ବିଜୟ ମହାପାତ୍ରଙ୍କୁ ବିଜେପି ଅଣଦେଖା କଲା କି?

- Advertisement -

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବିଜେପିରେ କୋଣଠେସା ହୋଇଛନ୍ତି ତାହା ପୁଣିଥରେ ପ୍ରମାଣିତ ହୋଇଛି । ମହାକାଳପଡ଼ାରେ ବିଜେପ ପକ୍ଷରୁ ସିଏଏ ସମର୍ଥନରେ ବିଜେପିର ବିଶାଳ ସମାବେଶରେ ଯୋଗଦେଇନଥିଲେ ମାଟିର ପୁଅ ବିଜୟ ମହାପାତ୍ର । ଯାହାକୁ ନେଇ ବିଜୟଙ୍କ ସମର୍ଥନମାନେ ସଭାସ୍ଥଳରେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ କାହିକିଁ ଦଳ ଏତେବଡ଼ସଭାକୁ ବିଜୟଙ୍କୁ ଅଣଦେଖା କଲା । ଏହାର କାରଣ କଣ । ମିଳିଥିବା ସୂଚନା ଅନୁସାରେ ମହାକାଳପଡ଼ା ସଭା ପୂର୍ବଦିନ ରାତିରେ ବିଜୟ ମହାପାତ୍ରଙ୍କୁ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ବିଜୟ ଅସନ୍ତୋଷ ପ୍ରକାର କରିଥିଲେ । ଦଳ ତାଙ୍କୁ ସେତେଟା ଗୁୁରୁତ୍ୱ ଦେଉନାହିଁ ତାହା ଏହି କଥାରୁ ସ୍ପଷ୍ଟ ଜଣାପଡ଼ିଛି । ବିଜୟଙ୍କୁ ପୂର୍ବରୁ ଦଳ ଯେପରି ଅଣଦେଖା କରିଥିଲା ବୋଳି ସେ ଅଭିଯୋଗ କରି ଦଳ ଛାଡ଼ିଥିଲେ ଏବେ ସେହି ପରିଅବସ୍ଥା ହୋଇଥିବା ଜଣାପଡ଼ିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles