କ୍ରିଷନ କୁମାରଙ୍କ ତାଗିତ : ଅଦାଲତ ଅବମାନନା ମାମଲା ବୋଝ ହ୍ରାସକର

- Advertisement -

ଭୁବନେଶ୍ୱର : ପୃର୍ତ୍ତ ବିଭାଗ ନାଁରେ ଯେପରି କୌଣସି ଅଦାଲତ ଅବମାନତା ମାମଲା ନରୁଏ ସେନେଇ ଅଣ୍ଟା ଭିଡ଼ିଛନ୍ତି ବିଭାଗୀୟ ସଚିବ କ୍ରିଷନ କୁମାର । ବିଭାଗ ନାଁରେ ମାମଲା ସଂଖ୍ୟ୍ୟା ଶୂନ କରିବା ପାଇଁ କର୍ମଚାରୀମାନଙ୍କୁ ଦିଆଯାଇଛି ଏଲଏମଏସ ତାଲିମ । ମାମଲା ବୋଝ ହ୍ରାସ ପାଇଁ ପୂର୍ତ୍ତ ବିଭାଗରେ କର୍ମଚାରୀମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ଅଦାଲତ ଅବମାନନା ମାମଲାର ଉତ୍ତର ଦାଖଲ ପାଇଁ ବିଭାଗୀୟ ଶାସନ ସଚିବ ଡକ୍ଟର କ୍ରିଷନ କୁମାର ନିର୍ଦ୍ଦେଶ ଦେଇଛନ୍ତି ।ବିଭାଗରେ ପଡିଥିବା ମାମଲାର ସମୀକ୍ଷା ଅବସରରେ ଡକ୍ଟର କୁମାର ବିଭାଗୀୟ ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗରେ ଏବେ ୬୮୦୦ ମାମଲା ଥିବାବେଳେ ଅଦାଲତ ଅବମାନନା ମାମଲା ସଂଖ୍ୟା ହେଉଛି ୭୪ । ତେଣୁ ସମସ୍ତ ଅଦାଲତ ଅବମାନନା ମାମଲାର କାରଣ ଦର୍ଶାଅ ଉତ୍ତର ଚଳିତମାସ ୩୧ ତାରିଖ ସୁଦ୍ଧା ଅଦାଲତରେ ଦାଖଲ ପାଇଁ କୁହାଯାଇଛି ।ସେହିଭଳି ମାମଲା ପରିଚାଳନା ପ୍ରକ୍ରିୟା ଯେଭଳି ତ୍ୱରାନ୍ୱିତ ହେବ ସେଥିପାଇଁ ବିଭିନ୍ନ ଶାଖାର ଅଧିକାରୀ ମାନଙ୍କର ଏଲ୍ଏୁମ୍ଏଦସ୍‍ ତାଲିମ କାର‌୍ୟ୍ୟ ଆରମ୍ଭ କରାଯାଇଛି । ତେବେ ଅନ୍ୟ ବିଭାଗ ବିଶେଷକରି ବିଦ୍ୟାଳୟ ଓ ଗଣଶିକ୍ଷା, ଜଳସମ୍ପଦ, ଅର୍ଥ ବିଭାଗରେ ଥିବା ମାମଲା ବୋଝ କିଭଳି ହ୍ରାସ ପାଇଲା ତାହାକୁ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ବିଭାଗୀୟ ସଚିବ କହିଛନ୍ତି । ଆଡଭୋକେଟ ଜେନେରାଲଙ୍କ ସହିତ ପରାମର୍ଶ କ୍ରମେ ସ୍ୱତନ୍ତ୍ର ପଦକ୍ଷେପ ନେଇ ମାମଲା ଗୁଡିକ ଯେଭଳି ଶୀଘ୍ର ଫଏସଲା ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବିଭାଗ ଉପରେ ଯେଭଳି ଆଉ ମାମଲା ବୋଝ ନବଢେ କିମ୍ବା ବିଭାଗୀୟ ଅଧିକାରୀମାନେ ମାମଲା ପାଇଁ ବିଭିନ୍ନ ଅଦାଲତକୁ ବାରମ୍ବାର ନଦଉଡନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ଡକ୍ଟର କୁମାର ସ୍ପଷ୍ଟ ଭାବେ କହିଛନ୍ତି ।
ଉଲ୍ଲେଖନୀୟ ଯେ ମାମଲା ଚାପ ଯୋଗୁଁ ପୂର୍ତ୍ତ ବିଭାଗରେ ଏବେ ଅଦାଲତି କାମ ବଢିବାରେ ଲାଗିଛି । ବିଶେଷକରି ଅଦାଲତ ଅବମାନନା ମାମଲା ଯୋଗୁଁ କର୍ତ୍ତୃପକ୍ଷ ଚିନ୍ତାରେ ଅଛନ୍ତି । କାରଣ ଠିକଣା ସମୟରେ ଅଦାଲତରେ ପକ୍ଷ ନରଖିଲେ ବରିଷ୍ଠ ଅଧିକାରୀମାନଙ୍କୁ କାଠଗଡାରେ ଛିଡା ହେବାକୁ ପଡିବ । ଦୀର୍ଘଦିନ ଧରି ମାମଲା ଫଏସଲା ଉପରେ ଗୁରୁତ୍ୱ ଦିଆଯାଉନଥିବା ବେଳେ ଡକ୍ଟର କୁମାର କିନ୍ତୁ ଏହାକୁ ଅଗ୍ରାଧିକାର ଦେବା ସହିତ ବିଭାଗ କିଭଳି ମାମଲା ବୋଝରୁ ମୁକ୍ତ ହେବ ସେଥିନେଇ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles