ଆଜି ମାଁଙ୍କର ବ୍ରହ୍ମଚାରିଣୀ ବେଶ ।

0

ଯାଜପୁର: ପାର୍ବଣ ତଥା ଶକ୍ତି ପୀଠ ମାନଙ୍କରେ ମାଁଙ୍କର ଶୋଡଷ ଉପଚାର ପୂଜାର ଆଜି ଦ୍ୱିତୀୟ ଦିନ । ଏହି କ୍ରମରେ ଆଜି ଯାଜପୁରର ଅଧୀଷ୍ଠାତ୍ରି ଦେବୀ ମାଁ ବୀରଜା ଭକ୍ତ ମାନଙ୍କୁ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଉଛନ୍ତି । ପୌରାଣିକ ତଥ୍ୟ ଅନୁଯାୟୀ ଆଜି ଦିନଟିର ମହତ୍ତ୍ବ ଅଧିକ । ପୂରାଣ ଅନୁଯାୟୀ ଆଜିର ଦିନରେ ମାଁ ବୀରଜାଙ୍କ ପାଦ ତଳେ ଗୁଆ ବସାଇ ଭକ୍ତମାନେ ମାନସିକ କରିଥାନ୍ତି ।ଏଥିପାଇଁ ଆଜି ସଖାଳୁ ମନ୍ଦିରରେ ଭକ୍ତ ମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସନାତନ ଧର୍ମର ସମସ୍ତ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତ ନବରାତ୍ରୀର ନଅ ଦିନ ମାଁଙ୍କ ଗର୍ଭଗୃହକୁ ପ୍ରବେଶ କରି ମାଁଙ୍କ ପାଦ ସ୍ପର୍ଶର ସୁଯୋଗ ପାଇଥାନ୍ତି । ଏହି ସମୟରେ ମାଁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅପରାହ୍ନରେ ମାଁ ବୀରଜାଙ୍କ ଚଳନ୍ତି ପ୍ରତିମା ଏହି ରଥରେ ମନ୍ଦିର ଚତୁର୍ପାଶ୍ବରେ ପ୍ରଦକ୍ଷିଣ କରନ୍ତି । କିମ୍ବଦନ୍ତୀ କହେ ମାଁ ବୀରଜାଙ୍କ ରଥର ସାରଥୀ ହେଉଛନ୍ତି ସ୍ବୟଂ ବ୍ରହ୍ମା । ଏହି ରଥଯାତ୍ରା ଦେଖିବାକୁ ଓଡିଶାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।

3ରେ ବିଜେପୁର ଯିବେ ନିରଞ୍ଜନ….

0

ଭୁବନେଶ୍ୱର : ବିଜେପୁର ଯିବ କଂଗ୍ରେସ ଟିମ l ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଟିମ ଯିବ l 3ତାରିଖରେ କର୍ମୀ ସମ୍ମିଳନୀ ହେବ l ବିଜେପୁରରେ କଂଗ୍ରେସ କିପରି ତାର ଗଡ଼ ଜିତିବ ତାହା ଉପରେ ଆଲୋଚନା ହେବ l କଂଗ୍ରେସ ଏଥର ବିଜେପୁରରେ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି l ଅଢେଇବର୍ଷରେ ବିଜେପୁରବାସୀ 3ଟି ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି l ତେଣୁ 2ଥର 15 ହଜାରରୁ କମ ଭୋଟ ପାଇଥିବା କଂଗ୍ରେସ ଏଥର ଏକ ନମ୍ବର ହେବାକୁ ଚେଷ୍ଟା କରିବ ବୋଲି ପିସିସି ସଭାପତି କହିଛନ୍ତି l

ଦିଲ୍ଲୀପ ପଣ୍ଡା ନାମାଙ୍କନ ଦାଖଲ କଲେ…

0

ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ଦିନ 11ବେଳେ ସେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଛନ୍ତି l ନାମାଙ୍କନ ଦାଖଲ ପରେ ସେ କହିଛନ୍ତି ଯେ ବିଜେପୁରରେ ପୁଣି କଂଗ୍ରେସ ଗଡ଼ ଫେରିପାରିବ l ଲୋକେ କଂଗ୍ରେସ କୁ ଜିତିବାକୁ ଚାହୁଁଛନ୍ତି l

ପ୍ରାର୍ଥୀପତ୍ର ଦାଖଲ କଲେ ରୀତା ସାହୁ…

0

ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରାର୍ଥୀ ରୀତା ସାହୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବିଶାଳ ଶୋଭାଯାତ୍ରାରେ ଆସି ସେ ପଦ୍ମପୁରରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ରୀତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ନେତା ସଂଜୟ ଦାସ ବର୍ମା, ନବ ଦାସ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ପ୍ରମୁଖ ଯୋଗଦେଇଥିଲେ l 2018 ସାଧାରଣ ନିର୍ବାଚନରେ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାର ଭୋଟରେ ପରାସ୍ତ କରିଥିଲେ l

ବିଜେପୁରରେ ନାମାଙ୍କନ ଦାଖଲ କରିବେ ୩ ପ୍ରାର୍ଥୀ

0

ଭୁବନେଶ୍ୱର : ଅକ୍ୱୋବର ୨୧ ତାରିଖ ଦିନ ହେବ ଉପ-ନିର୍ବାଚନ । ଏନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ଭିନ୍ନଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଜି କଂଗ୍ରେସ –ବିଜେପି-ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ପଣ୍ଡା,ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ ଓ ବିଜେଡ଼ିର ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ରୀତା ସାହୁ । ୩ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଉପ ଜିଲ୍ଳାପାଳ କାର୍ଯ୍ୟାଳୟ ଯାଇ ନାମାଙ୍କନ ଦାଖଲ କରିବେ । ଏଥିଲାଗି ବିଜେପୁରରେ ରାଜନୈତିକ ପାଣିପାଗ ବେଶ ସରଗମର । ଅଢେଇ ବର୍ଷରେ ୩ଟି ନିର୍ବାଚନର ସମ୍ମୁଖୀନ ହେଉଥିବା ବିଜେପୁରବାସୀ ଏଥର ଉପ ନିର୍ବାଚନରେ କଣ ନିଷ୍ପତି ନେଉଛନ୍ତି ତାହା ଉପରେ ସଭିଁଙ୍କ ନଜର । କାରଣ ଗଡ଼ ଜିତିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପୁର ଲାଗି ଦଳର ସେନାପତିମାନେ ରାଜଧାନୀ ଛାଡ଼ି ଏବେ ବିଜେପୁରର ବିଭିନ୍ନ ଅଂଚଳରେ ଡ଼େରା ପକାଇଛନ୍ତି ।

ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

0

ବ୍ୟାସନଗର: ଗତକାଲି ଅପରାହ୍ନରେ ସ୍ଥାନୀୟ ମୁଣ୍ଡମାଳ ଜଙ୍ଗଲ ମଧ୍ଯରେ ଏକ ଯୁବକର ମୃତଦେହ ପଡିଥିବାର ପୋଲିସ ସୂଚନା ପାଇଥିଲା । ପୋଲିସ ଟିମ୍ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସେହି ସ୍ଥାନକୁ ପରୀକ୍ଷା ନିରୀକ୍ଷା କରିଥିଲେ । ପୋଲିସ ମୃତଦେହକୁ ବ୍ଯବେଚ୍ଛଦ ପାଇଁ ପଠାଇଦେଇ ଛାନଭିନ୍ ଆରମ୍ଭ କରଛି । ମୃତ ଯୁବକର ବୟସ ପ୍ରାୟ ୩୦ବର୍ଷ ଅନୁମାନ କରାଯାଉଛି । ଯୁବକଟିକୁ କୌଣସି କାରଣ ବଶତଃ କେହି ହତ୍ୟା କରି ଜଙ୍ଗଲ ମଧ୍ୟରେ ଫୋପାଡି ଚାଲିଯାଇଥିବା ପୋଲିସ ତଥା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି । ତେବେ ଯୁବକର କୌଣସି ପରିଚୟ ମିଳିପାରି ନାହିଁ । ପୋଲିସ୍ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ଗଢିଲା ମା ବିରଜାଙ୍କ ବିଜୟା ରଥ :9ଦିନ ଧରି ହେବ ରଥଯାତ୍ରା

0

ଭୁବନେଶ୍ୱର : ଗଢିଲା ମା ବିରଜାଙ୍କ ବିଜୟା ରଥ l ଆଜି ଠାରୁ ୯ ଦିନ ବ୍ୟାପି ଗଢିବ ଯାଜପୁର ଅଧିଷ୍ଠାତ୍ରୀ ମା”ବିରଜାଙ୍କସିଂହଧ୍ବଜ(ବିଜୟ୍ୟା)ରଥ.l ମା”ବିରଜା ରଥଯାତ୍ରା ପାଇଁ ପୁରା ଯାଜପୁର ଉତ୍ସବ ମୁଖର l ମା ବିରଜାଙ୍କ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପାକ ବ୍ୟବସ୍ଥା କରାଯାଇଛି l ରଥ ଉପରେ ଦର୍ଶନ କଲେ କୋଟି ପୂର୍ଣ୍ଣ ମିଳିଥାଏ l ଏହି ରଥ ଟଣା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମା ବିରାଜାଙ୍କ ଶାରଦୀୟ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସାରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ। ଯାଜପୁର. ଭଦ୍ରକ, ଜଗତସିଂହପୁର. କଟକ, କେନ୍ଦ୍ରାପଡ଼ା ଆଦି ଅଂଚଳରୁ ଭକ୍ତମାନେ ମା ବିରଜାଙ୍କ ରଥ ଟାଣିବା ପାଇଁ ଆସିଥାନ୍ତି l

ସନତ ବିଜେପିର ବିଜେପୁର ପ୍ରାର୍ଥୀ…

0

ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ହେଲେ ସନତ ଗଡ଼ତିଆ । ଆସନ୍ତ ୩୦ ତାରିଖ ଦିନ ସେ ନାମାଙ୍କନ ପଦ୍ର ଦାଖଲ କରିବେ। ପ୍ରାର୍ଥୀ ହେବା ପାଇଁ ସନତ ଗଡ଼ତିଆ ଫର୍ମ କିଣିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସତନ ୫୩ ହଜାର ଭୋଟ ପାଇଥିଲେ । ତେଣୁ ଦଳ ତାଙ୍କୁ ପୂର୍ଣ୍ଣବାର ପ୍ରାର୍ଥୀ କରି ବିଜେପୁର ଗଡ଼ ଜିତିବାକୁ ଚେଷ୍ଟା କରିବ l ସନତ ପ୍ରାର୍ଥୀ ହେବା ପରେ ପଦ୍ମପୁର ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନିରାଶ ହୋଇଛନ୍ତି l ବିଜେପୁର ରେ ସନତ ଗାଡ଼ତିଆ, ରୀତା ସାହୁ ଓ ଦିଲ୍ଲୀପ ପଣ୍ଡା ମଧ୍ୟରେ ଲଢେଇ ହେବ l

୪ ଡକାୟତ ଗିରଫ ଖସି ପଳାଇଲା ଜଣେ ।

0

ବ୍ୟାସନଗର: ଗତକାଲି ବିଳମ୍ବିତ ରାତିରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁରରୋଡ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏ.ଏସ୍.ଆଇ ସୁବାଷ ଦାସ ଓ ସାଥୀମାନଙ୍କ ଦ୍ୱାରା ୪ ଡକାୟତ ଗିରଫ । ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ମନୋରମା ଆଇ.ଟି.ଆଇ ପଡିଆରେ ଜନୈକ ବ୍ଯକ୍ତିଙ୍କ ଘରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ଯାଜପୁର ରୋଡ ପୋଲିସ୍ ସେମାନଙ୍କୁ କାବୁ କରିଥିଲେ ।ଏହି ଚଢାଉ ସମୟରେ ୪ଜଣ ଗିରଫ ହୋଇଥିଲେ ଓ ଅନ୍ଧାରର ସୁଯୋଗ ନେଇ ଜଣେ ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଗିରଫ ହୋଇଥିବା ସମସ୍ତ ଡକାୟତ ଯାଜପୁର ରୋଡ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ହେଲେ ଲକ୍ଷ୍ମୀନଗର ହୁଡିସାହିର ରବିନ୍ଦ୍ର ଦାସଙ୍କ ପୁଅ କୁନା ଦାସ (୧୯),ତ୍ରୀଜଙ୍ଗା କଲୋନୀ ଦାନଗଦିର ପ୍ରଫୁଲ ମଲ୍ଲିକଙ୍କ ପୁଅ ପ୍ରମୋଦ ମଲ୍ଲିକ(କାଳିଆ)୨୨,ପାତ୍ରସାହି ଦାନଗଦିର ବୁଲୁ ପାତ୍ରଙ୍କ ପୁଅ ପ୍ରଶାନ୍ତ ପାତ୍ର(କାହ୍ନୁ)୨୨ଓ ମହରମସାହି କାଚହୁଡିର ଲକି ସୁଣ୍ଡିଙ୍କ ପୁଅ ନବ ସୁଣ୍ଡି(କୁନା) ।ସେମାନଙ୍କ ଠାରୁ ପୋଲିସ ଡକାୟତିରେ ବ୍ଯବହାର ହେବାକୁ ଥିବା ଗୋଟିଏ ଖଣ୍ଡା,ଦୁଇଟି ମୋଟର ସାଇକେଲ, ଦୁଇଟି ସାବଳ,ଟର୍ଚ୍ଚ ଲାଇଟ୍ ଓ ଅନେକ ଆପତ୍ତି ଜନକ ଦ୍ରବ୍ୟ ଜବତ କରିଛି ।ଏଠାରେ ଉଲ୍ଲେଖ କରାଯାଇପାରେ ବ୍ୟାସନଗର ଅଞ୍ଚଳରେ ଦିନକୁଦିନ ଡକାୟତି ଲୁଟତରାଜ ଓ ଛିନତାଇ କ୍ରମଶଃ ବଢିବାରେ ଲାଗିଛି । ଏହା ପୋଲିସ୍ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଏକପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି ।

ବିଜେପୁର ପାଇଁ କଂଗ୍ରେସ ଏଯାଏଁ 85ହଜାର ପାଇଛି ଦାନ !

0

ଭୁବନେଶ୍ୱର :କେଜ୍ରିୱାଲ ଷ୍ଟାଇଲିରେ ନିରଞ୍ଜନ ପଟ୍ଟନାୟକ l ବିଜେପୁର ଉପନିର୍ବାଚନରେ କଂଗ୍ରେସ ପାଖରେ ଅର୍ଥ ନଥିବାରୁ ପିସିସି ସଭାପତି ଜନସାଧାରଣମାନଙ୍କୁ ଅର୍ଥ ସାହାଯ୍ୟ ମାଗିଥିଲେ. I ବର୍ତମାନ ଦଶ ହଜାର ଟଙ୍କା ସାହାଯ୍ୟ ମିଳିଛି l ଆଉ 75 ହଜାର ଜଣେ ବ୍ୟକ୍ତି ଦେବେବୋଲି ପିସିସି ସଭାପତିଙ୍କୁ ପ୍ରତିଶୃତି ଦେଇଛନ୍ତି l AICC ନିର୍ବାଚନ ପାଇଁ ଟଙ୍କା ଦେଉନଥିବାରୁ କଂଗ୍ରେସ ଜନସାଧାରଣଙ୍କ ଅର୍ଥରେ ବିଜେପୁର ଉପ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛି l କଂଗ୍ରେସର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ହୋଇଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news