ପୂଜା ରାଜନୀତି : କିଏ ରାମ ଆଉ କିଏ ରାବଣ…

- Advertisement -

ଭୁବନେଶ୍ୱର : ଏବେ ଚାରିଆଡେ ପୂଜା ମାହୋଲ l ଏଥିରୁ ବାଦ ପଡ଼ିନାହିଁ ରାଜନୀତି l ରାଜନୀତିରେ ରାମ, ରାବଣ, ସୀତା ସବୁ ଅଛନ୍ତି l ଯାହାକୁ ନେଇ ନେତାଏ ନିଜ ନିଜ ମତ ରଖିଛନ୍ତି l ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ଓଡିଶା ରାଜନୀତିରେ ସବୁ ଦଳରେ ରାବଣ ଅଛନ୍ତି l ବିଜେଡିରେ ଅଧିକ ରାବଣ, କଂଗ୍ରେସରେ କମ ଅଛନ୍ତି l ବେଳେବେଳେ ଲୋକଙ୍କ କାମ ପାଇଁ ସେ ରାବଣ ହେଇଯାଆନ୍ତି ବୋଲି ସୁର କହିଛନ୍ତି l ନବୀନ ଓ ଧର୍ମେନ୍ଦ୍ର ପ୍ରଥମେ ରାମ ଥିଲେ, ମଝିରେ ରାବଣ ହେଲେ, ପରେ ପୁଣି ରାମ, ଆଉ ଏବେ ଅଧା ରାବଣ ବୋଲି ସୁର କହିଛନ୍ତି l ନବୀନଙ୍କ ନାରୀ ପ୍ରୀତି ନାହିଁ, ମେହେଫିଲ୍ ପାଇଁ ଇନ୍ଦ୍ରଙ୍କ ଯାହା ଦରକାର, ତାଙ୍କର ଚଳେ l ଓଡିଶା ରାଜନୀତିକୁ ଜାଣି କୌଣସି ନେତାଙ୍କୁ ପାଖ ପୁରାଉ ନାହାନ୍ତି l କିଛି କର୍ମଚାରୀଙ୍କୁ ହାତ କରି ଏମିତି ବାଡ଼ି ବୁଲାଉଛନ୍ତି ଯେ, ଧର୍ମେନ୍ଦ୍ର, ନିରଞ୍ଜନ ହତାଶ ହୋଇଯାଇଛନ୍ତି
ସେପଟେ ରାଜନୀତି ରେ ରାମ,ରାବଣ ଉପାଖ୍ୟାନ। ନଵୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ, ଏ ତିନିଜଣ ରାମ ଚରିତ୍ରର କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ। ସେ କହିଛନ୍ତି ଯେ ସଵୁ ଦଳ ଭଳି ବିଜେଡିରେ ବି ରାବଣ ଚରିତ୍ର ଅଛନ୍ତି। ତେଵେ ସେମାନେ କିଏ,ସେମାନଙ୍କ ନାଁ ମୁଁ କହିଵା ଦରକାର ନାହିଁ। ଗଣମାଧ୍ୟମ ନିଜେ ବୁଝୁ ଆଉ ନିଜେ ବାଛୁ। ନବୀନ ରାମ ହେଲେ ମୁଁ ହନୁମାନ ର ଭୂମିକା ତୁଲାଉଛି। ପୂର୍ବରୁ ଜାନକୀ ଓ ଵିଜୁଙ୍କ ପାଖରେ ଵି ମୁଁ ହନୁମାନ ଭୂମିକା ତୁଲାଇଥିଲି ବୋଲି ସେ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles