ରୀତାଙ୍କ ସଭାରେ ଜନସମୁଦ୍ର :ଚିନ୍ତାରେ ବିରୋଧୀ

- Advertisement -

ଭୁବନେଶ୍ୱର: ବିଜେପୁରରେ କାହାର ଶକ୍ତି କେତେ l ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ତିନି ପ୍ରମୁଖ ଦଳର ଫୋକସରେ ବିଜେପୁର l ରାଜଧାନୀ ନେତା ବି ବିଜେପୁର ମୁହାଁ l ଦଳ ମଧ୍ୟ ନିଜ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ନେତାଙ୍କୁ ମିଳିଛି ଦାୟିତ୍ୱ l ସେଇ ଅନୁସାରେ ଏବେ ବିଜେଡି -ବିଜେପି -କଂଗ୍ରେସ ନେତା ମାନେ ଦଳୀୟ କର୍ମୀ ଓ ନେତାଙ୍କୁ ନେଇ ସଭା ସମିତି ଓ ରୁଦ୍ଧ ଦ୍ୱାର ବୈଠକ କରି ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି l
ବିଜେଡି ତାର ପ୍ରଥମ ବିଜେପୁର ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିଛି l ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ନେତୃତ୍ୱରେ ବିଜେପୁର ରେ ଅନୁଷ୍ଠିତ ବିଜେଡି ସଭାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା l ଏହି ସଭା ମଞ୍ଚରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଉପସ୍ଥିତ ଥିଲେ l ବିଜେଡି ର ଏହି ବିଶାଳ ସମାବେଶ ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି l ପୁରା ବରଗଡ଼ ଜିଲ୍ଲା ରେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଯଉ ଦବଦବା ରହିଛି ତାହା ପ୍ରଥମ ସଭାରେ ପ୍ରତିଫଳିତ ହେଇଛି l ଏମିତିବି ବିଜେଡି ଗଡ଼ ଜିତିବା ପାଇଁ ନବୀନ 68 ଜଣ ନେତା ଙ୍କୁ ଦାୟିତ୍ୱ ଦେଇଛନ୍ତି l 2018 ବିଜେପୁର ଉପ-ନିର୍ବାଚନରେ ବିଜେଡିର ରୀତା ସାହୁ 41 ହଜାର ଭୋଟରେ ଜିତିଥିଲେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles