କାଳିଆରେ 20ଲକ୍ଷ ଅଯୋଗ୍ୟ ହିତାଧିକାରୀ :ବିଜେପି

- Advertisement -

ଭୁବନେଶ୍ୱର : କାଳିଆ ଯୋଜନା ଏକ ଧୂଆଁବାଣ ଯୋଜନା । ନିର୍ବାଚନରେ ହରଡ ଘଣାରେ ପଡି କୃଷକମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ଯୋଜନା ଘୋଷଣା କରିଥିଲା ବିଜେଡି । ଆପାତକାଳୀନ ପାଣ୍ଠିରୁ ଟଙ୍କା ନେଇ ଲୋକଙ୍କୁ ଟଙ୍କା ବାଣ୍ଟିଥିଲା l ଏବେ ନିର୍ବାଚନ ସାରିଛି l ତେଣୁ ଟଙ୍କା ଫେରସ୍ତ ପାଇଁ ଦଳ ଦାବି କରୁଛି l ହେଲେ ବିଡମ୍ବନାର ବିଷୟ ହେଲା ପ୍ରକୃତରେ ଚାଷୀଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଏବେ ଯେଉଁ ଅଯୋଗ୍ୟ ହିତାଧିକାରୀ ତାଲିକା ଦେଉଛନ୍ତି ବାସ୍ତବରେ ଏହା ଢେର୍ ଅଧିକ । କେବଳ ମଣ୍ଡିରେ ପଞ୍ଜୀକରଣ କରୁଥିବା ଦଶରୁ ବାର ହଜାର ଚାଷୀଙ୍କ ତାଲିକା ଅଛି । ଭାଗଚାଷୀ ଗଣନା କେବେ କରିନାହାନ୍ତି ରାଜ୍ୟ ସରକାର । ତେଣୁ ପିଏମ୍ କିଷାନ ଯୋଜନା ପାଇଁ ମାତ୍ର ୧୨ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଇପାରିଛନ୍ତି । ଯାହା ମଧ୍ୟରୁ ୩ଲକ୍ଷ ବିଭିନ୍ନ କାରଣରୁ ବାଦ୍ ପଡିଲେ । ତାଲିକା ନଥାଇ କାର୍ଯ୍ୟକ୍ରମ ନାଁରେ ରାଜ୍ୟ ରାଜକୋଷରୁ ୧୭୦କୋଟି ଟଙ୍କା ଅପବ୍ୟୟ କରିଛନ୍ତି । ତେଣୁ ବିଜେଡିର ଭିନ୍ନ ନେତା ଭିନ୍ନ କଥା କହୁଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପାଖାପାଖି ୨୦ଲକ୍ଷ ବୋଲି ଅନୁମାନ କରାଯାଉଛି । ତୁରନ୍ତ ନିରପେକ୍ଷ ସଂସ୍ଥା ଦ୍ବାରା ତଦନ୍ତ ସରକାର l ଚାଷୀଙ୍କୁ ଭୟଭୀତ ଓ ଅପମାନିତ କରୁଛି ବିଜେଡି ବୋଲି ବିଜେପି ଅଭିଯୋଗ କରିଛି l ୧୭୦କୋଟି ଟଙ୍କା ଅପବ୍ୟୟ ପାଇଁ ଅଧିକାରୀଙ୍କ ଠାରୁ ଆରମ୍ଭ କରି କୃଷି ମନ୍ତ୍ରୀ ଅର୍ଥମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ । ଚାଷୀଙ୍କୁ ଧମକ ଦେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l

ସେପଟେ ବିଜେପି ଅଭିଯୋଗ ର ପାଲଟା ଜବାବ ଦେଇଛି ବିଜେଡି l କାଳିଆ ଯୋଜନା ର କୌଣସି ଘୋଟଲା ହୋଇନାହିଁ ବୋଲି ବିଜେଡି କହିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles