ପୂଜାପରେ ଜମିବ ପ୍ରଚାର :ଫୋକସରେ ଦିଲ୍ଲୀ ନେତା..

- Advertisement -

ଭୁବନେଶ୍ୱର : ଅକ୍ଟୋବର 21 ତାରିଖରେ ବିଜେପୁର ଉପ ନିର୍ବାଚନ l ଏଥିଲାଗି ଜୋର ଧରିଲାଣି ପ୍ରଚାର l ହେଲେ ପୂଜା ପରେ ଷ୍ଟାର ପ୍ରଚାରକ ମାନେ ପ୍ରଚାର କରିବେ l ଆସନ୍ତା ୧୪ରେ ବିଜେପୁରରେ ପ୍ରଚାର କରିବେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ । ସେ ସିଧାସଳଖ କିଛି ବୁଣାକାର ପରିବାରକୁ ଭେଟିବା ସହିତ ସମ୍ବୋଧନ କରିବେ l ସ୍ମୃତି ଇରାନୀ ଅତିକମରେ ଦୁଇ ଥର ବିଜେପୁର ଗସ୍ତ କରିବାର ବିଜେପି ପ୍ରାର୍ଥୀ ସନତ ଗଡତିଆ ଲାଗି ଭୋଟ ଭିକ୍ଷା କରିବେ l ଠିକ ସେହିପରି ଆସନ୍ତା 17 ଓ 18 ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବେ l ରୀତା ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ ନବୀନ l ପୂଜା ଛୁଟି ପରେ କଂଗ୍ରେସ ପ୍ରଚାର ବି ଜୋରଦାର କରିବ ବୋଲି କହିଛି l
ବର୍ତମାନ ପ୍ରଚାରକୁ ଜୋରଦାର କରିଛି ବିଜେଡି l ମନ୍ତ୍ରୀ ଓ ନେତା ମାନେ ବିଜେପୁରରେ ଡେରା ପକାଇ ପ୍ରାର୍ଥୀ ରୀତା ସାହୁଙ୍କୁ ଧରି ଭୋଟ ଭିକ୍ଷା କରୁଛନ୍ତି lବିଶେଷ କରି ଯୁବ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂହ, ବିଜେଡ଼ର ପାୱାରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ବିଜେପୁରରେ ଡେରା ପକାଇ ରହିଛନ୍ତି l ଯାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି l ପିସିସି ସଭାପତି ବି ଏହି ନେତାଙ୍କ କର୍ତ୍ତବ୍ୟକୁ ପ୍ରସଂଶା କରିଛନ୍ତି l ହେଲେ ବିଜେପି ବିଜେଡି ନେତାଏ ବିଜେପୁରରେ ପୂଜା ସମୟରେ ପଡି ରହି ପ୍ରଚାର କରିବାକୁ ସମାଲୋଚନା କରିଛି l ତେବେ ଏହାରି ଭିତରେ 3ପ୍ରମୁଖ ଦଳ ସଭାସମିତି କରି ଭୋଟ ଯୋଗାଡ଼ରେ ବ୍ୟସ୍ତ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles