ବିଜେପୁରରେ ନବୀନଙ୍କ ବିରୋଧରେ କହିବେ ତ ଧର୍ମେନ୍ଦ୍ର ?

- Advertisement -

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବଦଳିଛି ବିଜେଡ଼ି-ବିଜେପି ସର୍ମ୍ପକ । ନିକଟତର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ । ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛି ବିଜେଡ଼ି । ଓଡ଼ିଶାରେ ଖାଲିପଡ଼ିଥିବା ୩ଟି ରାଜ୍ୟସଭା ଆସନରୁ ଗୋଟିଏକୁ ବିଜେପିକୁ ଦେଇଛି ବିଜେଡ଼ି । ଫଳରେ ସଂଖ୍ୟାନଥାଇ ବି ଗୋଟିଏ ରାଜ୍ୟସଭା ଜିତିଲା ଦଳ । ଏହାପରେ ବିଜେଡ଼ି-ବିଜେପି ରାଜନୈତିକ ପ୍ରେମ ନିବିଡ଼ ହୋଇଛି । ଖୋଲାଖୋଲି ଉଭୟ ଦଳ ପରସ୍ପରକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ଯାହା କହୁଛି ରାଜ୍ୟ ତାହା କରୁଛି । ରାଜ୍ୟ ବି ଯାହା ପ୍ରସ୍ତାବ ଦେଛି କେନ୍ଦ୍ର ବି ତାକୁ ଗ୍ରହଣ କରୁଛି । ଏ ସର୍ମ୍ପକ ଭିତିରିଆ ନୁହେଁ ବୋଲି ଖୋଲାଖୋଲି କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି । ବିଜେଡ଼ି ବି ମୋଦି,ଶାହା ବିରୋଧରେ ନିର୍ବାଚନ ପରେ ସେତେଟା କଡ଼ା ଆଭିମୁଖ୍ୟ ଗ୍ରହଣ କରିନାହିଁ । ଏସବୁକୁ ବିଚାରକୁ ନେଲେ ବିଜେପୁର ଉପ ନିର୍ବାଚନ ଉଭୟ ବିଜେଡ଼ି ଓ ବିଜେପି ବନ୍ଧ୍ୱତାପୂର୍ଣ୍ଣ ମ୍ୟାଚ ଖେଳୁଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି । ଉଭୟ ଦଳ ନିଜନିଜ ପ୍ରସଙ୍ଗକୁ ନେଇ ଭୋଟରଙ୍କ ମନ କିଣିବାକୁ ପ୍ର୍ରୟସା କରିବେ । ତେବେ ଆଜିଠୁ ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କରିବ । ବିଜେପୁର ୨ଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ସଭା କରିବେ ଓ ରୋଡ଼ ସୋ ମଧ୍ୟ କରିବେ ।

ତେବେ ବିଜେଡ଼ି-ବିଜେପି ସର୍ମ୍ପକ ଯେପରି ମଧୁର ହୋଇଛି ସେଥିରେ ଧର୍ମେନ୍ଦ୍ରଙ୍କ ଭୂମିକା କଣ ହେବ । କଣ ବିଜେପୁରରେ ଭୋଟ ପାଇଁ ନବୀନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଏବେ ବିଜେପୁରରେ ରାଜଧାନୀ ଯାଏ ଚର୍ଚ୍ଚାର ବିଷୟ । ବିଜେପି ଦ୍ୱିତୀୟ ଥର ଲାଗି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସର ଗଡ଼ କୁହାଯାଉଥିବା ବିଜେପୁର ୨୦୧୮ ପରେ ବିଜେଡ଼ିର ଗଡ଼ ହୋଇଛି । ତାହା ସାଙ୍ଗକୁ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିଥିବାରୁ ଉପ ନିର୍ବାଚନ ହେଉଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ସଭାରେ ସେତେଟା ଟାର୍ଗେଟ ନବୀନଙ୍କୁ କରିବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । କାରଣ ଧର୍ମେନ୍ଦ୍ରଙ୍କ ଗସ୍ତ ପରେ ନବୀନଙ୍କ ୨ଦିନିଆ ଗସ୍ତ ରହିଛି । ତେଣୁ ବିଜେପୁର ସଭାରେ କେନ୍ଦ୍ରମନ୍ତ୍ରୀ ନବୀନଙ୍କ ପ୍ରତି ଆଭିମୁଖ୍ୟ ନରମ ନା ଗରମ ହେଉଛି ତାହା ଦେଖିବାର କଥା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles