ବିଜେପୁର ଜଗିଛନ୍ତି ବବି : ଲକ୍ଷ୍ୟ ହାଟ୍ରିକ !

- Advertisement -

ଭୁବନେଶ୍ୱର : ଅଢେଇ ବର୍ଷ ପରେ ତୃତୀୟ ନିର୍ବାଚନ ହେଉଛି ବିଜେପୁରରେ । ୧୦ଦିନ ରହିଲା ଆଉ ଉପ-ନିର୍ବାଚନ । ଷ୍ଟାର ପ୍ରଚାରକ ବି ଓହ୍ଲାଇଲେଣୀ ମଇଦାନରେ । ବିରୋଧୀ ଟାର୍ଗେଟ କଲେଣୀ ଶାସକ ଦଳକୁ । ଶାସକ ଦଳକୁ ବଦନାମ କରି ଭୋଟ ହାତେଇବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇଛି ବ୍ଲୁପ୍ରିଣ୍ଟ । ହେଲେ ବିଜେଡ଼ି ବିକାଶ ଓ ସ୍ୱଚ୍ଛ ଶାସକକୁ କରଛିି ମୁର୍ଦ୍ଦା । ଚାରିଆଡ଼େ ଗୋଟେ ଚର୍ଚ୍ଚା କିଏ ଜିତିବ ବିଜେପୁର । କେତେ ବ୍ୟବଧାନ ହେବ ଏଥର ଉପ ନିର୍ବାଚନରେ । ଏମିତି କେତେ କଣ ଆକଳନ । ବିଜେଡ଼ି-ବିଜେପି- କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରଦାର ଅଣ୍ଟା ଭିଡ଼ିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଚାର କରିସାରିଛନ୍ତି । ଶୁକ୍ରବାର ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୧୭ ଓ ୧୮ ତାରିଖରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ । ୨୦୧୮ ଉପ -ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଗଡ଼ରେ ବିଜେଡ଼ି ଧସେଇ ପଶିଛି । ବିଜେପୁର ଏବେ ବିଜେଡ଼ିର ଗଡ଼ ହୋଇଯାଇଛି ।

୨୦୦୦ ମସିହାରୁ ୨୦୧୮ ଯାଏ ବିଜେପୁରରେ ଶଙ୍ଖଶଦ୍ଧ ଶୁଭୁନଥିଲା । ହେଲେ ୨୦୧୮ ଉପ ନିର୍ବାଚନରେ ନବୀନଙ୍କ ନିର୍ଦ୍ଦେଶ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସୁଶାନ୍ତ ସିଂହ ମିଳିତ ଭାବେ ପୁରା ନିର୍ବାଚନକୁ ପରିଚାଳନା କରି ବିଜେପୁରକୁ ଶଙ୍ଖମୟ କରିଛନ୍ତି । ୨ଥର ବିଜେପୁରବାସୀ ବିଜେଡ଼ିକୁ ବିଜୟ କରାଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ବିଜେପୁରକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବିଜେଡ଼ି କହୁଛି । ଆଉଏବେ ଅଢେଇ ବର୍ଷ ପରେ ତୃତୀୟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେଡ଼ି ସମ୍ମାନ ଫମୁର୍ଲାକୁ ଆପଣାଇଛି । ନବୀନଙ୍କ ନିର୍ଦ୍ଦେଶରେ ପୁରା ନିର୍ବାଚନର ପରିଚାଳନା କରୁଛନ୍ତି ବିଜେଡ଼ିର ପାୱାରଫୁଲ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ବିଜେପୁର ଗଡ଼ ଜିତିବା ପାଇଁ ୬୮ରୁ ଅଧିକ ନେତା ଓ ୮ଜଣ ମନ୍ତ୍ରୀଙ୍କୁ ନବୀନ ଦାୟିତ୍ୱ ଦେଇଛନ୍ତି । ପ୍ରତି ବ୍ଲକରେ ୧୦ରୁ ଅଧିକ ହେବିୱେଟ ନେତା ଦାୟିତ୍ୱରେ ରହିଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ପୁରା ନିର୍ବାଚନର ପରିଚାଳନା କରୁଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ( ବବି) । ବରିଷ୍ଠ, କନିଷ୍ଠ ଓ ଛାମୁଆ ସଂଗଠନର ନେତାଙ୍କୁ ଏକାଠି କରି ବିଜେଡ଼ି ପାଇଁ ଭୋଟ ଯୋଗାଡ଼ କରୁଛନ୍ତି । ସବୁଦିନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପୁରା ଟିଟବିଟ୍ର ରିର୍ପୋଟ ଦେଉଛନ୍ତି ପ୍ରଣବ । ନିର୍ବାଚନ ଯେତେ ପାଖେଇ ଆସୁଛି ଭୋଟକୁ ନେଇ ସେତେ ଆକଳନ ମଧ୍ୟ କରାଯାଉଛି । ବିକାଶ ଓ ସ୍ୱଚ୍ଛ ଶାସନକୁ ପାଥେୟ କରି ବିଜେଡ଼ି ତୃତୀୟ ଥର ବିଜୟ ବିଜେପୁରମାସୀଙ୍କ ଆର୍ଶୀବାଦ ସାଉଁଟିବାକୁ ଚାହୁଛି । ୨୦୧୮ ଉପ ନିର୍ବାଚନରେ ଦଳ ରୀତା ସାହୁଙ୍କୁ ପ୍ରାର୍ଥୀ କରି ୧ଲକ୍ଷ ୨ହଜାର ୮୭୧ ଖଣ୍ଡ ଭୋଟ ପାଇଥିଲା । ଆଉ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ୧ଲକ୍ଷ ୧୦ ହଜାର ୬୦୪ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୫୩ ହଜାର ଭୋଟରେ ପରାସ୍ତ କରିଥିଲେ ।

ଆଉ ଏଥର ନିର୍ବାଚନରେ ପୁଣି ଦଳ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜେପି ସନତ ଗଡ଼ତିଆ ଓ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ତେଣୁ ପୁଣିଥରେ କିପରି ଭଲ ଭୋଟରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ବିଜୟ ଲାଭ କରିବେ ଓ ଦଳ ବିଜେପୁରରେ ହାଟ୍ରିକ ମାରିବ ସେ ଚିନ୍ତା ଏବେ ବିବଙ୍କ ମୁଣ୍ଡରେ । ଯେଉଁଥି ପାଇଁ ଏକମାସ ହେବ ବବି ବିଜେପୁରରୁ ଭୁବନେଶ୍ୱର ଓ ଭୁବନେଶ୍ୱରର ବିଜେପୁର ଗସ୍ତ କରୁଛନ୍ତି ନବୀନଙ୍କ ନିର୍ଦ୍ଦେଶରେ । କାରଣ ସମସ୍ତଙ୍କ ସାଙ୍ଗରେ ନେଇ କିପରି ନିର୍ବାଚନୀ ବୈତରଣୀ ପାର ହୋଇ ହେବ ସେ କୌଶଳରେ ଏବେ ସିଦ୍ଧହସ୍ତ ହୋଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ନବୀନଙ୍କ ଚତୁର ରାଜନୈତିକ ଗୋଟି ଚାଳନକୁ ଗ୍ରାଉଣ୍ଡରେ ସେ ବାସ୍ତବ ରୂପ ଦେବାଲାଗି ନିଜେ ଓ ଦାୟିତ୍ୱରେ ଥିବା ପୁରା ଟିମ ଜୋରଦାର ପରିଶ୍ରମ କରି ଲକ୍ଷ ପୂରଣ କରନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles