ବାପୁଙ୍କୁ ନିଆରା ଢଙ୍ଗରେ ମନେପକାଇଲେ ଛାତ୍ରଛାତ୍ରୀ..

- Advertisement -

୦୨/୧୦ (ଯାଜପୁର) ସେ ଥିଲେ ଅହିଂସାର ପୂଜାରୀ, ସ୍ୱଚ୍ଛତାର ସତ୍ୟାଗ୍ରହୀ। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଶତବାଷକୀକୁ ମହା ଆଡମ୍ବରରେ ପାଳନ କରିଛନ୍ତି ଯାଜପୁର ବରୁଆଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରଛାତ୍ରୀ। ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ସ୍ୱଚ୍ଛତାର ବାର୍ତାନେଇ ଗାଁକୁ ଗାଁ ବୁଲିଥିଲେ। ବରୁଆ ସ୍କୁଲ ପରିସରରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ପୂଜାଲା, କେତକିଆ, ଟୋପିମିଆଁ ଛକ, ବରୁଆଁ ଛକ ଦେଇ ସ୍କୁଲରେ ପହଞ୍ଚିଥିଲା। କିଏ ଦେଶ ଗଢ଼ିବାର ସେ୍ଳାଗାନ ଦେଉଥିଲା ତ ଆଉ କିଏ ଦୁର୍ନୀତି ମୁକ୍ତ ଦେଶର ସଂକଳ୍ପ କରିଥିଲା। ପ୍ଲାଷ୍ଟିକ୍‌ ହଟାଅ, ପରିବେଶ ବଞ୍ଚାଅର ନାରା ନେଇ ପିଲାମାନେ ସଚେତନତାର ବାର୍ତା ବାଣ୍ଟିଥିଲେ। ସେଠାରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସଭାପତି ହିମାଂଶୁ ଭୂଷଣ ମହାପାତ୍ର, ସମାଜସେବୀ ବୈକୁଣ୍ଠ ବିଶ୍ୱାଳ, ଅଧ୍ୟକ୍ଷ ହିମାଂଶୁ ଶେଖର ପଣ୍ଡା, ନିର୍ଦେଶକ ଧୃବକୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ନନ୍ଦ କିଶୋର ସାହୁ, ସମାଜସେବୀ ପ୍ରକାଶ ପରିଡା ପ୍ରମୁଖ ଗାନ୍ଧି ଜୟନ୍ତୀ ପାଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।…

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles