ବିଜେପୁରରେ ସ୍ୱପ୍ନ ଦେଖାଉଛନ୍ତି ନେତା : ନିରବ ଭୋଟର

- Advertisement -

ଭୁବନେଶ୍ୱର : ଅକ୍ଟୋବର ୨୧ ତାରିଖଦିନ ବିଜେପୁର ଉପ ନିର୍ବାଚନ । ଆଉ ସପ୍ତାହେ ରହିଲା ପ୍ରଚାର । ବିଜେପୁରର ୩ଟି ବ୍ଲକ ବିଜେପୁର, ବରପାଲି ଓ ଗାଏସିଲଟରେ ଜୋରଦାର ହେଉଛି ପ୍ରଚାର । ସଭାସମିତି , ଘରଘର ବୁଲି ନେତାଏ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ କରିଛନ୍ତି । ପ୍ରତିଶ୍ରୃତିରେ ପୋତିହୋଇଗଲେଣୀ ବିଜେପୁରବାସୀ । କେଉଁ ଦଳ କହୁଛି ବିକାଶ କେବଳ ଆମେ କରୁଛି ଆଉ କେଉଁ ଦଳର ନେତା ୨୦୨୨ ସୁଦ୍ଧା ସବୁକିଛି କରିଦେବୁ ବୋଲି ପ୍ରତିଶ୍ରୃତି ଦେଉଛନ୍ତି । କିଏ କେବଳ କହୁଛି ଆମେ ଆସିଲେହିଁ ବିଜେପୁର ଚିତ୍ର ବଦଳିବ । ଏପରି କେତେ କଣ ସ୍ୱପ୍ନ ଏବେ ନେତାଏ ଦେଖାଉଛନ୍ତି ବିଜେପୁରବାସୀଙ୍କୁ । ପ୍ରଚାର ଆଉ ୭ ଦିନ ଥିବାରୁ ବିଜେପୁରରେ ଏବେ ରାଜ୍ୟର ୩ ପ୍ରମୁଖ ଦଳର ଷ୍ଟାର ପ୍ରଚାରକଙ୍କ ଭିଡ଼ । ଆକ୍ଷେପ ଓ ପ୍ରତିଆକ୍ଷେପରେ ଚାଲିଛି ନିର୍ବାଚନୀ ସଭା ।
ହେଲେ ବିଜେପୁର ଭୋଟର ପୁରା ନିରବ । ବିଜେପୁରବାସୀ କାହାକୁ ଭୋଟ ଦେବେ ତାହା ଏକରକମର ସ୍ଥିର କରିଥିବା ଜଣାପଡ଼ିଛି । ଏଥର ନିର୍ବାଚନରେ ବିଜେଡ଼ିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଓ କଂଗ୍ରେସରେ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ରତୀ ଓ ସନତ ପୁରୁଣା ମୁହଁ ଓ ଦିଲ୍ଲୀପ ନୂଆମୁହଁ । ଦୁଇଟି ନିର୍ବାଚନରେ ବିଜେଡ଼ି ଆଗରେ ଥିବା ବେଳେ ତା ପଛକୁ ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜେପୁରବାସୀ କାହାକୁ ୧ ନମ୍ବର ସ୍ଥାନରେ ରଖୁଛନ୍ତି ତାହା ଦେଖିବାର କଥା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles