ରୀତା ସାହୁ ବିଜେଡି ବିଜେପୁର ପ୍ରାଥୀ : ଘୋଷଣା କଲେ ନବୀନ

- Advertisement -

ଭୁବନେଶ୍ୱର : ବିଜେପୁର ରେ ବିଜେଡି ପ୍ରାଥୀ ହେଲେ ରିତା ସାହୁ l ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି l ବିଜେପୁର ବିକାଶ ସେ ନିଜେ ଦେଖିବେ ବୋଲି କହିଛନ୍ତି l ରିତା ସାହୁଙ୍କୁ ବିଜେପୁର ବାସୀ ଆଶୀର୍ବାଦ କରିବେ ବୋଲି ନବୀନ ଆଶା ରଖିଛନ୍ତି l 2018 ବିଜେପୁର ଉପ ନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାଥୀ ହୋଇ ବିଜେପି ପ୍ରାଥୀ ଅଶୋକ ପାଣିଗ୍ରାହୀଙ୍କୁ 41 ହଜାର ଭୋଟରେ ପରାସ୍ତ କରିଥିଲେ l ହେଲେ 2019 ନିର୍ବାଚନରେ ନବୀନ ନିଜେ ଏହି ଆସନରୁ ପ୍ରାଥୀ ହୋଇଥିଲେ l ଯେହେତୁ ଦୁଇଟି ଆସନରେ ନବୀନ ବିଜୟ କରିଥିଲେ ତେଣୁ ସେ ବିଜେପୁର ଆସନ ଛାଡିଥିଲେ l ଏହା ପରେ ସେଠାରେ ନିର୍ବାଚନ ହେଉଛି l କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାଥୀ ହୋଇଛନ୍ତି l ବିଜେପି ଏଯାଏଁ ତାର ପ୍ରାଥୀ ନା ଘୋଷଣା କରିନାହିଁ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles