ସରପ୍ରାଇଜ ହେବ ବିଜେପୁର ଫଳାଫଳ : ବିଜେଡି

- Advertisement -

ଭୁବନେଶ୍ୱର : କାଲି ଖୋଲିବ ବିଜେପୁର ପେଡି l ଏଥର ବିଜେପୁରବାସୀ କାହାକୁ ବିଧାୟକ ବାଛିଛନ୍ତି ତାହା ବି କାଲି ଓଡିଶାବାସୀ ଜାଣିବେ l ବିଜେପୁର ଫଳାଫଳକୁ ନେଇ ରାଜଧାନୀରୁ ବିଜେପୁର ଯାଏ ଜୋରଦାର ଚର୍ଚ୍ଚା l ତେବେ ବିଜେପୁର ନିର୍ବାଚନ ଫଳାଫଳ ସରପ୍ରାଇଜ ହେବ ବୋଲି ବିଜେଡି ନେତାଏ କହିଛନ୍ତି l ବିଜେପୁର ରେଜଲ୍ଟ କାହିଁକି ହେବ ସରପ୍ରାଇଜ l କାରଣ ଏଥର ବିଜେପୁରରେ 79:17 ମତଦାତା ତାଙ୍କର ମତ ସାବ୍ୟସ୍ତ କରିଛନ୍ତି l ବିଜେଡିର ୟଙ୍ଗବିଗ୍ରେଡିୟ ଦିନରାତି ଏକ କରି ରୀତା ସାହୁ ଜିତିବା ପାଇଁ ଲାଗିପଡ଼ିଥିଲେ l ନବୀନଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଜେଡିକୁ ଏହି ସଫଳତା ଦେବ ବୋଲି ବିଜେଡି କହିଛି l
ବିଜେପୁରରେ ଏଥର ବିଜେଡିର ଯୁବ ନେତାମାନେ ଯେପରି ନିର୍ବାଚନ ପରିଚାଳନା କଲେ ତାହା ବିଜେଡିକୁ ବଡ ବ୍ୟବଧାନରେ ଜିତାଇବ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ଦେଇଛନ୍ତି l 2018 ଉପ ନିର୍ବାଚନରେ ରୀତା ସାହୁ 41 ହଜାର ବୋଟରେ ବିଜୟ ଲାଭ କରିଥିଲେ l ଏଥର ଏହି ବ୍ୟବଧାନ କେତେ ହେଉଛି ତାହା ଚର୍ଚ୍ଚା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles