ସାପ କାମୁଡ଼ାରେ ଜଣେ ମୃତ୍ୟୁ..

- Advertisement -

ଯାଜପୁର – ଯାଜପୁର ସହର ଅବସ୍ଥିତ କୋଟବସନ୍ତପୁର ଗ୍ରାମରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି । ସୁଚନା ଅନୁଯାୟୀ ବ୍ୟକ୍ତି ଜଣକ ଆଜି ସକାଳ ୭ ଘଟିକା ସମୟରେ ମହାଳୟା ପୂଜା ନିମିତ୍ତ କଦଳୀପତ୍ର କାଟିବା ପାଇଁ ପାଳକୁ ଯାଇଥିଲେ l କଦଳୀପତ୍ର କାଟୁଥିବା ଅବସ୍ଥାରେ ଏକ ବିଷଧର ସର୍ପ ତାଙ୍କ ମୁହଁକୁ ଆଘାତ କରିଥିଲା l ସଙ୍ଗେ ସଙ୍ଗେ ସେ ଘରକୁ ଫେରି ଆସିଥିଲେ l ଘରେ ପହଞ୍ଚିବା ପରେ ତାଙ୍କର ଚେତା ଶୁନ୍ୟ ହେଇ ଯାଇଥିଲା l ଘର ଲୋକେ ଦେଖି ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିସ୍ଥାଳୟ କୁ ପଠାଇ ଥିଲେ l ଡାକ୍ତରଙ୍କ ପ୍ରାଥମିକ ପରିକ୍ଷା ପରେ ତାଙ୍କୁ ମୃତ ଘେଷଣା କରାଯାଇଛି l ତାଙ୍କର ଘର କୋଟବସନ୍ତପୁର ଠାରେ ହୋଇଥିବା ବେଳେ ନାମ ଗଣେଷ ଚନ୍ଦ୍ର ସାହୁ l ମୃତକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସାହାଜ୍ୟ ଯୋଗାଇ ଦେବା ଲାଗି ସରକାରଙ୍କୁ ସ୍ଥାନୀୟ ଲୋକେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି l ଯାଜପୁର ଥାନା ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଛି l ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles