ବିଜେପୁର ଜଗିଛନ୍ତି ବବି : ଲକ୍ଷ୍ୟ ହାଟ୍ରିକ !

0

ଭୁବନେଶ୍ୱର : ଅଢେଇ ବର୍ଷ ପରେ ତୃତୀୟ ନିର୍ବାଚନ ହେଉଛି ବିଜେପୁରରେ । ୧୦ଦିନ ରହିଲା ଆଉ ଉପ-ନିର୍ବାଚନ । ଷ୍ଟାର ପ୍ରଚାରକ ବି ଓହ୍ଲାଇଲେଣୀ ମଇଦାନରେ । ବିରୋଧୀ ଟାର୍ଗେଟ କଲେଣୀ ଶାସକ ଦଳକୁ । ଶାସକ ଦଳକୁ ବଦନାମ କରି ଭୋଟ ହାତେଇବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇଛି ବ୍ଲୁପ୍ରିଣ୍ଟ । ହେଲେ ବିଜେଡ଼ି ବିକାଶ ଓ ସ୍ୱଚ୍ଛ ଶାସକକୁ କରଛିି ମୁର୍ଦ୍ଦା । ଚାରିଆଡ଼େ ଗୋଟେ ଚର୍ଚ୍ଚା କିଏ ଜିତିବ ବିଜେପୁର । କେତେ ବ୍ୟବଧାନ ହେବ ଏଥର ଉପ ନିର୍ବାଚନରେ । ଏମିତି କେତେ କଣ ଆକଳନ । ବିଜେଡ଼ି-ବିଜେପି- କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରଦାର ଅଣ୍ଟା ଭିଡ଼ିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଚାର କରିସାରିଛନ୍ତି । ଶୁକ୍ରବାର ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୧୭ ଓ ୧୮ ତାରିଖରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ । ୨୦୧୮ ଉପ -ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଗଡ଼ରେ ବିଜେଡ଼ି ଧସେଇ ପଶିଛି । ବିଜେପୁର ଏବେ ବିଜେଡ଼ିର ଗଡ଼ ହୋଇଯାଇଛି ।

୨୦୦୦ ମସିହାରୁ ୨୦୧୮ ଯାଏ ବିଜେପୁରରେ ଶଙ୍ଖଶଦ୍ଧ ଶୁଭୁନଥିଲା । ହେଲେ ୨୦୧୮ ଉପ ନିର୍ବାଚନରେ ନବୀନଙ୍କ ନିର୍ଦ୍ଦେଶ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସୁଶାନ୍ତ ସିଂହ ମିଳିତ ଭାବେ ପୁରା ନିର୍ବାଚନକୁ ପରିଚାଳନା କରି ବିଜେପୁରକୁ ଶଙ୍ଖମୟ କରିଛନ୍ତି । ୨ଥର ବିଜେପୁରବାସୀ ବିଜେଡ଼ିକୁ ବିଜୟ କରାଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ବିଜେପୁରକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବିଜେଡ଼ି କହୁଛି । ଆଉଏବେ ଅଢେଇ ବର୍ଷ ପରେ ତୃତୀୟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେଡ଼ି ସମ୍ମାନ ଫମୁର୍ଲାକୁ ଆପଣାଇଛି । ନବୀନଙ୍କ ନିର୍ଦ୍ଦେଶରେ ପୁରା ନିର୍ବାଚନର ପରିଚାଳନା କରୁଛନ୍ତି ବିଜେଡ଼ିର ପାୱାରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ବିଜେପୁର ଗଡ଼ ଜିତିବା ପାଇଁ ୬୮ରୁ ଅଧିକ ନେତା ଓ ୮ଜଣ ମନ୍ତ୍ରୀଙ୍କୁ ନବୀନ ଦାୟିତ୍ୱ ଦେଇଛନ୍ତି । ପ୍ରତି ବ୍ଲକରେ ୧୦ରୁ ଅଧିକ ହେବିୱେଟ ନେତା ଦାୟିତ୍ୱରେ ରହିଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ପୁରା ନିର୍ବାଚନର ପରିଚାଳନା କରୁଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ( ବବି) । ବରିଷ୍ଠ, କନିଷ୍ଠ ଓ ଛାମୁଆ ସଂଗଠନର ନେତାଙ୍କୁ ଏକାଠି କରି ବିଜେଡ଼ି ପାଇଁ ଭୋଟ ଯୋଗାଡ଼ କରୁଛନ୍ତି । ସବୁଦିନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପୁରା ଟିଟବିଟ୍ର ରିର୍ପୋଟ ଦେଉଛନ୍ତି ପ୍ରଣବ । ନିର୍ବାଚନ ଯେତେ ପାଖେଇ ଆସୁଛି ଭୋଟକୁ ନେଇ ସେତେ ଆକଳନ ମଧ୍ୟ କରାଯାଉଛି । ବିକାଶ ଓ ସ୍ୱଚ୍ଛ ଶାସନକୁ ପାଥେୟ କରି ବିଜେଡ଼ି ତୃତୀୟ ଥର ବିଜୟ ବିଜେପୁରମାସୀଙ୍କ ଆର୍ଶୀବାଦ ସାଉଁଟିବାକୁ ଚାହୁଛି । ୨୦୧୮ ଉପ ନିର୍ବାଚନରେ ଦଳ ରୀତା ସାହୁଙ୍କୁ ପ୍ରାର୍ଥୀ କରି ୧ଲକ୍ଷ ୨ହଜାର ୮୭୧ ଖଣ୍ଡ ଭୋଟ ପାଇଥିଲା । ଆଉ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ୧ଲକ୍ଷ ୧୦ ହଜାର ୬୦୪ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୫୩ ହଜାର ଭୋଟରେ ପରାସ୍ତ କରିଥିଲେ ।

ଆଉ ଏଥର ନିର୍ବାଚନରେ ପୁଣି ଦଳ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜେପି ସନତ ଗଡ଼ତିଆ ଓ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ତେଣୁ ପୁଣିଥରେ କିପରି ଭଲ ଭୋଟରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ବିଜୟ ଲାଭ କରିବେ ଓ ଦଳ ବିଜେପୁରରେ ହାଟ୍ରିକ ମାରିବ ସେ ଚିନ୍ତା ଏବେ ବିବଙ୍କ ମୁଣ୍ଡରେ । ଯେଉଁଥି ପାଇଁ ଏକମାସ ହେବ ବବି ବିଜେପୁରରୁ ଭୁବନେଶ୍ୱର ଓ ଭୁବନେଶ୍ୱରର ବିଜେପୁର ଗସ୍ତ କରୁଛନ୍ତି ନବୀନଙ୍କ ନିର୍ଦ୍ଦେଶରେ । କାରଣ ସମସ୍ତଙ୍କ ସାଙ୍ଗରେ ନେଇ କିପରି ନିର୍ବାଚନୀ ବୈତରଣୀ ପାର ହୋଇ ହେବ ସେ କୌଶଳରେ ଏବେ ସିଦ୍ଧହସ୍ତ ହୋଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ନବୀନଙ୍କ ଚତୁର ରାଜନୈତିକ ଗୋଟି ଚାଳନକୁ ଗ୍ରାଉଣ୍ଡରେ ସେ ବାସ୍ତବ ରୂପ ଦେବାଲାଗି ନିଜେ ଓ ଦାୟିତ୍ୱରେ ଥିବା ପୁରା ଟିମ ଜୋରଦାର ପରିଶ୍ରମ କରି ଲକ୍ଷ ପୂରଣ କରନ୍ତି ।

ବିଜେପୁରରେ ସ୍ୱପ୍ନ ଦେଖାଉଛନ୍ତି ନେତା : ନିରବ ଭୋଟର

0

ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖଦିନ ବିଜେପୁର ଉପ ନିର୍ବାଚନ । ଆଉ ସପ୍ତାହେ ରହିଲା ପ୍ରଚାର । ବିଜେପୁରର ୩ଟି ବ୍ଲକ ବିଜେପୁର, ବରପାଲି ଓ ଗାଏସିଲଟରେ ଜୋରଦାର ହେଉଛି ପ୍ରଚାର । ସଭାସମିତି , ଘରଘର ବୁଲି ନେତାଏ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ କରିଛନ୍ତି । ପ୍ରତିଶ୍ରୃତିରେ ପୋତିହୋଇଗଲେଣୀ ବିଜେପୁରବାସୀ । କେଉଁ ଦଳ କହୁଛି ବିକାଶ କେବଳ ଆମେ କରୁଛି ଆଉ କେଉଁ ଦଳର ନେତା ୨୦୨୨ ସୁଦ୍ଧା ସବୁକିଛି କରିଦେବୁ ବୋଲି ପ୍ରତିଶ୍ରୃତି ଦେଉଛନ୍ତି । କିଏ କେବଳ କହୁଛି ଆମେ ଆସିଲେହିଁ ବିଜେପୁର ଚିତ୍ର ବଦଳିବ । ଏପରି କେତେ କଣ ସ୍ୱପ୍ନ ଏବେ ନେତାଏ ଦେଖାଉଛନ୍ତି ବିଜେପୁରବାସୀଙ୍କୁ । ପ୍ରଚାର ଆଉ ୭ ଦିନ ଥିବାରୁ ବିଜେପୁରରେ ଏବେ ରାଜ୍ୟର ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ଭିଡ଼ । ଆକ୍ଷେପ ଓ ପ୍ରତିଆକ୍ଷେପରେ ଚାଲିଛି ନିର୍ବାଚନୀ ସଭା ।
ହେଲେ ବିଜେପୁର ଭୋଟର ପୁରା ନିରବ । ବିଜେପୁରବାସୀ କାହାକୁ ଭୋଟ ଦେବେ ତାହା ଏକରକମର ସ୍ଥିର କରିଥିବା ଜଣାପଡ଼ିଛି । ଏଥର ନିର୍ବାଚନରେ ବିଜେଡ଼ିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଓ କଂଗ୍ରେସରେ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ରତୀ ଓ ସନତ ପୁରୁଣା ମୁହଁ ଓ ଦିଲ୍ଲୀପ ନୂଆମୁହଁ । ଦୁଇଟି ନିର୍ବାଚନରେ ବିଜେଡ଼ି ଆଗରେ ଥିବା ବେଳେ ତା ପଛକୁ ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜେପୁରବାସୀ କାହାକୁ ୧ ନମ୍ବର ସ୍ଥାନରେ ରଖୁଛନ୍ତି ତାହା ଦେଖିବାର କଥା ।

୧୧ଟି ସହରରେ ହେବ ରିଙ୍ଗରୋଡ଼ …

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫୋକସରେ ଏବେ ସହରାଞ୍ଚଳ । ଏକ ଲକ୍ଷରର ଅଧିକ ଲୋକବାସ କରୁô୍ବା ସହରରେ ହେବ ରିଙ୍ଗରୋଡ଼ । ଏନେଇ ଖୁବଶୀଘ୍ର ରୂପରେଖ ପ୍ରସ୍ତୁତ କରାଯିବା । ସହର ମାନଙ୍କ ମଧ୍ୟରେ ଉତ୍ତମ ପରିବହନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ୧୧ ସହରରେ ରିଙ୍ଗରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ରୂପରେଖ ପ୍ରସ୍ତୁତ ହେଉଥିବା ସହର ଗୁଡ଼ିକ ହେଲା ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ବାରିପଦା, ବଲାଙ୍ଗୀର ଏବଂ ଝାରସୁଗୁଡ଼ା । କେଉଁ ସହରରେ କେତେ କିଲୋମିଟରର ରିଙ୍ଗରୋଡ୍ ହେବ, କେତେ ସରକାରୀ ଜମି ଅଛି, କେତେ ଜମି ଅଧିଗ୍ରହଣ ହେବ, କେତେ ଅର୍ଥ ଖର୍ଚ୍ଚ ହେବ, ପ୍ରଥମ ପର‌୍ୟ୍ୟାୟରେ କେଉଁ ସହରରେ ହେବ ସେନେଇ ଆସନ୍ତା ୧୫ତାରିଖରେ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ରିଙ୍ଗରୋଡ୍ ପାଇଁ ଚଳିତ ବଜେଟରେ କୌଣସି ବ୍ୟବସ୍ଥା ହୋଇନଥିବାରୁ ଆସନ୍ତା ବଜେଟରେ ଏହି ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ।

ଅରୁଣଙ୍କ ବିଜୁବାଣୀ : ଲାଞ୍ଚୁଆଙ୍କୁ ଧର , ମତେ ଜଣାଅ

0

ଭୁବନେଶ୍ୱର : ପଂଚମ ପାଳିଲେ ନବୀନ ୫-ଟି ନୀତିକୁ ମନ୍ତ୍ରୀଙ୍କ ଠାରୁ ସଚିବ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ପ୍ରଶାସନିକ ସେବାରେ ସ୍ୱଚ୍ଛତା ଆଣିବା ସହ ସରକାରୀ ଅଫିସରେ ଯେପରି ଜଣେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ନହୁଏ ତାହାକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଏବେ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରାଯାଉଛି । ବିଶେଷକରି ରାଜ୍ୟରେ ଥିବା ଦୁର୍ନୀତି ଖୋର ଅଫିସରକୁ ସାବାଡ଼ କରିବା ପାଇଁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଉଛନ୍ତି । ସପ୍ତାହ ଭିତରେ ୧୦ରୁ ଅଧିକ ଲାଞ୍ଚୁଆ ପ୍ରଶାସନିକ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ସେପଟେ କୃଷିବିଭାଗକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ସିଧାସଖଳ ଦୁର୍ନୀତିଖୋର ଅଫିସରଙ୍କୁ ଣୁଣାଇଛନ୍ତି ଚରମବାଣୀ । ଯେଉଁମାନେ ବିଭାଗରେ ଦୁର୍ନୀତି କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସିଧାସିଧା ଶୁଣାଇଛନ୍ତି । ଓୟୁଏଟିରେ ଅନୁଷ୍ଠିତ ବିଶ୍ୱ ଅଣ୍ଡା ଦିବସରେ ଦୁର୍ନୀତିଗସ୍ତ ଅଫିସର ଉପରେ କଡ଼ା ନଜର ରଖିବା ପାଇଁ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେବା ସହ ଯେଉଁ ଅଫିସର ଦୁର୍ନୀତି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ ଚିହ୍ନଟ କରି ମତେ ଜଣାଇବାକୁ ମନ୍ତ୍ରୀ ଉପସ୍ଥିତ ସରକାରୀ ଅଧିକାରୀ ଓ ଚାଷୀମାନଙ୍କୁ କହିଥିଲେ । କେବଳ ସେତିକି ନୁହେଁ, ସେ କହିଥିଲେ ବିଭାଗରେ ବହୁ ଭଲ ଅଫିସର ଅଛନ୍ତି । ସେମାନେ ଭଲ କାମ ମଧ୍ୟ କରୁଛନ୍ତି । ହେଲେ କିଛି ଦୁର୍ନୀତିଖୋର ଅଫିସରମାନଙ୍କ ପାଇଁ ବଦନାମ ହେଉଛି ବିଭାଗ । ଏଥିରୁ ଆମକୁ ନିବୃତ ହେବାକୁ ପଡ଼ିବ । ଅଣ୍ଡା ଦିବସ ଅବସରରେ ମନ୍ତ୍ରୀ ଅଣ୍ଡାର ଉପକାରୀତା ଉପରେ ମଧ୍ୟ କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅଣ୍ଟା ଖାଇବା ଦରକାର ବୋଲି ମନ୍ତ୍ରୀ କହିଥିଲେ । ୨୦୦୦ ମସିହାରେ ମାତ୍ରା ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ୬୫ ଲକ୍ଷ ଉତ୍ପାଦନ ହେଲାଣୀ । ଓୟୁଏଟି ପରିସରରେ ଥିବା ଭେଟେନାରି କଲେଜ ପଡିଆରେ ପ୍ରାୟ ୫ହଜାର କୁକୁଡା ଚାଷୀଙ୍କର ସମାବେଶରେ ମୁଖ୍ୟ ଅତିଥି ଭାବେ କୃଷମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଲେୟାର ଫାର୍ମର୍ସ ଆସୋସିଏସିନର ଉପଦେଷ୍ଟା ତଥା ରାଜ୍ୟ ମିଡିଆ ସେଲର ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ଓଡ଼ିଶାରେ କୁକୁଡ଼ା ଚାଷ ସହିତ ଅଣ୍ଡା ଶିଳ୍ପକୁ ସରକାର ଦେଉଥିବା ପ୍ରୋତ୍ସାହନ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିଥିଲେ ।\n

ବିଜେପୁର ପିଚରେ ଅରୁଣ : ଖେଳିଲେ ଓ ମନ କିଣିଲେ

0

ବିଜେପୁର : ନିଜର ସ୍ୱଭାବ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଯୁବ ମନ୍ତ୍ରୀ ଅରୁଣ ସାହୁ l ବିଜେପୁରରେ ନିଜର ନିଆରା ଢଙ୍ଗରେ ଯୁବଗୋଷ୍ଠୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି l ବିଜେପୁର ନିର୍ବାଚନ ମଣ୍ଡଳୀର ଜୋଖିପାଳି ପଞ୍ଚାୟତ ଅନ୍ତର୍ଗତ ଜୋଖିପାଳି ଖେଳ ପଡ଼ିଆରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୁବଗୋଷ୍ଠୀଙ୍କ ମନ ଜିଣିଛନ୍ତି l ଫୁଟବଲ ଖେଳାଳି ମାନଂକୁ ଉତ୍ସାହିତ କରିଥିଲେ l ତେବେ ବିଜେପୁରରେ ଅରୁଣଙ୍କ ଏପରି ପଚାର ଏବେ ଚାରିଆଡେ ଚର୍ଚ୍ଚା l ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଜିତିବା ପାଇଁ ବିଜେଡ଼ର ଯୁବ ନେତାମାନେ ଏବେ ଦିନରାତି ଏକ କରିଦେଇଛନ୍ତି l ଯାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି l ଆସନ୍ତା 21ତାରିଖରେ ବିଜେପୁର ଉପ ନିର୍ବାଚନ ହେବ l ଏଥିପାଇଁ ବିଜେପୁରରେ ପ୍ରଚାର ଜମିଲାଣି l ଆସନ୍ତା 17 ଓ 18 ତାରିଖରେ ମୁଖ୍ୟମନ୍ତ୍ରୀ ବିଜେପୁର ଯିବେ l ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିବେ l ଏହା ପୂର୍ଵରୁ ବିଜେପୁର ମୈଦାନକୁ ରେଡି କରିଛନ୍ତି ନବୀନଙ୍କ ଯୁବ ବାହିନୀ l ଏଥର ରୀତା ସାହୁ ଯେପରି ଭଲ ବ୍ୟବଧାନରେ ବିଜୟ କରିବେ ତାହାକୁ ଦଳ ଫୋକସ କରିଛି l

ବିଜେପୁରରେ ମଞ୍ଜି ପୋତିଲେ ଧର୍ମେନ୍ଦ୍ର : ପ୍ରମିଳା କହିଲେ 35ହଜାର ରେ ଜିତିବୁ

0

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି l ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପଚାର କରି ନବୀନଙ୍କୁ ପ୍ରଶ୍ନ ପଚାରିଛନ୍ତି l ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାରକୁ ନେଇ ପାଲଟା ବାଣ ମାରିଛି ବିଜେଡି l ବିଜେଡି ବିଧାୟିକା ପ୍ରମିଲା ମଲ୍ଲିକ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଯେତେ ପ୍ରଚାର କଲେ ବି କିଛି ପ୍ରଭାବ ପଡିବନି। 35 ହଜାର ଭୋଟ ବ୍ୟବଧାନରେ ବିଜେଡି ଜିତିବ। ପ୍ରଚାରକୁ ଓଲ୍ହାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପୁରବାସୀ ବିଜେଡି ସହ ଅଛନ୍ତି ଓ ରହିବେ ବୋଲି ସେ କହିଛନ୍ତି l

77ରେ ବିଗ ବି…

0

ଭୁବନେଶ୍ୱର : ବଲିଉଡ୍‌ର ରାଜା ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମଦିନ। ୧୯୪୨ ମସିହାରେ ଆଜିର ଦିନରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ ଏହି ସୁପର୍‌ଷ୍ଟାର୍। ବିଗ ବି ଙ୍କ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଛି l ଆଜି ଏନେଇ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ନିଆରା ଢଙ୍ଗରେ ଅମିତାଭଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥିପାଇଁ ସେ ୫ ଟନ୍ ବାଲି ବ୍ୟବହାର କରିଛନ୍ତି। ଜନ୍ମଦିନ ଅବସରରେ ବିଗ ବି ଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ଛୁଅଁ ଛୁଟିଛି l

ବିଜେପୁରରେ କେଉଁ ଦଳରେ କିଏ ଚାଣକ୍ୟ, ପଢନ୍ତୁ ଏହି ରିର୍ପୋଟ

0

ଭୁବନେଶ୍ୱର :ଅକ୍ଟୋବର ୨୧ ତାରିଖର ବିଜେପୁରେ ଉପ ନିର୍ବାଚନ । ଅଢେଇ ବର୍ଷରେ ତୃତୀୟ ନିର୍ବାଚନ ହେବାକୁ ଯାଉଛି ବିଜେପୁରରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଇଦାନରେ ଏବେ ୫ଜଣ ପ୍ରାର୍ଥୀ । ଆଉ ୧୦ଦିନ ପରେ ଭୋଟ ପଡ଼ିବ । ବିଜେପୁରବାସୀ ପୁଣି କାହାକୁ ପସନ୍ଦ କରୁଛନ୍ତି ତାହା ୨୪ ତାରିଖ ଫଳାଫଳରୁ ସ୍ପଷ୍ଟ ହେବ । ପୌର-ନିର୍ବାଚନ ଢେର ପୂର୍ବରୁ ହେଉଥିବା ଏହି ନିର୍ବାଚନରେ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ । କଳେବଳେ କୌଶଳେ ୩ ପ୍ରମୁଖ ଦଳ ବିଜେପୁରରେ ବିଜୟବାନା ଉଡ଼ାଇବା ପାଇଁ ପ୍ରୟାସ କରିଛନ୍ତି । ବିଜେଡ଼ି ସାଧାରଣ ନିର୍ବାଚନ ପରେ ପୁଣି ରାଜ୍ୟରେ ୧ନମ୍ବର ଦଳ ଅଛି ଓ ରହିବ ବୋଲି ଏହି ନିର୍ବାଚନରେ ଜିତି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପିର ରାଜ୍ୟରେ ଶକ୍ତିବୃଦ୍ଧି ହେଉଛି ତାହା ବିଜେପି ବିଜେପୁର ଉପ ନିର୍ବାଚନରେ ବିଜୟ ଲାଭ କରି ପ୍ରମାଣିତ କରିବାକୁ ଚାହୁଛି । ସେହିପରି ପୁର୍ଣ୍ଣବାର ପିସିସି ସଭାପତି ପଦ ବଜାୟ ରଖିବା ପରେ କଂଗ୍ରେସ ଏବେ ଓଡ଼ିଶାରେ ପୁଣି ଫେରିବ ତାହା କଂଗ୍ରେସ ମଧ୍ୟ ବିଜେପୁର ନିର୍ବାଚନରେ ବିଜୟ ଲାଭ କରି ପ୍ରମାଣିତ କରିବାକୁ ଚାହୁଛନ୍ତି । ଖାସ ସେଥିଲାଗି ରାଜ୍ୟର ୩ ପ୍ରମୁଖ ଦଳ ବିଜେପୁରକୁ ଅଧିକ ଫୋକସ କରିଛନ୍ତି । ବିଜେପୁର ଲାଗି କେଉଁ ଦଳରେ କିଏ ସାଜିଛନ୍ତି ଚାଣକ୍ୟ ନଜର ପକାନ୍ତୁ ..

ବିଜେଡ଼ି- ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରେ ବିଜୟ ବାନା ଉଡ଼ାଇଛି ବିଜେଡ଼ି । ବର୍ତ୍ତମାନ ବିଜେପୁର ବିଜେଡ଼ିର ଗଡ଼ ହୋଇଛି । ନବୀନ ଅକ୍ୱୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କୁ ବିଜୟ କରିବା ପାଇଁ ୬୮ରୁ ଅଧିକ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । ନିଜେ ଚାଣକ୍ୟ ସାଜିଥିବା ବେଳେ ତାଙ୍କର ସବୁଠୁ ବିଶ୍ୱସ୍ତ ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପୁରର ପରିଚାଳନା ଦାୟିତ୍ୱ ଦେଇଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ପ୍ରଣବ ବିଜେପୁରରେ ବିରୋଧିଙ୍କୁ ଘାଇଲା କରି ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କୁ ଜିତାଇବା ପାଇଁ ଦଳର ଚାଣକ୍ୟ ସାଜିଛନ୍ତି । ସଭିଁଙ୍କୁ ନେଇ ଚାଲୁଥିବା ପ୍ରଣବ ନବୀନଙ୍କ ହନୁମାନ ସାଜି ବିଜେପୁରରେ ବିଜେଡ଼ି ନେତା,କର୍ମୀଙ୍କୁ ଏକାଠି କରି ଚତୁର ରାଜନୈତିକ ଗୋଟି ଚାଳନ କରୁଛନ୍ତି । ଏହାସହ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି । ଦଳ ଭିତରେ ଯେପରି କୌଣସି ନେତାଙ୍କ ମନରେ ଅସନ୍ତୋଷ ନରହିବ ତାହା ଉପରେ ବି ଗରୁତ୍ୱ ଦେଉଛନ୍ତି । ନବୀନଙ୍କ ବିକାଶର ବାର୍ତ୍ତା କିପରି ବିଜେପୁରରେ ଘରେ ଘରେ ପହଞ୍ଚିବ ତାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ପ୍ରଣବ ।

ବିଜେପି – ୨୦୧୮ ଉପନିର୍ବାଚନ, ସାଧାରଣ ନିର୍ବାଚନରେ ବିଜେପୁରରେ ବିଜେଡ଼ି ଠାରୁ ପରାସ୍ତ ହେବା ପରେ ଏବେ ୨୦୧୯ ଉପ ନିର୍ବାଚନରେ ବିଜୟ ଲାଭ କରି ପ୍ରତିଶୋଧ ନେବାକୁ ଚହୁଛି ବିଜେପି । ଖାସ ସେଥିଲାଗି ବିଜେପୁର ପାଇଁ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଚାଣକ୍ୟ ସାଜିଛନ୍ତି । ତାଙ୍କୁ ସହଯୋଗ କରୁଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ରାଜ୍ୟ ସରକାରଙ୍କ ବିଫଳତା ଓ ମୋଦିଙ୍କ ନୂତନ ଭାରତ ଗଠନ ନେଇ ଭୋଟକୁ କିପରି ବୁଝାଯିବ ତାହା ଉପରେ ଗୁୁରୁତ୍ୱ ଦେଉଛି ଦଳ । ଦଳ ବିଜେପୁର ମାଷ୍ଟରମାଇଣ୍ଡ ସାଜିଛନ୍ତି ସାଂସଦ ସୁରେଶ ପୂଜାରୀ । ବିଜେଡ଼ି ଓ କଂଗ୍ରେସକୁ ପଛରେ ପକାଇ ବିଜେପି ବିଜେପୁର ଗତିବା ପାଇଁ ସୁରେଶ ଚତୁର ଗୋଟିଚାଳନ କରୁଛନ୍ତି ଧର୍ମେନ୍ଦ୍ରଙ୍କ ନିର୍ଦ୍ଦେଶରେ ।

କଂଗ୍ରେସ : କଂଗ୍ରେସର ଗଡ଼ ଦିନେ ଥିଲା ବିଜେପୁର । ଏବେ ସେହି ବିଜେପୁରରେ କଂଗ୍ରେସ ନିଜର ଅସ୍ତିତ୍ୱ ଖୋଜୁଛି । ଦଳ ଏଥର ନୂଆ ମୁହଁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଖୋଦ ପିସିସି ସଭାପତି ବିଜେପୁର ଗଡ଼ ଜିତିବା ପାଇଁ ଦଳର ଚାଣକ୍ୟ ସାଜିଛନ୍ତି । ଦିଲ୍ଲୀପକୁ ଜିତାଇବା ପାଇଁ ଭିତିରିଆ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରକାଶ ଦେବତା, ପ୍ରଦୀପ ମାଝୀଙ୍କୁସାଙ୍ଗରେ ଧରି ବିଜେପୁର ଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ନିରଂଜନ । କଳେବଳେ କୌଶଳେ ଗଡ଼ ଜିତିବା ପାଇଁ ପ୍ରାୟାସ କରିଛନ୍ତି । ବଡ଼ ଧରଣର ପ୍ରଚାର ପ୍ରସାର ନୁହେଁ, ବଂର ନିରାଡ଼ମ୍ବରପୂର୍ଣ୍ଣ ଭାବେ କଂଗ୍ରେସ ବିଜେପୁର ନିର୍ବାଚନ ଲଢୁଥିବା ବର୍ତ୍ତା ଦେଇଛନ୍ତି ନିରଂଜନ । ଅସନ୍ତୋଷ ରିପୁନାଥ ସେଠ୍ଙ୍କୁ ମଧ୍ୟ ବୁଝାଇବାପରେ ସେ ସଫଳ ହୋଇଛନ୍ତି ।

ବିଜେପୁରରେ ନବୀନଙ୍କ ବିରୋଧରେ କହିବେ ତ ଧର୍ମେନ୍ଦ୍ର ?

0

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବଦଳିଛି ବିଜେଡ଼ି-ବିଜେପି ସର୍ମ୍ପକ । ନିକଟତର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ । ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛି ବିଜେଡ଼ି । ଓଡ଼ିଶାରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନରୁ ଗୋଟିଏକୁ ବିଜେପିକୁ ଦେଇଛି ବିଜେଡ଼ି । ଫଳରେ ସଂଖ୍ୟାନଥାଇ ବି ଗୋଟିଏ ରାଜ୍ୟସଭା ଜିତିଲା ଦଳ । ଏହାପରେ ବିଜେଡ଼ି-ବିଜେପି ରାଜନୈତିକ ପ୍ରେମ ନିବିଡ଼ ହୋଇଛି । ଖୋଲାଖୋଲି ଉଭୟ ଦଳ ପରସ୍ପରକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ଯାହା କହୁଛି ରାଜ୍ୟ ତାହା କରୁଛି । ରାଜ୍ୟ ବି ଯାହା ପ୍ରସ୍ତାବ ଦେଛି କେନ୍ଦ୍ର ବି ତାକୁ ଗ୍ରହଣ କରୁଛି । ଏ ସର୍ମ୍ପକ ଭିତିରିଆ ନୁହେଁ ବୋଲି ଖୋଲାଖୋଲି କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି । ବିଜେଡ଼ି ବି ମୋଦି,ଶାହା ବିରୋଧରେ ନିର୍ବାଚନ ପରେ ସେତେଟା କଡ଼ା ଆଭିମୁଖ୍ୟ ଗ୍ରହଣ କରିନାହିଁ । ଏସବୁକୁ ବିଚାରକୁ ନେଲେ ବିଜେପୁର ଉପ ନିର୍ବାଚନ ଉଭୟ ବିଜେଡ଼ି ଓ ବିଜେପି ବନ୍ଧ୍ୱତାପୂର୍ଣ୍ଣ ମ୍ୟାଚ ଖେଳୁଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି । ଉଭୟ ଦଳ ନିଜନିଜ ପ୍ରସଙ୍ଗକୁ ନେଇ ଭୋଟରଙ୍କ ମନ କିଣିବାକୁ ପ୍ର୍ରୟସା କରିବେ । ତେବେ ଆଜିଠୁ ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କରିବ । ବିଜେପୁର ୨ଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ସଭା କରିବେ ଓ ରୋଡ଼ ସୋ ମଧ୍ୟ କରିବେ ।

ତେବେ ବିଜେଡ଼ି-ବିଜେପି ସର୍ମ୍ପକ ଯେପରି ମଧୁର ହୋଇଛି ସେଥିରେ ଧର୍ମେନ୍ଦ୍ରଙ୍କ ଭୂମିକା କଣ ହେବ । କଣ ବିଜେପୁରରେ ଭୋଟ ପାଇଁ ନବୀନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଏବେ ବିଜେପୁରରେ ରାଜଧାନୀ ଯାଏ ଚର୍ଚ୍ଚାର ବିଷୟ । ବିଜେପି ଦ୍ୱିତୀୟ ଥର ଲାଗି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ୨୦୧୮ ପରେ ବିଜେଡ଼ିର ଗଡ଼ ହୋଇଛି । ତାହା ସାଙ୍ଗକୁ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିଥିବାରୁ ଉପ ନିର୍ବାଚନ ହେଉଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ସଭାରେ ସେତେଟା ଟାର୍ଗେଟ ନବୀନଙ୍କୁ କରିବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । କାରଣ ଧର୍ମେନ୍ଦ୍ରଙ୍କ ଗସ୍ତ ପରେ ନବୀନଙ୍କ ୨ଦିନିଆ ଗସ୍ତ ରହିଛି । ତେଣୁ ବିଜେପୁର ସଭାରେ କେନ୍ଦ୍ରମନ୍ତ୍ରୀ ନବୀନଙ୍କ ପ୍ରତି ଆଭିମୁଖ୍ୟ ନରମ ନା ଗରମ ହେଉଛି ତାହା ଦେଖିବାର କଥା ।

ବିଜେପୁର ନିର୍ବାଚନ : ଘରକଳିକୁ ନେଇ ଅକଳରେ ବିରୋଧୀ

0

ଭୁବନେଶ୍ୱର : ଅକ୍ଟୋବର 21 ତାରିଖରେ ବିଜେପୁର ଉପ -ନିର୍ବାଚନ l ହାତରେ ଆଉ ମାତ୍ର 11 ଦିନ l ଜମିଲାଣି ପ୍ରଚାର l ହେଲେ ବିରୋଧୀ କ୍ୟାମ୍ଫ ଘର କଳିକୁ ନେଇ ଅକଳରେ ପଡିଛନ୍ତି l ଯାହା ରାଜଧାନୀରେ ଦେଖିବାକୁ ମିଳିଛି l ଉଭୟ ବିଜେପି -କଂଗ୍ରେସ ଅସନ୍ତୋଷ ନେତାଏ ରାଜଧାନୀ ନିଜର ମତ ରଖିଛନ୍ତି l କଂଗ୍ରେସ ରିପୁନାଥଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିବା ବେଳେ ପୁଣି ଥରେ ଦଳ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଅଶୋକ l
ବିଜେପୁର ଉପ ନିର୍ବାଚନ ଚାଲିଥିବା ବେଳେ ବିଜେପି ନେତା ପ୍ରଚାର ର ବହୁ ଦୂରରେ ରହିଛନ୍ତି । ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ କହିଛନ୍ତି ଦଳ ମୋତେ ଅଣଦେଖା କରୁଛି। ପୂର୍ବ ଉପନିର୍ବାଚନରେ ପ୍ରାର୍ଥୀ କରିଥିଲେ ମଧ୍ୟ ଗତ ସାଧାରଣ ନିର୍ବାଚନ ଓ ଚଳିତ ଉପନିର୍ବାଚନରେ ଦଳ ପ୍ରାର୍ଥୀ କରିନାହିଁ ।ଏପରିକି ଦଳର କୌଣସି କମିଟି ରେ ମଧ୍ୟ ଅଶୋକଙ୍କୁ ସ୍ତାନ ଦେଇନାହିଁ । ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମ ନଥିବାରୁ ସେ କ୍ଷୋଭ ପ୍ରକାଶ କହିଛନ୍ତି । ଆଗାମୀ ଦିନରେ କର୍ମୀ ମାନେ ଯାହା କହିବେ ସେ ତାହା କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି l ହେଲେ ଦଳ ଛାଡିବା ନେଇ ନିଷ୍ପତ୍ତି ନେଇ ନାହାନ୍ତି ବୋଲି କହିଛନ୍ତି ।
ସେପଟେ କଂଗ୍ରେସ ନେତା ରିପୁନାଥ ସେଠ୍ ଦିଲ୍ଲୀପ ପଣ୍ଡା କିଏ ବୋଲି ପ୍ରଶ୍ନ କରିଛନ୍ତି l ସେ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି l ଟିକେଟ ଆଶାୟୀ ଥିବା ରିପୁନାଥ ସେଠ ଙ୍କୁ ନିରଞ୍ଜନ ବୁଝାଇଥିଲେ ସୁଦ୍ଧା ସେ କିନ୍ତୁ ଯେ ବୁଝିନାହାନ୍ତି ତାହା ତାଙ୍କର ବୟାନରୁ ଜଣା ପଡିଛି l ତେଣୁ ନିର୍ବାଚନ ପୂର୍ଵରୁ ବିରୋଧୀ ଘର କଳିକୁ କିପରି ଦୂର କରିବେ ସେ ଚିନ୍ତା ଘାରିଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news