ଶ୍ରୀକ୍ଷେତ୍ରର ନୁଆଁ ରୂପର 5ଜଣ ସାରଥି……

- Advertisement -

ପୁରୀ :ନୂଅା ରୂପନେଇଛି ଶ୍ରୀକ୍ଷେତ୍ର । ପୁରୀକୁ ବିଶ୍ୱସ୍ତରୀୟ କରି ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ। ଜଗତର ନାଥ ଜଗନ୍ନାଥଙ୍କ ଧାମ, ବିଶ୍ୱର ଶ୍ରେଷ୍ଠ ଧାମ ହେବ । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଙ୍କଳ୍ପବଦ୍ଧ । ପଂଚମ ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ ପୁରୀର ସୌନ୍ଦର୍ଯ୍ୟକରଣ ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଅାରମ୍ଭ କରିଛନ୍ତି ଅଭିଯାନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଅାନ ନବୀନଙ୍କ ପୁରୀ ସ୍ୱପ୍ନର କଥା ଏନେଇ କିଛିଦିନ ତଳେ ଲୋକସେବା ଭବନରୁ ନବୀନଙ୍କ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବଖାଣିଥିଲେ । ୫ଟି ସଚିବ ପାଣ୍ଡିଅାନ କହିଥିଲେ । ନବୀନ ପଟ୍ଟନାୟକ ହେଉଛନ୍ତି ଜଗତର ନାଥ ଜଗନ୍ନାଥଙ୍କ ସବୁଠାରୁ ବଡ଼ ଭକ୍ତ । ଏହାର ଉଦାହରଣ ଦେଇ ପାଣ୍ଡିଅାନ କହିଥିଲେ ଯେ , ୨୦୧୬ ମସିହା ନୂଅାବର୍ଷ ଦିନ ମୁଖ୍ୟମନ୍ତ୍ରୀ ଓ ସେ ପୁରୀ ଯାଉଥାନ୍ତି ମହାପ୍ରଭୃଙ୍କ ଦର୍ଶନ କରିବା ପାଇଁ । ବାଟରେ ଯିବା ସମୟରେ ରାସ୍ତା କଢରେ ବିଭିନ୍ନ ହୋଡ଼ିଂ ଲାଗିଥିଲା । ଅଧିକାଂଶ ହୋଡ଼ିଂରେ ଜଗନ୍ନାଥଙ୍କ ଫଟୋ ଲାଗିଥିଲା । ତେଣୁ ହୋଡ଼ିଂକୁ ଦେଖୁଦେଖୁ ମୁଖ୍ୟମନ୍ତ୍ରୀଙ୍କ ହାତ ଅାପେଅାପେ ଉଠିଯାଉଥିଲା। ବାରମ୍ବାର ଜଗନ୍ନାଥଙ୍କୁ ନମସ୍କାର କରୁଥାନ୍ତି ମୁଖ୍ୟମନ୍ତ୍ରୀ । ଅାଉ ନୂଅା ବର୍ଷ ଦର୍ଶନ ସାରି ପୁରୀକୁ ବିଶ୍ୱସ୍ତରୀୟ କରି ଗୋଢିତୋଳିବାର ବ୍ଲୁପ୍ରିଣ୍ଟ ୨୦୧୬ ସେହିଦିନ ହିଁ ଅାରମ୍ଭ କରିଥିଲେ । ଯାହା ଏବେ ଧୀରେ ଧୀରେ ବାସ୍ତବ ରୂପରେ ପରିଣତ ହେବାକୁ ଯାଉଛି । ଏଥିରେ ପୁରୀବାସୀଙ୍କ ବେଶ ସହଯୋଗ ରହିଛି । ପୁରୀ ଧୀରେଧୀରେ ଯେଉଁ ନୂଅାରୂପ ନେଉଛି । ନବୀନଙ୍କ ନୂଅା ପୁରୀ ଗଢିତୋଳିବାର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ନବୀନଙ୍କ ୫ ଜଣ ମହାରଥି। ଜଣେ ରାଜନେତା ଓ ୪ଜଣ ପ୍ରଶାସନିକ ଅଧିକରୀ । ବିଚାରପତି ବିମଳ ପ୍ରସାଦ ଦାସଙ୍କ ନେଇ ଶ୍ରୀମନ୍ଦିର ସଂସ୍କାର କମିଶନ ତାଙ୍କ ରିପୋର୍ଟରେ ନିର୍ଦେଶ ଦେଲେ ଶ୍ରୀମନ୍ଦିରର ଚାରିପଟେ ୭୫ ମିଟର ପରିମିଡ଼ ଅଂଚଳକୁ ମୁକ୍ତ କରାଯିବ । କମିଶନଙ୍କ ସୁପାରିଶ କ୍ରମେ ଏଥିଲାଗି ମଠ,ମନ୍ଦିର, ଘର ଭାଙ୍ଗିବାକୁ ପଡ଼ିବ । ଜମି ଛାଡ଼ିବାକୁ ପଡ଼ିବ । ପୁରୀକୁ ବିଶ୍ୱ ଏୗତିହ୍ୟସହରଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କ ସହଯୋଗ ଲୋଡ଼ିଲେ । ଅାଉ ତାପରେ ଅାରମ୍ଭ ହେଲା ୭୫ ମିଟିର ପରିମିଡ଼ ଅଂଚଳରେ ଉଚ୍ଛେଦ ପ୍ରକ୍ରିୟା । ନବୀନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନବୀନଙ୍କ ୫ଜଣ ସାରଥି ନେଇଥିଲେ ପ୍ରମୁଖ ଭୂମିକା । ଯେଉଁମାନେ କି ନବୀନଙ୍କ ପୁରୀ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ।
ଭି.କାତ୍ତିର୍କେୟ ପାଣ୍ଡିଅାନ : ୨୦୧୬ରେ ପୁରୀକୁ ଏୗତିହ୍ୟ ସହରରେ ଗଢିତୋଳିବା ପାଇଁ ଗାଡ଼ିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଖିବାକୁ ସ୍ୱପ୍ନକୁ ସାକାର କରିବା ପାଇଁ ନବୀନଙ୍କ ନିର୍ଦ୍ଧେଶରେ ଦିନରାତି ଏକ କରି ପୁରା ରୂପରେଖ ପ୍ରସ୍ତୁତ କଲେ । ରୋଡ଼ମ୍ୟାଫ ରୂପରେଖକୁ ବାସ୍ତବରୂପ ଦେବା ପାଇଁ ଲୋକସେବାଭବନ,ଖାରବେଳ ଭବନରୁ ପୁରୀ ଯାଏ ଘନଘନ ବୈଠକ ପରି କାମର ସମୀକ୍ଷା କରିବା ସହ ବିଭିନ୍ନ ଦାୟିତ୍ୱ ବଣ୍ଟନ କଲେ ପ୍ରଶାସନିକ ଅଧିକାରୀଙ୍କୁ ।
ବଲବନ୍ତ ସିଂହ : ପୁରୀ ଜିଲ୍ଲାପାଳ ଭାବେ ଶ୍ରୀକେ୍ଷତ୍ରର ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଯେଉଁ ପରିକଳ୍ପନା କଲେ ଓ ୭୫ ମିଟର ଯାଏ ଉଚ୍ଛେଦ ପ୍ରକ୍ରୀୟାର ସବୁ ଚ୍ୟାଲେଜକୁ ଗ୍ରହଣ କରି କାମ କରିବା ଅାରମ୍ଭ କଲେ । ପ୍ରଥମେ ଏନେଇ ପୁରା ପ୍ରଶାସନିକ ଅଧିକାରୀଙ୍କ ସହ ଅାଲୋଚନା କରିଥିଲେ।ଏବଂ ପରବର୍ତ୍ତୀ ସମୟରେ କାର୍ଯ୍ୟକୁ ସଫଳ କରିବା ପାଇଁ ଅଣ୍ଟା ଭିଡ଼ିଲେ ।
ପ୍ରଣବ ପ୍ରକାଶ ଦାସ : ଶାସକ ଦଳର ସବୁଠାରୁ ପରିଶ୍ରମୀ ଓ ନବୀନଙ୍କ ବିଶ୍ୱସ୍ତ । ବିଧାୟକ ପ୍ରଣବ ପ୍ରକାଶ ଦାସ ପୁରୀ ସୌନ୍ଦର୍ଯ୍ୟକରଣରେ ସମସ୍ତଙ୍କ ଭିତରେ ସମନ୍ନୟ ରକ୍ଷା କରି କାମ ଅାଗେଇ ନେବାର ଦାୟିତ୍ୱ ଅତି ଚତୁରତାର ସହ ସମ୍ପାଦନା କରିଥିଲେ । ମଠ , ମନ୍ଦିର , ଦୋକାନ ଓ ଘର ହରାଉଥିବା ଲୋକଙ୍କୁ ସରକାରଙ୍କ ଲକ୍ଷ ବିଷୟରେ ଅବଗତ କରାଇଥିଲେ। ସେମାନଙ୍କୁ ବୁଝାସଝା କରିବା ସହ ତାଙ୍କ ଆସୁବିଧାକୁ ନିଜର ଭାବି ସମାଧାନ ମଧ୍ୟ କରିଥିଲେ। ଖାସ ସେଥିପାଇଁ ମାସମାସ ଧରି ପ୍ରଣବ ଯାଜପୁର ଛାଡ଼ି ପୁରୀରେ ରହି ଲୋକଙ୍କ ଭେଟୁଥିଲେ । ପୁରା ସୌନ୍ଦର୍ଯ୍ୟକରଣ କିପରି ଶାନ୍ତିଶୃଙ୍ଖଳାରେ ଶେଷ ହେବ ସେନେଇ ପ୍ରଶାସନ,ମଠ ମହନ୍ତ,ବ୍ୟବସାୟୀ, ପୋଲିସ ମଧ୍ୟରେ ସମନ୍ନୟର ସେ ଥିଲେ ମୁଖ୍ୟ ସାରଥି। ସବୁ କାମରେ ପ୍ରଣବ ନବୀନଙ୍କ ହନୁମାନ ପରି କାମ କରୁ୍‌ଥିଲେ ପୁରୀରେ ।
ଅାଶିଷ ସିଂହ : କେନ୍ଦ୍ରଞ୍ଚଳ ଡ଼ିଅାଇଜି ଅାଶିଷ ସିଂହଙ୍କ ସୌନ୍ଦର୍ଯ୍ୟକରଣରେ ବେଶ ଭୂମିକା ରହିଛି । ପୂର୍ବ ଅଭିଜ୍ଞତାକୁ ପାଥେୟ କରି ପୁରା ଅାଇନ ଶୃଙ୍ଖଳାର ଦାୟିତ୍ୱ ତାଙ୍କ ମୁଣ୍ଡରେ ଥିଲା । ଉଚ୍ଛେଦ କାର୍ଯ୍ୟ ବଡ଼ ଚ୍ୟାଲେଜ ଥିଲା ତାଙ୍କ ପାଇଁ । ଉଚ୍ଛେଦ ବେଳେ ଲୋକମାନେ କିପରି ଉତ୍ତେଜିତ ନହେବେ ଓ ଶାନ୍ତି ଶୃଙ୍ଖଳାରେ କାମ ସରିବ ସେ କାର୍ଯ୍ୟର ତଦାରଖ କରିଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥାରେ ସେ ସବୁ କାମ ସାରିଥିଲେ । କାରଣ ସେ ପୁରୀ ଏସ.ପି ଥିବା ବେଳେ ପୁରୀ ବେଳାଭୂମିରେ ଢେରି ରାତି ପର୍ଯ୍ୟନ୍ତ କିପରି ପର୍ଯ୍ୟଟକମାନେ ବୁଲି ପାରିବେ ସେ ବ୍ୟବସ୍ଥା କରିଥିଲେ ।
କିଷନ କୁମାର : କିଷନ କୁମାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ପୂତ୍ର୍ତ ସଚିବ । ପୁରୀ ସୌନ୍ଦର୍ଯ୍ୟକରଣ ଅାଉ ଜଣେ ମୁଖ୍ୟ ପୁରୋଧା। ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସହ ନିମାର୍ଣ କାମ ତାଙ୍କ ମୁଣ୍ଡରେ ନ୍ୟସ୍ତ ରହିଥିଲେ। ବିଶେଷକରି ଉଚ୍ଛେଦ ପରେ ନିମାର୍ଣ କାମ କରିବା ତାଙ୍କର କାମ । ସୌନ୍ଦର୍ଯ୍ୟକରଣରେ କାମ ଚାଲିଥିଲା ବେଳେ ଯେପରି ଶ୍ରୀମନ୍ଦିର ରୀତିନୀତିରେ କୌଣସି ଅସୁବିଧା ନହୁଏ , ସେବାୟତ ଓ ମଠ ମହନ୍ତଙ୍କ ସହ ଅାଲୋଚନା କରି ସବୁ ସହଯୋଗ ସାଉଁଟି ଥିଲେ ସେ । ମନ୍ଦିର ଭିତରେ ଓ ବାହାରେ ଯେଉଁ ସୌନ୍ଦର୍ଯ୍ୟକରଣ କରାଯାଉଛି ତାହା ତଦାରଖ କରିବାର ପ୍ରମୁଖ ଭୂମିକା ବି ସେ ଲିଭାଇଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles