ବିଜେପୁର ପିଚରେ ଅରୁଣ : ଖେଳିଲେ ଓ ମନ କିଣିଲେ

- Advertisement -

ବିଜେପୁର : ନିଜର ସ୍ୱଭାବ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଯୁବ ମନ୍ତ୍ରୀ ଅରୁଣ ସାହୁ l ବିଜେପୁରରେ ନିଜର ନିଆରା ଢଙ୍ଗରେ ଯୁବଗୋଷ୍ଠୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି l ବିଜେପୁର ନିର୍ବାଚନ ମଣ୍ଡଳୀର ଜୋଖିପାଳି ପଞ୍ଚାୟତ ଅନ୍ତର୍ଗତ ଜୋଖିପାଳି ଖେଳ ପଡ଼ିଆରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୁବଗୋଷ୍ଠୀଙ୍କ ମନ ଜିଣିଛନ୍ତି l ଫୁଟବଲ ଖେଳାଳି ମାନଂକୁ ଉତ୍ସାହିତ କରିଥିଲେ l ତେବେ ବିଜେପୁରରେ ଅରୁଣଙ୍କ ଏପରି ପଚାର ଏବେ ଚାରିଆଡେ ଚର୍ଚ୍ଚା l ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଜିତିବା ପାଇଁ ବିଜେଡ଼ର ଯୁବ ନେତାମାନେ ଏବେ ଦିନରାତି ଏକ କରିଦେଇଛନ୍ତି l ଯାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି l ଆସନ୍ତା 21ତାରିଖରେ ବିଜେପୁର ଉପ ନିର୍ବାଚନ ହେବ l ଏଥିପାଇଁ ବିଜେପୁରରେ ପ୍ରଚାର ଜମିଲାଣି l ଆସନ୍ତା 17 ଓ 18 ତାରିଖରେ ମୁଖ୍ୟମନ୍ତ୍ରୀ ବିଜେପୁର ଯିବେ l ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିବେ l ଏହା ପୂର୍ଵରୁ ବିଜେପୁର ମୈଦାନକୁ ରେଡି କରିଛନ୍ତି ନବୀନଙ୍କ ଯୁବ ବାହିନୀ l ଏଥର ରୀତା ସାହୁ ଯେପରି ଭଲ ବ୍ୟବଧାନରେ ବିଜୟ କରିବେ ତାହାକୁ ଦଳ ଫୋକସ କରିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles