯୁଦ୍ଧ ଜାହାଜ..

0

ଭୁବନେଶ୍ୱର : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତେଜସ୍‌ ଯୁଦ୍ଧ ଜାହାଜ ଉଡାଇଛନ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍‌ କମ୍ବାଟ୍‌ ଏୟାରକ୍ରାଫ୍ଟ ତେଜସକୁ ବେଙ୍ଗଳୁରୁର ହିନ୍ଦୁସ୍ଥାନ୍‌ ଏରୋନେଟିକ୍ସ ବିମାନ ବନ୍ଦରରେ ଉଡାଇଛନ୍ତି ରାଜନାଥ। ତାଙ୍କ ସହ ବାୟୁସେନା ମୁଖ୍ୟ ବିରେନ୍ଦ୍ର ସିଂ ଧନଓ୍ଵା ଉପସ୍ଥିତ ଥିଲେ। ବହୁ କଠିନ ସମୟରେ ଶତ୍ରୁ ପକ୍ଷର ମୁକାବିଲା ପାଇଁ ତେଜସକୁ ଭାରତୀୟ ସେମାନେ ସାମିଲ କରାଯାଇଛି। ଏହି ଲାଇଟ୍‌ କମ୍ବାଟ୍‌ ଯୁଦ୍ଧ ଯାହାଜକୁ ପୂର୍ବରୁ କିଛି ସ୍ଥାନରେ ସେନା ବ୍ୟବହାର କରିଛି। ରାଜନାଥ ସିଂହ ୨ ଦିନିଆ ଗସ୍ତରେ ବେଙ୍ଗଳୁରୁ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଓ ହିନ୍ଦୁସ୍ଥାନ୍‌ ଏରୋନେଟିକ୍ସ ଲିମିଟେଡର କିଛି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।

ବିଜେପୁର ନିଶ୍ଚିତ ଜିତିବୁ : ନବୀନ

0

ଦିଲ୍ଲୀ : ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ l ଏପରି ଭବିଷ୍ୟତବାଣୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l 2018 ବିଜେପୁର ଉପ -ନିର୍ବାଚନ ଓ 2019 ସାଧାରଣ ନିର୍ବାଚନରେ ବିଜେଡି ବିଜେପୁର ବାଜି ମାରିବା ପରେ ଏପରି ଦମ୍ଭକ୍ତି ପ୍ରକାଶ କରିଛନ୍ତି ନବୀନ l
ଯେ କୌଣସି ସମୟରେ ବିଜେପୁର ଉପ -ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ l ତେଣୁ ସେଥିପାଇଁ ବିଜେଡି ଅଣ୍ଟା ଭିଡିଛି l କାରଣ କୌଣସି ନିର୍ବାଚନକୁ ବିଜେଡି ହାଲକା ଭାବେ ନିଏନାହିଁ l ବିଜେପୁର ପାଇଁ ନବୀନ 4ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି l

ଯାଜପୁର ବିଜେଡିର ବଢୁଛି ଶକ୍ତି : ଜୋରଦାର ହେଲା ସଭ୍ୟ ସଂଗ୍ରହ ଅଭିଯାନ

0

ଯାଜପୁର : ବିଜେଡିର ସଭ୍ୟସଂଗ୍ରହ ଅଭିଯାନ ଯାଜପୁର ଜ଼ିଲ୍ଲାରେ ଜୋରଦାର ହୋଇଛି l ପୁରା ଯାଜପୁର ଜିଲ୍ଲାରେ 5ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆହ୍ୱାନ ଦେବା ପରେ ଯୁବ, ଛାତ୍ର, ମହିଳା, ପରି ଛାମୁଆ ସଂଗଠନର ସଦସ୍ୟମାନେ ସଭ୍ୟ ସଂଗ୍ରହ ଅଭିଯାନ ଜୋରଦାର କରିଛନ୍ତି l ପ୍ରତି ୱାଡରେ ଘର ଘରକୁ ଯାଇ ସଭ୍ୟ ସଂଗ୍ରହ ଅଭିଯାନ କରୁଛନ୍ତି ଜିଲ୍ଲା ବିଜେଡି ସଦସ୍ୟମାନେ l ଯାଜପୁର ପୌର ପରିଷଦର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ମଙ୍ଗ ଧରିଛନ୍ତି l ବିଜେଡି ସଭାପତି ନବୀନ ପଟ୍ଟନାୟକ ତୃଣମୂଳ ସ୍ଥଳରୁ ସଭ୍ୟ ସଂଗ୍ରହ ଅଭିଯାନ କରି ଏକ କୋଟି କରିବାକୁ ନେତାଙ୍କୁ ଟାର୍ଗେଟ ଦେଇଛନ୍ତି l ସେହି ଅନୁସାରେ ଯାଜପୁରରେ ଅଭିଯାନ ଜୋରଦାର ହୋଇଛି l

ଆଶୀର୍ବାଦ ବେହେରା ଗିରଫ…

0

କଟକ : ପୁଣି ଫେରିଲା ସିବିଆଇ l ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଙ୍କୁ ଗିରଫ କଲା ସିବିଆଇ। ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ କରାଯାଇଛି । ଆଶୀର୍ବାଦ ଙ୍କର କଟକ ସ୍ଥିତ ବାସ ଭବନରେ ଚଢ଼ାଉ କରିଥିଲେ ସିବିଆଇ। ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ।
ତେବେ ଆର୍ଶୀବାଦ ବେହେରା ଗିରଫ ପରେ ଆଉ କାହାର ପାଳିପଡିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି l

ରେଳବାଇକୁ ଡିଜିଟାଲ ଚିନ୍ତା.

0

ଭୁବନେଶ୍ୱର : ଡିଜିଟାଲ ପଦକ୍ଷେପର ଏକ ଅଂଶ ଭାବେ ଏବଂ ରେଳବାଇରେ ସବୁଜ ରେଳବାଇ ସହିତ କାର୍ଯ୍ୟାଳୟ ମାନଙ୍କରେ କାଗଜ ବିହୀନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବାପାଇଁ ଓ ବର୍ତ୍ତମାନ କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାପାଇଁ ପୂର୍ବତଟ ରେଳପଥ ଇ-କାର୍ଯ୍ୟାଳୟ ପ୍ରଣାଳୀରେ କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନେଇଅଛି ଯାହାକି ରାଷ୍ଟ୍ରୀୟ ଇ-ଗବର୍ଣ୍ଣIସର ଅଂଶବିଶେଷ ଅଟେ I

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥର ମୁଖ୍ୟାଳୟ ରେଳସଦନ ଠାରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ଏନଆଈସି ଇ-କାର୍ଯ୍ୟାଳୟ ପ୍ରଣାଳୀକୁ ଉଦ୍ଘାଟନ କରିଛନ୍ତି I

ଦୈନଦିନ ଦପ୍ତରୀ କାର୍ଯ୍ୟର କାର୍ଯ୍ୟପ୍ରଣାଳୀରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ଏବଂ କାଗଜ ବିହୀନ କାର୍ଯ୍ୟ କରିବାପାଇଁ ଏହି ଇ-କାର୍ଯ୍ୟାଳୟ ପ୍ରଣାଳୀ ଏକ ମୁଖ୍ୟ ମାଧ୍ୟମ ହୋଇପାରିବ I ଏହି ପ୍ରଣାଳୀ ମଧ୍ୟ ସବୁଜ ପଦକ୍ଷେପ ପାଇଁ ଏକ ମାର୍ଗ ହୋଇପାରିବ I

ନେସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଈସି) ଦ୍ୱାରା ବିକଶିତ କରାଯାଇଥିବା ଇ-କାର୍ଯ୍ୟାଳୟ ପ୍ରଣାଳୀ ଏକ କ୍ଲାଉଡ଼ ଏନାବେଲ ସଫ୍ଟଓୟାର ଯାହାକି ସିକନ୍ଦରାବାଦ ଓ ଗୁରୁଗାଓଁ ସ୍ଥିତ ରେଲଟଲ ଟାୟାର-୩ ସୀକୃତିପ୍ରାପ୍ତ ଡାଟା ସେଣ୍ଟର ଦ୍ୱାରା ପରିଚାଳିତ ହେବ I ଏହା କେନ୍ଦ୍ରୀୟ ସଚିବାଳୟ ମାନୁଆଲ ଇ-କାର୍ଯ୍ୟାଳୟ ପ୍ରଣାଳୀ ଅନ୍ତର୍ଗତ ଅଟେ I ସ୍ୱତନ୍ତ୍ର କାର୍ଯ୍ୟକାରିତା ଗୁଡିକୁ ଏକୀକୃତ ମାଧ୍ୟମରେ ପାରଦର୍ଶିତାକୁ ବୃଦ୍ଧି କରାଇବା, ସରକାରୀ କର୍ଯ୍ୟରେ ସଂସ୍କୃତି ଓ ନୈତିକତା ବଦଳାଇବା ସହିତ ଦାଇତ୍ୱବୋଧ ବୃଦ୍ଧି କରାଇବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଏହି ପ୍ରଣାଳୀ ସହାୟକ ହେବ I

ବର୍ତ୍ତମାନ ଚାରିଟି ଉପକରଣ ଯଥା ଫାଇଲ ମ୍ୟାନେଜମେଣ୍ଟ ପ୍ରଣାଳୀ (ଇ-ଫାଇଲ), ଜ୍ଞାନ ପରିଚାଳନା ପ୍ରଣାଳୀ (କେଏମଏସ), ସହଯୋଗ ଏବଂ ପରିଚାଳନା ପ୍ରଣାଳୀ (ସିଏଏମଏସ) ଏବଂ ବ୍ୟକ୍ତିଗତ ସୂଚନା ପରିଚାଳନା ପ୍ରଣାଳୀ (ପିଆଈଏମଏସ) ଇ-କାର୍ଯ୍ୟାଳୟ ପ୍ରଣାଳୀର ଅଂଶ ବିଶେଷ ହେବ I ମାନୁଆଲ ଫାଇଲ ପ୍ରଣାଳୀ ବନ୍ଦହେବା ପରେ ଓ ସମ୍ପୂର୍ଣ ଭାବେ ଏହି କାର୍ଯ୍ୟାଳୟ ପ୍ରଣାଳୀର ବ୍ୟବହାର ପରେ ଇ-କାର୍ଯ୍ୟାଳୟର ଉପକାରିତା ଦୃଷ୍ଟିଗୋଚର ହେବ I ବିଶ୍ୱସନୀୟତା, ଦକ୍ଷତା ଏବଂ ଉତ୍ପାଦନୀୟତା ବୃଦ୍ଧି କରିବାରେ ଏହି ପ୍ରଣାଳୀ ରେଳବାଇ କର୍ମଚାରୀଙ୍କୁ ବିଶେଷ ସହାୟକ ହେବ I ଏହି ପ୍ରଣାଳୀ ଦ୍ୱାରା ଡାଟା ସୁରକ୍ଷା ଏବଂ ସଂହତିକୁ ବୃଦ୍ଧିକରାଇବା ଓ ନୂତନତ୍ୱକୁ ପ୍ରୋତ୍ସାହନ ଦେବା ସହ ଅନୁତ୍ପାଦକ ପ୍ରଣାଳୀ ଦ୍ୱାରା ବ୍ୟୟ ହେଉଥିବା କର୍ମଚାରୀ ମାନଙ୍କ ସମୟ ଓ ପରିଶ୍ରମରୁ ମୁକ୍ତି ମିଳିପାରିବ I.

ସଞ୍ଜୟଙ୍କ ସହ 2 ନେତାଙ୍କୁ ବିଜେପୁର ଦାୟିତ୍ୱ : ମଙ୍ଗ ଧରିବେ ସୁଶାନ୍ତ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବା ପରେ ଏବେ ବିଜେପୁର ରେ ଉପ – ନିର୍ବାଚନ ହେବ l ବିଜେପୁର ଗଡ଼ରେ ପୁଣି ଥରେ ଶଙ୍ଖନାଦ ଶଦ୍ଧ ଶୁଣିବା ପାଇଁ ବିଜେଡି ପ୍ରସ୍ତୁତ କରିଛି ରଣନୀତି l 4ଜଣ ନେତାଙ୍କୁ ବିଜେପୁର ଦାୟିତ୍ୱ ଦେଇଛନ୍ତି ନବୀନ l ଏଥିଲାଗି ବିଜେଡି ଏକ ସମନ୍ୱୟ କମିଟି ଗଠନ କରିଛି । କମିଟିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କାଲିକେଶ ସିଂଦେଓ, ସଞ୍ଜୟ ଦାସବର୍ମା ରହିଛନ୍ତି। ଏମାନେ ବିଭିନ୍ନ ସ୍ଥାନରେ ନେତାଙ୍କୁ ଦାୟିତ୍ବ ଦେବା ସହିତ ପୂରା ନିର୍ବାଚନରେ ମଙ୍ଗ ଧରିବେ। ବିଜେପୁର ଉପ -ନିର୍ବାଚନ ଜିତିବା ପାଇଁ ବିଜେଡି ଏପରି ପ୍ଲାନ କରିଛି l
ବିଜେପୁର ଉପ -ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ତାଙ୍କର ଚତୁର ଗୋଟି ଚାଳନ ଯୋଗୁଁ ଉପ -ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା l ଏହା ପରେ 2019 ରେ ମୁଖ୍ୟମନ୍ତ୍ରୀ ଏହି ଆସନରେ ଛିଡାହୋଇ ବିଜୟ ଲାଭ କରିଥିଲେ l ତେଣୁ ବିଜେପୁରରେ ବିଜେଡି ସଂଗଠନ ବେଶ ଶକ୍ତିଶାଳୀ ଅଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news