ଚାଇନାରେ ଓଡ଼ିଆ ପୁଅର କମାଲ….

- Advertisement -

ଭୁବନେଶ୍ୱର : ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି। ଚାଇନାରେ ଖେଳାଯାଇଥିବା ଚାଇନା ପାରା-ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦଙ୍କୁ ଡବଲ୍ ସ୍ୱର୍ଣ୍ଣ ପଦକ ମିଳିଛି। ସିଙ୍ଗଲ୍ସ ଏବଂ ପରେ ଡବଲ୍ସରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିବା ସହ ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏଥିସହ ସେ ପାରା ଅଲିମ୍ପିକ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛନ୍ତି। ସେ ଏପର୍ଯ୍ୟନ୍ତ ମୋଟ ୬୦୯୦ ପଏଣ୍ଟ ହାସଲ କରି ଏହି ସଫଳତା ହାସଲ କରିଛନ୍ତି।ଚାଇନାର ହାଙ୍ଗଝୁରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪ ସେଟରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ସେହିପରି ଡବଲ୍ସରେ ସେ ମନୋଜ ସରକାରଙ୍କ ସହ ମିଶି ନିଜ ଦେଶର ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ୧୮-୨୧, ୨୧-୧୬, ୨୧-୧୫ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଏଥିସହ ଚଳିତ ବର୍ଷ ପ୍ରମୋଦଙ୍କ ସ୍ୱର୍ଣ୍ଣ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ୪ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles