ସଞ୍ଜୟଙ୍କ ସହ 2 ନେତାଙ୍କୁ ବିଜେପୁର ଦାୟିତ୍ୱ : ମଙ୍ଗ ଧରିବେ ସୁଶାନ୍ତ

- Advertisement -

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବା ପରେ ଏବେ ବିଜେପୁର ରେ ଉପ – ନିର୍ବାଚନ ହେବ l ବିଜେପୁର ଗଡ଼ରେ ପୁଣି ଥରେ ଶଙ୍ଖନାଦ ଶଦ୍ଧ ଶୁଣିବା ପାଇଁ ବିଜେଡି ପ୍ରସ୍ତୁତ କରିଛି ରଣନୀତି l 4ଜଣ ନେତାଙ୍କୁ ବିଜେପୁର ଦାୟିତ୍ୱ ଦେଇଛନ୍ତି ନବୀନ l ଏଥିଲାଗି ବିଜେଡି ଏକ ସମନ୍ୱୟ କମିଟି ଗଠନ କରିଛି । କମିଟିରେ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କାଲିକେଶ ସିଂଦେଓ, ସଞ୍ଜୟ ଦାସବର୍ମା ରହିଛନ୍ତି। ଏମାନେ ବିଭିନ୍ନ ସ୍ଥାନରେ ନେତାଙ୍କୁ ଦାୟିତ୍ବ ଦେବା ସହିତ ପୂରା ନିର୍ବାଚନରେ ମଙ୍ଗ ଧରିବେ। ବିଜେପୁର ଉପ -ନିର୍ବାଚନ ଜିତିବା ପାଇଁ ବିଜେଡି ଏପରି ପ୍ଲାନ କରିଛି l
ବିଜେପୁର ଉପ -ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ତାଙ୍କର ଚତୁର ଗୋଟି ଚାଳନ ଯୋଗୁଁ ଉପ -ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା l ଏହା ପରେ 2019 ରେ ମୁଖ୍ୟମନ୍ତ୍ରୀ ଏହି ଆସନରେ ଛିଡାହୋଇ ବିଜୟ ଲାଭ କରିଥିଲେ l ତେଣୁ ବିଜେପୁରରେ ବିଜେଡି ସଂଗଠନ ବେଶ ଶକ୍ତିଶାଳୀ ଅଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles