ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କରୁଥିବା କର୍ମୀ ପିନ୍ଧାଇଲେ ପ୍ଲାଷ୍ଟିକ୍ ମାଳ ।

- Advertisement -

ବ୍ୟାସନଗର: ସରକାରଙ୍କ ପ୍ଲାଷ୍ଟିକ୍ ମୁକ୍ତ ଓଡିଶା ପ୍ରୟାସକୁ ସାକାର କରିବା ପାଇଁ ଗତ କିଛିଦିନ ହେବ ବ୍ୟାସନଗର ଅଞ୍ଚଳରେ ପୌରପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢାଉ ରହିଛି । ଏଥିସହ କିଛି ଦୋକାନୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଯେଉଁ ପୌରପରିଷଦର କର୍ମଚାରୀ ପ୍ଲାଷ୍ଟିକ୍ କୁ ବିରୋଧ କରିଛନ୍ତି, ସେମାନଙ୍କ ଦ୍ଵାରା ଆଜି ଜାତିର ପିତାଙ୍କୁ ପ୍ଲାଷ୍ଟିକ୍ ଫୁଲମାଳରେ ସମ୍ମାନ ଜଣାଇଛନ୍ତି । ପ୍ରାପ୍ତ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ପୌରପରିଷଦର କର୍ମଚାରୀମାନେ ସ୍ଥାନୀୟ ନିଉମାର୍କେଟ୍ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତୀତଳେ ଏକାଠି ହୋଇଥିଲେ । ସାଧାରଣ ଫୁଲମାଳ ପରିବର୍ତ୍ତେ ଜାତିର ପିତାଙ୍କ ଗଳାରେ ପ୍ଲାଷ୍ଟିକ୍ ଫୁଲମାଳ ଲମ୍ବାଇଥିଲେ ।ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଯେଉଁ ପ୍ରଶାସନ କିଛି ଦିନ ପୂର୍ବରୁ ଜୋରିମାନା ଆଦାୟ କରୁଥିଲା, ସେହି ପ୍ରଶାସନର ଆଜି ଏ ପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles