ବିଜେପୁରରେ ଗଡ଼ିଲା ନବୀନଙ୍କ ବିଜୟ ରଥ : ରୀତା 97ହଜାର 994 ଭୋଟରେ ବିଜୟ

- Advertisement -

ଭୁବନେଶ୍ୱର : ବିଜେପୁର ବାଜି ଜିତିଲା ବିଜେଡି l ରେକର୍ଡ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ l 97ହଜାର 994 ଭୋଟରେ ଜିତିଲେ l ବିଜେପୁରରେ ବଡ ବିଜୟ ବ୍ୟବଧାନରେ ରୀତା ଜିତିବା ପରେ ନବୀନ ରିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସାଧାରଣ ନିର୍ବାଚନ ପରେ ବିଜେପୁର ନିର୍ବାଚନ ହେଉଥିଲା I ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ହେଉଥିଲା I ଏହି ତିନି ରାଜନେତାଙ୍କର ଲୋକପ୍ରିୟତା ନିର୍ବାଚନ ପରେ କେତେ ରହିଛି ତାହା ମାପୁ ଥିଲେ ବିଜେପୁରବାସି I ତିନି ରାଜନେତା ମଧ୍ୟ ନିଜ ଦଳୀୟ ପ୍ରାଥୀଙ୍କୁ ଜିତାଇବା ପାଇଁ ବିଜେପୁରରେ ଜୋରଦାର ପ୍ରଚାର କରୁଥିଲେ I ଲୋକମାନଙ୍କୁ ବିଭିର୍ନ ପ୍ରକାର ପ୍ରତିଶୃତି ଦେଉଥିଲେ I ସାରା ଓଡିଶା ଦେଖୁଥିଲା ବିଜେପୁରର ଏହି ହାଇ ଭୋଲ୍ଟେଜ ଉପ ନିର୍ବାଚନକୁ I ଲଢେଇ ହେଉଥିଲା ନବୀନ – ଧର୍ମେନ୍ଦ୍ର ଓ ନିରଞ୍ଜନଙ୍କ ମଧ୍ୟରେ I ଆଉ ସବୁ ଲଢେଇ ପରି ବିଜେପୁର ଉପନିର୍ବାଚନ ଲଢେଇରେ ପୁଣି ଚାଲିଲା ନବୀନଙ୍କ ଯାଦୁ I ଆଉ ବଡ ବିଜୟ କଲା ବିଜେଡି l ଯେତେ ଯାହା କଲେ ମଧ୍ୟ ଓଡିଶାବାସୀଙ୍କ ହୃଦୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି ତାପୁଣି ବିଜେପୁରରେ ପ୍ରମାଣିତ ହେବାକୁ ଯାଉଛି I ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଫେଲ ହୋଇଛନ୍ତି ନବୀନଙ୍କ ପାଖରେ I ଆଉ ପୌର ନିର୍ବାଚନର ପୂର୍ବରୁ ବିଜେପୁର ଏସିଡ ଟେଷ୍ଟରେ ବାଜି ମାରିଚି ବିଜେଡି l ବିଜେଡିର ଏହି ବଡ ବିଜୟ ନବୀନ ଲୋକପ୍ରିୟତାକୁ ପୁଣି ପ୍ରମାଣ କରିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles