କଳା ପତାକା ଉଡାଇ ଓ ବ୍ଯାଚ୍ ପିନ୍ଧି କଳା ଦିବସ ପାଳିଲେ କର୍ମଚାରୀ ।

0

କଳିଙ୍ଗନଗର : କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ଯୋଗ ବୋଲାଉଥିବା ନୀଳାଚଳ ଇସ୍ପାତ ନିଗମରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପରେ ଏହାକୁ ବିରୋଧ କରି ଲାଗିରହିଥିବା ଧାରଣା ଆଜି ୧୪ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧ ଓ ଏକ ରାଷ୍ଟ୍ରାୟତ୍ତ ଉଦ୍ଯୋଗକୁ ଘରୋଇକରଣ ଚକ୍ରାନ୍ତ ବିରୋଧରେ କାରଖାନା କର୍ମଚାରୀଙ୍କୁ ନେଇ ସୃଷ୍ଟି ହୋଇଥିବା ମିଳିତ ମଞ୍ଚ ଦ୍ବାରା କାରଖାନା ଫାଟକ ସମ୍ମୁଖରେ ଆଜକୁ ଚଉଦ ଦିନ ହେବ ପ୍ରତିବାଦ ଓ ଧାରଣା ଦିଆଯାଇଛି । ଏହି ସଭାରେ ରାଜ୍ୟର ବିଭିନ୍ନ ଶ୍ରମିକ ସଙ୍ଗଠନ ତଥା ରାଜ୍ୟ ତଥା କେନ୍ଦ୍ରର ବହୁ ନେତା ଆସି ସମ୍ବୋଧିତ କରି ଫେରିଛନ୍ତି ।ହେଲେ  କାରଖାନାରେ କାମ କରୁଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ  ପ୍ରାୟ ୧୦ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଅଗ୍ରସର ହେଉଛି । ବିଗତ ଦିନ ମାନଙ୍କରେ ଗଣ୍ଡା ଗଣ୍ଡା ନେତା ଭାଷଣ ଦେଇ ଚାଲିଯାଇଥିବା ବେଳେ ଫଳ କିନ୍ତୁ ଶୂନ୍ । ଏପରି ସ୍ଥଳେ ମୂଲ୍ୟ ଆକଳନ ନିମନ୍ତେ ବିଭିନ୍ନ ସଂସ୍ଥା  ଆହ୍ବାନ ଦିଆଯାଇଥିଲା । ଯାହାର ଶେଷ ସୀମା ୨୦୨୦ମସିହା ଜାନୁୟାରୀ ମାସ ୨୪ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ  ମିଳିଥିବା ସୂଚନା ଅନୁଯାୟୀ ଧାର୍ଯ୍ୟ ତାରିଖ ମଧ୍ୟରେ କୌଣସି ସଂସ୍ଥା ଉକ୍ତ ପ୍ରକ୍ରିୟାରେ ଭାଗ ନେଇନଥିବାରୁ ,ସମୟ ସୀମାକୁ ଫେବୃଆରୀ ମାସ ୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । କାରଖାନାର କର୍ମଚାରୀ ମାନଙ୍କର ୨୪ ତାରିଖ ଦିନ ଭାଗ୍ଯ ନିର୍ଦ୍ଧାରଣ ଦିନ ଥିବାରୁ ଘରୋଇକରଣକୁ ବିରୋଧ କରି ଧାରଣାରତ ଶ୍ରମିକ ମାନେ ଏହି ଦିନଟିକୁ କଳା ଦିବସ ଭାବେ ପାଳନ କରି କଳା ପତାକା ଉଡାଇବା ସହ କଳା ବ୍ଯାଚ୍ ପରିଧାନ କରିଥିଲେ । ଧାରଣାରତ କର୍ମଚାରୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ଯଥାଶୀଘ୍ର ସରକାର ହସ୍ତକ୍ଷେପ ପାଇଁ ଦାବି କରିଥିଲେ । ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ସପରିବାରେ ରାଜରାସ୍ତାକୁ ଓଲ୍ହାଇ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆବେଗ ଓ ଅନୁଭବର ମା ବିରଜା :

ଯାଜପୁର :ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା ବିରଜା । ସେ ଜଗତଜିତା । ଦୟାମୟୀ ଓ ବିପଦହାରିଣୀ । ମା ବିରଜା  ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ମାଙ୍କର ଜନ୍ମତିଥିରେ କରୁଣାମୟୀ ମା ବିରଜାଙ୍କୁ ଦର୍ଶନ କରି କିଛି ଭକ୍ତ ସେମାନଙ୍କ ଅାବେଗ ଓ ଅନୁଭବ ବଖାଣିଛନ୍ତି । ସ

ସରସ୍ୱତୀ ମହାପାତ୍ର (ଯାଜପୁରବାସିନ୍ଦା) : ମା ବିରଜା କରୁଣାମୟୀ । ମୋର ସ୍ୱଭାଗ୍ୟ ମୁଁ ପ୍ରତେକ ଶନିବାର ସଂନ୍ଧ୍ୟାରେ ମୁଁ ନିଶ୍ଚିତ ବିରାଜକୁ ଦର୍ଶନ କରିବା ସହ ବହୁ ସମୟରେ ସଂନ୍ଧ୍ୟା ଅାଳତୀ ଦର୍ଶନ କରେ । ସେତେବେଳେ ମୋ ଖୁସି କହିଲେ ନ ସରେ । ସବୁବେଳେ ମୁଁ ମାଙ୍କୁ ମୋର ପରିବାରର ଦୁଃଖ,ସୁଖ ଜଣାଏ । ମା ବି ସବୁଶୁଣେ । ମା ମେତେ ବହୁ ଶିକ୍ଷା ଦେଇଛି । ଦିନକର ଘଟଣା ମୁଁ ସଂନ୍ଧ୍ୟା ଅାଳତୀ ସରିବା ପରେ ମନ୍ଦିର ବେଢାରୁ ଘରୁକୁ ବାହାରୁ ଥାଏ । କିଏ ଜଣେ ମତେ ପଛରୁ କହିଲା ମା ତୁ ଅାଜି ସଂନ୍ଧ୍ୟା ଅାଳତୀ ମାଥାରେ ମାରିବୁନି କି , ପୂଜାରିଙ୍କୁ ପାଉଣା ଦେବୁନୁ କି । ବାସ୍ ଏତିକି ଶୁଣି ମୁଁ ମା’ଙ୍କ ମନ୍ଦିର ଭିତରକୁ ପୁଣି ଗଲି । ଅାଳତୀ ମଥାରେ ମାରୀିଲି ନାନଙ୍କୁ ୧୦ଟଙ୍କା ପାଉଣା ଦେଲି ।

ମଧୁସ୍ମିତା ମହାନ୍ତି : ବିରଜା ମନ୍ଦିର ପାଖରେ ଅାମ ଘର । ଯେଉଁଦିନ ମୁଁ ମାଙ୍କ ପାଦ ଦର୍ଶନ କଲି ସେଦିନ ସତରେ ମା ଯେ ପ୍ରତ୍ୟକ୍ଷ ଦେବୀ ସେ ଅନୁଭବ ପାଇଲି । ଆଉ କିଛି କହିପାରିବିନି ..ଇଚ୍ଛା ହେଉଛି ସବୁଦିନ ମା ପାଦ ଦର୍ଶନ କରିବାକୁ ।

ରଙ୍ଗାଧାର ପଣ୍ଡା( ବରିଷ୍ଠ ସାମ୍ବାଦିକ, କବି ) : ବିରଜା ମନ୍ଦିର ଗଲେ ମନ ରେଅାନନ୍ଦ ଭରିଯାଏ । ମୁଁ କୌଣସି ମା()ଅାବେଗ ଓ ଅନୁଭବର ମା ବିରଜା, ଜନ୍ମତିଥରେ ମାଙ୍କୁ ସାବିତ୍ରୀବେଶରେ ଦର୍ଶନ କଲେ ମିଳେ କୋଟିପୂଣ୍ୟ
ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା ବିରଜା । ସେ ଜଗତଜିତା । ଦୟାମୟୀ ଓ ବିପଦହାରିଣୀ । ମା ବିରଜା  ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ମାଙ୍କର ଜନ୍ମତିଥରେ କରୁଣାମୟୀ ମାଙ୍କୁ ର୍ଶନ କରି କିଛି ଭକ୍ତ ସେମାନଙ୍କ ଅାବେଗ ଓ ଅନୁଭବ ବଖାଣିଛନ୍ତି । ଧୁସ୍ମିତା ମହାନ୍ତି : ବିରଜା  ମନ୍ଦିର ପାଖରେ ଅାମ ଘର । ଯେଉଁଦିନ ମୁଁ ମାଙ୍କ ପାଦ ଦର୍ଶନ କଲି ସେଦିନ ସତରେ ମା ଯେ ପ୍ରତ୍ୟକ୍ଷ ଦେବୀ ସେ ଅନୁଭବ ପାଇଲି । ଅାୁ କିଛି କହିପାରିବିନି ..ଇଚ୍ଛା ହେଉଛି ସବୁଦିନ ମା ପାଦ ଦର୍ଶନ କରିବାକୁ ।

ପାର୍ଥସାରଥି ରାଉତ (ଔପନ୍ୟାସିକ, ସାମ୍ବାଦିକ): ମାଙ୍କ ପାଖକୁ ଯିବା ବେଳେ ମୋ ମନରେ ସ୍ୱାଭାବିକ ଭାବେ ଯେତିକି ଚିନ୍ତା, ଚାପ ଅଥବା ଓଜନିଅା ଭାବନା ଥାଏ, ମନ୍ଦିରରେ ଦର୍ଶନ କରି ଫେରିବା ବେଳେ ସତେ ଯେମିତି ମୁଁ ମନ୍ଦିରରେ ଛାଡ଼ିଦେଇ ଅାସେ । ଅର୍ଥାତ ମା ଯେମିତି ସେ ସବୁକୁ ମୋ ମୁହଁରୁ ପଢ଼ିନେଇ ହରଣ କରିନିଅନ୍ତି। ଥରେ ନୁହଁ, ବାରମ୍ବାର ମୁଁ ଏହା ଅନୁଭବ କରୁଛି। ମୁଁ ତ କହିବି ସମସ୍ତ ବିରଜା ପୀଠକୁ ଯାଅାନ୍ତୁ। କାରଣ ଅାମ ପରମ୍ପରା ଓ ଐତିହ୍ୟରେ ଯେତେ ନିଷ୍କର୍ସ ରହିଛି, ସେସବୁ ଜଣେ ମାଙ୍କ ମନ୍ଦିରରେ ଅନୁଭବ କରିପାରିବ।
ମନୋଜ ରାଉତ, ସଭାପତି, ଜିଲ୍ଲା କଂଗ୍ରେସ :ବିରଜା କ୍ଷେତ୍ର ଶ୍ରୀ କ୍ଷେତ୍ର ପରି ପବିତ୍ର କ୍ଷେତ୍ର ।ମା ସବୁବେଳେ ଯାଜପୁରକୁ ଘଣ୍ଟ ଘୋଡ଼ାଇ ରକହିଛନ୍ତି । ସେ ପ୍ରାକୃତିକ ବିପର୍ଯ୍ୟୟ ବତ୍ୟା,ବନ୍ୟା ହେଉ ଅବା ଅନ୍ୟକିଛି । କୌଣସିର ପ୍ରଭାବ ପଡ଼େନାହିଁ ଯାଜପୁରରେ ।
ପ୍ରସହ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ : ମା କୃପାରୁ ବାରମ୍ବାର ମୁଁ ଯାଜପୁର ଯାଉଛି । ଯାଜପୁର ଏବେ ଦେଶର ସର୍ବଶ୍ରେଷ୍ଠ ଧାର୍ମିକ ପୀଠରେ ପରିଣତ ହୋଇଛି । ମାଙ୍କ ଅାର୍ଶୀବାଦ ଥିବାରୁ ମୁଁ ବିରଜା ସମ୍ମାନରେ ସମ୍ମାନୀତ ହୋଇଛି । ଯାଜପୁରର ଯାହା ବିକାଶ ହୋଇି ମାଙ୍କ ଇଚ୍ଛାରେ ହୋଇଛି ।
ନାରାୟଣ ଚନ୍ଦ୍ର ଧଳ : ଉପଜିଲ୍ଲାପାଳ , ଯାଜପୁର : ମା ବିରଜାଙ୍କ କରୁଣାରୁ ମୁଁ ଯାଜପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାର ସ୍ୱଭାଗ୍ୟ ପାଇଛି । ସେଥିପାଇଁ ସବୁବେଳେ ମା ବିରଜାଙ୍କ ଦର୍ଶନ କରିପାରୁଛି। ହେଲେ ଯେବେଠୁ ମନ୍ଦିର ଦାୟିତ୍ୱ ନେଇଛି । ମୋ ଦାୟିତ୍ୱ ସେବେଠାରୁ ବଢିଯାଇଛି। କିପରି ଅଧିକ କଣ କରିବି ମାଙ୍କ ପାଇଁ । ସବୁଠାରୁ ବଡ଼ କଥା ହେଲା ମୁଁ ଜଣେ ଗୀତିକାର ହୋଇପାରିଛି ମାଙ୍କ କୃପାରୁ ।
ପର୍ଶୁୂରାମ ମହାପାତ୍ର, ଶ୍ରଦ୍ଧାଳୁ : ମା ବିରଜାଙ୍କୁ ଦର୍ଶନ କଲେ ମୁଁ ସବୁଭୂଲିଯାଏ । ଭାରି ଅାନ୍ଦନ ଲାଗେ ।ଯାହା ମା ପାଖରେ ଗୁହାରୀ କରିଛି ମା ସବୁ ବୁଝିଛି ।
ପ୍ରଣବ ପ୍ରକାଶ ଦାସ (ବିଧାୟକ, ଯାଜପୁର)-ମାଙ୍କ ଅପାର କୃପାରୁ ମୁଁ ଆଜି ଯାଜପୁର ଲୋକଙ୍କ ସେବା କରିପାରୁଛି। ମୁଁ ମୋର ସବୁ କାମ ଆରମ୍ଭ କରିବା ପୂର୍ବରୁ ମାଙ୍କ ନାଁକୁ ସ୍ମରଣ କରିଥାଏ। ଏବଂ ମାଙ୍କ ଆଶୀର୍ବାଦରେ ଆଜି ସାରା ରାଜ୍ୟରେ ଯାଜପୁର ଏକ ଅଗ୍ରଣୀ ଜିଲ୍ଲା ହୋଇପାରିଛି। ଶେଷରେ ମା ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ।ଏତିକି ମାଙ୍କ ନିକଟରେ ପ୍ରାର୍ଥନା କରୁଛି।
ନବ କିଶୋର ସାହୁ (ଆଇଆଇଏମସି, ଢେଙ୍କାନାଳ)- ଏହି ଅଳ୍ପ ଦିନ ଆଗରୁ ମାଙ୍କ ଦର୍ଶନ କରିବାର ସ୍ୱଭାଗ୍ୟ ପାଇଲି। ପୂର୍ବରୁ ଅନେକ ଥର ଦର୍ଶନର ସୁଯୋଗ ପାଇଛି । ହେଲେ ମାଙ୍କ ଡୋରି ନଥିବାରୁ ଦର୍ଶନରୁ ବଂଚିତ ହୋଇଛି । ମାଙ୍କ ଦର୍ଶନରେ ମନରେ ଥିବା ସମସ୍ତ ଦୁଃଖ କ୍ଳେଶ ଦୁରହୋଇଯାଏ । ସେଠି ପହଂଚିବା ମାତ୍ରେ ଆଉ ଆସିବାକୁ ମନ ହୁଏ ନାହିଁ।

ହାତୀ ଆକ୍ରମଣରେ ୨ ମୃତ ଦୁଇ ଆହତ

0

ବ୍ୟାସନଗର  : ଆଜି ସନ୍ଧ୍ୟାରେ ସ୍ଥାନୀୟ ଶଂଖଚିଲା କୁ ଏକ ବଣୁଆ ହାତୀ  ପଶିଆସିବା ସହ ବହୁ ଧନ ଜୀବନ ନଷ୍ଟ କରିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ବନ ଅଞ୍ଚଳରୁ ପଶିଆସିଥିବା ଏକ ବଣୁଆ ହାତୀ ଦିନ ତମାମ ବ୍ରାହ୍ମଣୀ ନଦୀ ଅଞ୍ଚଳରେ ବୁଲି ବୁଲି ସନ୍ଧ୍ୟା ସମୟରେ ଶଂଖଚିଲା ଗାଁ ଭିତରକୁ ପଶିଆସିଥିଲା । ଗାଁ ଲୋକେ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଲୋକଙ୍କ କୋଳାହଳରେ ହାତୀଟି ଉତକ୍ଷିପ୍ତ ହୋଇ ଗାଁ ଭିତରକୁ ପଶିଆସିଥିଲା । ଫଳରେ ହାତୀ ସମ୍ପର୍କରେ ଅଜ୍ଞ ଥିବା ଗୋଡିପାଟଣା ର ଈଶ୍ବର ଚନ୍ଦ୍ର ଦାଶ(୫୫)ଓ ଚିନ୍ତାମଣି ରାମ୍ (୬୦) ଙ୍କୁ ଦଳିଆ ଦେଇଥିଲା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉଜଣଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଛି । ଏଥିସହ ହାତୀ ଆକ୍ରମଣରେ ରାଧାପାଟଣା ଗାଁର ମନୋରଞ୍ଜନ ପରମାଣିକ (୩୧) ଓ ଗୁରୁସାହିର ପବନା ଗୁରୁ (୫୫) ଗୁରୁତର ଆହତ ହୋଇଛନ୍ତି । ହାତୀକୁ ଘଉଡାଇବାକୁ ବନବିଭାଗ ତରଫରୁ ପ୍ରୟାସ ଜାରି ରହିଛି ।

ଏସସିବି ହେବ ବିଶ୍ୱସ୍ତରୀୟ ହସ୍ପିଟାଲ : ପାହାନ୍ତିଆରେ ପ୍ଲାନ କଲେ ପାଣ୍ଡିଆନ

କଟକ : କଟକ ବଡ଼ ମେଡ଼ିକାଲ(ଏସସିବି) । ଓଡ଼ିଶାର ହାର୍ଟ । କେବଳ ଓଡ଼ିଶା ନୁହେଁ, ଦେଶର ଯେଉଁ କେତୋଟି ପ୍ରସିଦ୍ଧ ହସ୍ପିଟାଲ ଅଛି ତା ମଧ୍ୟରୁ ଅନ୍ୟତମ । ଏସସିବିର ହେବ ନବକଳେବଳ । ଏହାକୁ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖଛନ୍ତି ତାହାକୁ ବାସ୍ତବ ରୂପଦେବା ପାଇଁ ୫ଟି ସଚିବ ଭି.କେ. ପାଣ୍ଡିଅାନ ଅଣ୍ଟା ଭିଡ଼ିଛନ୍ତିି । ଏସିବିରେ ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ ରୂପରେଖ କଣ ହେବ ସେନେଇ ପାହାନ୍ତିଅାରୁ ପ୍ଲାନ କରିଛନ୍ତି ୫ଟି ସଚିବ । ତାଙ୍କ ସାଙ୍ଗରେ ପୂର୍ତ୍ତ ସଚିବ କ୍ରିଷନ କୁମାର,ଅାରଡ଼ିସି,ଜିଲ୍ଲାପାଳ, ଜଳ ସମ୍ପଦ ସଚିବ, ଓ ପୂର୍ତ୍ତ  ବିଭାଗର ବରିଷ୍ଠ ଅଧିକାରୀମାନେ । ଦ୍ୱିତୀୟ କ୍ୟାମ୍ପସକୁ ୫ଟି ସଚିବ ବୁଲିବା ସହ ଅକାରୀଙ୍କ ସହ ମିଶି ରୋଡ଼ମ୍ୟାଫ ପ୍ରସ୍ତୁତ  କରିଛନ୍ତି ।

କେବଳ ସେତିକି ନୁହେଁ, ଏସସିବିକୁ ପରିଦର୍ଶନ କରି ରୋଗୀ ସେମାଙ୍କ ସମ୍ପକୀୟଙ୍କ ସହ ମଧ୍ୟ ଅାଲୋଚନା କରିଛନ୍ତି ୫ଟି ସଚିବ । ଗତ ନଭେମ୍ବର ୬ ତାରିଖରେ ମଧ୍ୟ ୫ଟି ସଚିବ ଏସସିବି ପରିଦର୍ଶନ କରି ଓ୍ୱାର୍ଡ଼ ବୁଲିବା ସହ ରୋଗୀସେବା ବ୍ୟବସ୍ଥାର ତଦାରଖ କରିଥିଲେ । ମେଡ଼ିକାଲ ଗୃହ ଓ ଖେଳ ପଡ଼ିଅାର ଭିତ୍ତିଭୂମି ବୁଲି ଏହାର ଅନୁଧ୍ୟାନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏସସିବି ପାଇଁ ୧କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।ଏସସିବି ଦ୍ୱିତୀୟ କ୍ୟାମ୍ପସ ପାଇଁ ୨୫ ଏକର ଜମି ଅଧଗ୍ରହଣ କରାଯିବ । ମାର୍ଚ୍ଚ ମାସରେ କାମ ଅାରମ୍ଭ କରାଯିବାର ଲକ୍ଷ ରଖାଯାଇଛି ।

ଶେଷରେ ମହାନଦୀ ପଠାର ପର୍ଯ୍ୟଟନ ବିକାଶ ପାଇଁ କଣ କରାଯାି ପାରିବ ତାହାର ମଧ୍ୟ ତଦାରଖ କରିଥଲେ ୫ଟି ସଚିବ । ଖୁବଶୀଘ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଅଧକ ଅାଲୋଚନା କରାଯାଇ କାମ ଅାରମ୍ଭ କରାଯିବ ।

ଜାଡରେ ଥରୁଥିଲେ, କମ୍ବଳ ଦେଇ ହସ ଫୁଟାଇଲେ

ଯାଜପୁର :ସେବା ହିଁ ମାନବିକତା । ଏହି କଥାକୁ ମୂଳମନ୍ତ୍ର କରିଛନ୍ତି ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟମାନେ । ଯେତେବେଳେ ଜାଡ଼ରେ ସହରବାସୀଙ୍କ ଥରୁଥିଲେ , ଠିକ ସେହି ସମୟରେ କମ୍ବଳ ଦେଇ ଗରିବ ଓ ଅସାହୟଙ୍କ ମୁହଁରେ ହସ ଫୁଟାଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ ଅନୁଷ୍ଠାନ ପକ୍ଷରୁ କମ୍ବର ଦିଅାଯାଇଛି । ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ଅଶୋକ ଦାସ ଫାଉଣେ୍ଡସନର ଯୁବକମାନେ ୧୮ଟି ଓ୍ୱାର୍ଡ଼ର ଗରିବଲୋକଙ୍କୁ କମ୍ବଳ ବାଣ୍ଟିଛନ୍ତି । ଏହି ଅଭିଯାନରେ ବରିଷ୍ଠ କାଉସିଲର ସନ୍ତୋଷ ମଲ୍ଲିକ , ଯୁବନେତା ମନୋଜ ସାହୁ, ଦିଲ୍ଲୀପ ମହାପାତ୍ର, ଦୀପକ ଦାସ, ରଣଜିତ ସାହୁ , ସ୍ୱଦେଶ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସ୍ଥାନରେ କମ୍ବଳ ବଣ୍ଟନ କରିଥଲେ । ଶୀତରେ କମ୍ବଳ ପାଇଁ ସହରର ଅସାହୟମାନେ ବେଶ ଅାନନ୍ଦିତ ହୋଇଛନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ନୀତି ଅାଦର୍ଶକୁ ପାଥେୟ କରି ଜିଲ୍ଲାର ଯୁବଗୋଷ୍ଠୀମାନେ ଗରିବ ଲୋକଙ୍କ ସହାୟତା ଦେବା ପାଇଁ ଏପରି ପ୍ରୟାସ କରିଛନ୍ତି ।

ଚାଷୀ ପରିବାର ଆନନ୍ଦରେ ରହୁ : ନବୀନ

ଭୁବନେଶ୍ୱର : ଚାଷୀମାନେ ଓଡ଼ିଶାର ସମ୍ମାନ ବଢାଇଛନ୍ତି । ଚାଷୀମାନେ ହେଉଛନ୍ତି ଓଡ଼ିଶା ବିକାଶର ସାରଥି । ସେମାନେ ଦେଶର ଶକ୍ତି । ଅର୍ଥନୀତିର ଶକ୍ତି ବି । ଚାଷୀର ଉନ୍ନତି ହିଁ ଦେଶର ଗୌରବ ଓ ସ୍ୱାଭିମାନ ବଢାଇଥାଏ । ତେଣୁ ମୁଁ ଚାହୁଛି ଆମ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ନୂଆ ଟେକ୍ନୋଲୋଜି ପ୍ରୟୋଗ କୀି କୃଷି କ୍ଷେତ୍ରରେ ଆଗେଇ ଚାଲୁ ମୁଁ ଚାହୁଛି ଚାଷୀ ପରିବାର ସବୁବେଳେ ଖୁସିରେ ରହୁ । କାରଣ ଚାଷୀର ବିକାଶକୁ ସରକାର ସବୁବେଳେ ଫୋକସ କରିଛନ୍ତି । ଜନତା ମଇଦାନରେ କୃଷି ଓଡ଼ିଶାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ତାଙ୍କ ମନର କଥାକୁ ଏପରି ଅଭିଭାଷଣରେ କହିଛନ୍ତି । ଏହି କୃଷି ଓଡ଼ିଶା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ।୧୧୨ ଟି ସଂସ୍ଥା ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି । ଜନତା ମୈନାରେ ଖୋଲିଛି ୨୨୮ ଟି ଷ୍ଟଲ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କୃଷକ ଭାଇ-ଭଉଣୀମାନେ ମେଳା ପରିଦର୍ଶନ କରିବାକୁ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି । ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର‌୍ୟ୍ୟାକ୍ରମ ରହିଛି ।

ଆକୃଷ୍ଟ କଲାଣି ପ୍ରଣବଙ୍କ ଛାପ..

ଯାଜପୁର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ବିଧାୟକ । ରାଜନୈତିକ କାର୍ଯ୍ୟଧାରା ପାଇଁ ବବି ଯେତିକି ଚର୍ଚ୍ଚିତ ନୁହନ୍ତି ତାଠାରୁ ଅଧିକ ଚର୍ଚ୍ଚିତ ହୁଅନ୍ତି ତାଙ୍କର ସରଳ ଜୀବନଯାପନ ପାଇଁ । ଲୋକାଭିମୁଖୀ କାମ ପାଇଁ କୋରାପୁଟରୁ ମୟୁରଭଞ୍ଜ , ଭୁବନେଶ୍ୱରୁ ଯାଜପୁର । ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜନ୍ତି ସେ । ବିଜେଡ଼ି ସୁପ୍ରିମୋ ତଥା ନବୀନଙ୍କ ନୀତିଆଦର୍ଶକୁ ଜୀବନର ମୂଳମନ୍ତ୍ର କରି ପ୍ରଣବ ସବୁବେଳେ ଲୋକଙ୍କ ସେବା କରିବାକୁ ଆଗ୍ରହ ରଖନ୍ତି । ସବୁବେଳେ ଲୋକଙ୍କ ସହ ରହିବାକୁ ପସନ୍ଦ କରନ୍ତି ପ୍ରଣବ । କେତେବେଳେ କେଉଁ ଗରିବ କୁଢିଆରେ ଖାଆନ୍ତି ତ କେତେବେଳେ ପଂଚାୟତ ସ୍କୁଲରେ ରାତ୍ରୀଯାପନ କରନ୍ତି । ଅଧିକାଂଶ ସମୟ ସକାଳୁ ଝାଡ଼ୁ ଧରି ଗାଁ ସଫେଇ କରନ୍ତି ତ କେତେବେଳେ ସବୁଜିମା ପାଇଁ ଗଛ ଲଗାନ୍ତି । ବହୁ ସମୟରେ ରକ୍ତଦାନ ପାଇଁ ଲୋକଙ୍କୁ ି ଉତ୍ସାହିତ କରନ୍ତି ବିଭିନ୍ନ ଶିବିରରେ । ଆଉ କେତେବେଳେ ଥାଲେସେମିଆ ରୋଗୀଙ୍କୁ ନିଜେ ରକ୍ତଦେଇ ନୂଆ ଜୀବନ ଦିଅନ୍ତି । ଏହାସହ ଯୁବଗୋଷ୍ଠୀ ସହ କିକ୍ରେଟ ଖେଳନ୍ତି ତ ଆଉ କେତେବେଳେ ବିଭିନ୍ନ ସଭାସମିତିରେ ଯୋଗଦେଇ ଜନସେବା କରିବା ପାଇଁ ଆହ୍ୱାନ ଦିଅନ୍ତି । ଏସବୁ ଭିତରେ ସେ ଲୋକଙ୍କ ସମସ୍ୟା ବି ବୁଝି ସମାଧାନ କରନ୍ତି । ବିଜେଡ଼ିର ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ସହ ପାୱାର କରିଡ଼ର ଏହି ଯୁବ ବିଧାୟକ କିପରି ଏସବୁ କାମକୁ ସହଜରେ କରିପାରନ୍ତି ତାହା ଏବେ ଅନ୍ୟ ବିଧାୟକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରଣବଙ୍କ ଧାରାକୁ ଅନୁକରଣ କରିବା ପାଇଁ ଧର୍ମଶାଳାର ଯୁବ ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରଣବଙ୍କ ସହ ଗୋଟାଏ ଦିନ କଟାଇଛନ୍ତି ସବୁକାମ ଛାଡ଼ି । ଯାଜପୁର ନିର୍ବାଚନୀ ମଣ୍ଡଳୀର ଶ୍ୟାମଦାସପୁର ପଂଚାୟତ ବଡ଼କୁଝାଲା ଗାଁରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ବିଧାୟକ ପ୍ରଣବ ବଳବନ୍ତରାୟ ରାତ୍ରୀଯାପନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଯାଜପୁର ବାଳାଶ୍ରମ ପଡ଼ିଆରେ ଜିଲ୍ଳା ମହୋତ୍ସବ ଯାଯାତି ଚାଲିଛି ଏବଂ ବଲିଉଡ଼ ଓ ଓଲିଉଡ଼ର କଣ୍ଠଶିଳ୍ପୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ଠିକ ସେହି ସମୟରେ ମହୋତ୍ସବର ସୂତ୍ରଧର ପ୍ରଣବ ଗାଁରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଯାଜପୁରବାସୀଙ୍କ ସେ କେତେ ଭଲ ପାଆନ୍ତି ତାହା ଏଥିରୁ ସଂଙ୍କେତ ଦେଇଛି । ଶ୍ୟାମଦାସପୁରୀ ପଂଚାୟତରେ ରାତିରେ ରହି ପ୍ରଣବ ଲୋକଙ୍କ ସମସ୍ୟା ବୁଝିବା ସହ କିପରି ଏହାର ସମାଧାନ ହେବ ସେନେଇ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକୁ ନୁହେଁ, ଗାଁର ବହୁ ଲୋକ ଏକାଠି ହୋଇ ସେମାନଙ୍କ ସମସ୍ୟା କଥା ବିଧାୟକଙ୍କୁ ଅବଗତ କରିଥିଲେ । ବିଧାୟକ ବି ସମସ୍ତଙ୍କ କଥା ଗୋଟି ଗୋଟି କରି ଶୁଣିଥିଲେ । ଶେଷରେ ବିଧାୟକ ପ୍ରତିଶ୍ରୃତି ଦେଇଥିଲେ ଯେ ଯାହା ସମସ୍ୟା ଅଛି ଆମେମାନେ ମିଳିଶିଶି ଏହାର ସମାଧାନ କରିବା । ଶେଷରେ ଗାଁ ମୁରବୀଙ୍କ ସହ ରାତ୍ରୀରେ ସନ୍ତୁଳା ରୁଟି, ଭଜା, ଡ଼ାଲମା, ଝଟଣୀ ସାଥି ବିଧାୟକ ପ୍ରବଣ ବଳବନ୍ତରାୟ ରାୟଙ୍କ, ପୂର୍ବତନ ଯାଜପୁର ପୌରାଧକ୍ଷ ଭବ ପ୍ରସାଦ ଦାସ ଓ ଗାଁର କିଛି ମୁରବୀଙ୍କ ସହ ମିଶି ଖାଦ୍ୟ ଖାଇ ସ୍କୁଲଘରେ ରାତ୍ରୀଯାଜପନ କରିଥିଲେ ବବି । ସକାଳୁ ଗାଁର ସଫେଇ ଅଭିଯାନରେ ବି ସାମିଲ ହୋଇଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯାଜପୁର ବିଧାୟକ ଏପରି ନିଆର ବ୍ୟକ୍ତିତ୍ୱ ଦେଖି ବେଶ ଅନୁପ୍ରାଣିତ ହୋଇଥିଲେ । ବବିଙ୍କ ସହ ମିଶି ଲୋକଙ୍କ ସହ ସାମିଲ ହୋଇ ସେ ବେଶ ଖୁସି ଅନୁଭବ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋ ପରିବାର ଓ ସେମାନଙ୍କ ସେବା କରିବା ନେଇ ଯେଉଁ ନୀତିବାଣୀ ବିଧାୟକ,ସାଂସଦ ମନ୍ତ୍ରୀ, ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଉଛନ୍ତି ତାହାକୁ କିପରି ତାଙ୍କର ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ ପାଳନ କରୁଛନ୍ତି ତାହା ଦେଖିଥିଲେ ବିଧାୟକ ପ୍ରଣବ ବଳବନ୍ତରାୟ । ସବୁବେଳେ ଲୋଙ୍କ ସହ ରହି ସେମାନଙ୍କ ସମସ୍ୟା ବୁଝୁଥିବା ପ୍ରଣବଙ୍କ ମନରେ ସେବା କରିବାର ଆଗ୍ରହକୁ ଅତି ନିକଟରୁ ଦେଖିଥିଲେ ସାଥି ପ୍ରଣବ । ଯାହାକ ତାଙ୍କୁ କାମ କରିବା ପାଇଁ ଅଧିକ ଉତ୍ସାହିତ କରିଛି । ଅଏସ ଆରମ ଛାଡ଼ି ବିଧାୟକ ସ୍କୁଲଘରେ ରାତିରେ ରହି ଲୋକଙ୍କ ସମସ୍ୟା ବୁଝିବାକୁ ଶୈଳୀଙ୍କୁ ପ୍ରଶଂସା କରିଛନ୍ତି ଗାଁ ଲୋକମାନେ ।
କେବଳ ଏତିକି ନୁହେଁ, ଯାଜପୁର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବିଧାୟକଙ୍କ ଅବଦାନ କଣ ତାହା ଯିଏ ଏବେ ଯାଜପୁର ଆସୁଛି ସେ ଜାଣିିପାରିବ ବୋଲି ଯାଜପୁରବାସୀ କହିଛନ୍ତି । ଯାଜପୁରରେ ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ଯେପରି ପ୍ରଣବ ୧୫ ବର୍ଷରେ କରିଛନ୍ତି ତାହା ଏବେ ସାରା ରାଜ୍ୟପାଇଁ ରୋଲ ମଡ଼େଲ ସାଜିବ ବୋଲି ବହୁ ଶାସକ ଓ ବିରୋଧୀ ନେତା ଯାଜପୁର ଆସିବା ପରେ ଗଣମାଧ୍ୟମ ଆଗରେ ବିକାଶର ଚିତ୍ର ବଖାଣୁଛନ୍ତି । କଠିନ ପରିଶ୍ରମ ଓ ସାଂଗଠନିକ ଦାୟିତ୍ୱ ଓ ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପ୍ରଣବ ତୁଲାଉଥିବାରୁ କେବଳ ଯାଜପୁର ନୂୁହେଁ, ପୁରା ଓଡ଼ିଶାରେ ଏବେ ସେ ଚର୍ଚ୍ଚିତ ଯୁବନେତା ସାଜିଛନ୍ତି । ସେ ତାଙ୍କ ଜୀବନର ମୂଳମନ୍ତ୍ର କରିଛନ୍ତି ଲୋକସେବା କରିବା ପାଇଁ । ନିକଟରେ ଯାଜପୁର ଜିଲ୍ଳା ମହୋତ୍ସବର ଉଦଘାଟନ ସଭାରେ ଜିଲ୍ଳାର ସମସ୍ତ ବିଧାୟକ ଉପସ୍ଥିତ ଥିବା ବେଳେ ନିଜର କର୍ତ୍ତବ୍ୟ ପାଇଁ ପ୍ରଣବ ଏହି ଉଦଘାଟନ ଉତ୍ସବରେ ଯୋଗଦେଇନଥିଲେ । କେବଳ ଏହି ଗୋଟିଏ ଉଦାହହଣ ନୁହେଁ, ଯାଜପୁରବାସୀ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଅନ୍ତି ତାହାକୁ ସେ ସଠିକ ଭାବେ ଓ ଠିକ ସମୟରେ ସାରିବାକୁ ଚାହାନ୍ତି । ବିଧାୟଙ୍କ ଏପରି ଲୋକଭିମୁଖି କାମ ଆଜି ତାଙ୍କୁ ଜଣେ ଲୋକପ୍ରିୟନେତାର ପରିଚୟ ଦେଇଛି ସାରା ଓଡ଼ିଶାରେ । ଯେଉଁଥି ପାଇଁ ୨୦୦୯ରୁ ଲଗାଥର ତୃତୀୟ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ।

ଆକ୍ସନ୍ ମୋଡ୍ ରେ ଯାଜପୁର ରୋଡ୍ ପୋଲିସ , ଆତଙ୍କିତ ଅସାମାଜିକ ଯୁବକ ।

0

ବ୍ୟାସନଗର: ବିଳମ୍ବିତ ରାତିରେ ପୋଲିସର ଚଢାଉ ଚୋରି ଉଦ୍ଯମ ପଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୧ଟା ସମୟରେ ଯାଜପୁର ରୋଡ ଥାନା ଅଧିକାରୀ ନିଜ ପୁରାଟିମ୍ ସହ ଦାନଗଦିର ତ୍ରୀଜଙ୍ଗା କଲୋନୀ ପଡିଆରୁ ୪ ଅପରାଧୀଙ୍କୁ କାବୁ କରିଛନ୍ତି ।ପୋଲିସ ସୂଚନା ଅନୁଯାୟୀ ଚୋରି ଉଦ୍ଯମ ପାଇଁ ଯୋଜନା କରୁଥିବା ଚାରି ଯୁବକ କଳିଙ୍ଗନଗର ଥାନା ଅଧିନ ସାରଙ୍ଗପୁର ଗ୍ରାମର ତନୁ ଯେନାଙ୍କ ପୁଅ ଗୌତମ ଯେନା(୨୭),ନୀଳକଣ୍ଠପୁର ଗ୍ରାମର ମନ୍ମଥ ପେରେଇଙ୍କ ପୁଅ ସାଗର ପେରେଇ (୨୨),ଦାନଗଦି ପାତ୍ର ସାହିର ବିସିକେସନ ପାତ୍ରଙ୍କ ପୁଅ ରଞ୍ଜିତ ପାତ୍ର(୨୪)ଓ ବୁଲୁ ପାତ୍ରଙ୍କ ପୁଅ କାହ୍ନୁ ପାତ୍ରଙ୍କୁ ଗିରଫ କରାଯାଇଛି ।ସେମାନଙ୍କ ଠାରୁ ପୋଲିସ ଗୋଟିଏ ଚୋରା ମଟରସାଇକଲ (ଓଡି୩୪ ଜି ୬୫୪୨),ସହ ତିନୋଟି ଖଣ୍ଡା,ଚାରୋଟି ମୋବାଇଲ, ମଙ୍କିଟୋପି ୬ଟି,ଟର୍ଚ୍ଚ ଲାଇଟ୍ ୨ଟି,ଓ ଗୋଟିଏ ନକ୍ସା ଯବତ କରିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଗତ ଦୁଇଦିନ ତଳେ ଏହି ପୋଲିସ ସ୍ଥାନୀୟ ସାପଗଡିଆ ଅଞ୍ଚଳରୁ ବ୍ରହ୍ମାନନ୍ଦ ଦାସଙ୍କ ପୁଅ ପ୍ରକାଶ ଦାସକୁ ୨.୫ଗ୍ରାମ୍ ବ୍ରାଉନ୍ ସୁଗାର ସହ ଗିରଫ କରିଥିଲା । ଦାନଗଦିରୁ ଗିରଫ ହୋଇଥିବା ଯୁବକଙ୍କ ବିରୁଦ୍ଧରେ ଥାନା କେସ୍ ନଂ ୨୮/୨୦୨୦, ୩୯୯,୪୦୨ଓ୨୭ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଯାଜପୁର ରୋଡ ପୋଲିସର ଲଗାତାର ଭାବେ ଏପରି କାର୍ଯ୍ୟ ଦ୍ବାରା ଅସାମାଜିକ କାର୍ଯ୍ୟ କରୁଥିବା ଯୁବକ ମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଦେଇଛି । ଏଥିସହ ସାଧାରଣ ଲୋକେ ଏହାକୁ ଯାଜପୁର ରୋଡ ପୋଲିସ୍ ଏବେ ଆକ୍ସନ ମୁଡ୍ ରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଯାଜପୁରରେ ହୃଦୟ ଜିତିଲେ ମୟୁରଭଞ୍ଜ ଝିଅ..

ଯାଜପୁର : ଯାଜପୁର ମାଳ ଆନନ୍ଦପୁର ସ୍କୁଲ ପଡିଆରୁ ବାଳାଶ୍ରମ ପଡିଆ l 11କିଲୋମିଟର l 5ଯାହାରରୁ ଅଧିକ ପ୍ରତିଯୋଗୀ l ଓଡିଶାର କୋଣ ଅନୁକୌଣରୁ ଆସିଥିବା ପ୍ରତିଯୋଗୀ ମଧ୍ୟରୁ ବାରୀ ହୋଇପଡୁଥିଲେ 2ଜଣ ଝିଅ l ଦୌଡିବାରେ ମନରେ ପ୍ରବଳ ଆଗ୍ରହ ଓ ଉତ୍ସାହ l ଯାଜପୁରରେ ଅନୁଷ୍ଠିତ ଅଶୋକ ଦାସ ମିନି ମାରାଥନରେ ପ୍ରଥମ ହେବା ଓ ନିଜ ଜିଲ୍ଲାର ନାଁ ରହିବା l ଦେହରେ ସାଲିସ ବିହୀନ ନେତା ଅଶୋକ ଦାସଙ୍କ ଫଟୋ ଥିଲା ମାରାଥନ ପୋଷାକ. ଶୀତକୁ ନଡରି ମନରେ ଆଗ୍ରହ ସହ ଦୌଡିବାରେ ଲାଗିଲେ l ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଳଶ୍ରମ ପଡିଆରେ ପହଁଚିଗଲେ l ଜଣେ ଦ୍ବିତୀୟ ଓ ଜଣେ ତୃତୀୟ ବିଜେତା ହେଲେ l ଯେତେବେଳେ ମୟୁରଭଞ୍ଜର ଏହି ଦୁଇ ଝିଅନାଁ ଘୋଷଣା କରାଗଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଳିମାଳି ଉତ୍ସାହିତ କରିଥିଲେ l ଲାଗୁଥିଲା ଯେମିତି  ଅଶୋକ ଦାସ ଫାଉଣ୍ଡେସନର  ମିନି ମାରାଥନ ଏପରି ପ୍ରତିଭା ଖୋଜୁଥିଲା l ଯାହା ବିଧାୟକ ଉତ୍ସାହରୁ ଜଣା ପଡୁଥିଲା l ଶେଷରେ ବିଧାୟକ ଏହି ଦୁଇ ପ୍ରତିଯୋଗୀଙ୍କ ବିଷୟରେ ପଚାରି ବୁଝିଥିଲେ l

ଆଉ ଏହି ଦୁଇ ଝିଅ ହେଉଛନ୍ତି ଇତିଶ୍ରୀ ମହାନ୍ତ ଓ ସଂଧ୍ୟା ମୁର୍ମୁ l ଆଦିବାସୀ ଅଧିଷ୍ଠିତ ମୟୁରଭଞ୍ଜ ଜିଲ୍ଲାରୁ ଆସି ଯେମିତି ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଦୁଇ ଝିଅ ବିଜୟୀ ହେଲେ ସେଥିପାଇଁ ଯାଜପୁର ବିଧାୟକ ତାଙ୍କ ନାଁ ଘୋଷଣା ହେବା କ୍ଷଣି ନିଜ ଆସନରୁ ଉଠି ସେମାନଙ୍କୁ ଉତ୍ସାହିତ କରିଥିଲେ l

ଅଶୋକଙ୍କ ପାଇଁ ଦୌଉଡିଲା ଯାଜପୁର….. ଧନ୍ୟବାଦ ଦେଲେ ବବି

ଯାଜପୁର :ଜନ ନାୟକଙ୍କୁ ଝୁରୁଥିଲା ଯାଜପୁର। ନାଥିଲା ପ୍ରାର୍ଥୀଙ୍କ ପୁରସ୍କାର ଲୋଭ., ନଥିଲା ସହଯୋଗର କଥା। ଶୀତ କାକରକୁ ଖାତିର ନକରି କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ପର୍ଯ୍ୟନ୍ତ ମାରାଥନ ଦୌଡରେ ଭାଗ ନେଇ ମୁକୁଟ ବିହୀନ ସମ୍ରାଟ ପ୍ରତି କେତେ ଯେ ଭଲ ପାଇବା ଅଛି ତାହା ଦେଖାଇଥିଲେ। ଏଥିଲା ଯାଜପୁର ମାଟିରେ ଅଶୋକ ଦାସଙ୍କୁ ସ୍ମୃତି ଭରା ଶ୍ରଦ୍ଧାଂଜଳି
ଭୋର ୫ ଟା। ଭାଇ ଚାରା ସହର ଯାଜପୁର ମାଳ ଆନନ୍ଦପୁର ସ୍କୁଲ ପଡିଆରେ ଏକାଠି ହେଲେ ଓଡିଶାର କୋଣ ଅନୁକୌଣରୁ ଆସିଥିବା ପ୍ରତିଯୋଗୀ ମାନେ। ଦେହରେ ସାଲିସ ବିହୀନ ନେତା ଅଶୋକ ଦାସଙ୍କ ଫଟୋ ଥିଲା ମାରାଥନ ପୋଷାକ. ଶୀତକୁ ନଡରି ମନରେ ଆଗ୍ରହ ନିଜ ନେତାଙ୍କୁ ମନେ ପକାଇ ଦୌଡିବା. ସମୟ ଠିକ ୮.୧୦ ରେ ସ୍ବାମୀ ଦେବ ଦଶାନନ୍ଦ ମହାରାଜ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଏସପି ଚରଣ ସିଂ ମୀନା, କର୍ଣ୍ଣାଟକେଶରୀ ଦାସ ସବୁଜ ପତାକା ଦେଖାଇ ଅଶୋକ ଦାସ ମିନି ମାରାଥନକୁ ଶୁଭାରମ୍ଭ କଲେ। ନେତାଙ୍କୁ ମନେ ପକାଇ ପୁରା ଓଡିଶା ୧୧ କିମି ଦୌଡିଲା। ଜାତୀୟ ଯୁବ ଦିବସରେ ସ୍ବାମୀ ବିବେକାନନ୍ଦଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲା ହଜାର ହଜାର ଯୁବପୀଢି ଆଜିର ମାରାଥନରେ ସାମିଲ ହୋଇଥିଲେ। ହାର ଜିତକୁ ଗୁରୁତ୍ବ ନ ଦେଇ ରନ ଫର ଯାଜପୁର ରେ ନିଜ ନାମ ଉଲ୍ଲେଖ କରିଥିଲେ। ଶେଷରେ ସମସ୍ତେ ବାଳାଶ୍ରମ ପଡିଆରେ ଦୌଡିକି ପହଂଚି ଥିଲେ। ଜାତୀୟ ଯୁବ ଦିବସ ଅବସର ରେ ରାଜ୍ୟ ସ୍ତରୀୟ ମିନି ମାରାଥନରେ ୫ ହଜାରରୁ ଅଧିକ ପ୍ରତିନିଧି ସାମିଲ ହୋଇଥିଲେ। ଶେଷରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମହିଳା ଓ ପୁରୁଷ ବିଭାଗରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବିଜେତାଙ୍କୁ, ସାନ୍ତନା ମୂଳକ ଭାବେ ୭ ଜଣଙ୍କୁ , ଯାଜପୁର ରୋଡର ଚମ୍ପିୟନସ୍ କ୍ଲବକୁ ୫୦ ହଜାର ଟଙ୍କା, କୁନି ପ୍ରତିଭା ବୁଦ୍ଧିଆ ସ୍ବାଇଁଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଅଶୋକ ଦାସ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ସବ୍ୟସାଚୀ ମହାପାତ୍ର, ବଟକୃଷ୍ଣ ମହାପାତ୍ର, ଭବ ପ୍ରସାଦ ଦାସ, ସୂର୍ଯ୍ଯ ପ୍ରକାଶ ଦାସ, ସନ୍ତୋଷ ମଲିକ ପ୍ରମୁଖ ମିନି ମାରାଥନକୁ ସଫଳ କରିବାରେ ମଙ୍ଗ ଧରିଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news