ବିଜେପୁର ନିର୍ବାଚନ : ଘରକଳିକୁ ନେଇ ଅକଳରେ ବିରୋଧୀ

- Advertisement -

ଭୁବନେଶ୍ୱର : ଅକ୍ଟୋବର 21 ତାରିଖରେ ବିଜେପୁର ଉପ -ନିର୍ବାଚନ l ହାତରେ ଆଉ ମାତ୍ର 11 ଦିନ l ଜମିଲାଣି ପ୍ରଚାର l ହେଲେ ବିରୋଧୀ କ୍ୟାମ୍ଫ ଘର କଳିକୁ ନେଇ ଅକଳରେ ପଡିଛନ୍ତି l ଯାହା ରାଜଧାନୀରେ ଦେଖିବାକୁ ମିଳିଛି l ଉଭୟ ବିଜେପି -କଂଗ୍ରେସ ଅସନ୍ତୋଷ ନେତାଏ ରାଜଧାନୀ ନିଜର ମତ ରଖିଛନ୍ତି l କଂଗ୍ରେସ ରିପୁନାଥଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିବା ବେଳେ ପୁଣି ଥରେ ଦଳ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଅଶୋକ l
ବିଜେପୁର ଉପ ନିର୍ବାଚନ ଚାଲିଥିବା ବେଳେ ବିଜେପି ନେତା ପ୍ରଚାର ର ବହୁ ଦୂରରେ ରହିଛନ୍ତି । ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ କହିଛନ୍ତି ଦଳ ମୋତେ ଅଣଦେଖା କରୁଛି। ପୂର୍ବ ଉପନିର୍ବାଚନରେ ପ୍ରାର୍ଥୀ କରିଥିଲେ ମଧ୍ୟ ଗତ ସାଧାରଣ ନିର୍ବାଚନ ଓ ଚଳିତ ଉପନିର୍ବାଚନରେ ଦଳ ପ୍ରାର୍ଥୀ କରିନାହିଁ ।ଏପରିକି ଦଳର କୌଣସି କମିଟି ରେ ମଧ୍ୟ ଅଶୋକଙ୍କୁ ସ୍ତାନ ଦେଇନାହିଁ । ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମ ନଥିବାରୁ ସେ କ୍ଷୋଭ ପ୍ରକାଶ କହିଛନ୍ତି । ଆଗାମୀ ଦିନରେ କର୍ମୀ ମାନେ ଯାହା କହିବେ ସେ ତାହା କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି l ହେଲେ ଦଳ ଛାଡିବା ନେଇ ନିଷ୍ପତ୍ତି ନେଇ ନାହାନ୍ତି ବୋଲି କହିଛନ୍ତି ।
ସେପଟେ କଂଗ୍ରେସ ନେତା ରିପୁନାଥ ସେଠ୍ ଦିଲ୍ଲୀପ ପଣ୍ଡା କିଏ ବୋଲି ପ୍ରଶ୍ନ କରିଛନ୍ତି l ସେ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି l ଟିକେଟ ଆଶାୟୀ ଥିବା ରିପୁନାଥ ସେଠ ଙ୍କୁ ନିରଞ୍ଜନ ବୁଝାଇଥିଲେ ସୁଦ୍ଧା ସେ କିନ୍ତୁ ଯେ ବୁଝିନାହାନ୍ତି ତାହା ତାଙ୍କର ବୟାନରୁ ଜଣା ପଡିଛି l ତେଣୁ ନିର୍ବାଚନ ପୂର୍ଵରୁ ବିରୋଧୀ ଘର କଳିକୁ କିପରି ଦୂର କରିବେ ସେ ଚିନ୍ତା ଘାରିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles