ବିଜେପୁର ବାଜି ଜିତିବ କିଏ ?

- Advertisement -

ଭୁବନେଶ୍ୱର : ଏଥର ବିଜେପୁର ବାଜି କିଏ ଜିତିବ l ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା l 3 ପ୍ରମୁଖ ଦଳ ବିଜେଡି -ବିଜେପି – କଂଗ୍ରେସ ଏହି ନିର୍ବାଚନରେ ବିଜୟ କରିବେ ବୋଲି କହୁଛନ୍ତି l ସେ ନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି l ତେବେ ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଯୋଦ୍ଧା ବି ପ୍ରସ୍ତୁତ l ବିଜେଡ଼ର ପୁଣି ଥରେ ବିଜେପୁର ଗଡ଼ ହାତେଇବା ପାଇଁ ନବୀନ 68ଜଣ ନେତାଂକୁ ଦାୟିତ୍ୱ ଦେଇଛନ୍ତି l ବିଶେଷକରି ଯୁବ ନେତାମାନେ ଦିନ ରାତି ଏକ କରି ରୀତା ସାହୁଙ୍କୁ ଜିତାଇବା ଅଣ୍ଟା ଭିଡିଛନ୍ତି l 2018 ଉପ ନିର୍ବାଚନରେ ରୀତାଙ୍କୁ ଜିତାଇବା ପାଇଁ ନବୀନଙ୍କ ନିର୍ଦେଶରେ ବିଜେଡ଼ର ପାୱାରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେପୁରରେ ଚତୁର ଗୋଟି ଚାଳନା କରିଥିଲେ l ତାଙ୍କୁ ସହଯୋଗ କରିଥିଲେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂହ ପ୍ରମୁଖ l ଏଥର ମଧ୍ୟ ବିଜେଡି ବିଜେପୁର ଗଡ଼ ହାତେଇବା ପାଇଁ ସମାନ ରଣନୀତି ଆପଣାଇଛି l ନବୀନ ପୁରା ବିଜେପୁର ଦାୟିତ୍ୱ 68ରୁ ଅଧିକ ନେତାଙ୍କୁ ଦେଇଥିଲେ ମଧ୍ୟ ଏହି ଯୁବ ନେତାମାନେ ମୁଖ୍ୟ ଭୂମିକାରେ ରହିଛନ୍ତି l
ସେହିପରି ବିଜେପି ବିଜେପୁର ଗଡ଼ ଜିତିବା ପାଇଁ ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ, ପ୍ରଦୀପ ପୁରୋହିତ, ବସନ୍ତ ପଣ୍ଡା. ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଦାୟିତ୍ୱ ନେଇଛନ୍ତି l ଦଳ ଏଥର ପୁଣି ଥରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି l ସନତ କିପରି ଜିତିବେ ସେ ନେଇ ନେତାଏ ଏବେ ବିଜେପୁରରେ ଡେରା ପକାଇଛନ୍ତି l
କେବଳ ବିଜେଡି -ବିଜେପି ନୁହେଁ କଂଗ୍ରେସ ମଧ୍ୟ ବିଜେପୁର ଗଡ଼ ଜିତିବା ପାଇଁ ଏଥର ଜୋରଦାର ପ୍ରୟାସ କରିଛି l ଦଳ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରଥମ କରି ପ୍ରାର୍ଥୀ କରିଛି l ତାଙ୍କୁ ଜିଟାଇବା ପାଇଁ 5ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି ଡାକ l ପ୍ରକାଶ ଦେବତା. ପ୍ରଦୀପ ମାଝୀ,ସୁର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ନିହାର ମହାନନ୍ଦଙ୍କ ପ୍ରମୁଖ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦିନ ରାତି ଏକ କରିଛନ୍ତି l 10 ତାରିଖରୁ ବିଜେପୁରରେ ପ୍ରଚାର ଜମିବ l ବିଜେଡି ପାଇଁ ପ୍ରଚାରର ମଙ୍ଗ ନବୀନ ଧରୁଥିବା ବେଳେ କଂଗ୍ରେସ ଓ ବିଜେପି କେନ୍ଦ୍ରୀୟ ନେତା ମଙ୍ଗ ଧରିବେ l ତେବେ ଦେଖିବାର କଥା 24 ରେ କିଏ ବିଜେପୁର ବାଜି ଜିତୁଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles