ସାଂସଦ ଚନ୍ଦ୍ରଶେଖଙ୍କ ଉଗ୍ରରୂପ : କର୍ମୀ ମାରିଲେ ଶକ୍ତ ଚାମୁଡ଼ା

- Advertisement -

ବ୍ରହ୍ମପୁର : ପାରଳାଖେମୁଣ୍ଡିରୁ ଆସିଛି ଚିତ୍ର । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୃଶ୍ୟଟି ଏପରି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ହଠାତ ମଂଚ ଉପରେ ଅନ୍ୟ ନେତାମାନଙ୍କ ଗ୍ରହଣରେ ଜଣେ ବିଜେଡ଼ି କର୍ମୀଙ୍କୁ ଚିଡ଼ିଯାଇ ଶକ୍ତ ଚାପୁଡ଼ା ମାରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ କର୍ମୀଙ୍କୁ ସ୍ଥାନୀୟ ବିଧାୟକ ବକରେ ଉତ୍ତରୀୟ ପକାଉଛନ୍ତି । ହେଲେ କର୍ମୀ ଜଣକୁ ଏହା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଆଡ଼କୁ ଦେଉଛନ୍ତି । ବଶ ଏତିକିରେ ସାଂସଦଙ୍କ ରକ୍ତ ଗରମ ହୋଇଯାଇଛି । ସେ ଚିଡ଼ିଯାଇ କର୍ମୀଙ୍କୁ ମଂଚ ଉପରେ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି । ତାହା ପୁଣି କ୍ୟାମେରା ଆଗରେ । ବିଚରା କର୍ମୀଟି କିଛି ନକହି ଚୁପ କରି ବସିଛି । ଏପରି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କାହିକିଁ ଓ କେଉଁ ପରିସ୍ଥିତିରେ ସାଂସଦ ଏପରି ଉଗ୍ରରୂପ ଦେଖାଇଲେ ତାହା ଜଣାପଡ଼ିନାହିଁ । ତେବେ ବିଜେଡ଼ି ସାଂସଦଙ୍କ ଏପରି ଆଚରଣ ଏବେ ମୁଖ୍ୟ ବିରୋଧୀ ବିଜେପିକୁ ଏକ ଅସ୍ତ୍ର ଦେଇଛି ବିଜେଡ଼ିକୁ ସମାଲୋଚନା କରିବା ପାଇଁ । ଯାହା ବିଜେଡ଼ିକୁ ଅଡ଼ୁଆରେ ପକାଇଛି ।
ସାଂସଦ କାହିକିଁ ଶକ୍ତ ଚାପୁଡ଼ା ମାରିଲେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଏକଥା ସତ ଯେ ଯେତେବେବେ ନବୀନ ନେତାଙ୍କ ସରଳ ଓ ଶାନ୍ତ ଜୀବନ କଟାଇବା ପାଇଁ କହୁଛନ୍ତି । ସେତେବେଳେ ଦଳର ଜଣେ ବରିଷ୍ଠ ସାଂସଦଙ୍କ ଏପରି ଆଚରଣ ନବୀନଙ୍କ ନିର୍ଦ୍ଦେଶକୁ ନେତାଏ ଫୁସ କରୁଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି । ତେବେ ଚାପୁଡ଼ା ମରାକୁ ନେଇ ବିଜେଡ଼ି ସାଂସଦ କି ଦଳର କୌଣସି ପ୍ରତିକ୍ର୍ରୀୟା ମିଳିପାରିନାହିଁ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles