କାଲି ଦିଲ୍ଲୀରେ ଶିକ୍ଷାନୀତି ବୈଠକ….

- Advertisement -

ଭୁବନେଶ୍ୱର : ଆସନ୍ତା କାଲି ନୂଆଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ। ଯୋଗ ଦେବେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ। ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ନୂଆଦିଲ୍ଲୀ ବୈଠକରେ ବିଭାଗ ଉଠାଇବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ ରାଜ୍ୟ ଆର୍ଥିକ ଭାର କେନ୍ଦ୍ର ନେଉ ବୋଲି ଦାବି ରଖିବ। ପ୍ରୀ ସ୍କୁଲ ଓ ପ୍ରାଇମେରୀ ସ୍କୁଲ ମିଶାଇବା ପାଇଁ କେନ୍ଦ୍ର ପ୍ରସ୍ତାବ ଉପରେ ରାଜ୍ୟର କୌଣସି ଆପତ୍ତି ନାହିଁ। କିନ୍ତୁ ଏଥିପାଇଁ ଯେଉଁ ଭିତ୍ତିଭୂମି ଦରକାର ସେ ବାବଦ ଖର୍ଚ୍ଚ କେନ୍ଦ୍ର ବହନ କରୁ ବୋଲି ଦାବି ରଖିବ ବିଭାଗ।
ସେହିଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍କ୍ରିନିଂ ଦ୍ୱାରା କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବ କୁ ପୁନବିଚାର କରିବାକୁ ଦାବି ରଖିବ ରାଜ୍ୟ। ସ୍କ୍ରିନିଂ ବ୍ୟବସ୍ଥା ରେ ଶିକ୍ଷକ ନିଯୁକ୍ତି ବିଳମ୍ବ ହେବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles