ବଡ ବିଜୟର ବଡ ରହସ୍ୟ…….

- Advertisement -

ଭୁବନେଶ୍ୱର : ବିଜେପୁରରେ ବଡ ବିଜୟ କରିଛି ବିଜେଡି l ରୀତା ସାହୁ ନିର୍ବାଚନ ଜିତିବାର ରେକର୍ଡ କରିଛନ୍ତି l ବିଜେପୁର ଫଳାଫଳ ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି l ସାଧାରଣ ନିର୍ବାଚନ ପରେ ଉପ ନିର୍ବାଚନରେ ଓଡ଼ିଶାରେ ବିରୋଧୀ ଶୂନ୍ୟ ହୋଇଛି ତାହାର ସଂକେତ ଦେଇଛି ବିଜେପୁର l 97ହଜାର 990ଭୋଟରେ ଜିତିଲେ ରୀତା l ଦୁଇ ଦଶନ୍ଧି ପରେ ବି ନବୀନଙ୍କ ଲୋକପ୍ରିୟତାରେ ଟିକେ ବି ଆଞ୍ଚ ଆସିନାହିଁ l ବରଂ ସାରା ଓଡିଶା ଦିନକୁ ଦିନ ନବୀନମୟ ହେବାରେ ଲାଗିଛି l ବିଜେଡିର ଏହି ବଡ ବିଜୟ ପଛରେ ରହସ୍ୟ କଣ? କିପରି ସମ୍ଭବ ହେଲା l ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଟିମ ୱାର୍କ ନୀତି ବେଶ କାମ ଦେଇଛି ବିଜେପୁରରେ l ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳିକୁ ଶଙ୍ଖମୟ କରିବା ପାଇଁ ଉପ ନିର୍ବାଚନରେ ବିଜେଡି ସଭାପତି ଚତୁର ଗୋଟି ଚାଳନ କରିଥିଲେ l ଯାହାକୁ ଗ୍ରାଉଣ୍ଡରେ ପୁରା ପରିଚାଳନା କରିଥିଲେ ନବୀନ ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) l ଫଳରେ ବିଜେଡି ପ୍ରାର୍ଥୀ ରୀତା ସାହୁ 74 ପ୍ରତିଶୋତ ଭୋଟ ପାଇଲା l କେବଳ ସେତିକି ନୁହେଁ ବିଜେଡି ଭୋଟ ହାର 14 ପ୍ରତିଶୋତ ବୃଦ୍ଧି ପାଇଲା l

ତେବେ ବିଜେପୁର ବଡ ରହସ୍ୟ ହେଉଛି କଠିନ ପରିଶ୍ରମ l ଗଡ଼ ବଜାୟ ରଖିବା ପାଇଁ ନବୀନ ଯେଉଁ ରଣନୀତି କରିଥିଲେ ତାହାକୁ ବାସ୍ତବ ରୂପ ଦେଲେ ପ୍ରଣବ ଆଉ ସୁଶାନ୍ତ l ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ଉପ ନିର୍ବାଚନରେ ନବୀନଙ୍କ ନିର୍ଦେଶକୁ କିପରି ଅକ୍ଷର ଅକ୍ଷରରେ ପାଳନ କରାଯାଇ ରୀତା ସାହୁଙ୍କୁ ବିଜୟ କରାଯିବ ତାହାର ଗୋଟି ଚାଳନ କରିଥିଲେ ବବି l ତାହାସହ ସାଙ୍ଗରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସିଂ , ଦେବୀ ପ୍ରସାଦ ମିଶ୍ର , ପ୍ରସନ୍ନ ଆଚାର୍ଯ୍ୟ ଓ ଛାମୁଆ ଛାତ୍ର, ମହିଳା ସଂଗଠନର ନେତାମାନଙ୍କୁ ସାଙ୍ଗରେ ନେଇ ପ୍ରତି ଘରୁ କିପରି ଅଧିକ ପରିମାଣରେ ବିଜେଡି ନାଁରେ ଭୋଟ ପଡିବ ସେନେଇ ବବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ l ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଗାଏସିଲଟ , ବିଜେପୁର , ବରପାଲି ସହିତ ଦୁଇଟି ଏନଏସି ର ଭୋଟ ହାତେଇବା ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଅଫିସ ଯାଇ ବବି ପ୍ରତ୍ୟେକ ଦିନ ପ୍ରଚାରର ସମୀକ୍ଷା କରିଥିଲେ l ଆଜି ସେହି ପରିଶ୍ରମର ଫଳ ପାଇଛି ବିଜେଡି l ସବୁଠାରୁ ବଡ କଥା ହେଉଛି ଅଢେଇ ବର୍ଷ ରେ ତୃତୀୟ ଥର ପାଇଁ ବିଜେପୁର ବାସୀ ବିଜେଡି କୁ ଆଶୀର୍ବାଦ କରିଛନ୍ତି ଓ ବିରୋଧୀଙ୍କ ଉପରୁ ବିଶ୍ୱାସ ହରେଇଛନ୍ତି l ଯୋଉଁଥି ପାଇଁ ବିଜେପି ଓ କଂଗ୍ରେସ ର ଭୋଟ ପ୍ରତିଶତ କମିଛି l ଏହା ସହ ନବୀନ ଙ୍କ ଲୋକପ୍ରିୟତା ଆଗରେ ବିରଧୀ ଯେ ତୁଚ୍ଛ ତାହା ବିଜେପୁର ନିର୍ବାଚନ ରେ ବିଜେଡି ପ୍ରମାଣିତ କରିଛି l କୋଡିଏ ବର୍ଷ ପରେ ବି ନବୀନ ଙ୍କ ଲୋକପ୍ରିୟତା ସେଇପରି ବଜାଇ ରହିଛି ବୋଲି ପୁଣିଥରେ ପ୍ରମାଣିତ କରିଛନ୍ତି l ବିଜେପୁର ର ବଡ ବିଜୟ ପାଇଁ ବିଜେପୁର ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ l କେବଳ ସେତିକି ନୁହେଁ ଦଳର ଟିମ ୱାର୍କ ଓ ବିଜେଡି ଲୋକଙ୍କ ସରକାର, ତାହା ବିଜେପୁର ବାସୀଙ୍କୁ ବୁଝାଇବାରେ ସକ୍ଷମ ହେଇଛି ଶାସକ ଦଳ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles