ରାଜନାଥ ଉଡ଼ାଇଲେ ତେଜସ ଯୁଦ୍ଧ ଜାହାଜ..

- Advertisement -

ଭୁବନେଶ୍ୱର : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତେଜସ୍‌ ଯୁଦ୍ଧ ଜାହାଜ ଉଡାଇଛନ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍‌ କମ୍ବାଟ୍‌ ଏୟାରକ୍ରାଫ୍ଟ ତେଜସକୁ ବେଙ୍ଗଳୁରୁର ହିନ୍ଦୁସ୍ଥାନ୍‌ ଏରୋନେଟିକ୍ସ ବିମାନ ବନ୍ଦରରେ ଉଡାଇଛନ୍ତି ରାଜନାଥ। ତାଙ୍କ ସହ ବାୟୁସେନା ମୁଖ୍ୟ ବିରେନ୍ଦ୍ର ସିଂ ଧନଓ୍ଵା ଉପସ୍ଥିତ ଥିଲେ। ବହୁ କଠିନ ସମୟରେ ଶତ୍ରୁ ପକ୍ଷର ମୁକାବିଲା ପାଇଁ ତେଜସକୁ ଭାରତୀୟ ସେମାନେ ସାମିଲ କରାଯାଇଛି। ଏହି ଲାଇଟ୍‌ କମ୍ବାଟ୍‌ ଯୁଦ୍ଧ ଯାହାଜକୁ ପୂର୍ବରୁ କିଛି ସ୍ଥାନରେ ସେନା ବ୍ୟବହାର କରିଛି। ରାଜନାଥ ସିଂହ ୨ ଦିନିଆ ଗସ୍ତରେ ବେଙ୍ଗଳୁରୁ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଓ ହିନ୍ଦୁସ୍ଥାନ୍‌ ଏରୋନେଟିକ୍ସ ଲିମିଟେଡର କିଛି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles