ବିଜେପୁର ନେଇ ଦ୍ଵନ୍ଦରେ କଂଗ୍ରେସ : ନରସିଂହ କହିଲେ ଅସମାପ୍ତ ଆଲୋଚନା

- Advertisement -

ଭୁବନେଶ୍ୱର : ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ବିଜେପୁର ପ୍ରାର୍ଥୀ ନାଁ ଘୋଷଣା କରିବ l ବିଜେପୁର ଲାଗି ଦଳରେ ପନ୍ଦର ଜଣ ଆଶାୟୀଙ୍କ ମଧ୍ୟରୁ ଚାରି ଜଣଙ୍କ ନାଁ ଉପରେ ଆଜି ଚର୍ଚ୍ଚା ହୋଇଛି l ଯେହେତୁ ଏଆଇସିସି ଜଣେ ପ୍ରାର୍ଥୀଙ୍କ ନାଁ ପଠାଇବାକୁ କହିଛି ତେଣୁ କାହା ନାଁ ଚୂଡାନ୍ତ କରି ଦଳ ପଠାଇବ ତାହାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ l ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ନେତା କହିଥିଲେ ଯେ ଆଲୋଚନା ଅସମାପ୍ତ ହୋଇଛି l ଆଜି ସନ୍ଧ୍ୟା ସୁଦ୍ଧା କିମ୍ବା କାଲି ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ଅଛି ବୋଲି କମିଟି ଅଧ୍ୟକ୍ଷ୍ୟ ନରସିଂହ ମିଶ୍ରଙ୍କ ସୂଚନା ଦେଇଛନ୍ତି l ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିଛନ୍ତି ଯେ ବୈଠକ ଶେଷ ହୋଇଛି l କମିଟି ନିଷ୍ପତ୍ତି ଯାହା ନେବ, ତାଙ୍କୁହିଁ ପ୍ରାର୍ଥୀ କରାଯିବ lବର୍ତ୍ତମା ସୁଦ୍ଧା ପାଞ୍ଚ ଜଣଙ୍କ ନାଁ ଚର୍ଚା ହୋଇଛି ତାହା ଉପରେ ଆଲୋଚନା ଜାରି ରହିଛି l
ଦଳ ରିପୁନାଥ ସେଠ କି ଆଉ କାହାକୁ ପ୍ରାଥୀ କରୁଛି ତାହା ଦେଖିବାର କଥା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles