ଯାଜପୁର (ବରୀ) : ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ତରଫରୁ ବରୀ ସ୍ଥିତ ସନ୍ଥନ ଜୁନିୟର ମହାବିଦ୍ୟାଳୟରେ ଓୟୁଜେର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ଆଲୋଚନା ଚକ୍ର -ବଢୁଛି ଚ୍ୟାଲେଞ୍ଜ -କାଠଗଡ।ରେ ଗଣମାଧ୍ୟମ l ଏହି ଆଲୋଚନାରେ ଏଥିରେ ବରିଷ୍ଟ ସାମ୍ବାଦିକ କିଶୋର ଦିବେଦୀ , ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ଯାଜପୁର ଏମ ପି ଶର୍ମିଷ୍ଠା ସେଠୀ,ଓ ୟୁନିୟନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଓ ଜିଲ୍ଲା ସଭାପତି ସମରଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାଠ ଗଡ଼ାରେ ଗଣମାଧ୍ୟମ ଉପରେ ନିଜର ମତ ରଖିଥିଲେ l
ସାମ୍ବାଦିକ ମାନଙ୍କ ପେନସନ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ନେଇ ଦାବି ହୋଇଥିଲା l
ଯାଜପୁର ଓୟୁଜେର ସାଧାରଣ ପରିଷଦ ବୈଠକ : କାଠଗଡା଼ରେ ଗଣମାଧ୍ୟମ
ବାଜିଲା ବିଜେପୁର ନିର୍ବାଚନ ବିଗୁଲ : ଅକ୍ଟୋବର 21ରେ ନିର୍ବାଚନ
ଭୁବନେଶ୍ୱର : ବାଜିଲା ବିଜେପୁର ବିଗୁଲ l ଅକ୍ଟୋବର 21ରେ Bijepur ଉପନିର୍ବାଚନ। ଅକ୍ଟୋବର 24ରେ ହେବ ଭୋଟ ଗଣନା। ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ Bijepur ଆସନଟି ଖାଲି ପଡିଛି। ବିଜେପୁର ଉପ -ନିର୍ବାଚନ ପାଇଁ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡିଛନ୍ତି l
ବିଜେପୁରରେ ବିଜେଡି ରିତା ସାହୁ. ବିଜେପି ପ୍ରଦୀପ ପୁରୋହିତ ଓ କଂଗ୍ରେସ ରିପୁନାଥ ସେଠଙ୍କୁ ପ୍ରାଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି l ରାଜ୍ୟର ତିନି ଦଳର ପାଇଁ ଏହା ସମ୍ମାନର ପ୍ରଶ୍ନ l
ରାଜଧାନୀରେ ବିରଜା ମହୋତ୍ସବ….
ଭୁବନେଶ୍ୱର : ବିରଜା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ପ୍ରଥମ ବିରଜା ରାଜ୍ୟସ୍ତରୀୟ ମହୋତ୍ସବ l ଏହି ମହୋତ୍ସବକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରଘୁନନ୍ଦନ ଦାସ, ପୂର୍ଵତନ ପୌର ପରିଷଦ ଅଧକ୍ଷ ଯଯାତି କେଶରୀ ଦାସ, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବିଶ୍ୱନାଥ ଶତପଥି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମା ବିରାଜ ଉପରେ ନିଜ ମତ ରଖିଥିଲେ l
ରାଜ୍ୟ ବାହାରେ ମା ବିରାଜଙ୍କ ପ୍ରଚାର ପ୍ରସାର କରିବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରୟାସ କରିଛନ୍ତି l ଜୟଦେବ ଭବନରେ ଶହଶହ ଯାଜପୁରବାସୀ ଏକାଠି ହୋଇଥିଲେ l ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆହୁରୀ ବ୍ୟାପକ କରାଯିବ l ଏହି ଅବସରରେ ବହୁ ବିଶିଷ୍ଟ ଅତିଥିଙ୍କୁ ସମ୍ମାନୀତ କରାଯାଇଥିଲା l
ଗାନ୍ଧୀ ଜୟନ୍ତୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଭୁବନେଶ୍ୱର : ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନ ସମ୍ପର୍କ ଯାତ୍ରା ଆରମ୍ଭ କରିବ l ଏହା ଜୟ ପ୍ରକାଶ ଜୟନ୍ତୀ ଯାଏ ଚାଲିବ l ପଦଯାତ୍ରା ସମୟରେ ରାଜ୍ୟ ସରକାରଙ୍କ 5T, ମୋ ସରକାର, ଓ ବିଭିନ୍ନ ଲୋକାଭିମୁଖୀ କାଯ୍ୟକ୍ରମ ସମ୍ପର୍କ ନେଇ ଲୋକଙ୍କୁ ଅବଗତ କରିବ ଦଳ l ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଜେଡି ଜନ ସମ୍ପର୍କ ଯାତ୍ରା ଗାଁ ଠାରୁ ସହର ଯାଏ ଜୋରଦାର କରିବ l
କାଲି ଦିଲ୍ଲୀରେ ଶିକ୍ଷାନୀତି ବୈଠକ….
ଭୁବନେଶ୍ୱର : ଆସନ୍ତା କାଲି ନୂଆଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ। ଯୋଗ ଦେବେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ। ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ନୂଆଦିଲ୍ଲୀ ବୈଠକରେ ବିଭାଗ ଉଠାଇବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ ରାଜ୍ୟ ଆର୍ଥିକ ଭାର କେନ୍ଦ୍ର ନେଉ ବୋଲି ଦାବି ରଖିବ। ପ୍ରୀ ସ୍କୁଲ ଓ ପ୍ରାଇମେରୀ ସ୍କୁଲ ମିଶାଇବା ପାଇଁ କେନ୍ଦ୍ର ପ୍ରସ୍ତାବ ଉପରେ ରାଜ୍ୟର କୌଣସି ଆପତ୍ତି ନାହିଁ। କିନ୍ତୁ ଏଥିପାଇଁ ଯେଉଁ ଭିତ୍ତିଭୂମି ଦରକାର ସେ ବାବଦ ଖର୍ଚ୍ଚ କେନ୍ଦ୍ର ବହନ କରୁ ବୋଲି ଦାବି ରଖିବ ବିଭାଗ।
ସେହିଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍କ୍ରିନିଂ ଦ୍ୱାରା କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବ କୁ ପୁନବିଚାର କରିବାକୁ ଦାବି ରଖିବ ରାଜ୍ୟ। ସ୍କ୍ରିନିଂ ବ୍ୟବସ୍ଥା ରେ ଶିକ୍ଷକ ନିଯୁକ୍ତି ବିଳମ୍ବ ହେବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ଭୁବନେଶ୍ୱର ବ୍ୟାଙ୍କଙ୍କକୁ ଉଡାଣ ବନ୍ଦ….
ଭୁବନେଶ୍ୱର : ଏଣିକି ଭୁବନେଶ୍ୱରରୁ ବ୍ୟାଙ୍କଙ୍କ ସିଧାସଳଖ ଯାତ୍ରା କରିହେବନାହିଁ l ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ବିମାନଯାତ୍ରା କରୁଥିବା ଯାତ୍ରୀଙ୍କୁ ଏକ ବଡ଼ ଝଟକା ଲାଗିଛି । ଭୁବନେଶ୍ୱରରୁ ବ୍ୟାଙ୍କକୁ ସିଧାସଳଖ ଉଡାଣ ସେବାକୁ ବନ୍ଦ କରାଯାଇଛି । ଉଡ଼ାଣ ବନ୍ଦ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ ଚିଠି ଲେଖିଛନ୍ତି । ଏୟାର ଏସିଆ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ l
ପୂର୍ଵରୁ 8ମାସ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର l
ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା :ବିଶ୍ୱସ୍ତରୀୟ ହେବ ଷ୍ଟେସନ
ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ I
ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନରପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି I
ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି I ନୂଆଦିଲ୍ଲୀ ଉଦ୍ୟୋଗ ଭବନ ଠାରେ କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ; କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରେଳବାଇ ବୋର୍ଡ ଇଂଜିନିୟରିଂ ସଦସ୍ୟ ଶ୍ରୀ ବିଶ୍ୱେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣଙ୍କ ସହିତ ଉଚ୍ଚ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଉପସ୍ଥିତ ଥିଲେ I
କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିଶନ ଅନ୍ତର୍ଭୁକ୍ତ ରେଳଷ୍ଟେସନ ମଲ୍ଟିମୋଡ଼ାଲ ହବ ନିର୍ମାଣ ଭାବରେ ଭୁବନେଶ୍ୱର ରେଳଷ୍ଟେସନ ସଂଲଗ୍ନ ଅଞ୍ଚଳକୁ ବିକଶିତ କରାଯିବ I ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ନିର୍ମାଣ କରାଯିବ I ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଜମିରେ ଏହି ମଲ୍ଟିମୋଡ଼ାଲ ହବର ଭୁବନେଶ୍ୱର ରେଳ ଷ୍ଟେସନ ର ନୂତନ ଟର୍ମିନାଲ ବିଲଡିଙ୍ଗ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଙ୍ଗ ଏବଂ ଅନ୍ୟାନ ସାଧାରଣ ଲୋକଙ୍କ ଉପଯୋଗୀ ମିଶ୍ରିତ ସଂସ୍ଥା ସହିତ ସବୁ ପ୍ଳାଟଫର୍ମ ଉପରଦେଇ ଭୁବନେଶ୍ୱର ଷ୍ଟେସନ ର ଉଭୟ ପାର୍ଶ୍ୱକୁ ସଂଲଗ୍ନ କରୁଥିବା ଏକ କନକୋର୍ସ ନିର୍ମାଣ କରାଯିବ I
ଉଭୟ ରେଳବାଇ ଓ ରାଜ୍ୟସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଙ୍ଗ ଏବଂ ଦୁଇଟି ଲାଇନ ସହିତ ପ୍ଳାଟଫର୍ମ ନିର୍ମାଣ ଯୌଥ ଭାବେ କରାଯିବ I ପ୍ରସ୍ତାବିତ ବିଲଡିଙ୍ଗ ରେ ତଳ ମହଲା ସହିତ ୫ ମହଲା ନିର୍ମାଣ କରାଯିବ ଯାହାକି ରେଳବାଇ ଦ୍ୱାରା ତଳ ମହଲା ସହିତ ୨ଟି ମହଲା ବ୍ୟବହାର କରାଯିବ I ରେଳବାଇ ପାଇଁ ୧.୭୪ ଲକ୍ଷ ବର୍ଗ ଫୁଟ ବ୍ୟବହାର କରାଯିବ I
ଏହି ପ୍ରକଳ୍ପ ପାଇଁ ରେଳବାଇ ପ୍ରାୟ ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି ଯେଉଁଥିରେ ଦୁଇଟି ଅତିରିକ୍ତ ରେଳ ଲାଇନ ଓ ପୂର୍ଣ୍ଣ କଭରସେଡ ଥାଇ ଗୋଟିଏ ପ୍ଳାଟଫର୍ମ, ଫୁଟ ଓଭର ବ୍ରିଜ ର ସମ୍ପ୍ରସାରଣ ଏବଂ ସମସ୍ତ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ I ସେହିଭଳି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି ଯେଉଁଥିରେ ତଳ ମହଲା ସହିତ ଦୁଇ ମହଲା ନୂତନ ଷ୍ଟେସନ ବିଲଡିଙ୍ଗ ନିର୍ମାଣ କରାଯିବ I
ପିସିସିର ନବକଳେବର : 2ରୁ କଂଗ୍ରେସର ପଦଯାତ୍ରା..
ଭୁବନେଶ୍ୱର : ପିସିସିର ହେବ ନବକଳେବର l ପିସିସିର ଏକ ଛୋଟ କମିଟି କରାଯିବା ସହ ସମସ୍ତ ଛାମୁଆ ସଂଗଠନକୁ ନୂଆ କରି ଗଢି ତୋଳାବାକୁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ l ଏଆଇସିସି ନିର୍ଦେଶ ଅନୁଯାଯ଼ୀ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାଙ୍କୁ ହିଁ କମିଟିରେ ସ୍ଥାନ ମିଳିବ l ଦଳ ବିରୋଧୀଙ୍କୁ କମିଟିରେ ସ୍ଥାନ ମିଳିବ ନାହିଁ l ଏଭଳି କିଛି ଯୋଜନା ସହ ଆଯ଼ୋଜିତ ହୋଇଛି ପିସିସିର ଗୁରୁତ୍ବପୂର୍ଣ ବୈଠକ l ସବୁ ବିରୋଧ ପରେ ବି ହାଇକମାଣ୍ଡଙ୍କ ନିର୍ଦେଶ ଅନୁଯାଯ଼ୀ ସମସ୍ତ ଜିତିଥିବା ଏବଂ ପରାଜିତ ବିଧାୟକ ସାଂସଦମାନଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ l ଏଥିସହିତ ଏକ୍ସପେରିମେଣ୍ଟ ଭାବେ କରାଯାଇଥିବା ପିସିସି ଜୋନାଲ କମିଟି ଆଉ ରହିବ ନାହିଁ. ପୂର୍ବଭଳି ବ୍ଲକ କମିଟି ରହିବା ନେଇ ନିଷ୍ପତ୍ତି ନିଆଯାଇଛି l ଆଇସିସିର ଏଭଳି ନିଷ୍ପତ୍ତିକୁ ବରିଷ୍ଠ ନେତାମାନେ ସ୍ବାଗତ କରିଛନ୍ତି l
ସେପଟେ ଏଆଇସିସିର ନିର୍ଦେଶ ଅନୁଯାଯ଼ୀ ଏହି ମାସରୁ ହିଁ କମିଟି ଗଠନ କାର୍ଯ୍ଯ ଆରମ୍ଭ ହେବ ବୋଲି କହିଛନ୍ତି ପିସିସି ସଭାପତି l ଏପରିକି ପିସିସି କମିଟି ସହ ଛାତ୍ର, ଯୁବ, ମହିଳା ଆଦି ସମସ୍ତ ଛାମୁଆ ସଂଗଠନର ପୁନର୍ବିନ୍ଯାସ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି l କମିଟି ଗଠନ ସହ ଅକ୍ଟୋବର 2 ତାରିଖରୁ 9 ତାରିଖ ପର୍ଯ୍ଯ଼ନ୍ତ ବ୍ଯାପକ ପଦଯାତ୍ରା, ଗାନ୍ଧୀଙ୍କ ବାର୍ତ୍ତା ତୃଣମୂଳ ସ୍ତରରେ ପହଂଚାଇବା ଏବଂ ଆସନ୍ତାମାସ 15ରୁ 25 ତାରିଖ ପର୍ଯ୍ଯ଼ନ୍ତ ଅର୍ଥନୈତିକ ମାନ୍ଦାବସ୍ଥା ପ୍ରତିବାଦରେ ସାରା ରାଜ୍ଯରେ ବ୍ଯାପକ ଆନ୍ଦୋଳନ ନେଇ ପ୍ରସ୍ତୁତ ହୋଇଛି ରଣନୀତି l
ଅନ୍ଯପକ୍ଷରେ କଂଗ୍ରେସର ବରିଷ୍ଠ ବିଧାଯ଼କ ତାରା ପ୍ରସାଦ ବାହିନୀପତି ମଧ୍ଯ ଛୋଟ କମିଟି ସପକ୍ଷରେ ମତ ଦେଇଛନ୍ତି. ଲକ୍ଷେ ବିଲେଇରେ ମୂଷା ମରେ ନାହିଁ ବୋଲି କହିଛନ୍ତି ତାରା l..














