ଶଙ୍ଖମୟ ଯାଜପୁର : ସଭ୍ୟସଂଗ୍ରହରେ ସାରା ଓଡ଼ିଶାରେ 1 ନମ୍ବର..

- Advertisement -

ଭୁବନେଶ୍ୱର : ବିକାଶ ପଥେ ଯାଜପୁର । ନୂତନ ଯାଜପୁରର ବିନ୍ଧାଣୀ ପ୍ରଣବ ପ୍ରକାଶ ଦାସ (ବବି) ଯାଜପୁର ବିଧାୟକ ହେବା ପରେ ଯାଜପୁର ରୂପରେଖ ବଦଳିଯାଇଛି । ଯାଜପୁର ବର୍ତ୍ତମାନ ସାରା ଓଡ଼ିଶାର ରୋଲ ମଡ଼େଲ ହୋଇଛି ବିକାଶ ପାଇଁ । ରାସ୍ତାଘାଟ, ଶିକ୍ଷାନୁଷ୍ଠାନ, ମେଡ଼ିକାଲ, ଆଦିର ବିକାଶ ସହ ଯାଜପୁରର ଐତିହ ଓ ପୁରୁଣା ମନ୍ଦିର ମାନଙ୍କ ରକ୍ଷଣବେକ୍ଷକ ସହ କୁସୁମା ପୋଖରୀର ପୁନଃଉଦ୍ଦାର । ତାହାସହ ସହରର ଆଲୋକିକରଣ ବ୍ୟବସ୍ଥା, ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପୁରା ଯାଜପୁର ନିର୍ବାଚନୀ ମଣ୍ଡଳୀର ଚତୁଦିଗ ବିକାଶ, ବେକାରୀ ସମସ୍ୟା ଦୂର କରିବାକୁ ପ୍ରୟାସ, ଯାଜପୁର ଭାଇଚାର ବଜାୟ ରଖିବା ସହ ଶାନ୍ତି ପ୍ରତିଷ୍ଠା କରିବା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଅବଦାନ ଆଜି କେବଳ ଯାଜପୁର ଜିଲ୍ଲାରେ ନୁହେଁ, ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ । ବିଧାୟକ ସବୁବେଳେ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ନୂତନ ଯାଜପୁର ଗଠନ ଲାଗି କେବଳ ସେ ନୁହେଁ, ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସାରଥି ବୋଲି ବବି ତାଙ୍କ ଭାଷଣରେ କହିନ୍ତି ସବୁବେଳେ । ବିଧାୟକଭାବେ ବବିଙ୍କ କାର୍ଯ୍ୟକୁ ଯାଜପୁରବାସୀ ବେଶ ପସନ୍ଦ କରିଛନ୍ତି । ଯେଉଁଥିପାଇଁ ୩ଥର ତାଙ୍କୁ ବିପୁଳ ବ୍ୟବଧାନରେ ବିଜୟ କରାଇଛନ୍ତି ଯାଜପୁର ବାସୀ । ବବି ବି ଯେଉଁ ପ୍ରତିଶ୍ରୃତି ଦେଇଛନ୍ତି ତାହାକୁ ପୂରଣ କରିଛନ୍ତି । ଯେଉଁ ଆଖି ଦୃଶିଆ ବିକାଶ ସେ ଯାଜପୁର ପାଇଁ କରିଛନ୍ତି ସେଥିପାଇଁ ଆଜି ପୁରା ଯାଜପୁର ଶଙ୍ଖମୟ ହୋଇଛି । ଅକ୍ଟୋବର ୨ ତାରିଖରୁ ରାଜ୍ୟବ୍ୟାପୀ ଯେଉଁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି ସେଥିରେ ଏବେ ଯାଜପୁୂର ବିଧାନସଭା କ୍ଷେତ୍ର ସାରା ଓଡ଼ିଶାରେ ୧ ନମ୍ବର ହୋଇଛି ଏଯାଏ । ଲୋକେ ବିଜେଡ଼ି ସହ ଆପେ ଆପେ ଯୋଡ଼ି ହେଉଛନ୍ତି । କେବଳ ବିଧାୟକଙ୍କ ବିକାଶ ଏଜେଣ୍ଡାରେ ନିଜରକୁ ସାମିଲ କରିବା ପାଇଁ । ସଭ୍ୟ ହେବା ପାଇଁ ପ୍ରତ୍ୟେକ ସଭ୍ୟକୁ ୫ଟଙ୍କା ଦେବାକୁ ପଡ଼ୁଥିଲେ ମଧ୍ୟ ଯାଜପୁର ନିର୍ବାଚନୀ ମଣ୍ଡଳୀର ଲୋକମାନେ ଆଗ୍ରହର ସହ ବିଜେଡ଼ିର ସଭ୍ୟ ହେଉଛନ୍ତି । ଏପରି ଯାଜପୁର ବିଧାନସଭା କ୍ଷେତ୍ରର ୨ଟି ବ୍ଲକ ଦଶରଥପୁୂର, ଯାଜପୁର ଓ ଯାଜପୁର ପୌର ପରିଷଦରେ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଜୋରଦାର ହୋଇଛି । ବର୍ତ୍ତମାନ ଯାଜପୁରରେ ସଭ୍ୟ ସଂଗ୍ରହ ୮୨ହଜାର ୭୯୮ରେ ପହଞ୍ଚଛି । ଯାହାକି ସାରା ଓଡ଼ିଶାରେ ୧ନମ୍ବର । କେବଳ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ନୁହେଁ, ଜିଲ୍ଲା ଅନ୍ୟ ୬ଟି ବିଧାନସଭା କ୍ଷେତ୍ରରେ କିପରି ସଭ୍ୟ ସଂଗ୍ରହ ଅଧିକ ହେବ ନବୀନଙ୍କ ନିର୍ଦ୍ଦେଶରେ ଜିଲ୍ଳାର ସମସ୍ତ ବିଧାୟକଙ୍କୁ ନେଇ ପ୍ରଣବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଯାଜପୁର ବିଧାନସଭା ପଛକୁ ରହିଛି ଧର୍ମଶାଳା ବିଧାନସଭା କ୍ଷେତ୍ର ବର୍ତ୍ତମାନ ସୁଦ୍ଧା ଧର୍ମଶାଳାରେ ୭୬ହଜାର ୧୬ ,ସୁକିନ୍ଦାରେ ୬୮ହଜାର୧୪୦, ମୟୁୂରଭଞ୍ଜରର ମୋରଡ଼ା ୬୨ହଜାର ୧୨୨, ଯାଜପୁର ବିଞ୍ଝାରପୁର ରେ ୫୬ହଜାର୫୨୯, ମୟୁୂରଭଞ୍ଜରର ଜଶୀପୁରରେ ୫୩ହଜାର ୧୦,ନୟାଗଡ଼ରେ ୫୨ହଜାର୭୨୮, ବାଲେଶ୍ୱରର ଭୋଗରାଇରେ ୫୧ହଜାର୯୪୦,ସୋରରେ ୫୦ହଜାର୮୩୦, କଟକ ଆଠଗଡ଼ରେ ଳ୫୦ହଜାର୫୦୨ ଜଣ ସଭ୍ୟ ସଂଗ୍ରହ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles