ନିଦରେ ଶୋଇଛି ବିଏମସି : ନାଳରେ ମୋ ସାଇକେଲ

- Advertisement -

ଭୁବନେଶ୍ୱର : ଏବେ ଦିଗହରା ହୋଇପଡିଛି ମୋ ସାଇକେଲ ଯୋଜନା।କେତେବେଳେ ପୋଖରୀ ଭିତରୁ ତ ଆଉ କେତେବେଳେ କେଉଁ ଅଳିଆ ଗଦାରୁ ମିଳୁଛି ସାଇକେଲ।ଯେଉଁ ଯୋଜନାକୁ ନେଇ ଦିନେ ସାରା ଭାରତରେ ଓଡ଼ିଶା ଚର୍ଚ୍ଚାକୁ ଆସିଥିଲା ଏବେ ତାହାର ଅବସ୍ଥା କହିଲେ ନ ସରେ।
ହକି ବିଶ୍ୱକପ ପୂର୍ବରୁ ଓଡ଼ିଶା ସରକାର ଅନେକ ଯୋଜନା କରିଥିଲେ। ନୂଆ ବସ ଷ୍ଟାଣ୍ଡ ସାଙ୍ଗକୁ ମୋ ସାଇକେଲକୁ ନେଇ ରାଜଧାନୀ ବାସୀ ବେଶ ଖୁସି ଥିଲେ।ବିଦେଶ ଢାଞ୍ଚାରେ ତିଆରି କରାଯାଇଥିଲା ମୋ ସାଇକେଲ ଯୋଜନା। ଅଳ୍ପ ମୂଲ୍ୟରେ ସାଇକେଲର ବୁଲିବାର ମଜା। କିନ୍ତୁ କିଛି ଦିନ ଗଲାପରେ ଏବେ ଫଳ ସମ୍ପୁର୍ଣ୍ଣ ଓଲଟା। ଯେମିତି ସରକାର ଏହି ଯୋଜନା ଉପରୁ ଆଖି ଫେରେଇ ନେଇଛନ୍ତି। ଏବେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳୁଛି ନା କେଉଁ ସାଇକେଲ ଚାଳକ । ନା ସାଇକେଲ ଷ୍ଟାଣ୍ଡ ରେ ସାଇକେଲ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles