ବିଜେପୁରରେ ବିରୋଧୀଙ୍କୁ ଚିନ୍ତା ଅନ୍ତଦ୍ୱନ୍ଦ !

- Advertisement -

ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖର ବିଜେପୁର ଉପ ନିର୍ବାଚନ । ବିଜେପୁର ଉପ ନିର୍ବାଚନ ଲାଗି ସରଗରମ ରାଜ୍ୟ ରାଜନୀତି । କିଏ ଜିତିବି ବିଜେପୁର ବାଜି । ସେନେଇ ଚାରିଆଡ଼େ ଚର୍ଚ୍ଚା । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପୁର ବାଜି ଜିତିବା ପାଇଁ ଫୁଲ ଦମରେ ଲାଗିପଡ଼ିଛନ୍ତି । ସେପଟେ ପ୍ରାର୍ଥୀମାନେ ମଧ୍ୟ ଭୋଟରଙ୍କ ମନ ଜିଣିବା ପାଇଁ ଘରଘର ବୁଲି ପ୍ରଚାର କରୁଛନ୍ତି । ରାଜନୈତିକ ସମୀକ୍ଷକ କହିଲେଣୀ ବିଜେଡ଼ି-ବିଜେପି ମଧ୍ୟରେ ବିଜେପୁରରେ ବନ୍ଧୁତା ମ୍ୟାଚ ହେଉଛି । କଂଗ୍ରେସ ସଂଘର୍ଷ କରୁଛି ହେଲେ ଦଳର ଗୋଷ୍ଠୀବିବାଦ ଓ ରାଜ୍ୟରେ କଂଗ୍ରେସର ଶୋଚନୀୟ ଅବସ୍ଥା କଂଗ୍ରେସକୁ ଚିନ୍ତାରେ ପକାଇଛି ବିଜେପୁରରେ । ଅଶୋକ ଓ ରିପୁନାଥ କଣ ରହିବ ଭୂମିକା ବିଜେପୁର ଉପ ନିର୍ବାଚନରେ ପୂର୍ବତନ ବିଜେପୁର ବିଧାୟକ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରପୁନାଥ ସେଠଙ୍କ ଭୂମିକା କଣ ରହିବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । କାରଣ ବିଜେପି ଉପରେ ଅଶୋକ ଖପା ଓ କଂଗ୍ରେସ ଉପରେ ରିପୁନାଥ ରାଗିଛନ୍ତି । ଏଯାଏ ଉଭୟ ଦଳ ଏହି ଦୁଇ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ବୁଝାଇପାରିନାହିଁ । ଯାହାକୁ ବିଜେପି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ।
୨୦୦୦ ମସିହାରୁ ଅଶୋକ ପାଣିଗ୍ରାହୀ ବିଜେପୁର ସଂଗଠନ କରିଛନ୍ତି । ଥରେ ବିଧାୟକ ହୋଇଛନ୍ତି । ତେଣୁ ଅଶୋକ ଯଦି ବିଦ୍ରୋହ ଭୂମିକାରେ ଆସିବେ ତାହା ବିଜେପିକୁ ବିଜେପୁରରେ ବଡ଼ ଝଟକା ଦେବେ । ଅଶୋକ ମଧ୍ୟ ବିଭିନ୍ନ ସ୍ଥାନରେ ଗୁପ୍ତ ସଭାସମିତି କରି ବିଜେପି ତାଙ୍କୁ କିପରି ଅଣଦେଖା କରିଛି ତାହା ପ୍ରକାଶ କରିଛନ୍ତି । ଅଶୋକ ଦଳ ଛାଡ଼ିବା ଚର୍ଚ୍ଚା ବି ଜୋର ଧରିଛି । ସେହିପରି ରିପୁନାଥ ସେଠ ଏଥର କଂଗ୍ରେସ ପ୍ରାର୍ଥୀ କରିନଥିବାରୁ ସେ ମଧ୍ୟ କଂଗ୍ରେସ ଉପରେ ଅସନ୍ତୋଷ ଅଛନ୍ତି । ତେଣୁ ଉଭୟ ଅଶୋକ ଓ ରପୁନାଥ ଦଳ ଉପରେ ଅସନ୍ତୋଷ ଥିବାରୁ ଉପ ନିର୍ବାଚନରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱ ପୂର୍ଣ୍ଣ ରହିବ । ତେଣୁ ଉଭୟ କଂଗ୍ରେସ ଓ ବିଜେପି ନିଜ ଦଳର ନେତାଙ୍କୁ ବୁଝାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ରିପୁନାଥ ଖୋଲାଖୋଲି ଭାବେ କଂଗ୍ରେସ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି । ସେପଟେ ଅଶୋକ ମଧ୍ୟ ବିଜେପି ଛାଡ଼ିବା ପାଇଁ ଗୋଡ଼ ଟେକି ବସିଛନ୍ତି । ବିରୋଧୀଙ୍କ ଏପରି ଅର୍ନ୍ତଦ୍ୱନ୍ଦ ବିଜେପୁରରେ ବିଜେଡିକୁ ବେଶ ଫାଇଦା ଦେବେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles