ବିଜେପୁର ହିରୋ କିଏ ?

- Advertisement -

ଭୁବନେଶ୍ୱର : ଇତିହାସ ରଚିଛନ୍ତି ବିଜେଡି ବିଧାୟିକା ରୀତା ସାହୁ I ବିଜେପୁରରେ ବିଜେପି ବିଧାୟକ ପ୍ରାଥୀ ସନତ ଗଡ଼ତିଆ ଓ କଂଗ୍ରେସ ବିଧାୟକ ପ୍ରାଥୀ ଦିଲ୍ଲୀପ ପଣ୍ଡାଙ୍କୁ ୯୭,୯୯୦ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ବିଧାୟିକା ରୀତା ସାହୁ I କେବଳ ଏ ଦୁଇ ବିରୋଧୀଙ୍କୁ ପରାସ୍ତ ନୁହେଁ, ବିଜେପି ଓ କଂଗ୍ରେସର ଭୋଟ ହାର ଯଥେଷ୍ଟ କମାଇଛନ୍ତି ରୀତା I ଯାହା ଏବେ ଚାରିଆଡେ ଚର୍ଚ୍ଚା I ରୀତାଙ୍କର ଏହି ବଡ ବିଜୟର ହିରୋ କିଏ ? ତାକୁ ନେଇ ଗଣମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଆଲୋଚନା କରୁଛନ୍ତି I ବିଜେପୁରବାସି ରୀତା ନୁହେଁ ବରଂ ବିଜେଡିକୁ ଅଧିକ ଭରଷା କରିଛନ୍ତି ତାହା ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ରୀତାଙ୍କୁ ଜିତାଇ ପ୍ରମାଣିତ କରିଛନ୍ତି I ରୀତା ସାହୁ ବିଶ୍ୱଭୂଷଣ , ନବୀନ ପଟ୍ଟନାୟକ , ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପଛରେ ପକାଇଛନ୍ତି I ଏହାର ମୁଖ୍ୟ କାରଣ ହେଉଛି ନବୀନଙ୍କ ଲୋକପ୍ରିୟତା ଓ ବିଜେପୁର ପାଇଁ ନବୀନ କରିଥିବା ବିକାଶ I ତେଣୁ ରୀତା ସାହୁର ନୁହେଁ ବିଜେପୁରରେ ନବୀନଙ୍କର ବିଜୟ ହୋଇଛି ବୋଲି ଚାରିଆଡେ ଚର୍ଚ୍ଚା I କାରଣ ପୋୖର ନିର୍ବାଚନ ପୂର୍ବରୁ ବିଜେପୁରରେ ଧର୍ମେନ୍ଦ୍ର , ନିରଞ୍ଜନ ଓ ନବୀନଙ୍କ ମଧ୍ୟରେ ସିଧା ସଳଖ ଟକ୍କର ହେଉଥିଲା I ଆଉ ଏହି ଟକ୍କରରେ ବାଜି ମାରି ନେଇଥିଲେ ନବୀନ I ନବୀନଙ୍କର ଲୋକପ୍ରିୟତ ଏତେ ଶୀର୍ଷରେ ପହଁଚିଛି ଯେ , ଏହାକୁ ଭେଦ କରିପାରୁନାହାନ୍ତି ଧର୍ମେନ୍ଦ୍ର କି ନିରଞ୍ଜନ I

ତେବେ ବିଜେପୁରର ଏପରି ବଡ ବିଜୟର ହିରୋ କିଏ ..? ତାକୁ ନେଇ ଏବେ ଘମାଘୋଟ ଆଲୋଚନା I ବିଜେପୁରରେ ବିଜେଡିର ହିରୋ ହେଉଛନ୍ତି ଏକ ମାତ୍ର ନବୀନ I ଦୁଇଦିନ ବିଜେପୁରରେ ନବୀନ ମାରାଥନ ପ୍ରଚାର କରିବା , ରାତିରେ ବିଜେପୁରରେ ରହିବା ଓ ବିଜେପି-କଂଗ୍ରେସର ଅସନ୍ତୋଷ ନେତାଙ୍କୁ ମନାଇବା ଏବଂ ଦାୟିତ୍ୱରେ ଥିବା ନେତାଙ୍କୁ ସଠିକ ଭାବରେ ପରିଚାଳନା କରିବା ବିଜେପୁରରେ ଏହି ବଡ ବିଜୟର କାରଣ I ଯାହାର ମଙ୍ଗ ଧରିଥିଲେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I ଆଉ ନବୀନ ହିଁ ହେଉଛନ୍ତି ବିଜେପୁରର ହିରୋ I ହେଲେ ନବୀନଙ୍କୁ ତୃତୀୟ ଥର ପାଇଁ ସୁପରଷ୍ଟାର କରାଇଥିଲେ ବିଜେଡିର ଯୁବ ଓ ବରିଷ୍ଠ ନେତାମାନେ I ତିନି ଯୁବ ନେତା ଅରୁଣ ସାହୁ , ସୁଶାନ୍ତ ସିଂ ଓ ପ୍ରଣବ ପ୍ରକାଶ ଦାସ ନବୀନଙ୍କୁ ବିଜେପୁରରେ ସୁପରଷ୍ଟାର କରାଇବାରେ ଓ ନବୀନଙ୍କ ନିର୍ଦେଶ କ୍ରମେ ୧ ମାସ ରୁ ଅଧିକ ସମୟ ଧରି ବିଜେପୁରରେ ପଡି ରହିଥିଲେ I ସେହିପରି ବରିଷ୍ଠ ନେତା ପ୍ରଫୁଲ ମଲ୍ଲିକ, ପ୍ରସନ୍ନ ଆଚାର୍ଯ୍ୟ , ରାଜା ସ୍ୱାଇଁ , ପ୍ରଣୟ ସାହୁ , କିଶୋରେ ମହାନ୍ତି , ନବ ଦାସ ଙ୍କ ଭୂମିକା ବି କିଛି କମ ନଥିଲା I ମୋଟାମୋଟି କହିବାକୁ ଗଲେ ବିଜେପୁରରେ ବିଜେଡି ର ସୁପର ଷ୍ଟାର ଥିଲେ ନବୀନ ଓ ସାଇଡ ହିରୋ ଥିଲେ ଏହି ଯୁବ ଓ ବରିଷ୍ଠ ନେତାମାନେ I ତେଣୁ ରୀତାଙ୍କର ନୁହେଁ ନବୀନଙ୍କର ପ୍ରକୃତରେ ବିଜୟ ହୋଇଛି ବିଜେପୁରରେ I

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles